Posted inଖେଳ

ଋତୁରାଜଙ୍କୁ ଓପନର କରାଇଥିଲେ କୋଚ୍‌ ସନ୍ଦୀପ

ପୁଣେ: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଅନ୍ୟତମ ଚର୍ଚ୍ଚିତ ଖେଳାଳି ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)ର ଋତୁରାଜ ଗାଏକ୍ୱାଡ୍‌ଙ୍କୁ ଜଣେ ଓପନିଂ ବ୍ୟାଟ୍ସମ୍ୟାନ କରାଇବାରେ ତାଙ୍କ କୋଚ୍‌ ସନ୍ଦୀପ ଚଭନଙ୍କର ବିଶେଷ ଭୂମିକା ରହିଛି। ସନ୍ଦୀପ କହିଛନ୍ତି, ୭ ବର୍ଷ ପୂର୍ବେ ଋତୁରାଜ ଯେତେବେଳେ ସ୍ବଳ୍ପ ବୟସ୍କ ଥିଲେ ତାଙ୍କୁ ଜଣେ ଓପନିଂ ବ୍ୟାଟ୍ସମ୍ୟାନ ହେବା ଲାଗି ପରାମର୍ଶ ଦେଇଥିଲେ। ମହାରାଷ୍ଟ୍ରର ଏହି ଲାଜକୁଳା ଖେଳାଳିଙ୍କୁ ସିଏସ୍‌କେ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଉଚ୍ଚ ପ୍ରଶଂସା କରିବାକୁ ପଛାଇ ନାହାନ୍ତି। ଚଳିତ ଆଇପିଏଲ୍‌ର ଅନ୍ୟତମ ଶ୍ରେଷ୍ଠ ଖେଳାଳି ବୋଲି କହିଛନ୍ତି। ଋତୁରାଜ କ୍ରମାଗତ ତିନୋଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ତା’ ହୋଇ ନ ଥିଲେ ଆଇପିଏଲ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସର ଅଭିଯାନ ଆହୁରି ଶୋଚନୀୟ ହୋଇଥାନ୍ତା। ଚଭନ କହିଛନ୍ତି, ଋତୁରାଜ ଭେଙ୍ଗସରକାର କ୍ରିକେଟ ଏକାଡେମୀରେ ତାଙ୍କର ଟ୍ରେନି ଥିଲେ। ୧୬ବର୍ଷ ବୟସରେ ଜୁନିୟର ରାଜ୍ୟସ୍ତରରେ ସେ ମହାରାଷ୍ଟ୍ର ତରଫରୁ ଜଣେ ମିଡଲ ଅର୍ଡର ବ୍ୟାଟ୍ସମ୍ୟାନ ଭାବେ ଖେଳୁଥିଲେ। ଆଇପିଏଲ୍‌ ଭଳି ଟୁର୍ନାମେଣ୍ଟରେ କ୍ରମାଗତ ୩ ଥର ମ୍ୟାନ ଅଫ୍‌ ଦି ମ୍ୟାଚ ବିବେଚିତ ହେବା ପରେ ଋତୁରାଜଙ୍କ ଉପରେ କିଛି ନ କହି ରହିପାରି ନ ଥିଲେ ଚଭନ। ସେ କହିଛନ୍ତି ମହାରାଷ୍ଟ୍ରର ଏହି ବ୍ୟାଟ୍ସମ୍ୟାନଙ୍କୁ କ୍ଲବ ସ୍ତରରେ ଓପନିଂ କରିବା ଲାଗି ପରାମର୍ଶ ଦେଇଥିଲେ। ଭବିଷ୍ୟତରେ ଏହା ତାଙ୍କ ପାଇଁ କାର୍ଯ୍ୟରେ ଲାଗିବ ବୋଲି କହିଥିଲେ। ସ୍ଥାନୀୟ ଏକ ସିନିୟର ସ୍ତରର ଟୁର୍ନାମେଣ୍ଟ (ମଙ୍କଡେ ଟ୍ରଫି)ରେ ସେ ତାଙ୍କୁ ଓପନ କରିବା ଲାଗି କହିଥିଲେ। ଋତୁରାଜ ଉଭୟ ଇନିଂସରେ ଯଥାକ୍ରମେ ୧୦୦ ଓ ୯୦ ରନ ସ୍କୋର କରିଥିଲେ। ଚଭନ କହିଛନ୍ତି, ପ୍ରଥମାବସ୍ଥାରେ ରାଜ୍ୟ ମ୍ୟାଚ୍‌ଗୁଡ଼ିକରେ ଓପନିଂ କରୁଥିବା ବେଳେ କୌଣସି ସମସ୍ୟାରେ ପଡ଼ିଲେ ସେ ପରାମର୍ଶ ନେଉଥିଲେ। କ୍ରମେ ସେ ପାରଙ୍ଗମ ହୋଇଯାଇଥିଲେ। ବର୍ତ୍ତମାନ ସେ ଜଣେ ସ୍ପେଶାଲିଷ୍ଟ ଓପନର ହୋଇଯାଇଛନ୍ତି। ଋତୁରାଜ ୨୦୦୮-୦୯ରେ ଯେତେବେଳେ ଏକାଡେମୀରେ ଯୋଗଦାନ କରିଥିଲେ ସେତେବେଳେ ତାଙ୍କୁ ୧୨ ବର୍ଷ ହୋଇଥିଲା। ତାଙ୍କ ନିକଟରେ ଏକ ସ୍ବତନ୍ତ୍ର ପ୍ରତିଭା ରହିଥିବା ସେ ଜାଣିପାରିଥିଲେ ବୋଲି ଚଭନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନୀ ଖେଳାଳିଙ୍କ ଫୋନ ଜବତ କଲା PCB; ମ୍ୟାଚ ଫିକ୍ସିଂ ସନ୍ଦେହ? ଉଠିଲାଣି ପ୍ରଶ୍ନ

ଇସଲାମାବାଦ,୬।୯: ପାକିସ୍ତାନ କ୍ରିକେଟ ବୋର୍ଡ (PCB) ସମ୍ପ୍ରତି ଏପରି ନିଷ୍ପତ୍ତି ନେଇଛି ଯାହାକୁ ନେଇ ବିଶ୍ୱବ୍ୟାପୀ ହାସ୍ୟରସ ସୃଷ୍ଟି ହୋଇଛି। ଏବେ, ଇଂଲଣ୍ଡ ଗସ୍ତ ସମୟରେ ଆଉ…

ରୋନାଲ୍ଡୋ-ମେସିଙ୍କୁ ନେଇ ଇତିହାସରେ ପ୍ରଥମ ଥର ଘଟିବାକୁ ଯାଉଛି ଏମିତି ଘଟଣା, ଅପେକ୍ଷାରେ ପ୍ରଶଂସକ

ନୂଆଦିଲ୍ଲୀ,୬।୯: ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଆର୍ଜେଣ୍ଟିନାର ଲିଓନେଲ ମେସି ଫୁଟବଲ ଜଗତର ଦୁଇ କିମ୍ବଦନ୍ତୀ ତାରକା। ପ୍ରାୟ 15 ବର୍ଷ ଧରି, ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ବିଶ୍ୱ…

ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ପୁଣି ଲଜ୍ଜାଜନକ ରେକର୍ଡ!

ନୂଆଦିଲ୍ଲୀ,୬।୯: ୨୦୨୬ ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଇନିଂସରେ ବୈଭବ ସୂର୍ଯ୍ୟବଂଶୀ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ଏବଂ ୧୫ତମ ଓଭରରେ ୪୪ ରନ କରି ଆଉଟ ହୋଇଥିଲେ।…

ମହମ୍ମଦ ଶାମିଙ୍କୁ ନେଇ ଆସିଲା ବଡ଼ ଖବର, ଚୟନକର୍ତ୍ତାଙ୍କ ନଜର ଦୁଲୀପ ଟ୍ରଫି ଫାଇନାଲ ଉପରେ

ନୂଆଦିଲ୍ଲୀ,୬।୯: ଅଭିଜ୍ଞ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ODI ଦଳକୁ ଫେରିବା ପାଇଁ ପଥ ଖୋଲିପାରେ। ଭାରତ ସେପ୍ଟେମ୍ବର 27 ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri