ପଲ୍ଲୀ-ପିତାପାଟ ରାସ୍ତାରେ ଘାଇ: ଯାତାୟାତ ବାଧାପ୍ରାପ୍ତ

ମହାକାଳପଡ଼ା,୨୩ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ)-କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ଓ ପେଟଛେଲା ପଞ୍ଚାୟତକୁ ସଂଯୋଗ କରୁଥିବା ପଲ୍ଲୀ- ପିତାପାଟ କଣ୍ଟିଜୋରଠାରେ ଘାଇ ସୃଷ୍ଟି ହୋଇଛି ା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି ା ପ୍ରତିଦିନ ସେହି ରାସ୍ତାରେ ସ୍ଥାନୀୟ ଶ୍ରମିକ ଓ ଚାଷୀମାନେ ବିଭିନ୍ନ କାମରେ ଯାତାୟାତ କରିଥାନ୍ତି ା ହେଲେ ସେହି ରାସ୍ତାରେ ଏବେ ପାଣି ଜମି ଥିବାରୁ ନିକଟସ୍ଥ ଚାଷ ଜମିକୁ ଚାଷୀମାନେ ଯାଇପାରୁନାହାନ୍ତି । ଅନ୍ୟପକ୍ଷେ ପାରାଦୀପକୁ କାମ କରିବା ପାଇଁ ଯିବାକୁ ଶ୍ରମିକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି ା ଗତ ପଞ୍ଚାୟତ ସମିତି ବୈଠକରେ ଏହି ରାସ୍ତା ମରଣଯନ୍ତା ପାଲଟି ଥିବା ସଂକ୍ରାନ୍ତରେ ଆଲୋଚନା ହୋଇଥିଲା। ଏହି ରାସ୍ତା କେଉଁ ବିଭାଗ ଅଧୀନରେ ଅଛି ତାହା ସ୍ପଷ୍ଟ ନ ହେବାରୁ ଆଲୋଚନାର ମୁଖ୍ୟ ପ୍ରସଙ୍ଗ ପାଲଟିଥିଲା। ଏବେ ସେହି ରାସ୍ତାରେ ଘାଇ ସୃଷ୍ଟି ହେବା ପରେ କେଉଁ ବିଭାଗ ସେହି ଘାଇକୁ ମରାମତି କରିବ ସେ ସଂକ୍ରାନ୍ତରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ା ତୁରନ୍ତ ସେହି ଘାଇକୁ ବାଲିବସ୍ତା ପକାଇ ବନ୍ଦ କରିବା ପରେ ସ୍ଥାୟୀଭାବେ ମରାମତି କରିବାକୁ ସାମାଜିକ କର୍ମୀ ସୁବାସ ସ୍ବାଇଁ ଦାବି କରିଛନ୍ତି ା ଅନ୍ୟପକ୍ଷେ ୧୯୯୯ ମହାବାତ୍ୟା ପରେ ଏହି ରାସ୍ତାକୁ ଫୁଡ୍‌ ଫର୍‌ ୱାର୍କ ବା ଖାଦ୍ୟ ବଦଳରେ କାମ ଯୋଜନାରେ ନିର୍ମାଣ କରାଯାଇଥିଲା ା ହେଲେ ଏହାପରେ ଉକ୍ତ ରାସ୍ତାର ରକ୍ଷଣାବେକ୍ଷଣ କରାଯାଉ ନ ଥିବା ସ୍ଥାନୀୟ ଅଞ୍ଚଳର ବାଇଧର ବେହେରା , ସୁକୁମାର ମଣ୍ଡଳ , ଜରଦାର ମଣ୍ଡଳ , ଅମିୟ ମଣ୍ଡଳ , ପରିମଲ ମଣ୍ଡଳ , ଅନିତା ମଣ୍ଡଳ ଓ ଗୀତା ସର୍ଦ୍ଦାରଙ୍କ ସମେତ ବହୁ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତୁରନ୍ତ ଉକ୍ତ ରାସ୍ତା ନିର୍ମାଣ କରିବା ପାଇଁ ୨ ପଞ୍ଚାୟତର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି।
ବର୍ଷା ଯୋଗୁ ମହାନଦୀରେ ବନ୍ୟା ଜଳ କଣ୍ଟିଜୋର ଦେଇ ଶତାଧିକ ହେକ୍ଟର ଜମିରେ ମାଡ଼ୁଛି। ଫଳରେ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ସେହିପରି ରାମ ନଗର ପଞ୍ଚାୟତ ପକ୍ଷରୁ ୨ ବର୍ଷ ପୂର୍ବେ ପିତାପାଟ ଗ୍ରାମ ସଂଲଗ୍ନ କଣ୍ଟିଜୋରଠାରେ ଏକ ସ୍ଲୁଇସ କ୍ରିକ୍‌ ନିର୍ମାଣ କାର୍ଯ୍ୟ ହୋଇଥିଲା। ହେଲେ ଲୁଣିପାଣି ଯୋଗୁ ଲୁହା କବାଟ ଭାଙ୍ଗି ରୁଜି ଗଲାଣି। ଖରା ଦିନେ ମହାନଦୀର ଲୁଣିଜଳ ପ୍ରବେଶ କରି ଶତାଧିକ ହେକ୍ଟର ଜମି ନଷ୍ଟ ହେଉଛି। ଏପରି କି ବିଲରେ ଥିବା ତଳି ନଷ୍ଟ ହେଉଛି ବୋଲି ଚାଷୀମାନେ କହିଛନ୍ତି।
ଏ ସଂକ୍ରାନ୍ତରେ ବିଡିଓ ସୌମ୍ୟଶ୍ରୀ ପାଣିଗ୍ରାହୀ କୁହନ୍ତି, ଏତେ ବଡ଼ ଲମ୍ବା ରାସ୍ତା ପାଇଁ ଅଧିକ ଅର୍ଥ ଖର୍ଚ୍ଚ ହେବ। ସେଥିପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ସେହି ଦାୟିତ୍ୱ ହସ୍ତାନ୍ତର କରାଯିବାର ପ୍ରସ୍ତାବ ରହିଛି। ଏହି ରାସ୍ତାରେ ଘାଇ ମରାମତି ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଚିତାବାଘ, ଭାଲୁ ସହ ଜଙ୍ଗଲୀ କୁକୁରର ଭୟ…, ଏହାକୁ ଖାତିର ନକରି ଦୁଇ ଭଉଣୀଙ୍କୁ ପାଠ ପଢ଼ାଇବା ପାଇଁ ଜଙ୍ଗଲ ମଧ୍ୟରେ ୫ କିଲୋମିଟର ଚାଲି ଚାଲି ଯାଉଛନ୍ତି ଶିକ୍ଷକ

ମୁମ୍ବାଇ,୪।୯: ଜଣେ ଶିକ୍ଷକଙ୍କ ଶିକ୍ଷା ପ୍ରତି ଆଗ୍ରହ ଏବଂ ପିଲାମାନଙ୍କ ଭବିଷ୍ୟତ ଗଠନ ପ୍ରତି ତାଙ୍କର ଉତ୍ସର୍ଗତାର ଏକ ପ୍ରେରଣାଦାୟକ ଉଦାହରଣ ମହାରାଷ୍ଟ୍ରର କୋହ୍ଲାପୁର ଜିଲାରୁ ସାମ୍ନାକୁ…

ଭାଦ୍ରବ ମାସରେ ଦାନ କରନ୍ତୁ ଏହି ୫ ଜିନିଷ: ଈଶ୍ୱରଙ୍କ କୃପା ସହ ଖୋଲିଯିବ ଉନ୍ନତିର ରାସ୍ତା!

ଭାଦ୍ରବ ମାସକୁ ପୂଜାପାଠ ଓ ଧାର୍ମିକ ସାଧନା ପାଇଁ ବେଶ ମହତ୍ତ୍ୱପୂର୍ଣ୍ଣ ବୋଲି ମନେ କରାଯାଏ। ଏହି ମାସରେ ଜନ୍ମାଷ୍ଟମୀ, ଗଣେଶ ଚତୁର୍ଥୀ ଓ ଅନନ୍ତ ଚତୁର୍ଦ୍ଦଶୀ…

‘ମୁଁ ଆପଣଙ୍କ ଛାତ୍ର, ମୋତେ…’, ଶିକ୍ଷକଙ୍କ ସହ PM ମୋଦିଙ୍କ ରୋଚକ କଥାବାର୍ତ୍ତା

ନୂଆଦିଲ୍ଲୀ,୫।୯: ଶିକ୍ଷକ ଦିବସ ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ବିଶେଷ ଶିକ୍ଷକଙ୍କୁ ଭେଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ…

ଏକାଥରକେ ପଡିବ ଶନି, ରାହୁ, କେତୁଙ୍କ ଶୁଭ ଦୃଷ୍ଟି: ମୀନ ସମେତ ଏହି ସବୁ ରାଶିଙ୍କ ପୂରଣ ହେବ ଦୀର୍ଘଦିନର ଇଚ୍ଛା

ଆସନ୍ତା ୫ ସେପ୍ଟେମ୍ବର ୨୦୨୬, ଭାଦ୍ରବ ମାସ କୃଷ୍ଣପକ୍ଷ ନବମୀ ତିଥି ଏବଂ ଶନିବାର। ଏହି ଦିନ କର୍ମ ଓ ନ୍ୟାୟର ଦେବତା ଶନିଙ୍କୁ ସମର୍ପିତ। ଏହାସହ…

DAରେ ୧୮% ବୃଦ୍ଧି! ସରକାରୀ କର୍ମଚାରୀଙ୍କୁ ସରକାରଙ୍କ ‘ଜନ୍ମାଷ୍ଟମୀ ଉପହାର’

ନୂଆଦିଲ୍ଲୀ,୫।୯: ପଞ୍ଜାବର ପ୍ରାୟ ୮୫ ହଜାର ସରକାରୀ କର୍ମଚାରୀଙ୍କୁ ଜନ୍ମାଷ୍ଟମୀ ଅବସରରେ ବଡ଼ ଉପହାର ଦେବାକୁ ଯାଉଛନ୍ତି ରାଜ୍ୟ ସରକାର। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA)କୁ…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri