ପେଟ୍ରୋଲ ପମ୍ପରେ ବନ୍ଧୁକ ଦେଖାଇ ଲୁଟ୍‌

ବାଲେଶ୍ୱର, ୪।୭( ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ଗାନ୍ଧୀ ଛକ – ବାଲିଆପାଳ ରାସ୍ତାର ଦରଡା ପେଟ୍ରୋଲ ପମ୍ପରୁ ଶୁକ୍ରବାର ବିଳମ୍ୱିତ ରାତିରେ ଲୁଟ ହୋଇଛି । ଦୁଇଜଣ ଦୁର୍ୱୁତ୍ତ ବୁଲେଟରେ ଆସି ବନ୍ଧୁକ ମୁନରେ ପେଟ୍ରୋଲ ପମ୍ପରୁ ଲୁଟ କରି ଚମ୍ପଟ ମାରିଛନ୍ତି। ପେଟ୍ରୋଲ ପମ୍ପରେ ଥିବା ସିସିଟିଭି କ୍ୟାମେରାରେ ଏଭଳି ଦୃଶ୍ୟ ଦୃଶ୍ୟ ସାମ୍ନାକୁ ଆସିଛି । ଗତ ରାତି ୧୧ ଟା ୨୨ ରେ ଏଭଳି ଘଟଣା ଘଟିଛି ।

ପେଟ୍ରୋଲ ପମ୍ପରେ କାର୍ଯ୍ୟରତ କର୍ମଚାରୀ ପ୍ରଥମେ ଜଣେ ଗ୍ରାହକଙ୍କୁ ପେଟ୍ରୋଲ ଦେଇଥିଲେ । ହଠାତ ଦୁଇ ଦୁର୍ୱୁତ୍ତ ବୁଲେଟରେ ଆସିଥିଲେ। ଜଣେ ଦୁବୃର୍ତ୍ତ ବୁଲେଟରୁ ଓହ୍ଲାଇ ପେଟ୍ରୋଲ ପମ୍ପ କର୍ମଚାରୀକୁ ବନ୍ଧୁକ ଦେଖାଇ ଭୟଭୀତ କରି କାଉଣ୍ଟରରୁ ଟଙ୍କା ନେଇ ଉଭୟ ଫେରାର ହୋଇଯାଇଥିଲେ । ସିସିଟିଭି ଫୁଟେଜ ଆଧାରରେ ବସ୍ତା ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି l।


Enter your email to get our daily news in your inbox.

All Right Reserved By Dharitri.Com

ଘୋଡାହାଡ ଡ଼୍ୟାମରୁ ଛଡାଯିବ ପାଣି: ନଦୀ ତଟବର୍ତ୍ତିି ଗ୍ରାମକୁ ସତର୍କ

ଦିଗପହଣ୍ଡି,୪|୭(ଅଶେଷ ନାଥ ମିଶ୍ର): ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇଛି।ଏହାର ପ୍ରଭାବରେ ଶନିବାର ଠାରୁ  ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ…

ଟେଲିଗ୍ରାମକୁ ନେଇ ସରକାର କଠୋର; ଫିଲ୍ମ ସହ OTT ବିଷୟବସ୍ତୁର ପାଇରେସି ରୋକିବା ପାଇଁ ପଠାଇଲେ ନୋଟିସ

ନୂଆଦିଲ୍ଲୀ,୪।୭: କେନ୍ଦ୍ର ସରକାର ଫିଲ୍ମ ଏବଂ OTT ପ୍ଲାଟଫର୍ମରୁ ବଢୁଥିବା ଅନଲାଇନ ପାଇରେସି ସମ୍ପର୍କରେ ମେସେଜିଂ ପ୍ଲାଟଫର୍ମ ଟେଲିଗ୍ରାମ ବିରୁଦ୍ଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ରିପୋର୍ଟ…

ଖୋଲିଲା ମାଛକୁଣ୍ଡ ଜଳଭଣ୍ଡାରର ପ୍ରଥମ ଗେଟ୍: ନିଷ୍କାସିତ ହେଲା ବର୍ଷାଜଳ

ଲମତାପୁଟ, ୪।୭: ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ମାଛକୁଣ୍ଡ ଜଳଭଣ୍ଡାରରେ ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ଶନିବାର ଚଳିତ ବର୍ଷ ପ୍ରଥମ ଥର ପାଇଁ…

Ali Khamenei Funeral: ଆୟାତୋଲ୍ଲା ଅଲି ଖାମେନେଇଙ୍କ ସହିତ ତାଙ୍କ ୧୪ ମାସର ନାତୁଣୀଙ୍କୁ ଦିଆଯିବ ଶେଷ ବିଦାୟ; ସର୍ବୋଚ୍ଚ ନେତାଙ୍କ ପାଖରେ ରଖାଯାଇଛି ପରିବାର କଫିନ

ତେହରାନ,୪।୭: ଶୁକ୍ରବାର (ଜୁଲାଇ 3, 2026), ପୂର୍ବତନ ସର୍ବୋଚ୍ଚ ନେତା ଅଲି ଖାମେନେଇଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ହଜାର ହଜାର ଲୋକ ଇରାନର ରାଜଧାନୀ ତେହରାନରେ…

ଭାବପ୍ରବଣ ହୋଇ ପ୍ରଶଂସକଙ୍କୁ ଏମିତି ସରପ୍ରାଇଜ୍‌ ଦେଲେ ରୋନାଲ୍ଡୋ: ଜିତିଲେ ହୃଦୟ

ନୂଆଦିଲ୍ଲୀ,୪।୭: ପର୍ତ୍ତୁଗାଲ ୨୦୨୬ ଫିଫା ବିଶ୍ୱକପରେ ରାଉଣ୍ଡ ଅଫ ୧୬ରେ ପହଞ୍ଚିଛି। ଏଠାରେ ସେମାନେ ସ୍ପେନ ସହିତ ମୁକାବିଲା କରିବାକୁ ଯାଉଛନ୍ତି। କ୍ରିଷ୍ଟିଆନୋ ରୋନାଲ୍ଡୋ ପୂର୍ବରୁ ରାଉଣ୍ଡ…

ଆତଙ୍କବାଦ ଉପରେ ଭାରତର କଡ଼ା ପ୍ରହାର, ଚମକିପଡ଼ିଲା ପାକିସ୍ତାନ

ନୂଆଦିଲ୍ଲୀ/ଇସଲାମାବାଦ,୪।୭: ଆତଙ୍କବାଦ ବିରୋଧରେ ଏକ ବଡ଼ ପଦକ୍ଷେପ ସ୍ବରୂପ, କେନ୍ଦ୍ର ସରକାର ବେଆଇନ କାର୍ଯ୍ୟକଳାପ (ନିବାରଣ) ଆଇନ (UAPA) ଅଧୀନରେ ୨୩ ଜଣଙ୍କୁ ଆନୁଷ୍ଠାନିକ ଭାବରେ ଆତଙ୍କବାଦୀ…

ହୋଇପାରୁନି ସରକାର-ଡାକ୍ତରଙ୍କ ସହ ବୁଝାମଣା: ୪ PHC ସମ୍ପୂର୍ଣ୍ଣ ଠପ୍‌, CHC ଭରସା ମାତ୍ର ଜଣେ ଡାକ୍ତର

ଜଗନ୍ନାଥ ପ୍ରସାଦ ,୪।୭(ବିଭୁ ପ୍ରସାଦ ପଟ୍ଟନାୟକ): ରାଜ୍ୟରେ ସରକାର ଏବଂ ଆନ୍ଦୋଳନରତ ଡାକ୍ତରମାନଙ୍କ ମଧ୍ୟରେ ଚାଲିଥିବା ଆଲୋଚନା ବିଫଳ ହେବା ପରେ ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ…

ଅଜଣା ଗାଡ଼ି ଧକ୍କାରେ ୩ ବାଇକ ଆରୋହୀଙ୍କ ଚାଲିଗଲା ଜୀବନ: ମୃତକଙ୍କ ପରିଚୟ ମିଳୁନି

ବାଲିଗୁଡା,୪।୭:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମହାସିଙ୍ଗି ନିକଟସ୍ଥ ୫୯ନଂ ଜାତୀୟ ରାଜପଥ ଖଡ଼ଗ ନଦୀ ପୋଲ ଉପରେ ଶୁକ୍ରବାର ବିଳମ୍ବିତ ରାତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri