କୌଣସି ସମୟରେ ମୃତ୍ୟୁ ଆଶଙ୍କା

ମସ୍କୋ, ୨୧ା୪: ୩ ସପ୍ତାହ ଧରି ଜେଲରେ ଅନଶନ ଜାରି ରଖିଥିବା ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ବିରୋଧୀ ଦଳ ନେତା ଆଲେକ୍ସି ନଭଲନି(୪୪)ଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି। ଯେ କୌଣସି ମୁହୂର୍ତ୍ତରେ ତାଙ୍କର ମୃତ୍ୟୁ ଘଟିପାରେ ବୋଲି ନଭଲନିଙ୍କ ଓକିଲ କହିଛନ୍ତି। ସୋମବାର ତାଙ୍କୁ ମସ୍କୋଠାରୁ ପ୍ରାୟ ୧୮୦ କିମି ଦୂର ଭ୍ଲାଡିମିରରେ କଏଦୀଙ୍କ ପାଇଁ ଉଦ୍ଦିଷ୍ଟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ଖାଦ୍ୟଗ୍ରହଣ କରୁ ନ ଥିବା ନଭଲନିଙ୍କ ସ୍ବାସ୍ଥ୍ୟରେ ତୀବ୍ର ଅବନତି ଘଟୁଥିବା ନେଇ ୨ ଦିନ ପୂର୍ବରୁ ତାଙ୍କ ଡାକ୍ତର ସୂଚନା ଦେଇଥିଲେ। ଘଟଣାରେ ଆମେରିକା ତୀବ୍ର ପ୍ରତିକ୍ରିୟା ରଖିଛି। ଜେଲରେ ନଭଲନିଙ୍କ ମୃତ୍ୟୁ ଘଟିଲେ ମସ୍କୋ ଏହାର ପରିଣାମ ଭୋଗିବ ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ସରକାର ଚେତାବନୀ ଦେଇଛନ୍ତି। ଅନ୍ୟପକ୍ଷରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ସରକାରୀ ଜେଲ କର୍ତ୍ତୃପକ୍ଷ ଏକ ବିବୃତିରେ କହିଛନ୍ତି। ନଭଲନିଙ୍କ ସ୍ବାସ୍ଥ୍ୟ ବିଗୁଡ଼ୁଥିବା ନେଇ ଓକିଲ ଆଲେକ୍ସା ଲିପ୍ଟସର ତାଙ୍କୁ ସାକ୍ଷାତ କରିବା ପରେ ପ୍ରଘଟ କରିଥିଲେ। ଏହା ସତ୍ତ୍ୱେ ତାଙ୍କ ଚିକିତ୍ସା ପାଇଁ ନଭଲନିଙ୍କ ବ୍ୟକ୍ତିଗତ ଡାକ୍ତରଙ୍କୁ ଅନୁମତି ମିଳି ନ ଥିବା ଲିପ୍ଟସର ଅଭିଯୋଗ କରିଛନ୍ତି। ଶନିବାର ନଭଲନିଙ୍କ ଡାକ୍ତର କହିଥିଲେ ଯେ, ତାଙ୍କ ପରିବାର ରୁଷ ବିରୋଧି ଦଳ ନେତାଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚର ଯେଉଁ ରିପୋର୍ଟ ଦେଖାଇଛନ୍ତି ତାହା ବେଶ ଚିନ୍ତାଜନକ। ଯେ କୌଣସି ସମୟରେ ତାଙ୍କ ହୃଦ୍‌ସ୍ପନ୍ଦନ ବନ୍ଦ ହୋଇଯାଇପାରେ।

ନଭଲନିଙ୍କୁ ଦିଆଯାଇଥିଲା ବିଷ

ରାଷ୍ଟ୍ରପତି ପୁଟିନଙ୍କ ଘୋର ସମାଲୋଚକ ତଥା ଦୁର୍ନୀତି ବିରୋଧୀ କ୍ୟାମ୍ପେନର ନଭଲନି ଗତ ଅଗଷ୍ଟ ୨୦ରେ ବିମାନ ଯାତ୍ରାବେଳେ ଅସୁସ୍ଥ ହୋଇପଡ଼ିଥିଲେ। ମସ୍କୋରେ ସାଇବେରିଆନ ହସ୍ପିଟାଲରେ ଚିକିତ୍ସା କରାଯିବା ପରେ ତାଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ବର୍ଲିନ ନିଆଯାଇଥିଲା। ନିଷିଦ୍ଧ ନର୍ଭ ଏଜେଣ୍ଟ କ୍ରେମାଲିନ ତାଙ୍କୁ ବିଷ ଦେଇଥିବା ଜର୍ମାନ କର୍ତ୍ତୃପକ୍ଷ କହିଥିଲେ। ତେବେ ରୁଷ ଅଧିକାରୀ ଏହାକୁ ଖଣ୍ଡନ କରିଥିଲେ। ଗତ ଜାନୁୟାରୀରେ ଜର୍ମାନୀରୁ ଫେରିବା ପରେ ରୁଷିଆରେ ତାଙ୍କୁ ଗିରଫ କରାଯାଇଥିଲା। ପିଠି ଓ ଗୋଡ଼ରେ ଭୀଷଣ ଯନ୍ତ୍ରଣା ହେଉଥିଲେ ହେଁ ତାଙ୍କୁ ଜେଲରେ ଚିକିତ୍ସା ଯୋଗାଯାଉ ନ ଥିବା କହି ମାର୍ଚ୍ଚ ୩୧ରୁ ସେ ଅନଶନ ଜାରି ରଖିଛନ୍ତି।

ଦେଶବ୍ୟାପୀ ଆନ୍ଦୋଳନ

ଜେଲରେ ବନ୍ଦୀ ରୁଷିଆ ବିରୋଧୀ ଦଳ ନେତା ଆଲେକ୍ସି ନଭଲନିଙ୍କ ସ୍ବାସ୍ଥ୍ୟ ସଙ୍କଟାପନ୍ନ ଖବର ସାମ୍‌ନାକୁ ଆସିବା ପରେ ତାଙ୍କ ସମର୍ଥକମାନେ ବୁଧବାର ଦେଶବ୍ୟାପୀ ଆନ୍ଦୋଳନ କରିବାକୁ ଘୋଷଣା କରିଛନ୍ତି। ଏ ନେଇ ନଭଲନିଙ୍କ ପ୍ରବକ୍ତା କିରା ୟାରମିଶ୍‌ ଫେସ୍‌ବୁକ ପୋଷ୍ଟରେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?