Posted inଫୁରସତ

ପାଦ ଦୁର୍ଗନ୍ଧରେ ବେହୋସ୍‌ ହୁଏ ରୋବୋ ଡଗ୍‌

ପାଦ ଦୁର୍ଗନ୍ଧ ସମସ୍ୟା ଅନେକଙ୍କଠାରେ ପରିଲକ୍ଷିତ ହୁଏ। ଜାପାନରେ ତ ଏହି ସମସ୍ୟା ଅଧିକ ପରିଲକ୍ଷିତ ହୁଏ। ତେଣୁ କାହାରି ଘରକୁ ପ୍ରବେଶ କରିବା ପୂର୍ବରୁ ଜୋତାକୁ ବାହାରେ ରଖିବା ଅନିବାର୍ଯ୍ୟ ଥାଏ। ଏବେ ଏଠାରେ ଏହି ସମସ୍ୟାକୁ ଦୂର କରିବା ପାଇଁ ତିଆରି କରାଯାଇଛି ଏକ ରୋବୋ। ଏହି ରୋବୋଟି ଦେଖିବାକୁ ଏକ ସୁନ୍ଦର କୁକୁର ଛୁଆ ପରି। ଉକ୍ତ ରୋବୋ କୁକରର ନାମ ହେଉଛି ହାନା ଚାନ୍‌। ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି କିତାକ୍ୟୁଶୁ କଲେଜ୍‌ ଦୀର୍ଘ ୨ ବର୍ଷ ଏହାର ନିର୍ମାଣ କାର୍ଯ୍ୟରେ ଲାଗିଥିଲା। ଏବେ ଉକ୍ତ କଲେଜର ଆଫଇଲିଏଟେଡ୍‌(ସହବଦ୍ଧ) କମ୍ପାନୀ ନେକ୍ସଟ୍‌ଟେକ୍ନୋଲୋଜି ଏହାକୁ ଲଞ୍ଚ କରିଛି। ୧୫ ସେ.ମି.ର ଏହି ରୋବୋ ଡଗ୍‌ର ନାକରେ ଏକ ସ୍ବତନ୍ତ୍ରଧରଣର ସେନ୍ସର ଲାଗିଛି। ଉକ୍ତ ସେନ୍ସର ସାହାଯ୍ୟରେ ଏହା ପାଦକୁ ଶୁଙ୍ଘି ଜଣାଇଦେବ ଯେ, ଆପଣଙ୍କ ପାଦ ଦୁର୍ଗନ୍ଧ ହେଉଛି ନା ନାହିଁ। ଆଉ ଏହା ଜଣାଇବାର ତରିକା ବେଶ୍‌ ମଜାଦାର। ଯଦି ପାଦ ଦୁର୍ଗନ୍ଧ ହେଉ ନ ଥାଏ ତେବେ ଖୁସିରେ ନିଜର କୁନି ଲାଞ୍ଜ ହଲାଇବ। ଯଦି ସାମାନ୍ୟ ଗନ୍ଧ ହେଉଛି, ତେବେ ଏହା ଭୁକିବା ଆରମ୍ଭ କରିଦେବ। ଆଉ ଯଦି ଅତ୍ୟଧିକ ଦୁର୍ଗନ୍ଧ ହେଉଥାଏ ତେବେ ସେ ସେହିଠାରେ ହିଁ ଅଚେତ୍‌ ହେବା ପରି ପଡିଯିବ। ଯେମିତି କି ଦୁର୍ଗନ୍ଧ ପାଇଁ ସେ ବେହୋସ ହୋଇଯାଇଛି। କୁହାଯାଉଛି ଉକ୍ତ ରୋବୋରେ ଏୟାର୍‌ ଫ୍ରେଶନର୍‌ ସ୍ପ୍ରେ ସିଷ୍ଟମ୍‌ ବି ରହିବ; ଯଦ୍ଦ୍ବାରା ରୋବୋ ଡଗ୍‌ ଦୁର୍ଗନ୍ଧ ହେଉଥିବା ପାଦ ଉପରେ ଉକ୍ତ ସ୍ପ୍ରେ ପକାଇ ମହକ ଭରିଦେବ। ନେକ୍ସଟ୍‌ ଟେକ୍ନୋଲୋଜି କମ୍ପାନୀ ଏହାକୁ ୯,୨୮୦ ଡଲାରରେ ବିକ୍ରି କରିବା ପାଇଁ ନିଷ୍ପତ୍ତି ନେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସାଇକେଲ୍‌ରେ ଗଲାବେଳେ ଡେଇଁଲା ବାଘ ଆଉ ତା’ ପରେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ଝିଅ ବିଦା ସମୟରେ କାନ୍ଦିବା ବଦଳରେ ଏମିତି କଲେ ବରକନ୍ୟା, ଲୋକେ କହିଲେ…

ଆଜିକାଲି ସୋସିଆଲ ମିଡିଆରେ ବିବାହର ମଜାଳିଆ ଭିଡିଓ ସବୁ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖିଲେ ହସ ରୋକି ପାରିବେ ନାହିଁ। ଏଭଳି ଏକ ଭିଡିଓ...

