Posted inଜାତୀୟ

ଗ୍ରାମାଞ୍ଚଳରେ ବେକାରି ହାର ବୃଦ୍ଧି

ନୂଆଦିଲ୍ଲୀ,୫ା୭ (ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ୯ ମାସ ପରେ ଦେଶରେ ବହୁପ୍ରତୀକ୍ଷିତ ଲୋକ ସଭା ନିର୍ବାଚନ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ଭାଜପା ନେତା ଓ କେନ୍ଦ୍ରମନ୍ତ୍ରୀମାନେ ବୁଲି ବୁଲି ମୋଦି ସରକାରଙ୍କ ୯ ବର୍ଷ ଶାସନର ସଫଳତା ବଖାଣୁଛନ୍ତି। ୟଙ୍ଗ୍‌ ଇଣ୍ଡିଆ (ଯୁବ ଭାରତ) ବର୍ତ୍ତମାନ ବିଶ୍ୱର ଦ୍ରୁତତମ ଅର୍ଥନୀତି ଏବଂ ଖୁବ୍‌ଶୀଘ୍ର ଏହା ତୃତୀୟ ବୃହତ୍‌ ଅର୍ଥ ବ୍ୟବସ୍ଥାରେ ପରିଣତ ହେବାକୁ ଯାଉଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଦେଶ ଯାଇ ଭାଷଣ ଦେଉଛନ୍ତି। କିନ୍ତୁ ଦେଶର ଏହି ତଥାକଥିତ ଅଭିବୃଦ୍ଧି ବେକାରି ସମସ୍ୟାର ସମାଧାନ ବାଟ ଫିଟାଇପାରି ନାହିଁ। ନୀତି ପ୍ରଣୟନକାରୀଙ୍କ ଦୂରଦୃଷ୍ଟିହୀନତା ଯୋଗୁ ସହରାଞ୍ଚଳର ପାଠୁଆ ଆଶାୟୀଙ୍କ ପାଇଁ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି ହେଉନାହିଁ। ବ୍ଲକ୍‌ ଅଫିସଠୁ ନେଇ ସେନା ପର୍ଯ୍ୟନ୍ତ ଅନେକ ଲକ୍ଷ ପଦବୀ ଖାଲି ପଡ଼ିଛି। ସେଗୁଡ଼ିକୁ ପୂରଣ କରିବା ଦିଗରେ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଉ ନାହିଁ। ଗ୍ରାମାଞ୍ଚଳର ଶ୍ରମିକମାନେ ମଧ୍ୟ ମହାମତ୍ା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନ (ଏମ୍‌ଜିଏନ୍‌ଆର୍‌ଇଏ) ଅଧୀନରେ ଗ୍ୟାରେଣ୍ଟି ମୁତାବକ ୧୦୦ ଦିନ କାମ ପାଉନାହାନ୍ତି। କଂଗ୍ରେସ ନେତୃତ୍ୱାଧୀନ ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟ (ଉପା) ଅମଳରେ କରାଯାଇଥିବା ଏହି ଯୋଜନା ପାଇଁ ମୋଦି ସରକାର ବଜେଟରେ ଅର୍ଥ ଆବଣ୍ଟନ ଲଗାତର ଭାବେ ହ୍ରାସ କରିଚାଲିଥିବାରୁ ଏପରି ଅବସ୍ଥା ହୋଇଥିବା କୁହାଯାଉଛି। ଦେଶରେ ଅନେକ କୋଟି ଯୁବ ଆଶାୟୀ ନିଯୁକ୍ତି ନ ପାଇ ହତାଶ ହେବା ପରେ ଚାକିରି ଖୋଜିବା ଛାଡ଼ିଦେଲେଣି। ବିଭିନ୍ନ ରାଜ୍ୟର ଅର୍ଦ୍ଧକୁଶଳୀ ଓ କୁଶଳୀ ଶ୍ରମିକମାନେ ବିଦେଶକୁ ଯାଇ ମୂଲ ଲାଗୁଛନ୍ତି। ଦଲାଲ ଓ ଶ୍ରମିକ ଚାଲାଣ ରାକେଟ୍‌ ହାବୁଡ଼ରେ ପଡ଼ି ଖର୍ଚ୍ଚାନ୍ତ ଓ ହଇରାଣ ମଧ୍ୟ ହେଉଛନ୍ତି। ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ କର୍ମ ନିଯୁକ୍ତି ସୁଯୋଗ ସୃଷ୍ଟି ହେଉ ନ ଥିବାରୁ ଚଳିତବର୍ଷ ଦେଶର ବେରୋଜଗାରି ହାର ତୃତୀୟ ଥର ପାଇଁ ୮%ରୁ ଉପରକୁ ଉଠିଛି। ମେ’ରେ ବେରୋଜଗାରି ୭.୬୮% ଥିବାବେଳେ ଜୁନ୍‌ରେ ଏହା ୮.୪୫%କୁ ଛୁଇଁଛି। ଏହି ଅବଧି ମଧ୍ୟରେ ସହରାଞ୍ଚଳରେ ବେକାରି ହାର ୭.୮୭% ଥିବାବେଳେ ଗ୍ରାମାଞ୍ଚଳରେ ୨ ବର୍ଷର ରେକର୍ଡ ଭାଙ୍ଗି ୮.୭୩%କୁ ଉଠିଛି। ସାଧାରଣତଃ ଜୁନ୍‌ରେ ଚାଷକାର୍ଯ୍ୟ ଆରମ୍ଭ ହେଉଥିବାରୁ କୃଷି ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାସ। କାରଣ ଗ୍ରାମାଞ୍ଚଳର ଅଧିକାଂଶ ଲୋକ କୃଷି ଉପରେ ନିର୍ଭର କରି ଚଳନ୍ତି। ମେ’ରେ ଅମଳ ଶେଷ ହେବା ପରେ ଜୁନ୍‌ରେ ଗାଁଗୁଡ଼ିକରେ ବେରୋଜଗାରି ବଢ଼ିଥାଏ। ଜୁଲାଇରେ ମୌସୁମୀ ସମ୍ପୂର୍ଣ୍ଣ ଭାବେ ସକ୍ରିୟ ହୋଇ ଭଲ ବୃଷ୍ଟିପାତ ହେଲେ ନୂଆ ବିହନ ବୁଣା ଆଗକୁ ବଢ଼ିଥାଏ। କିନ୍ତୁ ଏଥର ମୌସୁମୀ ବି ଧୋକା ଦେଲାଣି। ସ୍ବଳ୍ପବୃଷ୍ଟି ଓ ଅନାବୃଷ୍ଟି ଦେଶର ବିଭିନ୍ନ ଭାଗରେ ମରୁଡ଼ି ସ୍ଥିତି ଉପୁଜାଇଲାଣି। ଏହା ଉଭୟ କୃଷି ଅର୍ଥନୀତି ଓ ନିଯୁକ୍ତି କ୍ଷେତ୍ରକୁ ବହୁଳ ଭାବେ ପ୍ରଭାବିତ କରିବ ବୋଲି ଆଶଙ୍କା ସୃଷ୍ଟି ହେଲାଣି। ଭାରତର ଦୁଇ-ତୃତୀୟାଂଶ ଜନସଂଖ୍ୟା ବସବାସ କରୁଥିବା ଗ୍ରାମାଞ୍ଚଳର ଦୁର୍ବଳ ଶ୍ରମ ବଜାର ୨୦୨୪ରେ ପୁଣି ଥରେ କ୍ଷମତାକୁ ଫେରିବାକୁ ଅଣ୍ଟା ଭିଡ଼ୁଥିବା ମୋଦି ସରକାରଙ୍କ ଆଗରେ ବଡ଼ ଚ୍ୟାଲେଞ୍ଜ ଭାବେ ଉଭାହେବାକୁ ଯାଉଛି। ୨୦୧୭ରେ ଭାରତରେ ବେକାରି ହାର ୬% ଥିବାବେଳେ ବର୍ତ୍ତମାନ ୯% ଆଡ଼କୁ ମୁହଁାଇଲାଣି। ଏହା ଐତିହାସିକ ଭାବେ ସର୍ବୋଚ୍ଚ ଥିବାବେଳେ ଆଗାମୀ କିଛି ବର୍ଷ ମଧ୍ୟରେ ଏହା ଆହୁରି ରେକର୍ଡ ସ୍ତରକୁ ଉଠିବ ବୋଲି ଅର୍ଗାନାଇଜେଶନ୍‌ ଫର୍‌ ଇକୋନୋମିକ୍‌ କୋ-ଅପରେଶନ୍‌ ଆଣ୍ଡ୍‌ ଡେଭେଲପ୍‌ମେଣ୍ଟ (ଓଇସିଡି) ସତର୍କ କରାଇଛି। ଏକ ଆକଳନ ଅନୁସାରେ ଆସନ୍ତା ୪ ବର୍ଷ ମଧ୍ୟରେ ଭାରତର ଆହୁରି ୧ କୋଟି ଲୋକ ବେକାର ହୋଇଯିବେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?