ଶ୍ରମ ବିଲ୍‌କୁ ବିଜେଡିର ସମର୍ଥନ

ଭୁବନେଶ୍ୱର, ୨୩।୯(ବ୍ୟୁରୋ):ବିଜୁ ଜନତା ଦଳ(ବିଜେଡି) ମଙ୍ଗଳବାର ଲୋକ ସଭାରେ ଆଗତ କରାଯାଇଥିବା ଶ୍ରମିକ ସମ୍ବନ୍ଧୀୟ ୩ଟି ବିଲ୍‌କୁ ସମର୍ଥନ ଦେଇଛି। ସେହି ବିଲ୍‌ଗୁଡିକ ହେଲା ଅକୁପେଶନାଲ ସେଫ୍ଟି , ହେଲ୍‌ଥ ଆଣ୍ଡ ଓ୍ବାର୍କିଂ କଣ୍ଡିଶନସ୍‌ କୋଡ୍‌-୨୦୨୦, ଇଣ୍ଡଷ୍ଟ୍ରିୟାଲ ରିଲେଶନ କୋଡ ବିଲ୍‌-୨୦୨୦ ଏବଂ ସାମାଜିକ ସୁରକ୍ଷା ବିଲ୍‌-୨୦୨୦। ଏହା ସପକ୍ଷରେ ବିଜେଡି ଭୋଟ ଦେଇଛି। ବୁଧବାର ଏହି ବିଲ୍‌ ରାଜ୍ୟ ସଭାରେ ଆଗତ କରାଯିବ। ତେବେ ଏହି ବିଲ୍‌ରେ ରାଜ୍ୟ ସରକାରଙ୍କ ଅଧିକାରକୁ ଏକ ପ୍ରକାର ସଙ୍କୁଚିତ କରାଯାଇଛି। ମଳିଥିବା ସୂଚନା ଅନୁଯାୟୀ ଶ୍ରମିକ ବିଲ୍‌ରେ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡକୁ କେନ୍ଦ୍ର ସରକାର ନିଜ ଅଧୀନକୁ ନେବା ଲାଗି ସମସ୍ତ ବ୍ୟବସ୍ଥା କରିଛନ୍ତି। ଏହାଛଡା ଶ୍ରମିକ ପଞ୍ଜୀକରଣ ନେଇ ମଧ୍ୟ ବିଲ୍‌ରେ କେତେକ ସଂଶୋଧନ କରାଯାଇଛି। ଏହି ବିଲ୍‌ରେ ଶ୍ରମିକ ପଞ୍ଜୀକରଣ ରାଜ୍ୟରେ ଥିବା କେନ୍ଦ୍ର ଶ୍ରମ କମିଶନରଙ୍କ ଅଧୀନକୁ ଚାଲିଯିବ। ଏହାଛଡା ଶ୍ରମିକମାନଙ୍କର କଲ୍ୟାଣ ପାଇଁ ରାଜ୍ୟ ସରକାର ବିଭିନ୍ନ ନିର୍ମାଣ ସଂସ୍ଥାରୁ ସେସ୍‌ ଆଦାୟ କରୁଛନ୍ତି। ଶ୍ରମିକମାନଙ୍କ କଲ୍ୟାଣ ପାଇଁ ଏହାକୁ ଖର୍ଚ୍ଚ କରାଯାଉଛି। ତେବେ ସେହି ସେସ୍‌ କେନ୍ଦ୍ର ସରକାରଙ୍କ ଅଧୀନକୁ ଚାଲିଯିବ। ଯଦ୍ଦ୍ବାରା ରାଜ୍ୟ ସରକାର ଶ୍ରକିମମାନଙ୍କ କଲ୍ୟାଣ ପାଇଁ କରୁଥିବା ବିଭିନ୍ନ ଯୋଜନା ଲାଗି ଅର୍ଥର ଅଭାବ ରହିବ। ରାଜ୍ୟ ସଭାରେ ଏହି ବିଲ୍‌ରେ କେତେକ ସଂଶୋଧନ ଆଣିବାକୁ ବୁଧବାର ପ୍ରସ୍ତାବ ଦିଆଯିବ ବୋଲି ରାଜ୍ୟ ସଭା ସଦସ୍ୟ ସୁବାସ ସିଂ କହିଛନ୍ତି। ରାଜ୍ୟ ସରକାର ଏହି ବିଲ୍‌କୁ ସମ୍ପୂର୍ଣ୍ଣ ସମର୍ଥନ କରୁନାହାନ୍ତି। ବିଲ୍‌ରେ ଥିବା କେତେକ ଅସଙ୍ଗତି ଦୂର କରିବାକୁ ପ୍ରସ୍ତାବ ଦିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦଣ୍ଡିତ ହେଲା ପାକିସ୍ତାନ ଦଳ

ଦୁବାଇ,୧୪ା୯: ବର୍ମିଂହାମ୍‌ଠାରେ ଇଂଲଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ସ୍ଲୋ-ଓଭର ରେଟ୍‌ ପାଇଁ ପାକିସ୍ତାନ ଦଳକୁ ମ୍ୟାଚ୍‌ ଫି’ର ୫୦ ପ୍ରତିଶତ ଜରିମାନା କରାଯାଇଛି। ଏହାଛଡ଼ା ୧୧…

ପୋଷ୍ଟ ଅଫିସରେ ଜମାକାରୀଙ୍କ ଟଙ୍କା ହଡ଼ପ ଅଭିଯୋଗ: ପୂର୍ବତନ ପୋଷ୍ଟମାଷ୍ଟର ଫେରାର

ପାଟଣା, ୧୪।୯ (ବୀର କିଶୋର ଦାଶ): ପୋଷ୍ଟ ଅଫିସ ଉପରେ ଭରସା କରି ନିଜର କଷ୍ଟାର୍ଜିତ ଟଙ୍କା ଜମା ରଖିଥିଲେ ଜମାକାରୀ। ହେଲେ ଏବେ ସେହି ଜମା…

ଦୁର୍ଗାପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ

ଦାରିଙ୍ଗବାଡ଼ି, ୧୪।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଗଣେଶ ଚତୁର୍ଥୀ ଅବସରରେ ଆସନ୍ତା ଦଶହରା ପୂଜା ପାଇଁ…

ନୂଆଁଖାଇ ଲାଗି ପାଟଣେଶ୍ୱରୀ ମନ୍ଦିରରେ ପହଞ୍ଚିଲା ନୂଆ ଧାନ

ବଲାଙ୍ଗୀର, ୧୪।୯ (ସୁନିଲ କୁମାର ମହାନ୍ତି): ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ବଲାଙ୍ଗୀର ସହର ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ପାଟଣା ରାଜ୍ୟର ଇଷ୍ଟଦେବୀ…

ଚାମ୍ପିୟନ ପୁରୁଷ, ମହିଳା ଦଳକୁ ରାଷ୍ଟ୍ରପତିଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ,୧୪ା୯: ଜବରଦସ୍ତ ପ୍ରଦର୍ଶନ ସହ ଉଭୟ ଜୁନିୟର ପୁରୁଷ ଓ ମହିଳା ହକି ଏସିଆ କପ୍‌ ଜିତିଥିବା ଭାରତୀୟ ଦଳକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଅଭିନନ୍ଦନ…

ଗଣେଶ ଚତୁର୍ଥୀରେ ଚଳଚଞ୍ଚଳ ଛତ୍ରପୁର ସହର: ଝଲସୁଛି ବିଭିନ୍ନ ପୂଜାମଣ୍ଡପ

ଛତ୍ରପୁର, ୧୪।୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଆଜି ପବିତ୍ର ଶ୍ରୀଗଣେଶ ଚତୁର୍ଥୀ। ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀଗଣେଶଙ୍କ ଆବାହନରେ ଚଳଚଞ୍ଚଳ ହୋଇଉଠିଛି ଛତ୍ରପୁର ସହର। ଶ୍ରଦ୍ଧା, ଭକ୍ତି ଓ…

ଗଞ୍ଜାମ ସହରରେ ଧୂମଧାମରେ ଗଣେଶ ପୂଜା: ପୁଇଁତୋଳା ପୂଜା କମିଟି ପକ୍ଷରୁ….

ଗଞ୍ଜାମ, ୧୪/୯ (ବିଦ୍ୟାଧର ସାହୁ): ଗଞ୍ଜାମ ସହରର ବିଭିନ୍ନ ସ୍ଥାନରେ ମହାବିନାୟକ, ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ଚତୁର୍ଥୀ ପୂଜା ମହାଆଡ଼ମ୍ବରରେ ପାଳିତ ହେଉଛି। ଏଥିପାଇଁ ଗାଁଠାରୁ ସହର ପର୍ଯ୍ୟନ୍ତ…

ପୁଣି ମହାବୀର ପର୍ବତକୁ ଫେରିଆସିଛି ମାଈ ହାତୀ

ବଡ଼ଗାଁ,୧୩ା୯(ଅଶୋକ ଷଡ଼ଙ୍ଗୀ): ଝାଡ଼ଖଣ୍ଡ ରାଜ୍ୟ ଜଙ୍ଗଲରୁ କିଛି ମାସ ତଳେ ଆସିଥିବା ୨୬ ଟିକିଆ ହାତୀପଲ ସୁନ୍ଦରଗଡ଼ ଜିଲା ବଡ଼ଗାଁ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ମହାବୀର ପର୍ବତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?