Posted inଜାତୀୟ

୩୧ ବର୍ଷରେ ପଦାର୍ପଣ କଲେ ତେଜସ୍ବୀ, ଗୋଟିଏ ଦିନ ପରେ ମିଳିପାରେ ବଡ ଉପହାର

ପାଟନା,୯।୧୧: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସୁପୁତ୍ର ତଥା ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ସୋମବାର ୩୧ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ତାଙ୍କୁ ଚାରିଆଡୁ ଶୁଭେଚ୍ଛା ବାର୍ତ୍ତାର ସୁଅ ଛୁଟିଛି। ଯୁବ ନେତାଙ୍କ ଜନ୍ମଦିନରେ ପରିବାରଠାରୁ ଆରମ୍ଭ କରି ଦଳର ସମସ୍ତ ନେତା ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଭଉଣୀ ରୋହିଣୀ ଆଚାର୍ଯ୍ୟ ଏବଂ ଭାଇ ତେଜ ପ୍ରତାପ ମଧ୍ୟ ଟୁଇଟ୍‌ ଯୋଗେ ସାନ ଭାଇଙ୍କ ଦୀର୍ଘ ଜୀବନ କାମନା କରିଛନ୍ତି। ଏଥର ତେଜସ୍ବୀଙ୍କ ଜନ୍ମଦିନ ବେଶ୍‌ ଖାସ୍‌ ହେବାକୁ ଯାଉଛି। କାରଣ ଏହାର ଗୋଟିଏ ଦିନ ପରେ ବିହାର ବିଧାନ ସଭାର ଫଳାଫଳ ପ୍ରକାଶ ପାଇବ। ତେଜସ୍ବୀ ଯାଦବଙ୍କ ନେତୃତ୍ୱରେ ଗଠିତ ମହାଗଠବନ୍ଧନ ବିହାରରେ ସରକାର ଗଠନ କରିବ ବୋଲି ଏକଜିଟ ପୋଲ ଫଳାଫଳରୁ ସ୍ପଷ୍ଟ ହୋଇଛି। ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୧୨୨। ଏକାଧିକ ଏକଜିଟ ପୋଲ ମହାଗଠବନ୍ଧନ ବେଶ ଆରାମରେ ମ୍ୟାଜିକ ନମ୍ବର ହାସଲ କରିନେବ ବୋଲି ଆକଳନ କରିଛନ୍ତି। ଏକାଧିକ ସଂସ୍ଥା କରିଥିବା ସର୍ଭେ ରିପୋର୍ଟକୁ ଆକଳନ କଲେ ମହାଗଠବନ୍ଧନ ହିଁ ସବୁଥିରେ ଆଗରେ ରହିଛି। ଏଥିରୁ ଜଣାପଡୁଛି ତେଜସ୍ବୀଙ୍କ ଜନ୍ମଦିନ ଦିନ ଉପହାର ଗୋଟିଏ ଦିନ ପରେ ମିଳିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ସହଯୋଗୀଙ୍କ ହାତ ଧରିଲା ଭାଜପା

ଗୁଆହାଟୀ, ୧୪।୧୨(ପି.ଟି.): ଆସାମ ବୋଡୋଲ୍ୟାଣ୍ଡ ଟେରିଟୋରିଆଲ୍‌ କାଉନ୍‌ସିଲ୍‌ (ବିଟିସି)କୁ ନିଜ ଅକ୍ତିଆରରେ ରଖିବା ଲାଗି ଭାଜପା ଏହାର ସହଯୋଗୀ ଦଳ ବିପିଏଫ୍‌କୁ ଛାଡ଼ି ଅନ୍ୟ ଏକ...

ଜମ୍ମୁ-କଶ୍ମୀରରୁ ୧୪୪ ଧାରା ହଟାଇବା ଆବେଦନର ତତ୍କାଳ ଶୁଣାଣିକୁ ମନା କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ, ୧୩।୮: ଜମ୍ମୁ-କଶ୍ମୀରରୁ ୧୪୪ ଧାରା ହଟାଇବା ଆବେଦନର ତତ୍କାଳ ଶୁଣାଣି କରିବାକୁ ମଙ୍ଗଳବାର ସୁପ୍ରିମ୍‌କୋର୍ଟ ମନା କରିଛନ୍ତି। ଏହା ଏକ ସମ୍ବେଦନଶୀଳ ମାମଲା। ଏଥି...

ଭାରତ ଆସୁଥିବା ବିଦେଶୀ ନେତା ଏବେ କେବଳ ଗୁଜରାଟ ଯାଉଛନ୍ତି: ପାୱାର

ମୁମ୍ବାଇ,୨୪ ।୪: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର ସୁପ୍ରିମୋ ଶରଦ ପାୱାର ମହାରାଷ୍ଟ୍ରର କୋହ୍ଲାପୁରରେ ଆୟୋଜିତ ଏକ ସଂକଳ୍ପ ଯାତ୍ରାରେ ସମ୍ବୋଧନ ଦେବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ଲକ୍ଷାଧିକ ସୁସ୍ଥ ହେଲେଣି

ନୂଆଦିଲ୍ଲୀ, ୫ା୬:ମହାମାରୀ କରୋନା କାୟାବିସ୍ତାର କରିବାରେ ଲାଗିଛି। ଭାରତରେ ଏବେ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୧୮ ହଜାର ଟପିଲାଣି। ୬,୧୦୪ ଜଣଙ୍କ ଜୀବନ...

ସଚିନଙ୍କୁ କରୋନା

ଜୟପୁର,୧୨।୧୧-ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି କଂଗ୍ରେସ ନେତା ସଚିନ ପାଇଲଟ। ଏ ନେଇ ସଚିନ ନିଜେ ଗୁରୁବାର ଟୁଇଟ ଜରିଆରେ ସୂଚନା ଦେଇଛନ୍ତି। ଡାକ୍ତରଙ୍କ ପରାମର୍ଶକ୍ରମେ...

ଭାଜପା ଦଖଲରେ ଗୁଜରାଟର ୬ ପୌର ନିଗମ

ଅହମଦାବାଦ, ୨୪।୨ : ଗୁଜରାଟ ପୌର ନିର୍ବାଚନ ଭୋଟଗଣତି ମଙ୍ଗଳବାର ଜାରି ରହିଥିବାବେଳେ ଭାଜପା ୬ଟି ଯାକ ମହାନଗର ନିଗମ ଦଖଲ କରିଛି। ରାତି ୧୧ଟା...

ସରିଲା ଚର୍ଚ୍ଚିତ ଆଇଏଏସ୍‌ ଅଫିସର ଯୋଡ଼ି ଟିନା- ପ୍ରଦୀପଙ୍କ ବିବାହ: ସାମ୍ନାକୁ ଆସିଲା ଫଟୋ

ନୂଆଦିଲ୍ଲୀ,୨୨।୪: ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଚର୍ଚ୍ଚିତ ଆଇଏଏସ୍‌ ଅଫିସର ଯୋଡ଼ି ଟିନା ଡାବି ଏବଂ ଡା. ପ୍ରଦୀପ ଗାୱେଣ୍ଡେ। ଜୟପୁରର ଏକ ପଞ୍ଚତାରକା ହୋଟେଲରେ...

୪୮ ଘଣ୍ଟା ପରେ ବି ଏଏନ୍‌-୩୨ର ମିଳିନି ପତ୍ତା

ନୂଆଦିଲ୍ଲୀ,୫।୬: ନିଖୋଜ ଥିବା ବାୟୁସେନା ବିମାନ ଏଏନ୍‌-୩୨ ୪୮ ଘଣ୍ଟାରେ ବିତ୍ତିଯାଇଥିଲେ ମଧ୍ୟ ଏଯାଏଁ ପତ୍ତା ମିଳିପାର ନାହିଁ। ବିମାନ ନିଖୋଜ ହେବା ପରେ ଏହା...

Advertisement
Archives

Model This Week