ଜିନ୍‌ ପରିବର୍ତ୍ତିତ ସୋରିଷରେ ବିପଦ

ସୋରିଷ ବିନା ରୋଷେଇ ଅଧୁରା। ଏବେ ସେଇ ସୋରିଷ ଉପରେ ବହୁରାଷ୍ଟ୍ରୀୟ କମ୍ପାନୀଙ୍କ ନଜର ଲାଗିଛି। ପ୍ରାକୃତିକ ସୋରିଷର ଜିନ୍‌ରେ ପରିବର୍ତ୍ତନ କରି ଜିନ୍‌ ପରିବର୍ତ୍ତିତ ସୋରିଷ ଚାଷକୁ ବଢ଼େଇବା ପାଇଁ କମ୍ପାନୀଗୁଡ଼ିକ ଲାଗିପଡ଼ିଛନ୍ତି। ଆମ ସରକାର ବି ଏହି କାମରେ କମ୍ପାନୀଙ୍କ ହିତକୁ ପ୍ରାଧାନ୍ୟ ଦେଉଛନ୍ତି। ଯଦିଓ ସୋରିଷର ଉପତ୍ାଦନ ବଢ଼େଇବା ନାଁରେ ଏହି ଜିନ୍‌ ପରିବର୍ତ୍ତିତ ସୋରିଷକୁ ପ୍ରଚଳନ କରାଯିବାର ଦାବି କରାଯାଉଛି, କିନ୍ତୁ ଅସଲ ଉଦ୍ଦେଶ୍ୟ ହେଉଛି, ସୋରିଷ ବିହନ କ୍ଷେତ୍ରରେ ଚାଷୀମାନଙ୍କର ଥିବା ସ୍ବାବଲମ୍ବନଶୀଳତାକୁ ଲୋପ କରି କମ୍ପାନୀ ନିର୍ଭରଶୀଳତା ବଢ଼େଇବା। ଏହା ଦ୍ୱାରା ସୋରିଷର ଉପତ୍ାଦନ ବଢ଼ୁ କି ନ ବଢ଼ୁ ବିହନ କମ୍ପାନୀଙ୍କର ଲାଭ ଦ୍ୱିଗୁଣିତ ହେବ ଓ ଜିନ୍‌ ପରିବର୍ତ୍ତିତ ସୋରିଷ ଯୋଗୁ ଲୋକମାନଙ୍କର ସ୍ବାସ୍ଥ୍ୟ ମଧ୍ୟ ବିପନ୍ନ ହେବାର ସମ୍ଭାବନା ରହିଛି।
କେନ୍ଦ୍ରୀୟ ପରିବେଶ ମନ୍ତ୍ରାଳୟ ଅଧୀନରେ ଥିବା ଜେନେଟିକ୍‌ ଇଞ୍ଜିନିୟରିଙ୍ଗ୍‌ ମୂଲ୍ୟାଙ୍କନ କମିଟି ଜିନ୍‌ ପରିବର୍ତ୍ତିତ ସୋରିଷର ଏକ କିସମ ଧାରା ମଷ୍ଟାର୍ଡ ହାଇବ୍ରିଡ୍‌-୧୧ (ଜି.ଏମ୍‌.ଏଚ୍‌-11)କୁ ପରିବେଶ ମଞ୍ଜୁରୀ ଦେଇଛନ୍ତି। ଏହି ସୋରିଷ ବିହନ ବ୍ୟବହାର ଦ୍ୱାରା ଅମଳ ବଢ଼ିବ ଓ ଖାଇବା ତେଲର ଆମଦାନୀ କମ୍‌ ହେବ ବୋଲି ଦାବି କରାଯାଉଛି। ଏହି ସୋରିଷ ବିହନରୁ ହେକ୍ଟର ପିଛା ୩୦ ପ୍ରତିଶତ ଅଧିକ ଅର୍ଥାତ୍‌ ୨୬୦୦ କିଲୋ ସୋରିଷ ଉପତ୍ାଦନ ହେବ ବୋଲି କୁହାଯାଉଛି। କିନ୍ତୁ ମଜା କଥା ହେଉଛି ଏହି ସୋରିଷ ବିହନ ଏପର୍ଯ୍ୟନ୍ତ ବିଜ୍ଞାନସମ୍ମତ ଭାବେ ପରୀକ୍ଷିତ ହୋଇ ସଫଳତା ହାସଲ କରିନାହଁି। ପୂର୍ବରୁ କମ୍‌ ଅମଳ ଦେଉଥିବା ଏକ ସୋରିଷ କିସମ ‘ବରୁଣା’ ସହିତ ଏହାକୁ ତୁଳନା କରାଯାଇଛି, ଯେତେବେଳେ କି ଆମ ଦେଶରେ ଆହୁରି ଅଧିକ ଅମଳକ୍ଷମ ସୋରିଷ ବିହନ ରହିଛି। ଜାଣି ଜାଣି ଏକ କମ୍‌ ଅମଳକ୍ଷମ ସୋରିଷ ବିହନ ସହିତ ଜି.ଏମ୍‌.ଏଚ୍‌.-୧୧ ସୋରିଷ ବିହନକୁ ତୁଳନା କରାଯାଇ ତାହାକୁ ମଞ୍ଜୁରୀ ଦିଆଯାଇଛି। ଏହା ପଛରେ ଥିବା ଉଦ୍ଦେଶ୍ୟ ବେଶ୍‌ ସ୍ପଷ୍ଟ। ଚାଷୀଙ୍କ ଅମଳ ଅପେକ୍ଷା ଜିନ୍‌ ପରିବର୍ତ୍ତିତ ବିହନକୁ ପ୍ରଚଳନ କରି କମ୍ପାନୀଙ୍କୁ ଲାଭ ଯୋଗାଇଦେବାର ଅଭିସନ୍ଧି ଜଳଜଳ ଦେଖାଯାଉଛି। ଏତଦ୍‌ବ୍ୟତୀତ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଦ୍ୱାରା ଏହାର ଅମଳକୁ ନେଇ ପରୀକ୍ଷଣ ହୋଇନାହଁି। ତା’ହେଲେ ଏହାକୁ କାହା ସ୍ବାର୍ଥରେ ମଞ୍ଜୁରୀ ପ୍ରଦାନ କରାଗଲା? ବିଟି କପାର ପ୍ରଚଳନ ସମୟରେ ଆରମ୍ଭରୁ ଏହିପରି ପରୀକ୍ଷା କରାଯାଇଥିଲା ଓ ପ୍ରଥମ ଦଫାରେ ବିଟି କପା ବିଫଳ ହୋଇଥିବାରୁ କେତେଜଣ କୃଷି ବିଶେଷଜ୍ଞଙ୍କ ଚାପରେ ତାହାର ମଞ୍ଜୁରୀ ଅଟକେଇ ଦିଆଯାଇଥିଲା। ବର୍ତ୍ତମାନ ଜିନ୍‌ ପରିବର୍ତ୍ତିତ ସୋରିଷ ବେଳକୁ ଏହି ନିୟମରେ ଖିଲାପ କରାଗଲା କାହଁିକି? ୨୦୦୩-୦୪ରେ ଆମ ଦେଶରେ କ୍ଷୀରର ଉପତ୍ାଦନ ବଢ଼େଇବା ପାଇଁ ‘ବୋବାଇନ୍‌ ହରମୋନ୍‌’ ବ୍ୟବହାର ପାଇଁ ଅନୁମତି ନେବାକୁ ପ୍ରୟାସ କରାଯାଇଥିଲା। କିନ୍ତୁ କାନାଡ଼ାରେ ହୋଇଥିବା ଏକ ଗବେଷଣାରୁ ଜଣାଯାଇଥିଲା ଯେ, ଏହି ହରମୋନ୍‌ର ବ୍ୟବହାରରୁ ମିଳୁଥିବା କ୍ଷୀର ପ୍ରୋଷ୍ଟେଟ୍‌ କ୍ୟାନ୍‌ସର୍‌ର କାରଣ ହେଉଛି। ସେତେବେଳେ ଏହି ବୋବାଇନ୍‌ ହରମୋନ୍‌ର ବ୍ୟବହାର ଉପରେ ରୋକ୍‌ ଲଗାଯାଇଥିଲା। ବର୍ତ୍ତମାନ ଏହି ହରମୋନ୍‌ର ବିନା ବ୍ୟବହାରରେ ଭାରତ କ୍ଷୀର ଉପତ୍ାଦନରେ ଆଗରେ ଅଛି। ଆମ ଦେଶରେ ବାର୍ଷିକ ୨୧କୋଟି ଟନ୍‌ କ୍ଷୀର ଉପତ୍ାଦନ ହେଉଛି। ତେଣୁ ବିନା ଜିନ୍‌ ପରିବର୍ତ୍ତନ କରି ଆମ ଦେଶର ଚାଷୀମାନଙ୍କ ପାଖରେ ଥିବା ବିହନକୁ ବ୍ୟବହାର କରି ମଧ୍ୟ ଉପତ୍ାଦନ ବଢ଼େଇ ହେବ। ସେଥିପାଇଁ ସରକାରଙ୍କୁ ଦେଶୀ ବିହନକୁ ପ୍ରୋତ୍ସାହନ ଦେବା ସହିତ ଆବଶ୍ୟକ ଭିତ୍ତିଭୂମିର ବିକାଶ କରିବାକୁ ହେବ।
ଏତଦ୍‌ବ୍ୟତୀତ ବିଭିନ୍ନ ଗବେଷଣାରୁ ବାରମ୍ବାର ପ୍ରମାଣିତ ହୋଇଛି ଯେ, ଜିନ୍‌ରେ ଏପଟ ସେପଟ କରି ତିଆରି ହେଉଥିବା ବିହନରୁ ଅମଳ ହେଉଥିବା ଖାଦ୍ୟ ପଦାର୍ଥର ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ରହିଛି। ପ୍ରାକୃତିକ ବିହନର ଜିନ୍‌ରେ ପରିବର୍ତ୍ତନ କରିବା ଦ୍ୱାରା ହୁଏତ ସ୍ବଳ୍ପ ସମୟ ପାଇଁ ଅମଳକୁ ବଢ଼େଇ ଦିଆଯାଇପାରେ, କିନ୍ତୁ ଏହା ଦୀର୍ଘତମ ପ୍ରଭାବ ଭୋଗିବାକୁ ପ୍ରସ୍ତୁତ ରହିବାକୁ ହେବ। ଜିନ୍‌ ପରିବର୍ତ୍ତିତ ବିହନ ଦ୍ୱାରା ପରିବେଶ ମଧ୍ୟ ପ୍ରଭାବିତ ହେବ। ମାଟିର ଗୁଣବତ୍ତା ପରିବର୍ତ୍ତନ ହେବା ସହିତ ଏଥିରେ ଥିବା ଉପକାରୀ ଅଣୁଜୀବ ମଧ୍ୟ ଲୋପ ହୋଇଯିବେ। ଜିନ୍‌ ପରିବର୍ତ୍ତିତ କପା କ୍ଷେତ୍ରରେ ଏହା ଦେଖାଯାଉଛି ଯେ, ଧୀରେ ଧୀରେ ସମୟ ଗଡ଼ିବା ସହିତ ଫସଲରେ ନୂଆ ନୂଆ ପୋକ ଲାଗୁଛନ୍ତି; ଯାହାକୁ ନିୟନ୍ତ୍ରଣ କରିବା ସମ୍ଭବପର ହେଉନାହଁି। ବିଟି କପା କ୍ଷେତରେ ଭିନ୍ନ ଭିନ୍ନ ପ୍ରକାର ନୂଆ ଓ ଶକ୍ତିଶାଳୀ ଘାସ ମଧ୍ୟ ବାହାରୁଛି, ଯାହାକୁ ଦମନ କରିବା ପାଇଁ ପୁନଶ୍ଚ ତୃଣନାଶକ ବ୍ୟବହାର କରିବାକୁ ପଡ଼ୁଛି। ଚାଷରେ ବିଷର ବ୍ୟବହାର ବୃଦ୍ଧି ହେଉଛି। କପା ତ ଖାଦ୍ୟଦ୍ରବ୍ୟ ନୁହେଁ, ତେଣୁ ଯାହିତାହି ଭାବେ ଏହା ଚଳିଯାଉଛି। କିନ୍ତୁ ସୋରିଷ କ୍ଷେତ୍ରରେ ଏପରି ବିଷର ବ୍ୟବହାର ହେଲେ ଏହା ଅତି ମାରାତ୍ମକ ପରିସ୍ଥିତି ସୃଷ୍ଟି କରିବ। ମଣିଷର ସ୍ବାସ୍ଥ୍ୟ ଓ ପରିବେଶ ଉଭୟ ବିପନ୍ନ ହେବ।
ସୋରିଷର ଅମଳ ବଢ଼େଇବା ଯଦି ଉଦ୍ଦେଶ୍ୟ ତେବେ ବିନା ଜିନ୍‌ ପରିବର୍ତ୍ତନରେ ବି ଏହା କରାଯାଇପାରିବ। ୧୯୮୫ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ କହିଥିଲେ, ପେଟ୍ରୋଲ୍‌, ସାର୍‌ ଓ ଖାଇବା ତେଲର ଆମଦାନୀ ଯୋଗୁ ଆମ ଦେଶ ଉପରେ ବହୁତ ବୋଝ ପଡ଼ୁଛି। ପେଟ୍ରୋଲ୍‌ ଓ ସାରର ଆମଦାନୀର ହୁଏତ ବିକଳ୍ପ କମ୍‌ ଥାଇପାରେ, କିନ୍ତୁ ଖାଇବା ତେଲର ଆମଦାନୀକୁ ଆମେ ଚାହଁିଲେ ବନ୍ଦ କରିପାରିବା। ଖାଇବା ତେଲର ଉପତ୍ାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ହାସଲ କରିବା ପାଇଁ ସେ ତୈଳବୀଜ ମିଶନ ଗଠନ କରିଥିଲେ। ସେତେବେଳେ ଆମ ଦେଶରେ ବାର୍ଷିକ ୧.୧ କୋଟି ଟନ୍‌ ଖାଇବା ତେଲ ଉପତ୍ାଦନ ହେଉଥିଲା, କିନ୍ତୁ ଏହି ମିଶନ ଗଠନର ପ୍ରଥମ ଦଶ ବର୍ଷ ପରେ ସୋରିଷର ଉପତ୍ାଦନ ଦୁଇଗୁଣ ହୋଇଗଲା ଓ ସୋରିଷ ଆବଶ୍ୟକତାର ୯୭ ପ୍ରତିଶତ ଆମ ଦେଶରେ ହଁି ଉପତ୍ାଦନ ହେଲା। କିନ୍ତୁ ପରବର୍ତ୍ତୀ ବର୍ଷଗୁଡ଼ିକରେ ଆମଦାନୀ ଶୁଳ୍କ କମ୍‌ କରିଦିଆଗଲା। ବର୍ତ୍ତମାନ ଖାଇବା ତେଲ ଉପରେ ଆମଦାନୀ ଶୁଳ୍କ ଶୂନ। ପରିଣାମ ସ୍ବରୂପ ବର୍ତ୍ତମାନ ଆମ ଦେଶ ୧.୩ କୋଟି ଟନ୍‌ ଖାଇବା ତେଲ ଆମଦାନୀ କରୁଛି ଓ ଖାଇବା ତେଲ ଆମଦାନୀ କରୁଥିବା ଦେଶ ମଧ୍ୟରେ ଭାରତର ସ୍ଥାନ ଦ୍ୱିତୀୟ। ସିଧା ଭାଷାରେ କହିଲେ, ନିଜ ହାତରେ ସରକାର ଆମ ତେଲ ସ୍ବାବଲମ୍ବନଶୀଳତାକୁ ନଷ୍ଟ କରିଛନ୍ତି। ବର୍ତ୍ତମାନ ଆମ ଦେଶ ତୈଳ ଆମଦାନୀରେ ପ୍ରାୟ ବାର୍ଷିକ ୧.୧୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରୁଛି। ଏତିକି ଟଙ୍କା ଯଦି ଆମ ଚାଷୀ ପାଆନ୍ତେ, ତା’ହେଲେ ସେମାନଙ୍କ ଅବସ୍ଥାରେ କେତେ ସୁଧାର ଆସିପାରନ୍ତା! ଏବେ ବି ମନେଅଛି, ଖାଇବା ତେଲ ଆମଦାନୀ ବଢ଼େଇବା ପାଇଁ କିପରି ଭାବେ ଖୋଲା ଓ ଘଣା ସୋରିଷ ତେଲକୁ ଖରାପ ବୋଲି ପ୍ରଚାର କରାଗଲା ଓ ପ୍ୟାକେଟ୍‌ ବନ୍ଦ ତେଲ ପାଇଁ ରାସ୍ତା ସଫା କରାଗଲା। ଏତେ ସବୁ ନାଟ କେବଳ କମ୍ପାନୀଙ୍କ ସ୍ବାର୍ଥରେ ହଁି କରାଗଲା। ତା’ର ସୁଫଳ ଏବେ ସେଇ କମ୍ପାନୀଗୁଡ଼ିକ ଲାଭ କରୁଛନ୍ତି। ଆମ ଦେଶର ସୋରିଷ ଚାଷୀ ଓ ତେଲ ଘଣା ବୃତ୍ତିରେ ଥିବା ଲୋକମାନେ ନିଜ ଚାଷବାସ ଓ ବୃତ୍ତି ହରେଇ ବେକାର ହୋଇଗଲେ।
ଆମ ଦେଶର ସୋରିଷ ବିହନ ଦ୍ୱାରା ସୋରିଷର ଉପତ୍ାଦନ ବଢ଼େଇ ତୈଳ ଆମଦାନୀ ହ୍ରାସ କରିବାକୁ ପଡ଼ିବ। ସୋରିଷ ଉପତ୍ାଦନରେ ବିହାର, ମଧ୍ୟପ୍ରଦେଶ ଓ ରାଜସ୍ଥାନ ଆଦି ରାଜ୍ୟ ଆଗରେ ଅଛନ୍ତି। ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ଦେଶୀ ସୋରିଷ ବିହନରେ ସଘନ ଚାଷ ବ୍ୟବସ୍ଥା ଦ୍ୱାରା ଅଧିକ ଅମଳ ମିଳିପାରୁଛି। ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ମଧ୍ୟ ଏହିପରି ପ୍ରୟାସ କରାଯାଇପାରିବ। ଜିନ୍‌ ପରିବର୍ତ୍ତିତ ସୋରିଷ କେବେ ବି ସମସ୍ୟାର ସମାଧାନ ନୁହେଁ।

– ବିଚିତ୍ର ବିଶ୍ୱାଳ
ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର
ମୋ- ୯୪୩୮୪୬୮୪୭୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

ହଜିଲା ପୃଷ୍ଠାର କାହାଣୀ

ନିକଟ ଅତୀତରେ ସିଙ୍ଗାପୁର ସରକାର ଗୋଟିଏ ସୁନ୍ଦର ଯୋଜନା କରିଛନ୍ତି। ସାରା ବିଶ୍ୱରେ ଏବେ ପିଲାଠାରୁ ବୁଢ଼ା ଯାଏ, ମୋବାଇଲ ପରଦା ଦେଖିବାର ଅବଧି ବଢ଼ି ବଢ଼ି…

ନୈତିକ ପହରା ନୁହେଁ, ସୁରକ୍ଷା ଜରୁରୀ

ଗତ କିଛିଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ତଥାକଥିତ ‘ନୈତିକ ପହରା’ ନାଁରେ ମହିଳା ବିଶେଷକରି ନାବାଳିକା ଓ ଯୁବତୀଙ୍କ ଉପରେ ବର୍ବରୋଚିତ ଘଟଣା ଘଟିବା ଦେଖାଯାଇଛି।…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

ଅଦୃଶ୍ୟ ପ୍ରାଚୀର

ତଳ ମହଲାରେ ଜଣେ। ଉପର ମହଲାରେ ଆଉ ଜଣେ ଭାଇ। ମାଆ ମରିଯିବା ପରେ ଗୋଟେ ଘର ଦି’ ଭାଗ ହୋଇଗଲା। ସାମାନ୍ୟ ସମ୍ପତ୍ତି ଭାଗବଣ୍ଟା ଲାଗି…

ସେମିକଣ୍ଡକ୍ଟର ପ୍ରକଳ୍ପ ଓ ମରୁଭୂମିର ଚିତ୍ର

ପ୍ରତିବର୍ଷ ଜାତିସଂଘ ତରଫରୁ ଆଦିବାସୀ ଅଧିକାର ଦିବସ ଅଗଷ୍ଟ ୯ରେ ପାଳିତ ହୋଇଥାଏ। ୧୯୪୨ ମସିହାର ଏହି ଦିନରେ ମହାତ୍ମା ଗାନ୍ଧୀ କର ବା ମର ଡାକରା…

ପ୍ରତିଦ୍ୱନ୍ଦ୍ୱିତା ବଢୁ

ଭାରତବର୍ଷରେ ସରକାରୀ ସଂସ୍ଥାଗୁଡ଼ିକର ଲକ୍ଷ୍ୟ ଲୋକକଲ୍ୟାଣ ପାଇଁ ରହିବା କଥା। କିନ୍ତୁ ସରକାରୀ ନୀତି ଉତ୍ତମ ନ ରହିବାରୁ ବହୁ ସଂସ୍ଥା କ୍ଷତିରେ ଚାଲିଥାଏ। ୧୯୯୧ରେ ଉଦାରୀକରଣ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?