ଗୋଟିଏ କୋଠାରୁ ଆଉ ଗୋଟିଏ କୋଠାକୁ ଯିବାକୁ ମାଙ୍କଡ଼ କଲା ଏମିତି, ଦେଖିଲେ ଘଡ଼ିଏ ଅଟକି ଯିବେ

ସାଧାରଣତଃ ମାଙ୍କଡ଼ମାନେ ଉପଦ୍ରବ କରନ୍ତି ବୋଲି ସମସ୍ତେ ଜାଣନ୍ତି। କିଛି ଲୋକ ମାଙ୍କଡ଼କୁ ଭଗବାନ ବୋଲି ମାନୁଥିବା ବେଳେ ଆଉ କିଛି ଲୋକ ମାଙ୍କଡ଼ ଦେଖିଲେ...

ଭଲ ଜୀବନସାଥୀ ପାଇଁ ଲଣ୍ଡା ହୁଅନ୍ତି ଯୁବତୀ

ସାଉଥ୍‌ ଆଫ୍ରିକାର ଇଥିଓପିଆ ଓ ସୋମାଲିଆ ମଧ୍ୟରେ ରହିଛନ୍ତି ବୋରାନା ଜନଜାତି । ଏହି ଜନଜାତିଙ୍କର ପରମ୍ପରା ବିଶ୍ୱରେ କେଉଁଠି ଦେଖିବାକୁ ମିଳେ ନାହିଁ। ଏଠାକାର...

ଲକ୍‌ଡାଉନ୍‌ ସମୟରେ ଘରେ ମଦ ପହଞ୍ଚାଉଛି କୁକୁର, ଭିଡିଓ ଭାଇରାଲ

ଓ୍ବାଶିଂଟନ୍‌: କରୋନା ଭାଇରସ୍‌ ସମଗ୍ର ବିଶ୍ୱରେ କାୟା ବିସ୍ତାର କରିଚାଲିଛି। ଏହାକୁ ରୋକିବା ପାଇଁ ଅଧିକାଂଶ ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏଥିରୁ ମଧ୍ୟ ବାଦ୍‌...

୨୧୦୦ ପୃଷ୍ଠାର ରାମାୟଣ ଲେଖିଲେ ଏହି କୁନି ଭଉଣୀ ଭାଇ

କରୋନା ମହାମାରୀ ସମୟରେ ସାରା ଦେଶରେ ଲକ୍‌ଡାଉନ୍‌ ଜାରି ହୋଇଥିଲା। ସେହି ସମୟରେ ସବୁ ଲୋକ ଘରେ ବନ୍ଦୀ ହୋଇ ରହୁଥିଲେ। ଏହି ସମୟରେ ଲୋକଙ୍କ...

ସ୍ବତନ୍ତ୍ର ଢଙ୍ଗରେ ପୋଷା କୁକୁରର ଅନ୍ତିମ ସଂସ୍କାର

ପାରଳାଖେମୁଣ୍ଡି,୮।୮(ଡି.ଏନ.ଏ.): ଗଜପତି ଜିଲାର ପାରଳାଖେମୁଣ୍ଡିଠାରେ ଏକ ନିଆରା ଘଟଣା ଦେଖିବାକୁ ମିଳିଛି। ପୋଷା କୁକୁର ମୃତ୍ୟୁରେ ପରିବାରର ଜଣେ ସଦସ୍ୟଙ୍କୁ ହରାଇବା ଭଳି ତା’ ମାଲିକ...

ଘରେ ପୁରୁଣା ୨୫ ପଇସା ରଖିଛନ୍ତି କି, ହେବେ ମାଲାମାଲ୍‌

ପୁରୁଣା ମୁଦ୍ରା ବିକ୍ରି କରି ଲକ୍ଷପତି ହେବାର ଏକ ଭଲ ସୁଯୋଗ ଅଛି। ଏହି ମୁଦ୍ରାଗୁଡ଼ିକ ଦେଇ ସହଜରେ ଲକ୍ଷପତି ହୋଇପାରିବେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା...

Advertisement
Archives

Model This Week