ଲୁଟେରା ଗିରଫ: ୨ ବାଇକ୍‌କୁ ଜବତ କଲା ତାରସିଂ ପୋଲିସ

ଭଞ୍ଜନଗର,୫।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ତାରସିଂ ପୋଲିସ ଶୁକ୍ରବାର ଜଣେ ବାଇକ ଲୁଟେରାଙ୍କୁ ଗିରଫ କରିଛି। ସେହେଲେ ନାରାୟଣପାଟଣା ଗ୍ରାମର ନାରାୟଣ ନାୟକ। ପୋଲିସ ତାଙ୍କ ଠାରୁ ୨ଟି ଚୋରା ବାଇକ, ୩ ଟି ସାଇକେଲ ଜବତ କରିଛି। ଏଥିସହ ଅଭିଯୁକ୍ତ ନାରାୟଣଙ୍କୁ ଶୁକ୍ରବାର ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଛି। ଏନେଇ ତାରସିଂ ଥାନାରେ ୩୨୬/୨୫ରେ ଏକ ମାମଲା ରୁଜୁ ହୋଇଛି।
ଘଟଣାରୁ ପ୍ରକାଶ ଯେ, କାଦଲୁଣ୍ଡିର ରୁଦ୍ର ନାୟକ ଗତ ୩୧ ତାରିଖରେ ଲେମ୍ଭେଇ ପାଣି ଟାଙ୍କି ନିକଟରେ ନିଜ ବାଇକ ରଖି କିଛି ଦୂରରେ ତାଙ୍କର ଜଣେ ବନ୍ଧୁଙ୍କ ସହ କଥା ହେଉଥିଲେ। ଏହି ସମୟରେ ଅଭିଯୁକ୍ତ ନାରାୟଣ ବାଇକଟିକୁ ଚୋରି କରିନେଇଥିଲେ। ଏନେଇ ରୁଦ୍ର ଥାନାରେ ଅଭିଯୋଗ କରିଥିଲେ। ଏହିଭଳି ପରିସ୍ଥିତିରେ ପୋଲିସ ତିନି ଛକିଆ ଅଞ୍ଚଳରେ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ସନ୍ଦେହଜନକ ଅବସ୍ଥାରେ ବୁଲୁଥିବା ନାରାୟଣଙ୍କୁ ଅଟକ ରଖି ପଚରା ଉଚରା କରିବା ପରେ ସେ ବିଭିନ୍ନ ସ୍ଥାନରେ ଚୋରି କରିଥିବା ଜଣାପଡ଼ିଥିଲା। ପରେ ପୋଲିସ ଚୋରି ବାଇକ ଓ ସାଇକେଲ ଜବତ କରିଥିଲେ। ନାରାୟଣ ଅନ୍ୟ ଥାନା ଅଞ୍ଚଳରେ ମଧ୍ୟ ଏକାଧିକ ଚୋରିରେ ଜଡ଼ିତ ଥିବା ଜଣାପଡିଛ।


Enter your email to get our daily news in your inbox.

All Right Reserved By Dharitri.Com

ଦୀପାବଳି ପରେ UPI ଟ୍ରାଞ୍ଜାକ୍ସନରେ ଲାଗିବ ଏକ୍ସଟ୍ରା ଚାର୍ଜ? ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୭।୧୧: ଯଦି ଆପଣ ଦୋକାନ ଚଲାଉଛନ୍ତି କିମ୍ୱା କୌଣସି ବ୍ୟବସାୟରେ ଡିଜିଟାଲ ପେମେଣ୍ଟ ଗ୍ରହଣ କରୁଛନ୍ତି, ତେବେ UPI ସହିତ ଜଡିତ ଏହି ପରିବର୍ତ୍ତନ ଆପଣଙ୍କ ପାଇଁ…

ଇରାନର ପରମାଣୁ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ସୂଚନା ଦେଲେ ୨୦ ନିୟୁତ ଡଲାର ପୁରସ୍କାର ଦେବେ ଟ୍ରମ୍ପ

ଓ୍ବାଶିଂଟନ,୭।୧୧: ଇରାନର ପରମାଣୁ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ସୂଚନା ପାଇଁ ଯୁକ୍ତରାଷ୍ଟ୍ର ଆମେରିକା ୨୦ ନିୟୁତ ଡଲାର ପର୍ଯ୍ୟନ୍ତ ପୁରସ୍କାର ଏବଂ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ ହେବାରେ ସହାୟତା…

ଆମେରିକାର ଏହି ସ୍ଥାନରେ ରୁହନ୍ତି ହଜାର ହଜାର ଭାରତୀୟ, ଯେଉଁଠି ହୋଇଥିଲା ଭୟଙ୍କର ନରସଂହାର

ଆମେରିକାର ଜର୍ଜିଆ ରାଜ୍ୟର ଫୋର୍ସିଥ କାଉଣ୍ଟି କେବେ ନା କେବେ ଜାତୀୟ ହିଂସା ଏବଂ ଭେଦଭାବ ପାଇଁ ଜଣାଶୁଣା ଥିଲା। ପ୍ରାୟ ଦୁଇ ଶତାବ୍ଦୀ ପୂର୍ୱେ ଏହି…

ଆରମ୍ଭ ହେଲା ନୂଆ ଯୋଜନା ମାଗଣାରେ ଛାତ୍ରୀଛାତ୍ରଙ୍କୁ ମିଳିବ ଲାପଟପ, କାହାକୁ ମିଳିବ ସୁବିଧା ଜାଣନ୍ତୁ

ଚେନ୍ନାଇ,୭।୧୧: ତାମିଲନାଡୁର ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ କଲେଜ ଛାତ୍ରୀଛାତ୍ରଙ୍କ ପାଇଁ ଏକ ମାଗଣା ଲାପଟପ ଯୋଜନା କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଯୋଜନାର ନାମ…

ପୋଲିସ ବସ୍ ଧକ୍କାରେ ମହିଳା ଗୁରୁତର

କଟକ,୭।୧୧: କଟକ ସହରରେ ପୋଲିସ ବସ୍ ଧକ୍କାରେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ଚାଲି ଚାଲି ଯାଉଥିବାବେଳେ ମହିଳାଙ୍କୁ ଏକ ପୋଲିସ ବସ୍ ଧକ୍କା ଦେଇଥିବା…

କଟକ ସଦର ବିଡିଓଙ୍କ ବଦଳିକୁ ନେଇ ସୋସିଆଲ ମିଡିଆରେ ଜୋର୍‌ଦାର ଚର୍ଚ୍ଚା

କଟକ ସଦର,୭ା୧୧(ସୁଶାନ୍ତ କୁମାର ଜେନା): ୨ ଦିନ ଧରି କଟକ ସଦର ଅଞ୍ଚଳର ସାମାଜିକ ଗଣମାଧ୍ୟମରେ ଏକ ଖବର ଭାଇରାଲ ହେବାରେ ଲାଗିଛି। ବଦଳି ସଂକ୍ରାନ୍ତୀୟ ଖବରରେ…

ପଡ଼ିଆରେ ରାହୁଲଙ୍କ ଜର୍ସି ଏମିତି ସଜାଡ଼ିଦେଲେ କୋହଲି! ଭାଇରାଲ ଭିଡିଓ ଦେଖି ମନେପଡ଼ିଯିବ ପିଲାଦିନ

ୱେଲିଂଟନ୍‌,୭।୧୧:ପଡ଼ିଆରେ ଖେଳ ସମୟରେ ଗମ୍ଭୀର ଦେଖାଯାଉଥିବା ବିରାଟ କୋହଲିଙ୍କ ମଜାଳିଆ ଅନ୍ଦାଜ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ। ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୱେଲିଂଟନ୍‌ରେ ଖେଳାଯାଇଥିବା ଦ୍ୱିତୀୟ…

ଉଜୁଡ଼ିଗଲା ଫସଲ, ଜିଲାପାଳଙ୍କ ସ୍ମାରକପତ୍ର ପ୍ରଦାନ କରି ଚାଷୀ…

ଦିଗପହଣ୍ଡି,୭ା୧୧(ଅଶେଷ ନାଥ ମିଶ୍ର): ବାତ୍ୟା ଅର୍ଣ୍ଣବ ପରବର୍ତ୍ତୀ ବନ୍ୟାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇବା ଦାବିରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗଞ୍ଜାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?