ପୁଣି ରାଜଧାନୀରେ ଆପାର୍ଟମେଣ୍ଟରୁ ଲୁଟ୍, ୬ଟି ଫ୍ଲାଟରୁ ତାଲା କାଟି କଳାକନା ବୁଲାଇଲେ ଲୁଟେରା

ଭୁବନେଶ୍ୱର,୧୯।୨: (ମନୋଜ ମଣ୍ଡଳ): ବାଲିଅନ୍ତା ଥାନା ଅନ୍ତର୍ଗତ ଗଡ଼ଶ୍ରୀରାମପୁରସ୍ଥିତ ‘ବର୍ଷା ରିଭେରା’ ଆପାର୍ଟମେଣ୍ଟର ପାଞ୍ଚଟି ଫ୍ଲାଟରୁ ଚୋରି ହୋଇଛି। ଦୁର୍ବୃତ୍ତମାନେ ଶନିବାର ରାତିରେ ଫ୍ଲାଟ୍‌ଗୁଡିକର ତାଲା ଭାଙ୍ଗି ପ୍ରାୟ ୬୦ ହଜାର ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଚୋରି କରିଛନ୍ତି। ଏନେଇ ମାଲିକମାନେ ଥାନାରେ ଏତଲା ଦେବା ପରେ ପୋଲିସ ପୃଥକ୍‌ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଆଲ୍‌ଫା ବ୍ଲକର ଫ୍ଲାଟ୍‌ ନଂ.୨୦୩ ସମେତ ୫ଟି ଫ୍ଲାଟ୍‌ରୁ ଚୋରି ହୋଇଛି। ଫ୍ଲାଟ୍‌ ନଂ.୨୦୩ରେ ରହୁଥିବା ଅଜିତ କୁମାର ପଲେଇ ଗତ ଗୁରୁବାର ପରିବାର ସହ ନିଜ ପୈତୃକ ଗ୍ରାମ କେନ୍ଦ୍ରାପଡ଼ା ଜିଲା ରାଜକନିକାକୁ ଯାଇଥିଲେ। ତାଙ୍କ ଆଲମାରିରୁ ଏକ ରାଣୀ ହାର, ସୁନା ଚେନ, ବ୍ରେସ୍‌ଲେଟ, ସୁନା ମୁଦି, ରୁପା ପାଉଁଜି ଓ ନଗଦ କୋଡିଏ ହଜାର ଟଙ୍କା ଚୋରି ହୋଇଥିବା ନେଇ ସେ ଥାନାରେ ଏତଲା ଦେଇଛନ୍ତି।

ସେହିପରି ଆଲ୍‌ଫା ବ୍ଲକ୍‌, ଏ ବ୍ଲକ ଓ ଗାମା ବ୍ଲକ ଆଦିର ଫ୍ଲାଟ୍‌ରୁ ଅନୁରୂପ ଭାବେ ଚୋରି ହୋଇଛି। ରବିବାର ସକାଳେ ବାଲିଅନ୍ତା ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚତ୍ ତନାଘନା ଆରମ୍ଭ କରିଥିଲା। ସ୍ଥାନୀୟ ଅଞ୍ଚଳରେ ପଚରାଉଚରା ସହ ସିସିଟିଭି ଫୁଟେଜ୍‌ ଯାଞ୍ଚ କରି ପୋଲିସ ଚୋରଙ୍କୁ ଧରିବାକୁ ପ୍ରୟାସ କରୁଛି।

ସେହିଭଳି ଶନିବାର ବିଳମ୍ବିତ ରାତିରେ କପିଳପ୍ରସାଦ କେଳୁଚରଣ ଲେନ୍ ୫ ଅଞ୍ଚଳରେ ତାଲା ପଡ଼ିଥିବା ଘରେ ପଶି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରି ହୋଇଥିଲା। ଲେନ୍ ୫ରେ ଥିବା ଏକ ଘର ଝରକା ତାଡ଼ି ଦୁର୍ବୃତ୍ତମାନେ ସୁନାଗହଣା ଏବଂ ଟଙ୍କା ଲୁଟି ନେଇଥିଲେ। ଗଲା କିଛି ଦିନ ଧରି ସହରର ବିଭିନ୍ନ ସ୍ଥାନରୁ ଦିନ ଦ୍ୱିପ୍ରହରାରେ ଚୋରି ଡକାୟତି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଧାରଣାରେ ବସିଲେ କଳାକାର, ପ୍ରତ୍ୟାହୃତ ପାଇଁ ଆସୁଛି ଧମକ, ଧାରଣାସ୍ଥଳରେ…

ହାଟଡିହୀ,୧୭ା୫(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବିଡିଓଙ୍କ ଅଫିସ ସମ୍ମୁଖରେ କଳାକାରମାନେ ଧୂ ଧୂ ଖରା, ଗୁଳୁଗୁଳିରେ ଚଳିତ ମାସ ଗତ ୧୫ରୁ ଧାରଣା…

