Posted inଜାତୀୟ

ସ୍ବାସ୍ଥ୍ୟ ସମସ୍ୟା ଥିଲେ ଗର୍ଭପାତ ଆଶଙ୍କା ୨୦% ଅଧିକ

ନୂଆଦିଲ୍ଲୀ, ୨୨।୮: ଏକାଧିକ ଦୀର୍ଘକାଳୀନ ଶାରୀରିକ ବା ମାନସିକ ସ୍ବାସ୍ଥ୍ୟ ସମସ୍ୟା ନେଇ ଗର୍ଭଧାରଣ ଆରମ୍ଭ କରିବା ଦ୍ୱାରା ଗର୍ଭପାତ ହୋବର ଆଶଙ୍କା ୨୦ପ୍ରତିଶତ ଏବଂ ପ୍ରବଳ ବାନ୍ତି ତଥା ଅଇ ଲାଗିବା ସମସ୍ୟା ୬୯ପ୍ରତିଶତ ଅଧିକ ହୋଇପାରେ ବୋଲି ଏକ ନୂତନ ଗବେଷଣାରୁ ଜଣାପଡ଼ିଛି। ‘ଦି ଲାଞ୍ଚେଟ୍‌ ପବ୍ଲିକ୍‌ ହେଲ୍‌ଥ’ ଜର୍ନାଲରେ ପ୍ରକାଶିତ ଏହି ତଥ୍ୟରୁ ଜଣାପଡ଼ିଛି ଯେ ଯେଉଁ ମହିଳାମାନେ ପୂର୍ବରୁ ଦୁଇଟି ବା ଅଧିକ ସ୍ବାସ୍ଥ୍ୟଗତ ସମସ୍ୟା ନେଇ ଗର୍ଭବତୀ ସେମାନଙ୍କର ଚିନ୍ତା ଏବଂ ଅବସାଦ ରହିବାର ଆଶଙ୍କା ଚାରିଗୁଣ ଅଧିକ ରହିଥାଏ।
କିଙ୍ଗସ୍‌ କଲେଜ ଲଣ୍ଡନର ଗବେଷକମାନଙ୍କ ଦ୍ୱାରା ପରିଚାଳିତ ଏହି ଅଧ୍ୟୟନରୁ ଆହୁରି ମଧ୍ୟ ଜଣାପଡ଼ିଛି ଯେଉଁମାନଙ୍କର ଏକାଧିକ ଦୀର୍ଘକାଳୀନ ସମସ୍ୟା ଥାଏ, ସେମାନଙ୍କଠାରେ ଶିରା ମଧ୍ୟରେ ରକ୍ତ ଜମାଟର ଆଶଙ୍କା ଦୁଇଗୁଣରୁ ଅଧିକ ଏବଂ ପ୍ରି-ଏକ୍ଲାମ୍ପସିଆର(ଗର୍ଭାବସ୍ଥାରେ ଅଧିକ ରକ୍ତଚାପ) ଆଶଙ୍କା ୪୨ ପ୍ରତିଶତ ଅଧିକ ଥାଏ। ଯାହାକି ଏହି ସାଧାରଣ ମହିଳାଙ୍କ ତୁଳନାରେ ଅଧିକ।
ପ୍ରତ୍ୟେକ ଅତିରିକ୍ତ ସ୍ବାସ୍ଥ୍ୟଗତ ସମସ୍ୟା ଜଟିଳତାର ଆଶଙ୍କାକୁ ବଢ଼ାଇଥାଏ, ଯେପରିକି କୌଣସି ଦୀର୍ଘକାଳୀନ ସମସ୍ୟା ନଥିବା ମହିଳାଙ୍କ ତୁଳନାରେ ତିୋଟି ବା ତତୋଧିକ ସମସ୍ୟା ଥିବା ମହିଳାଙ୍କଠାରେ ଶିରା ମଧ୍ୟରେ ରକ୍ତ ଜମାଟ ବାନ୍ଧିବାର ଆଶଙ୍କା ତିନିଗୁଣ ଅଧିକ ଥାଏ।
କିଙ୍ଗସ କଲେଜ ଲଣ୍ଡନର ଜନସ୍ବାସ୍ଥ୍ୟ ଏବଂ ସ୍ବାସ୍ଥ୍ୟ ତଥ୍ୟ ବିଜ୍ଞାନର କ୍ଲିନିକାଲ ପ୍ରଫେସର ତଥା ଏହି ଅଧ୍ୟନର ମୁଖ୍ୟ ଲେଖକ କୃଷ୍ଣରାଜା ନିରନ୍ତରାକୁମାର କହିଛନ୍ତି ଏହି ଫଳାଫଳଗୁଡ଼ିକ ଏକାଧିକ ଦୀର୍ଘକାଳୀନ ସ୍ବାସ୍ଥ୍ୟ ସମସ୍ୟାକୁ ଏକ ସ୍ବତନ୍ତ୍ର ଜଣାଶୁଣା ବିପଦ ଭାବେ ଗ୍ରହଣ କରିବା ପାଇଁ ଏକ ଦୃଢ଼ ଯୁକ୍ତି ଦିଏ। ଏହାର ଅର୍ଥ ହେଲା ପ୍ରସବ ପଞ୍ଜୀକରଣ ସମୟରେ ଏହିପରି ମହିଳାମାନଙ୍କୁ ଚିହ୍ନଟ କରିବା, ଶାରୀରିକ ଏବଂ ମାନସିକ ସ୍ବାସ୍ଥ୍ୟ ଆବଶ୍ୟକତାକୁ ଏକାଠି ଆକଳନ କରିବା ଏବଂ ସେମାନଙ୍କୁ ପ୍ରସୂତି, ପ୍ରାଥମିକ ସ୍ବାସ୍ଥ୍ୟସେବା ଏବଂ ମାନସିକ ସ୍ବାସ୍ଥ୍ୟ ସେବା ଯୋଗାଇବା।
ସେ ଆହୁରି ମଧ୍ୟ କହିଛନ୍ତି, ଗର୍ଭାବସ୍ଥା ପୂର୍ବର ଚିନ୍ତା ଏବଂ ଅବସାଦର ପ୍ରାୟ ଚାରିଗୁଣ ଆଶଙ୍କା ବିଶେଷ ଭାବରେ ଚିନ୍ତାଜନକ ଅଟେ, ଏବଂ ଏହା ପ୍ରସବକାଳୀନ ମାନସିକ ସ୍ବାସ୍ଥ୍ୟ ସହାୟତାକୁ ଏକ ଜରୁରୀ ଅଗ୍ରାଧିକାର ଭାବରେ ସୂଚିତ କରେ।
ଗବେଷକମାନେ ଇଂଲଣ୍ଡ, ସ୍କଟଲ୍ୟାଣ୍ଡ, ଓ୍ବେଲ୍ସ ଏବଂ ଉତ୍ତର ଆୟର୍ଲାଣ୍ଡକୁ ପାଞ୍ଚଟି ତଥ୍ୟଭୂମିରୁ ୨୦୦୦ରୁ ୨୦୨୨ ମଧ୍ୟରେ ରେକର୍ଡ କରାଯାଇଥିବା ୨.୨ ନିୟୁତରୁ ଅଧିକ ଗର୍ଭଧାରଣ ଏବଂ ପ୍ରସବ ଘଟଣାକୁ ବିଶ୍ଳେଷଣ କରିଥିଲେ। ଏକାଧିକ ଦୀର୍ଘକାଳୀନ ସ୍ବାସ୍ଥ୍ୟ ସମସ୍ୟା ଥିବା ମହିଳାମାନଙ୍କଠାରେ ଅତ୍ୟଧିକ ବାନ୍ତି, ଗର୍ଭାବସ୍ଥାଜନିତ ମଧୁମେହ, ଗର୍ଭାବସ୍ଥାଜନିତ ଉଚ୍ଚ ରକ୍ତଚାପ, ପ୍ରି-ଏକ୍ଳାମ୍ପସିଆ, ପ୍ରସୂତି କୋଲେଷ୍ଟାସିସ୍‌, ପ୍ଲାସେଣ୍ଟା ବିଚ୍ଛିନ୍ନତା, ଶିରା ମଧ୍ୟରେ ରକ୍ତ ଜମାଟ, ଗର୍ଭପାତ, ଚିନ୍ତା ଏବଂ ଅବସାଦ ଆଶଙ୍କ ବୃଦ୍ଧି ପାଇଥିଲା ବୋଲି ଅଥର କହିଛନ୍ତି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?