ବିଦ୍ୟାଳୟ ରାସ୍ତାରେ ଗଛ ପକାଇ ଅବରୋଧ: ରାସ୍ତା ଉପରେ ପାଠ ପଢ଼ିଲେ ଛାତ୍ରଛାତ୍ରୀ, ୪ ଘଣ୍ଟା ପରେ…

ଡୁଙ୍ଗୁରିପାଲି ୧୩।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା  ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ନାଇକେନପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯିବା ରାସ୍ତାରେ ଜଣେ ବ୍ୟକ୍ତି ଗଛ ପକାଇ ଅବରୋଧ କରିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ରାସ୍ତ ବନ୍ଦ ହେବାରୁ ବାଧ୍ୟ ହୋଇ ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କୁ ଦୀର୍ଘ ୪ ଘଣ୍ଟା ଧରି ରାସ୍ତା ଉପରେ ପାଠ ପଢ଼ାଇଥିଲେ। ପରେ ପୋଲିସ ପ୍ରଶାସନ ଓ ରାଜସ୍ୱ ବିଭାଗୀୟ ଅଧିକାରୀମାନେ ପହଞ୍ଚି ଗ୍ରାମବାସୀଙ୍କୁ ନେଇ ଏହାର ସମାଧାନ କରିବା ପରେ ପିଲାମାନେ ସ୍କୁଲ ଭିତରକୁ ପ୍ରବେଶ କରିଥିଲେ।

ମିଳିଥିବା ସୂଚନା ମୁତାବକ, ନାଇକେନପାଲି ଗ୍ରାମର ସ୍ୱର୍ଗତ ଶ୍ରୀବଚ୍ଛ ସାହୁ ଆଜକୁ ୩୦ ବର୍ଷ ପୂର୍ବେ ଗ୍ରାମବାସୀ ଓ ସ୍କୁଲ ପ୍ରଶାସନର ସହମତିରେ ନିଜ ଜମିକୁ ବିଦ୍ୟାଳୟକୁ ହସ୍ତାନ୍ତର କରିଥିଲେ ଏବଂ ଏହାର ବଦଳରେ ରାଜସ୍ୱ ବିଭାଗ ପକ୍ଷରୁ ତାଙ୍କୁ ଅନ୍ୟ ଏକ ଜମିର ପଟ୍ଟା ଦିଆଯାଇଥିଲା। ସେହି ଜମି ଦେଇ ହିଁ ସ୍କୁଲକୁ ଯିବା ପାଇଁ ରାସ୍ତା ତିଆରି ହୋଇଥିଲା, ଯାହାକୁ ଦୈନନ୍ଦିନ ପ୍ରାଥମିକ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ଅଙ୍ଗନୱାଡି କେନ୍ଦ୍ରର ଛାତ୍ରଛାତ୍ରୀମାନେ ଯିବାଆସିବା ପାଇଁ ବ୍ୟବହାର କରିଥାଆନ୍ତି।

ତେବେ ଗୁରୁବାର ସକାଳ ପ୍ରାୟ ୯:୩୦ ମିନିଟ୍ ସମୟରେ ସ୍ୱର୍ଗତ ଶ୍ରୀବଚ୍ଛଙ୍କ ତିନି ପୁଅଙ୍କ ମଧ୍ୟରୁ ମାଲ ସାହୁ ନାମକ ଜମି ମାଲିକ ବିଦ୍ୟାଳୟକୁ ଯିବା ରାସ୍ତାରେ ଗଛ ପକାଇ ରାସ୍ତାକୁ ସମ୍ପୂର୍ଣ୍ଣ ଅବରୋଧ କରିଦେଇଥିଲେ। ଏହି କାରଣରୁ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମେତ ଦୁଇଟି ଅଙ୍ଗନୱାଡି କେନ୍ଦ୍ର ଏବଂ ଶିଶୁ ବାଟିକାର ମୋଟ ୧୩୩ ଜଣ ଛାତ୍ରଛାତ୍ରୀ ସ୍କୁଲ ଭିତରକୁ ଯାଇପାରି ନଥିଲେ। ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜେଠୁ ସାହୁ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବଳରାମ ପଧାନ, ଅନ୍ୟ ଶିକ୍ଷକଶିକ୍ଷୟିତ୍ରୀ ଏବଂ ଅଙ୍ଗନୱାଡି କର୍ମୀମାନେ ବାଧ୍ୟ ହୋଇ ରାସ୍ତା ଉପରେ ପିଲାମାନଙ୍କୁ ପାଠ ପଢ଼ାଇଥିଲେ। ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଚାଲିଥିବା ଏହି ବିଦ୍ୟାଳୟର ପିଲାମାନେ ବାହାରେ ପାଠ ପଢ଼ିବା ଦୃଶ୍ୟ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା।

ଘଟଣା ସମ୍ପର୍କରେ ଜାଣିବା ପରେ ଗ୍ରାମବାସୀ ସ୍ଥାନୀୟ ପୋଲିସ ଓ ରାମପୁର ତହସିଲଦାରଙ୍କୁ ଅବଗତ କରାଇଥିଲେ। ଖବର ପାଇ ରାମପୁର ଥାନା ଅଧିକାରୀ ବିନୋଦିନୀ ବରିହା, ରାମପୁର ରାଜସ୍ୱ ନିରୀକ୍ଷକ ପଞ୍ଚାନନ ନାଏକ ଏବଂ ସିଆରସିସି ପ୍ରଦୀପ୍ତ ଦାଶ ଘଟଣାସ୍ଥଳରେ ପହଞ୍ଚିଥିଲେ। ପ୍ରଶାସନିକ ଅଧିକାରୀମାନେ ଗ୍ରାମବାସୀଙ୍କୁ ନେଇ ଜମି ଭାଗବଣ୍ଟା ଓ ବିବାଦର ସମାଧାନ କରିବା ପରେ ଦିନ ୧୨:୩୦ ମିନିଟ୍ ସମୟରେ ମାଲ ସାହୁ ରାସ୍ତାରୁ ଗଛ ହଟାଇଥିଲେ।

ଏହିପରି ଭାବେ ପ୍ରାୟ ୪ ଘଣ୍ଟା ଧରି ପିଲାମାନଙ୍କ ପାଠପଢ଼ାରେ ବାଧା ସୃଷ୍ଟି ହୋଇଥିଲା। ରାସ୍ତା ଖୋଲାଯିବା ପରେ ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କୁ ସ୍କୁଲ ଭିତରକୁ ପ୍ରବେଶ କରାଇ ପାଠପଢ଼ା ଜାରି ରଖିଥିଲେ ଏବଂ ପରେ ସେମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଥିଲା।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?