ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ହେଉଥିଲା ରାସ୍ତା କାମ: ଭିଡିଓ କରିବାରୁ …

କୁଜଙ୍ଗ,୩।୭(ମନୋଜ ପ୍ରଧାନ): ଏରସମା ବ୍ଲକ ଅଭୟଚାନ୍ଦପୁର ଥାନା ଅନ୍ତର୍ଗତ ଗଡ଼କୁଜଙ୍ଗର ବଡ଼ଦାଣ୍ଡ ସମ୍ପ୍ରସାରଣ ନିମନ୍ତେ ମଙ୍ଗଳବାର କଂକ୍ରିଟ ଢଳେଇ ହୋଇଥିଲା। ମାତ୍ର ଏହି ସମୟରେ ଯନ୍ତ୍ରୀ ଅନୁପସ୍ଥିତ ଥିଲେ। ଏନେଇ ଗ୍ରାମର ସଂଗ୍ରାମ କେଶରୀ ବେହେରା ଓ ପ୍ରଦୀପ ମହାନ୍ତି ମୋବାଇଲରେ ଢଳେଇ ବେଳର ଭିଡିଓ ଶୁଟିଂ କରୁଥିଲେ। ମାତ୍ର ସେଠାରେ ଉପସ୍ଥିତ ଥିବା କେତେଜଣ ଲୋକ ଭିଡିଓ ଶୁଟିଂ ବନ୍ଦ କରିବାକୁ କହିଥିଲେ। ଏହାକୁ କେନ୍ଦ୍ର କରି ଉଭୟ ପକ୍ଷଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ତାହା ଗଣ୍ଡଗୋଳର ରୂପ ଧାରଣ କରିଥିଲା। ଉଭୟ ପକ୍ଷଙ୍କ ମଧ୍ୟରେ ବାଡ଼ିଆପିଟା ହେବା ଦେଖି ପ୍ରଦୀପଙ୍କ ମା’ ଅମ୍ବିକା ମହାନ୍ତି ସେଠାରେ ପହଞ୍ଚତ୍ ଗଣ୍ଡଗୋଳ ବନ୍ଦ କରିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ତାଙ୍କ ମୁଣ୍ଡ ଫାଟି ଯାଇଛି। ଏନେଇ ସଂଗ୍ରାମ କେଶରୀ ଅଭୟଚାନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ମାମଲା (ନଂ. ୧୮୯/୨୪ ) ରୁଜୁ କରିଛି। ଅପରପକ୍ଷେ ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ହେଉଥିବା କାର୍ଯ୍ୟକୁ ସମର୍ଥନ କରିଥିବା ଗୋଷ୍ଠୀ ପକ୍ଷରୁ ତପନ ସାମଲ ଥାନାରେ ପାଲଟା ଅଭିଯୋଗ କରିଛନ୍ତି। ଏହାକୁ ଭିତ୍ତିକରି ଅଭୟଚାନ୍ଦପୁର ପୋଲିସ ମାମଲା (ନଂ.୧୮୮/୨୪) ରୁଜୁ କରିଛି। ଏନେଇ ତଦନ୍ତ ଜାରି ରହିଛି ବୋଲି ଥାନା ଅଧିକାରୀ ରାଜକିଶୋର ବେହେରା କହିଛନ୍ତି।
ଅନୁପସ୍ଥିତି ସମ୍ପର୍କରେ ଏରସମା ବିଡିଓ ଲମ୍ବୋଦର ଖୁଣ୍ଟିଆଙ୍କୁ ମୋବାଇଲ ଫୋନ୍‌ ଯୋଗେ ପଚାରିବାରେ, ସେ ଫୋନ୍‌ରେ କିଛି କହିବେ ନାହିଁ ବରଂ ସଂପୃକ୍ତ କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିବାକୁ ପରାମର୍ଶ ଦେଇଥିଲେ। ଏ ସମ୍ପର୍କରେ ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀ ଲଳିତ ମୋହନ ବସ୍ତିଆଙ୍କୁ ପଚାରିବାରେ ସେ କହିଥିଲେ,ମୁଁ ଠିକ୍‌ ସମୟରେ ପହଞ୍ଚିଛି । ମୋର କୌଣସି ଗଣ୍ଡଗୋଳରେ ପଶିବାର ନାହିଁ। ପଞ୍ଚାୟତ ସମିତି ଅଂଶରୁ ୪ ଲକ୍ଷ ୮୦ ହଜାର ଟଙ୍କା ବ୍ୟୟ ଅଟକଳରେ ବଡ଼ଦାଣ୍ଡ ସମ୍ପ୍ରସାରଣ ହେଉଛି । କମିଟି ସଭ୍ୟମାନେ ଏହା କରୁଛନ୍ତି। ଆଗକୁ ମନ୍ଦିର କମିଟି ୨ ଲକ୍ଷ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଥିବାର ଯନ୍ତ୍ରୀ ବସ୍ତିଆ ପ୍ରକାଶ କରିଛନ୍ତି। ଉତ୍ତେଜନାକୁ ଲକ୍ଷ୍ୟ ରଖି କାର୍ଯ୍ୟସ୍ଥଳରେ ପୋଲିସ ନିୟୋଜନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?