ବେକାବୁ ହେଉଛି ପିଆଜ ଦର

ଭୁବନେଶ୍ୱର, ୨୩।୯(ବ୍ୟୁରୋ):ଅତ୍ୟାବଶ୍ୟକ ସାମଗ୍ରୀ ପିଆଜ ଦର ବୃଦ୍ଧି ଗରିବ, ନିମ୍ନ ମଧ୍ୟବିତ୍ତ ପରିବାର ମୁଣ୍ଡରେ ଚଡ଼କ ପକାଇଛି। ପ୍ରତ୍ୟେକ ଦିନ ଦର ବଢି ବଢି ଚାଲଛି। ବଜାରରେ ଏହାର ଖୁଚରା ଦର ୪୫ ଟଙ୍କା ଛୁଇଁଲାଣି। ଗତ ୨ ସପ୍ତାହ ମଧ୍ୟରେ ପିଆଜ କେ.ଜି. ପିଛା ଦର ୨୦ ଟଙ୍କା ବୃଦ୍ଧି ପାଇଛି। ଘର ଖର୍ଚ୍ଚ ପାଇଁ କିଲେ ଜାଗାରେ ଅଢେଇଶ କିମ୍ବା ଅଧା କିଲୋରେ କାମ ଚଳାଇବାକୁ ପଡୁଛି। ଆସନ୍ତା ଡିସେମ୍ବର ଯାଏ ବଜାରରେ ପିଆଜ ଦର କମିବା ଆଶା କ୍ଷୀଣ ବୋଲି ପିଆଜ ଆମଦାନୀ କରୁଥିବା ବ୍ୟବସାୟୀମାନେ କହିଲେଣି। ଏହି ଦର ବୃଦ୍ଧିକୁ ନେଇ ସାଧାରଣ ଖାଉଟି ହନ୍ତସନ୍ତ ହେଉଛନ୍ତି। ସରକାରୀ ଉଦାସୀନତା ମଧ୍ୟ ଅବସ୍ଥାକୁ ଆହୁରି ଜଟିଳ କରିଛି। ଖୁଚୁରା ବ୍ୟବସାୟୀଙ୍କ ଉପରେ ନିୟନ୍ତ୍ରଣ ନ ଥିବାରୁ ମନଇଚ୍ଛା ଦର ବଢାଇ ଗ୍ରାହକଙ୍କୁ ଶୋଷଣ କରୁଥିବା ଅଭିଯୋଗ ହେଉଛି।
ଓଡିଶାକୁ ମୁଖ୍ୟତଃ ମହାରାଷ୍ଟ୍ରର ନାସିକରୁ ପିଆଜ ଆମଦାନୀ ହୋଇଥାଏ। ଏହାଛଡା ଆନ୍ଧ୍ର ଏବଂ କର୍ନାଟକର ବେଙ୍ଗାଲୁରୁରୁ ମଧ୍ୟ ପିଆଜ ରାଜ୍ୟକୁ ଆସିଥାଏ। ଅମଳ ଶେଷ ସମୟ ହୋଇଥିବାରୁ ପିଆଜ ଦର ବୃଦ୍ଧି ପାଇଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସଫେଇ ଦେଉଛି। ବାହାର ରାଜ୍ୟ ଉପରେ ନିର୍ଭର କରୁଥିବାରୁ ପିଆଜ ଦର ବୃଦ୍ଧି ଉପରେ ଅଙ୍କୁଶ ଲଗାଇବାକୁ ସରକାରଙ୍କ ପାଖରେ କୌଣସି ବିକଳ୍ପ ନାହିଁ। ନୂଆ ପିଆଜ ବଜାରକୁ ଆସିଲେ ଦର କମିବ ବୋଲି ଯୋଗାଣ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଅର୍ଥାତ୍‌ ଏହି ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧିକୁ ରୋକିବା ପାଇଁ ସରକାରଙ୍କ ପାଖରେ କିଛି ବିକଳ୍ପ ନାହିଁ। ଉତ୍ପାଦନ ବୃଦ୍ଧି ଓ ଦର କମିବା ଯାଏ ଖାଉଟିଙ୍କୁ ଅପେକ୍ଷା କରିବାକୁ ପଡିବ।
ଏଠାରେ ସୂଚନା ଯୋଗ୍ୟ, ୨୦୧୫ରେ ଆଳୁ ଓ ପିଆଜ ଦରକୁ ନିୟନ୍ତ୍ରଣ କରିବା ପାଇଁ ପ୍ରାଇସ ଷ୍ଟାବିଲାଇଜେଶନ ଫଣ୍ଡ (ପିଏସ୍‌ଏଫ୍‌) ଗଠନ କରିବାକୁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଥିଲେ। ଏଥିରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ୫୦ କୋଟି ଟଙ୍କା ଲେଖାଏ ଅଂଶଧନ ବହନ କରିବା ବ୍ୟବସ୍ଥା ରହିଛି। ୧୦୦ କୋଟି ଟଙ୍କାରେ ଅଗଷ୍ଟ ପୂର୍ବରୁ ରାଜ୍ୟ ସରକାର ପ୍ରାଥମିକ ସମବାୟ ସମିତି ଜରିଆରେ ଚାଷୀଙ୍କ ଠାରୁ ଅତ୍ୟାବଶ୍ୟକ ସାମଗ୍ରୀ ଆଳୁ, ପିଆଜ ଏବଂ ଡାଲିଜାତୀୟ ଶସ୍ୟ କିଣି ଗଚ୍ଛିତ ରଖିବେ। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପିଏସ୍‌ଏଫ୍‌ର ନୋଡାଲ ବିଭାଗ ଭାବେ କାର୍ଯ୍ୟ କରିବ। ତିରୋଟ ସମୟରେ ଉକ୍ତ ସାମଗ୍ରୀକୁ ନିର୍ଦ୍ଦିଷ୍ଟ ମୂଲ୍ୟରେ ବିକ୍ରି ପାଇଁ ବଜାରକୁ ଛଡାଯିବ।
ଫଳରେ ଖାଉଟିମାନଙ୍କୁ ମୂଲ୍ୟ ବୃଦ୍ଧି କଷ୍ଟରୁ ମୁକ୍ତି ମିଳି ପାରିବ। ମାତ୍ର ଏହି ପାଣ୍ଠି ଗଠନ ହେବାର ୫ ବର୍ଷ ବିତିଯିବାକୁ ବସିଥିଲେ ମଧ୍ୟ ଏହାର ବ୍ୟବହାର କରାଯାଉ ନାହିଁ। ଫଳରେ ବଜାର ଉପରେ ସରକାରଙ୍କ କୌଣସି ନିୟନ୍ତ୍ରଣ ରହୁ ନାହିଁ। ଖାଉଟିଙ୍କୁ ବାଧ୍ୟ ହୋଇ ଅନ୍ୟ ରାଜ୍ୟ ଉତ୍ପାଦନ ଓ ଦର ଉପରେ ନିର୍ଭର କରିବାକୁ ପଡୁଛି। ପରିସ୍ଥିତି ସ୍ବାଭାବିକ ହେବା ଯାଏ ଖାଉଟିମାନେ ଚଢା ଦରରେ ପିଆଜ କିଣିବାକୁ ବାଧ୍ୟ ହେବେ। ଆଇଗିଣିଆ ପିଆଜ ବ୍ୟବସାୟୀ ସଂଘର ସାଧାରଣ ସମ୍ପାଦକ ତଥା ଓଡ଼ିଶା ବ୍ୟବସାୟୀ ସଂଘର ଆବାହକ ଶକ୍ତି ଶଙ୍କର ମିଶ୍ର କହିଛନ୍ତି, ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଥିବାରୁ କୌଣସି ବିକଳ୍ପ ନାହିଁ। ଆସନ୍ତା ମାସେ ଯାଏ ପିଆଜ ଦର କମିବା ଆଶା କ୍ଷୀଣ।
କେବଳ ପିଆଜ ନୁହେଁ, ଆଳୁ ଓ ପରିବା ଦର ମଧ୍ୟ ଆକାଶ ଛୁଆଁ ହୋଇଛି। ବଜାରରେ ପୋଟଳ ୮୦ ଟଙ୍କା, ବାଇଗଣ ୫୦ ଟଙ୍କା, କଲରା ୭୦ ଟଙ୍କା, କାକୁଡି ୬୦, ବିନ୍ସ ୬୦, ଝୁଡଙ୍ଗ ୯୦, ଭଣ୍ଡା ୩୦, କଖାରୁ ୩୦ ଟଙ୍କାରେ କି.ଗ୍ରା. ପ୍ରତି ବିକ୍ରି ହେଉଛି। ଉଚ୍ଚା ଦରରେ କିଣୁଥିବାରୁ ଅଧିକ ଦରରେ ବିକ୍ରି କରିବାକୁ ପଡୁଛି ବୋଲି ପରିବା ବ୍ୟବସାୟୀ ବନମାଳୀ ସ୍ବାଇଁ କହିଛନ୍ତି। ନୂଆ ପରିବା ଆସିବା ପରେ ଦର କମିବ ବୋଲି ସେ କହିଛନ୍ତି।
ଦିନମଜୁରିଆ ନିଶାକର ମାହାଳି କହିଛନ୍ତି, କରୋନା ବେଳେ ସବୁ ଦିନେ କାମ ମିଳୁ ନାହିଁ। ୫ ପ୍ରାଣୀ କୁଟୁମ୍ବଙ୍କୁ ଚଳାଇବା କଷ୍ଟକର ହୋଇ ପଡୁଛି। ଆଳୁ ଓ ପିଆଜରେ କାମ ଚଳି ଯାଉଥିଲା। ପରିବା କିଣିବା ଦୂରର କଥା ଦର ବୃଦ୍ଧି ଯୋଗୁ ଆଳୁ ପିଆଜ କିଣିବା ମଧ୍ୟ ଅସମ୍ଭବ ହେଉଛି ବୋଲି ସେ କହିଛନ୍ତି।
ସରକାରଙ୍କ ବଜାର ଉପରେ ସତେ ଯେମିତି କୌଣସି ନିୟନ୍ତ୍ରଣ ନାହିଁ। ବିଭାଗୀୟ ଅଧିକାରୀମାନେ ଚୁପ ହୋଇ ରହିବାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଏ ନେଇ ଯୋଗାଣ ବିଭାଗ ସଚିବ ଭି.ଭି ଯାଦବଙ୍କୁ ଯୋଗାଯୋ କରାଯାଇଥିଲେ ମଧ୍ୟ ତାଙ୍କ ମତାମତ ମିଳି ପାରି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସୁଶାନ୍ତ ସିଂଙ୍କ ପୋଷ୍ଟମର୍ଟମକୁ ନେଇ ଭଉଣୀ ଶ୍ୱେତାଙ୍କ ନୂଆ ଦାବି, ଆଖିରେ ଆଘାତ….

ବଲିଉଡ୍‌ର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ୬ ବର୍ଷରୁ ଅଧିକ ସମୟ ବିତିଥିଲେ ମଧ୍ୟ ମାମଲାଟି ପୁଣିଥରେ ଚର୍ଚ୍ଚାକୁ ଆସିଛି । ସୁଶାନ୍ତଙ୍କ ଭଉଣୀ…

ଷ୍ଟାଡିୟମରୁ ଚୋରି ହୋଇଗଲା ଭାରତୀୟ ଖେଳାଳିଙ୍କ ଦାମୀ ବ୍ୟାଟ୍! ଭିଡିଓ କରି କହିଲେ…

ନୂଆଦିଲ୍ଲୀ,୨୮ା୯: ଭାରତୀୟ କ୍ରିକେଟର ଦୀପକ ଚହରଙ୍କ ୩ଟି କ୍ରିକେଟ୍‌ ବ୍ୟାଟ୍‌ ଗ୍ରାଉଣ୍ଡରୁ ଚୋରି ହୋଇଥିବା ଜଣାପଡ଼ିଛି । ଚୋରି ହୋଇଥିବା ବ୍ୟାଟ୍‌ଗୁଡ଼ିକର ମୋଟ ମୂଲ୍ୟ ପ୍ରାୟ ଦେଢ଼…

ନୂଆପଡ଼ାରେ ପୁଣି ବାଘ ଆତଙ୍କ: ରାସ୍ତା ପାର ହେଲା କଲରାପତରିଆ, ଭୟରେ ଗ୍ରାମବାସୀ

ନୂଆପଡ଼ା, ୨୮/୯ (ମକାରୁ ବେମାଲ): ନୂଆପଡ଼ା ଜିଲାରେ କିଛି ଦିନର ବ୍ୟବଧାନ ପରେ ପୁଣି ବାଘ ଆତଙ୍କ ଦେଖାଦେଇଛି। ରବିବାର ରାତି ପ୍ରାୟ ସାଢ଼େ ୧୦ଟା ସମୟରେ…

ପ୍ରତିବର୍ଷ ଏକ ବର୍ଗକିଲୋମିଟର ସଙ୍କୁଚିତ ହେଉଛି ମା’ ବରୁଣେଇ ପୀଠ, ପର୍ଯ୍ୟଟକଙ୍କ ପାଇଁ ପାଲଟିଛି ଅପହଞ୍ଚ

କେନ୍ଦ୍ରାପଡା,୨୮ା୯ (ଜଗନ୍ନାଥ ଧଳ): ଜାତୀୟ ଉଦ୍ୟାନ ଭିତରକନିକା ଜୈବ ବିବିଧତା ବିଭବ ମଧ୍ୟରେ ବରୁଣେଇ ଦୀପରେ ମା’ ବରୁଣେଇ ଦୀର୍ଘ ବର୍ଷ ଧରି ପୂଜା ପାଉଥିଲେ ମଧ୍ୟ…

ସ୍କୁଲ ଯିବା ବାଟରେ ସ୍କୁଟି ଆଗକୁ ଆସିଗଲା ଛେଳି, ଦୁର୍ଘଟଣାରେ ଚାଲିଗଲା ଶିକ୍ଷୟିତ୍ରୀଙ୍କ ଜୀବନ

ବାସୁଦେବପୁର,୨୮ା୯(କାଳି ପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ମନ୍ଦାରୀ ବନ୍ଧ ମୁଣ୍ଡ ପୋଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ମୃତକ ହେଉଛନ୍ତି ବାସୁଦେବପୁର ପୌରାଞ୍ଚଳ…

ଦେଶୀ ବିହନ ସଂରକ୍ଷଣରେ ବୈଦନାଥଙ୍କ ନିଆରା ପ୍ରୟାସ, ୨୨ କିସମର ଧାନ ସଂଗ୍ରହ କରି…

କର୍ଲାମୁଣ୍ଡା,୨୮ା୯(ପ୍ରଦୀପ କୁମାର ସାହୁ): ଦେଶୀ ବିହନର ସୁରକ୍ଷା ସହ ପ୍ରାକୃତିକ ଚାଷକୁ ପ୍ରୋତ୍ସାହନ, ମାଟି ଓ ଜୈବବିବିଧତାର ସୁରକ୍ଷା ତଥା ବିଷମୁକ୍ତ ଓ ପୁଷ୍ଟିକର ଖାଦ୍ୟ ଉତ୍ପାଦନ…

ରେକର୍ଡ ଭାଙ୍ଗିବା ପରେ ମୁହଁ ଖୋଲିଲେ କୋହଲି, ଗିଲ୍‌ଙ୍କ କ୍ୟାପ୍ଟେନ୍ସିକୁ ନେଇ କହିଲେ ବଡ଼ କଥା

ନୂଆଦିଲ୍ଲୀ,୨୮ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଦମଦାର ପ୍ରଦର୍ଶନ କରିଛନ୍ତି ଟିମ୍‌ ଇଣ୍ଡିଆର ଷ୍ଟାର ବ୍ୟାଟର ବିରାଟ କୋହଲି । ମାତ୍ର ୮୮ ବଲ୍‌ରୁ ୧୩୯ ରନ୍‌ର…

ଶାହୀ ମସଜିଦକୁ ନେଇ ଉତ୍ତେଜନା, ପୋଲିସ ଉପରକୁ ପଥରମାଡ଼

ଭୋପାଳ,୨୮ା୯: ସିଂହସ୍ଥ-୨୦୨୮ ପ୍ରସ୍ତୁତି ମଧ୍ୟରେ ମଧ୍ୟପ୍ରଦେଶର ଉଜ୍ଜୟିନୀରେ ଶାହୀ ମସଜିଦର କିଛି ଅଂଶ ହଟାଇବାକୁ ନେଇ ବିବାଦ ତୀବ୍ର ହୋଇଛି । ସୋମବାର ପ୍ରଶାସନ ପକ୍ଷରୁ ପ୍ରଭାବିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?