Posted inଜାତୀୟ

ପରିଯୋଜନା ପୂରଣ କରିବାରେ ସଡ଼କ ପରିବହନ ବିଭାଗ ପଛୁଆ, ବିଳମ୍ବରେ କାର୍ଯ୍ୟ କରୁଛି ୨୪୩ ପ୍ରକଳ୍ପ…

ନୂଆଦିଲ୍ଲୀ,୨୭।୧୧ : ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରକଳ୍ପ ଶେଷ କରିବାରେ ସଡକ ପରିବହନ ଏବଂ ରାଜପଥ ବିଭାଗ ପଛରେ ପଡିଛି। ବିଭାଗର ୨୪୩ ଟି ପ୍ରକଳ୍ପ ବିଳମ୍ବରେ ଚାଲିଛି। ଏହା ପରେ ରେଳବାଇ ଦ୍ୱିତୀୟ ସ୍ଥାନରେ ରହିଛି। ରେଳବାଇର ୧୧୪ଟି ପ୍ରକଳ୍ପ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ସେହିପରି ତୃତୀୟ ସ୍ଥାନରେ ୮୯ଟି ପ୍ରକଳ୍ପ ସହିତ ପେଟ୍ରୋଲିୟମ ସେକ୍ଟର ରହିଛି ।

ଏକ ସରକାରୀ ରିପୋର୍ଟରେ କୁହାଯାଇଛି ଯେ ସଡକ ପରିବହନ ଏବଂ ରାଜପଥ ବିଭାଗ ସହ ଜଡିତ ୮୨୬ ଟି ମଧ୍ୟର୨୪୩ଟି ପ୍ରକଳ୍ପର ଗତି ଅତ୍ୟନ୍ତ ମନ୍ଥର ଅଟେ। ଏଥି ସହିତ ରେଳବାଇର ୧୭୩ ଟି ପ୍ରକଳ୍ପ ମଧ୍ୟରୁ ୧୧୪ ଟି ଏବଂ ପେଟ୍ରୋଲିୟମ କ୍ଷେତ୍ରରେ୧୪୨ ଟି ମଧ୍ୟରୁ ୮୯ ଟି ବିଳମ୍ବରେ ଚାଲିଛି।

ଏହି ରିପୋର୍ଟ ଭିତ୍ତିଭୂମି ଏବଂ ପ୍ରକଳ୍ପ ମନିଟରିଂ ଡିଭିଜନ (ଆଇପିଏମଡି) ଦ୍ୱାରା ଜାରି କରାଯାଇଛି। ଏହି ବିଭାଗ ୧୫୦ କୋଟି କିମ୍ବା ତା’ଠାରୁ ଅଧିକ ମୂଲ୍ୟର କେନ୍ଦ୍ରର ପ୍ରକଳ୍ପଗୁଡିକ ଉପରେ ନଜର ରଖିଥାଏ।

ରିପୋର୍ଟରେ ଦର୍ଶାଯାଇଛି ଯେ ମୁନିରାବାଦ-ମହବୁବନଗର ରେଳ ପ୍ରକଳ୍ପ ହେଉଛି ସବୁଠାରୁ ଅଧିକ ଲମ୍ବିତ ପ୍ରକଳ୍ପ। ଏହି ପ୍ରକଳ୍ପ କାର୍ଯ୍ୟସୂଚୀ ୨୭୬ ମାସ ପଛୁଆ ଚାଲିଛି। ଏହା ବ୍ୟତୀତ ଉଦାମପୁର-ଶ୍ରୀନଗର ବାରାମୁଳା ରେଳ ପ୍ରକଳ୍ପ ୨୪୭ ମାସ ପଛରେ ଚାଲିଛି। ରିପୋର୍ଟ ଅନୁଯାୟୀ, ମୋଟ ୬୪୨ ଟି ପ୍ରକଳ୍ପ ସେମାନଙ୍କର ମୂଳ ଧାର୍ଯ୍ୟ ସମୟଠାରୁ ପଛରେ ରହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

କରୋନା ସଂକ୍ରମଣ: ଜୁନ୍‌ ଶେଷ ବେଳକୁ ରାଜଧାନୀରେ ସ୍ଥିତି ହେବ ଅଣାୟତ!

ନୂଆଦିଲ୍ଲୀ,୭।୬: କରୋନା ସଂକ୍ରମଣ ଏବେ ସାରା ବିଶ୍ୱରେ କାୟା ବିସ୍ତାର କରି ଚାଲିଥିବା ବେଳେ ଭାରତରେ ମଧ୍ୟ ବେଳକୁ ବେଳ ସ୍ଥିତି ଅଣାୟତ ହେବାରେ ଲାଗିଛି।...

ପୋଲିସ ଷ୍ଟେଶନ ଉପରେ ଆତଙ୍କବାଦୀଙ୍କ ଗ୍ରେନେଡ ମାଡ

ବାରମୂଳା,୭।୬: ଜମ୍ମୁ-କଶ୍ମୀର ବାରମୂଳା ଜିଲାର ସୋପେର ଅଞ୍ଚଳରେ ଏକ ପୋଲିସ ଷ୍ଟେଶନ ଉପରେ ଶୁକ୍ରବାର ଆତଙ୍କବାଦୀଙ୍କ ଦ୍ୱାରା ଗ୍ରେନେଡ୍‌ ମାଡ ହୋଇଛି। ଏଥିରେ ୨ ପୋଲିସକର୍ମୀ...

ମହାପଞ୍ଚାୟତ ପୂର୍ବରୁ ଶାହାରନପୁରରେ ୧୪୪ ଧାରା

ଶାହାରନପୁର,୧୦।୨: ଉତ୍ତରପ୍ରଦେଶ ଶାହାରନପୁରରେ ବୁଧବାର କୃଷକ ମହାପଞ୍ଚାୟତ ଆୟୋଜନ କରାଯିବାର କାର୍ଯ୍ୟକ୍ରମ ଥିଲା। ତେବେ ସୁରକ୍ଷା ଦୃଷ୍ଟିରୁ ଜିଲାରେ ୧୪୪ ଧାରା ଜାରି କରାଯାଇଛି। ମହାପଞ୍ଚାୟତରେ...

ଜେଡିୟୁ ଛାଡ଼ିଲେ ମୀନା ସିଂ

ପାଟନା,୩ା୩ : ପୂର୍ବତନ ଏମ୍‌ପି ମୀନା ସିଂ ଶୁକ୍ରବାର ଜେଡିୟୁ ଛାଡ଼ିଛନ୍ତି।  ୨୦୦୮ରେ ସ୍ବାମୀ ତଥା ଏମ୍‌ପି ଅଜିତ କୁମାର ସିଂଙ୍କ ପରଲୋକ ପରେ ମୀନା...

ଭାଜପା,ତୃଣମୂଳ କଂଗ୍ରେସ ଏମ୍‌ପିଙ୍କୁ ଫୋନ କରିବି ନାହିଁ: ମାର୍ଗାରେଟ ଆଲ୍‌ଭା

ନୂଆଦିଲ୍ଲୀ,୨୬।୭: ଅଗଷ୍ଟ ୬ରେ ହେବାକୁ ଥିବା ଦେଶର ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଉପରାଷ୍ଟ୍ରପତି ପଦ ପାଇଁ ବିରୋଧୀ ପ୍ରାର୍ଥୀ ମାର୍ଗେଟ ଆଲ୍‌ଭା...

ସିବିଆଇ-ଇଡି ମୁଖ୍ୟଙ୍କ କାର୍ଯ୍ୟକାଳ ୫ ବର୍ଷ ପର୍ଯ୍ୟନ୍ତ ବଢ଼ିବ…

ନୂଆଦିଲ୍ଲୀ,୧୪।୧୧: ସିବିଆଇ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ମୁଖ୍ୟଙ୍କ କାର୍ଯ୍ୟକାଳ ଏଣିକି ୫ ବର୍ଷ ପର୍ଯ୍ୟନ୍ତ ବୃବଦ୍ଧି କରାଯାଇ ପାରିବ। ଏ ସମ୍ପର୍କିତ ଦୁଇ ଅଧ୍ୟାଦେଶକୁ ରାଷ୍ଟ୍ରପତି...

ଗୁରୁବାର ପ୍ରଧାନମନ୍ତ୍ରୀଙ୍କ କରୋନା ସମୀକ୍ଷା ବୈଠକ…

ନୂଆଦିଲ୍ଲୀ, ୨୨।୧୨: ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ସଂଖ୍ୟାରେ ସାମାନ୍ୟ ବ୍ରେକ୍‌ ଲାଗିଛି। ଦେଶରେ କରୋନାର ଓମିକ୍ରନ ଭାରିଆଣ୍ଟ...

ବିବାହକୁ ସ୍ମରଣୀୟ କରିବା ପାଇଁ ନିଆରା ଢଙ୍ଗ ଆପଣାଇଲେ ନବଦମ୍ପତ୍ତି

ଜୟପୁର,୧୫।୧୦: ରାଜସ୍ଥାନ ଜୟପୁରରେ ଜଣେ ଦମ୍ପତ୍ତି ନିଜ ବିବାହକୁ ସ୍ମରଣୀୟ କରିବା ପାଇଁ ନିଆରା ପଦକ୍ଷେପ ଆପଣାଇଛନ୍ତି। ଜଣେ ନବ ବିବାହିତ ଦମ୍ପତ୍ତି ସହରର ବିଭିନ୍ନ...

Advertisement
Archives

Model This Week