ଧରିତ୍ରୀରେ ଖବର ପ୍ରକାଶ ପରେ ଚେତିଲା ବିଭାଗ: ୩ ମାସ ପରେ କାର୍ଯ୍ୟକ୍ଷମ ହେଲା ଖଣ୍ଡହତା ପାନୀୟ ଜଳ ପ୍ରକଳ୍ପ

ଅମରପାଲି,୧୭ା୫(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ଗ୍ରାମରେ ପ୍ରାୟ ତିନି ମାସ ଧରି ଅଚଳ ହୋଇ ପଡ଼ିଥିବା ପାନୀୟ ଜଳ ଯୋଗାଣ ପ୍ରକଳ୍ପ…

ମହଜୁଦ୍‌ ଅଛି ପର୍ଯ୍ୟାପ୍ତ ତେଲ, ଆତଙ୍କିତ ନ ହେବାକୁ ଅନୁରୋଧ

ବଞ୍ଚୋ,୧୭ା୫(ପ୍ରଦୋଷ କୁମାର ବିଶ୍ୱାଳ):କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଓ ଡିଜେଲ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ରହିଥିବା ସୂଚନା ମିଳିଛି। ଇନ୍ଧନ ସଙ୍କଟ…

ପାକିସ୍ତାନ ଭୂଗୋଳ ହେବାକୁ ଚାହୁଁଛି ନା ଇତିହାସ? ଭାରତୀୟ ସେନା ମୁଖ୍ୟଙ୍କ ଏମିତି ଧମକ ଶୁଣି…

ନୂଆଦିଲ୍ଲୀ/ଇସଲାମାବାଦ,୧୭ା୫: ରବିବାର ଭାରତୀୟ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀଙ୍କ ବୟାନ ଶୁଣି ପାକିସ୍ତାନ ସେନା ଡରିଯାଇଛି। ଏହା ପରେ ପାକିସ୍ତାନ ଭାରତକୁ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଶିଖିବାକୁ…

ଅସ୍ଥାୟୀ ମଣ୍ଡପରେ ଦେବୀଙ୍କୁ ପୂଜାର୍ଚ୍ଚନା କଲେ ପୂର୍ବତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଆସିବେ ଆଉ ୩ ମନ୍ତ୍ରୀ, ୪ ବିଧାୟକ

ଭଞ୍ଜନଗର,୧୭ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଠାକୁରାଣୀ ଯାତ୍ରା ଆଉ ୩ ଦିନ ପରେ ୨୦ ତାରିଖରେ ଉଦ୍‌ଯାପିତ ହେବ। ରବିବାର ପୂର୍ବତନ ମନ୍ତ୍ରୀ ବିକ୍ରମ କେଶରୀ…

ଅମାନିଆ ଇସ୍କନର ବିଦେଶରେ ଅଦିନିଆ ରଥଯାତ୍ରା, ବିରୋଧ ସତ୍ତ୍ୱେ…

ଭୁବନେଶ୍ୱର,୧୭ା୫: ପୁଣି ଅମାନିଆ ହୋଇଛି ଇସ୍କନ। ଦକ୍ଷିଣ ଆଫ୍ରିକା ଓ ଆମେରିକାରେ ଅଦିନିଆ ରଥଯାତ୍ରା କରିଛି। ପ୍ରବାସୀ ଓଡ଼ିଆ ଓ ଜଗନ୍ନାଥ ପ୍ରେମୀଙ୍କ ପ୍ରତିବାଦକୁ ନ ମାନି…

ଦିଲ୍ଲୀବାସୀ ଖାଇବେ ରାୟଗଡ଼ାର ‘ଆମ୍ରପଲ୍ଲୀ’ ଆମ୍ବ, ରପ୍ତାନି ହେଲା ୨.୫ ମେଟ୍ରିକ୍‌ ଟନ୍‌

ଗୁଣପୁର,୧୭ା୫(ସୁଜାତା ପାଢ଼ୀ): ରାୟଗଡ଼ା ଜିଲାରେ ସାମୂହିକ ବିପଣନକୁ ପ୍ରୋତ୍ସାହିତ କରିବା ଏବଂ ସ୍ଥାନୀୟ ଚାଷୀଙ୍କ ପାଇଁ ଉତ୍ତମ ବଜାର ସଂଯୋଗ ସୁଯୋଗ ସୁନିଶ୍ଚିତ କରିବା ଦିଗରେ ଓଡ଼ିଶା…

କିଛିଦିନ ହେଲା ଘରୁ ନିଖୋଜ ଥିଲେ ଯୁବକ, ଆଜି ଖଣିରୁ ମିଳିଲା ମୃତଦେହ, ୨ ଅଟକ

ନୟାଗଡ଼,୧୭ା୫(ଲୋକନାଥ ମିଶ୍ର): ଚାନ୍ଦପୁର ଥାନା ରାଇପଡ଼ା କ୍ରସର ନିକଟସ୍ଥ ଖଣିରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଯୁବକଙ୍କୁ ହତ୍ୟା କରି ଫୋପଡ଼ା ଯାଇଥିବା ସନ୍ଦେହ ଅଭିଯୋଗ। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri