ବେକାବୁ ହେଉଛି ପିଆଜ ଦର

ଭୁବନେଶ୍ୱର, ୨୩।୯(ବ୍ୟୁରୋ):ଅତ୍ୟାବଶ୍ୟକ ସାମଗ୍ରୀ ପିଆଜ ଦର ବୃଦ୍ଧି ଗରିବ, ନିମ୍ନ ମଧ୍ୟବିତ୍ତ ପରିବାର ମୁଣ୍ଡରେ ଚଡ଼କ ପକାଇଛି। ପ୍ରତ୍ୟେକ ଦିନ ଦର ବଢି ବଢି ଚାଲଛି। ବଜାରରେ ଏହାର ଖୁଚରା ଦର ୪୫ ଟଙ୍କା ଛୁଇଁଲାଣି। ଗତ ୨ ସପ୍ତାହ ମଧ୍ୟରେ ପିଆଜ କେ.ଜି. ପିଛା ଦର ୨୦ ଟଙ୍କା ବୃଦ୍ଧି ପାଇଛି। ଘର ଖର୍ଚ୍ଚ ପାଇଁ କିଲେ ଜାଗାରେ ଅଢେଇଶ କିମ୍ବା ଅଧା କିଲୋରେ କାମ ଚଳାଇବାକୁ ପଡୁଛି। ଆସନ୍ତା ଡିସେମ୍ବର ଯାଏ ବଜାରରେ ପିଆଜ ଦର କମିବା ଆଶା କ୍ଷୀଣ ବୋଲି ପିଆଜ ଆମଦାନୀ କରୁଥିବା ବ୍ୟବସାୟୀମାନେ କହିଲେଣି। ଏହି ଦର ବୃଦ୍ଧିକୁ ନେଇ ସାଧାରଣ ଖାଉଟି ହନ୍ତସନ୍ତ ହେଉଛନ୍ତି। ସରକାରୀ ଉଦାସୀନତା ମଧ୍ୟ ଅବସ୍ଥାକୁ ଆହୁରି ଜଟିଳ କରିଛି। ଖୁଚୁରା ବ୍ୟବସାୟୀଙ୍କ ଉପରେ ନିୟନ୍ତ୍ରଣ ନ ଥିବାରୁ ମନଇଚ୍ଛା ଦର ବଢାଇ ଗ୍ରାହକଙ୍କୁ ଶୋଷଣ କରୁଥିବା ଅଭିଯୋଗ ହେଉଛି।
ଓଡିଶାକୁ ମୁଖ୍ୟତଃ ମହାରାଷ୍ଟ୍ରର ନାସିକରୁ ପିଆଜ ଆମଦାନୀ ହୋଇଥାଏ। ଏହାଛଡା ଆନ୍ଧ୍ର ଏବଂ କର୍ନାଟକର ବେଙ୍ଗାଲୁରୁରୁ ମଧ୍ୟ ପିଆଜ ରାଜ୍ୟକୁ ଆସିଥାଏ। ଅମଳ ଶେଷ ସମୟ ହୋଇଥିବାରୁ ପିଆଜ ଦର ବୃଦ୍ଧି ପାଇଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସଫେଇ ଦେଉଛି। ବାହାର ରାଜ୍ୟ ଉପରେ ନିର୍ଭର କରୁଥିବାରୁ ପିଆଜ ଦର ବୃଦ୍ଧି ଉପରେ ଅଙ୍କୁଶ ଲଗାଇବାକୁ ସରକାରଙ୍କ ପାଖରେ କୌଣସି ବିକଳ୍ପ ନାହିଁ। ନୂଆ ପିଆଜ ବଜାରକୁ ଆସିଲେ ଦର କମିବ ବୋଲି ଯୋଗାଣ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଅର୍ଥାତ୍‌ ଏହି ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧିକୁ ରୋକିବା ପାଇଁ ସରକାରଙ୍କ ପାଖରେ କିଛି ବିକଳ୍ପ ନାହିଁ। ଉତ୍ପାଦନ ବୃଦ୍ଧି ଓ ଦର କମିବା ଯାଏ ଖାଉଟିଙ୍କୁ ଅପେକ୍ଷା କରିବାକୁ ପଡିବ।
ଏଠାରେ ସୂଚନା ଯୋଗ୍ୟ, ୨୦୧୫ରେ ଆଳୁ ଓ ପିଆଜ ଦରକୁ ନିୟନ୍ତ୍ରଣ କରିବା ପାଇଁ ପ୍ରାଇସ ଷ୍ଟାବିଲାଇଜେଶନ ଫଣ୍ଡ (ପିଏସ୍‌ଏଫ୍‌) ଗଠନ କରିବାକୁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଥିଲେ। ଏଥିରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ୫୦ କୋଟି ଟଙ୍କା ଲେଖାଏ ଅଂଶଧନ ବହନ କରିବା ବ୍ୟବସ୍ଥା ରହିଛି। ୧୦୦ କୋଟି ଟଙ୍କାରେ ଅଗଷ୍ଟ ପୂର୍ବରୁ ରାଜ୍ୟ ସରକାର ପ୍ରାଥମିକ ସମବାୟ ସମିତି ଜରିଆରେ ଚାଷୀଙ୍କ ଠାରୁ ଅତ୍ୟାବଶ୍ୟକ ସାମଗ୍ରୀ ଆଳୁ, ପିଆଜ ଏବଂ ଡାଲିଜାତୀୟ ଶସ୍ୟ କିଣି ଗଚ୍ଛିତ ରଖିବେ। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପିଏସ୍‌ଏଫ୍‌ର ନୋଡାଲ ବିଭାଗ ଭାବେ କାର୍ଯ୍ୟ କରିବ। ତିରୋଟ ସମୟରେ ଉକ୍ତ ସାମଗ୍ରୀକୁ ନିର୍ଦ୍ଦିଷ୍ଟ ମୂଲ୍ୟରେ ବିକ୍ରି ପାଇଁ ବଜାରକୁ ଛଡାଯିବ।
ଫଳରେ ଖାଉଟିମାନଙ୍କୁ ମୂଲ୍ୟ ବୃଦ୍ଧି କଷ୍ଟରୁ ମୁକ୍ତି ମିଳି ପାରିବ। ମାତ୍ର ଏହି ପାଣ୍ଠି ଗଠନ ହେବାର ୫ ବର୍ଷ ବିତିଯିବାକୁ ବସିଥିଲେ ମଧ୍ୟ ଏହାର ବ୍ୟବହାର କରାଯାଉ ନାହିଁ। ଫଳରେ ବଜାର ଉପରେ ସରକାରଙ୍କ କୌଣସି ନିୟନ୍ତ୍ରଣ ରହୁ ନାହିଁ। ଖାଉଟିଙ୍କୁ ବାଧ୍ୟ ହୋଇ ଅନ୍ୟ ରାଜ୍ୟ ଉତ୍ପାଦନ ଓ ଦର ଉପରେ ନିର୍ଭର କରିବାକୁ ପଡୁଛି। ପରିସ୍ଥିତି ସ୍ବାଭାବିକ ହେବା ଯାଏ ଖାଉଟିମାନେ ଚଢା ଦରରେ ପିଆଜ କିଣିବାକୁ ବାଧ୍ୟ ହେବେ। ଆଇଗିଣିଆ ପିଆଜ ବ୍ୟବସାୟୀ ସଂଘର ସାଧାରଣ ସମ୍ପାଦକ ତଥା ଓଡ଼ିଶା ବ୍ୟବସାୟୀ ସଂଘର ଆବାହକ ଶକ୍ତି ଶଙ୍କର ମିଶ୍ର କହିଛନ୍ତି, ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଥିବାରୁ କୌଣସି ବିକଳ୍ପ ନାହିଁ। ଆସନ୍ତା ମାସେ ଯାଏ ପିଆଜ ଦର କମିବା ଆଶା କ୍ଷୀଣ।
କେବଳ ପିଆଜ ନୁହେଁ, ଆଳୁ ଓ ପରିବା ଦର ମଧ୍ୟ ଆକାଶ ଛୁଆଁ ହୋଇଛି। ବଜାରରେ ପୋଟଳ ୮୦ ଟଙ୍କା, ବାଇଗଣ ୫୦ ଟଙ୍କା, କଲରା ୭୦ ଟଙ୍କା, କାକୁଡି ୬୦, ବିନ୍ସ ୬୦, ଝୁଡଙ୍ଗ ୯୦, ଭଣ୍ଡା ୩୦, କଖାରୁ ୩୦ ଟଙ୍କାରେ କି.ଗ୍ରା. ପ୍ରତି ବିକ୍ରି ହେଉଛି। ଉଚ୍ଚା ଦରରେ କିଣୁଥିବାରୁ ଅଧିକ ଦରରେ ବିକ୍ରି କରିବାକୁ ପଡୁଛି ବୋଲି ପରିବା ବ୍ୟବସାୟୀ ବନମାଳୀ ସ୍ବାଇଁ କହିଛନ୍ତି। ନୂଆ ପରିବା ଆସିବା ପରେ ଦର କମିବ ବୋଲି ସେ କହିଛନ୍ତି।
ଦିନମଜୁରିଆ ନିଶାକର ମାହାଳି କହିଛନ୍ତି, କରୋନା ବେଳେ ସବୁ ଦିନେ କାମ ମିଳୁ ନାହିଁ। ୫ ପ୍ରାଣୀ କୁଟୁମ୍ବଙ୍କୁ ଚଳାଇବା କଷ୍ଟକର ହୋଇ ପଡୁଛି। ଆଳୁ ଓ ପିଆଜରେ କାମ ଚଳି ଯାଉଥିଲା। ପରିବା କିଣିବା ଦୂରର କଥା ଦର ବୃଦ୍ଧି ଯୋଗୁ ଆଳୁ ପିଆଜ କିଣିବା ମଧ୍ୟ ଅସମ୍ଭବ ହେଉଛି ବୋଲି ସେ କହିଛନ୍ତି।
ସରକାରଙ୍କ ବଜାର ଉପରେ ସତେ ଯେମିତି କୌଣସି ନିୟନ୍ତ୍ରଣ ନାହିଁ। ବିଭାଗୀୟ ଅଧିକାରୀମାନେ ଚୁପ ହୋଇ ରହିବାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଏ ନେଇ ଯୋଗାଣ ବିଭାଗ ସଚିବ ଭି.ଭି ଯାଦବଙ୍କୁ ଯୋଗାଯୋ କରାଯାଇଥିଲେ ମଧ୍ୟ ତାଙ୍କ ମତାମତ ମିଳି ପାରି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri