ବଢୁଛି ଉତ୍ତାପ: କୂପ, ପୋଖରୀ, ଜଳ ନିମ୍ନଗାମୀ

ମହାକାଳପଡ଼ା,୧୨।୪ (ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସମୁଦ୍ର ସଂଲଗ୍ନ ନଦୀ ନାଳଗୁଡ଼ିକ ଲୁଣିଆ ପାଣି ହୋଇଥିବାରୁ ସ୍ଥାନୀୟ ଜଳକ୍ଲିଷ୍ଟ ଲୋକମାନେ ପାନୀୟ ଜଳ ପାଇଁ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। ମୁନ୍ଦେ ଜଳ ପାଇଁ ନଦୀକୂଳିଆ ଲୋକମାନେ ଡହଳ ବିକଳ ହେଉଛନ୍ତି। ଅପରପକ୍ଷରେ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ସ୍ଥାନୀୟ ଜଳକ୍ଲିଷ୍ଟ ଅଞ୍ଚଳରେ ଲୋକମାନଙ୍କୁ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦେଉଥିଲେ ମଧ୍ୟ ଆବଶ୍ୟକ ମୁତାବକ ଜଳ ମିଳୁନାହିଁ। କେବଳ ରୋଷେଇ ଓ ପିଇବା ପାଣି ବ୍ୟବହାର ଲାଗି ୨ଦିନରେ ଥରେ ମଧୁର ଜଳ ଯୋଗାଣ କରାଯାଉଛି ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ।
ମିଳିଥିବା ସୂଚନା ଅନୁସାରେ, ବ୍ଲକର ଲୁଣା ନଦୀ ଉପରେ ସ୍ଥାନୀୟ ବାସିନ୍ଦା ପାନୀୟ ଜଳ ପାଇଁ ନର୍ଭର କରୁଥିବା ବେଳେ ନଦୀ ଜଳ ଲୁଣି ରହୁଛି। ସ୍ଥାନୀୟ ମଙ୍ଗଳପୁର ଓ ବରକନ୍ଧା ପଞ୍ଚାୟତର ୯ଟି ଗ୍ରାମର ୧୦ ହଜାରରୁ ଅଧିକ ଲୋକଙ୍କୁ ୫୦ ହଜାର ଲିଟର ଜଳ ଯୋଗାଣ ବିଭାଗ ପକ୍ଷରୁ ୨ଦିନରେ ଥରେ କରାଯାଉଛି ବୋଲି ମହାକାଳପଡ଼ା ବ୍ଲକ ପାନୀୟ ଜଳ ଯୋଗାଣ ବିଭାଗ ଯନ୍ତ୍ରୀ ସୁବ୍ରତ କୁମାର ସାହୁ କହିଛନ୍ତି। ସ୍ଥାନୀୟ ମଙ୍ଗଳପୁର, ଦଧିପୁର, ତେନ୍ତୁଲି, କୁମାରପଡ଼ା, ବନ୍ଧପଡ଼ା, ଗୋଜାବନ୍ଧ, ଛେଡ଼ାକଣି, ଷାଠିଏ ବାଟି ଓ ବରକନ୍ଧା ଗ୍ରାମକୁ ଶୁଦ୍ଧ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ଯୋଗାଇ ଦିଆଯାଉଛି। ହେଲେ ଅଧିକ ଟାଣ ଖରା ସାଙ୍ଗକୁ ଗରମ ହେଉଥିବାରୁ ଏହି ଗ୍ରାମର ଲୋକମାନଙ୍କୁ ଅଧିକ ଜଳ ଯୋଗାଣ ଲାଗି ସ୍ଥାନୀୟ ଲୋକେ ଅନୁରୋଧ କରିଛନ୍ତି। ପାଣି ଯୋଗାଣ ସମୟରେ ଗ୍ରାମର ଲୋକମାନେ ଧାଡ଼ି ହୋଇ ଗରା, ବାଲଟି, ପ୍ଲାଷ୍ଟିକ ଜାରକିନ୍‌ରେ ଜଳ ଭର୍ତ୍ତି କରି ନେଉଥିବା ଦେଖିବାକୁ ମିଳୁଛି। ପାଣିପାଗ ବିଭାଗର ପୂର୍ବାନୁମାନ ସୂଚନା ଅନୁସାରେ, ଅଞ୍ଚଳରେ ଉତ୍ତାପ ବୃଦ୍ଧି ପାଇବାର ଆଶଙ୍କା ରହିଛି। ସେଥିପାଇଁ ସ୍ଥାନୀୟ ଲୋକମାନଙ୍କୁ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ଅଧିକ ଜଳ ଯୋଗାଇ ଦେବାକୁ ଲୋକମାନେ କହିଛନ୍ତି। ଦୈନିକ ମୁଣ୍ଡ ପିଛା ୫ ଲିଟର ଜଳ ଯୋଗାଣ କରାଯାଉଛି ବୋଲି କୁହାଯାଇଛି। ଏ ସମ୍ପର୍କରେ ବ୍ଲକ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ ଯନ୍ତ୍ରୀ ସାହୁଙ୍କୁ ପଚାରିବାରେ ଖରାଦିନେ ଏହି ଅଞ୍ଚଳରେ ବିଭାଗ ପକ୍ଷରୁ ଜଳ ଯୋଗାଣ ଅବ୍ୟାହତ ରହିଛି। ଆଗାମୀଦିନରେ ଏହି ଅଞ୍ଚଳରେ ଅଧିକ ଜଳ ଯୋଗାଣ ପାଇଁ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଏହି ଅଞ୍ଚଳର କୂଅ, ପୋଖରୀର ଜଳସ୍ତର ନିମ୍ନଗାମୀ ହେବାରେ ଲାଗିଛି। ଖାଲ ପାଟ ଶୁଖିଲା ପଡ଼ିଥିବା ବେଳେ ଗୋ, ପ୍ରାଣୀ, ପକ୍ଷୀ ଓ ଅନ୍ୟ ଜୀବଜନ୍ତୁ ପାଣି ମୁନ୍ଦେ ପାଇଁ ଡହଳ ବିକଳ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟେଷ୍ଟ କ୍ରିକେଟରୁ ଅବସର ନେଇ ବଡ଼ ଭୁଲ କରିଦେଲେ କୋହଲି-ଶାମି: କପିଳଙ୍କ ଚାଞ୍ଚଲ୍ୟକର ଦାବି, କହିଲେ-୧୦ ବର୍ଷ ପରେ…

ନୂଆଦିଲ୍ଲୀ,୧୬।୧୧: ଭାରତୀୟ କ୍ରିକେଟର ଦିଗ୍ଗଜ ବ୍ୟାଟର ବିରାଟ କୋହଲି ଏବଂ ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ଶାମି ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେଇସାରିଛନ୍ତି। କୋହଲି ୨୦୨୫ ଜୁନରେ…

ଟିମ ଇଣ୍ଡିଆକୁ ବଡ଼ ଝଟ୍‌କା: ପୁଣି ଆହତ ହେଲେ ଷ୍ଟାର୍‌ ଖେଳାଳି

ନୂଆଦିଲ୍ଲୀ,୧୬।୧୧: ଭାରତୀୟ କ୍ରିକେଟ ଦଳର ଅନେକ ଷ୍ଟାର୍‌ ଖେଳାଳି ଏବେ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ୨୦୨୬ରେ ଖେଳୁଥିବା ନଜର ଆସୁଛନ୍ତି। ଏହି ଟୁର୍ନାମେଣ୍ଟରେ ଭଲ ପ୍ରