ବିବାଦରେ ଋଷିଙ୍କ ସ୍ତ୍ରୀ ଅକ୍ଷତା: କୁଇନ୍‌ ଏଲିଜାବେଥ୍‌ଙ୍କଠାରୁ ଅଧିକ ସମ୍ପତ୍ତି…

ଲଣ୍ଡନ,୨୫।୧୦ : ମୂଳ ଭାରତୀୟ ଋଷି ସୁନକ ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଛନ୍ତି। ପ୍ରଥମ ଥର ପାଇଁ ଯେତେବେଳେ ସୁନକ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ ସେତେବେଳେ ତାଙ୍କ ସ୍ତ୍ରୀଙ୍କ ଆୟକୁ ନେଇ ବିବାଦ ଦେଖାଦେଇଥିଲା। ପ୍ରକୃତରେ ସୁନକଙ୍କ ସ୍ତ୍ରୀ ଅକ୍ଷତା ମୁର୍ତ୍ତି ଇନଫୋସିସ କମ୍ପାନୀର ସହ-ପ୍ରତିଷ୍ଠାତା ନାରାୟଣ ମୁର୍ତ୍ତିଙ୍କ ଝିଅ। ୨୦୨୨ ମସିହାରେ, ସେ ଇନଫୋସିସ ଶେୟାରରୁ ୧୨୬.୬୧ କୋଟି ଟଙ୍କା ଲାଭ କରିଥିଲେ। ସେ କମ୍ପାନୀରେ ୦.୯୩ ପ୍ରତିଶତ ଅଂଶଧନ ପାଇଛନ୍ତି। ମଙ୍ଗଳବାର ଷ୍ଟକ ମାର୍କେଟ ତଥ୍ୟ ଅନୁଯାୟୀ ଅକ୍ଷତା ମୁର୍ତ୍ତିଙ୍କ ଶେୟାର ମୂଲ୍ୟ ୫,୯୫୬ କୋଟି ଟଙ୍କା।

ବାସ୍ତବରେ ଅକ୍ଷତା ମୁର୍ତ୍ତି କେବଳ ଡିଭିଡେଣ୍ଡରୁ ପ୍ରତିବର୍ଷ କୋଟି କୋଟି ଟଙ୍କା ରୋଜଗାର କରନ୍ତି। ବିବାଦ ଥିଲା ଯେ ସେ ଭାରତର ନାଗରିକ ତେଣୁ ବ୍ରିଟେନରେ ଟିକସ ଦେଇ ନଥିଲେ। ଯଦିଓ ସେ ଭାରତ କମ୍ପାନୀରୁ କୋଟି କୋଟି ରୋଜଗାର କରୁଥିଲେ । କୁହାଯାଇଥିଲା ଯେ ତାଙ୍କ ସମ୍ପତ୍ତି କୁଇନଏଲିଜାବେଥଙ୍କ ମୋଟ ସମ୍ପତ୍ତିଠାରୁ ଅଧିକ ଥିଲା। ଏହି ବିଷୟରେ ଋଷି ସୁନକ ଏବଂ ତାଙ୍କ ସ୍ତ୍ରୀଙ୍କ ଉପରେ ପ୍ରଶ୍ନ ଉଠିଥିଲା।

ରିପୋର୍ଟ ଅନୁଯାୟୀ, ସୁନକଙ୍କ ମୋଟ ସମ୍ପତ୍ତିରମୂଲ୍ୟ ୭୩୦ନିୟୁତ ପାଉଣ୍ଡ। ଥରେ ଅକ୍ଷତା ମୁର୍ତ୍ତି ମଧ୍ୟ ଏକ କପ ଚାକୁ ନେଇ ବିବାଦ ଭିତରକୁ ଆସିଥିଲେ। ଖବରଦାତାମାନଙ୍କ ପାଇଁ ଚା ଏବଂ ବିସ୍କୁଟ ବ୍ୟବସ୍ଥା କରାଯାଇଥିଲା। ଯଦିଓ କପଗୁଡିକର ମୂଲ୍ୟ ପ୍ରାୟ ୩୮ ପାଉଣ୍ଡ ଅର୍ଥାତ ପ୍ରାୟ ୩୫୦୦ ଟଙ୍କା ବୋଲି କୁହାଯାଇଥିଲା। ଏଭଳି ପରିସ୍ଥିତିରେ ଏହାର ଫଟୋ ଭାଇରାଲ ହେବାରେ ଲାଗିଥିଲା। ସୁନକଙ୍କ ବିଷୟରେ ମଧ୍ୟ ସମାନ କଥା କୁହାଯାଇଥିଲା ଯେ ଏତେ ଧନୀ ବ୍ୟକ୍ତି କିପରି ତୃଣମୂଳସ୍ତରରେ କାମ କରି ପାରିବେ।

ଅକ୍ଷତା ହୁବଲିରେ ତାଙ୍କ ମାତା ସୁଧା ମୁର୍ତ୍ତିଙ୍କ ଘରେ ଜନ୍ମଗ୍ରହଣ କରିଥିଲେ। ସେ ବାଙ୍ଗାଲୋରରୁ ସ୍କୁଲପାଠ ପଢ଼ିଥିଲେ। ପରେ କାଲିଫର୍ନିଆ ଯାଇଥିଲେ। ସେ ଅର୍ଥନୀତି ଏବଂ ପାର୍ସୀ ଭାଷାରେ ସ୍ନାତକ ହାସଲ କରିଥିଲେ। ସେ ଲସଏଞ୍ଜେଲସରୁ ଫ୍ୟାଶନ ଡିଜାଇନିଂରେ ଡିପ୍ଲୋମା କରିଥିଲେ। ଏହା ପରେ ସେ ଷ୍ଟାନଫୋର୍ଡରେ ଏମବିଏ ପଢ଼ିବାକୁ ଯାଇଥିଲେ। ସେଠାରେ ସେ ଋଷି ସୁନକଙ୍କୁ ଭେଟିଥିଲେ। ପରେ ୨୦୦୯ ମସିହାରେ ଦୁହେଁ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

ମାଟି ଖୋଳିଲେ ମିଳୁଛି ସୁନା! ଏହି ଗାଁରେ ପ୍ରବଳ ଭିଡ଼, ଦିନକୁ ପହଞ୍ଚୁଛନ୍ତି ୧୦ ହଜାର ଲୋକ

ନୂଆଦିଲ୍ଲୀ,୨୩।୮: କେବେ ଚିନ୍ତା କରିଛନ୍ତି କି, ମାଟି ଖୋଳୁ ଖୋଳୁ ହଠାତ୍ ସୁନା ମିଳିଯିବ ? ପଶ୍ଚିମ କେନିଆର ଚେପୋରୋର ଗାଁରେ ଏବେ ଏଭଳି ଆଶା ନେଇ…

ମଦର ଗୁଣବତ୍ତା ନେଇ ସରକାରଙ୍କ ବଡ଼ ପଦକ୍ଷେପ, ଦେଲେ ଏହି ନିର୍ଦ୍ଦେଶ

ଚେନ୍ନାଇ,୨୩ା୮: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟ ରାଜ୍ୟର ସମସ୍ତ ଡିଷ୍ଟିଲେରୀରେ ମଦର ଗୁଣବତ୍ତା ନେଇ କଡ଼ା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। TASMAC ମାଧ୍ୟମରେ ବିକ୍ରି ହେଉଥିବା…

ଆଡ୍‌ମିଶନ ଆଳରେ ଠକେଇ, ସାଇବର ଠକଙ୍କୁ ବାନ୍ଧିଲା ପୋଲିସ

ଅତାବିରା,୨୩ା୮(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲାର ବିଭିନ୍ନ କଲେଜ ଛାତ୍ରୀଛାତ୍ରଙ୍କ ଆଡ୍‌ମିଶନ ଆଳରେ ଠକେଇ କରି ଚାଲିଥିବା ଜଣେ ସାଇବର ଠକଙ୍କୁ ଅତାବିରା ପୋଲିସ ଗିରଫ କରିଛି। ଗିରଫ…

ଧୋଇଗଲା ୨୦ ଫୁଟର ରାସ୍ତା, ଝରିଗାଁ-ଡାବୁଗାଁ ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ

ଝରିଗାଁ,୨୩ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଲଗାଣ ବର୍ଷା ଯୋଗୁ ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ଚିକିଲି ନଦୀର ସୁରକ୍ଷା ପାଚେରୀ ସହ…

ଚିନିର ମୂଲ୍ୟ କିଲୋଗ୍ରାମ ପିଛା ୨୦ଟଙ୍କାରେ ପହଞ୍ଚିବା ପରେ କ’ଣ କହିଥିଲେ ଅଟଳ ବିହାରୀ ବାଜପେୟୀ? ଭିଡ଼ିଓ ହେଉଛି ଭାଇରାଲ, ତେଜିଲାଣି ରାଜନୀତି!

ନୂଆଦିଲ୍ଲୀ,୨୩।୮: ଚିନିର ମୂଲ୍ୟ ବୃଦ୍ଧି ପୁଣି ଥରେ ସାଧାରଣ ଲୋକଙ୍କ ବଜେଟକୁ ବାଧା ଦେବା ଆରମ୍ଭ କରିଛି। ଦେଶର ଅନେକ ରାଜ୍ୟରେ ଚିନିର ମୂଲ୍ୟ ପ୍ରତି କିଲୋଗ୍ରାମ…

ସ୍ୱାମୀଙ୍କୁ ନଜଣାଇ ଟ୍ରଙ୍କରେ ରଖିଥିଲେ ୧୨ ଲକ୍ଷ, ସବୁ ଖାଇଦେଲା ମୂଷା! ତାପରେ….

ଲକ୍ଷ୍ନୌ,୨୩।୮: ତ୍ତତ୍ତରପ୍ରଦେଶର ଗୋଣ୍ଡାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । ଜଣେ ମହିଳା ପ୍ରାୟ ୮…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri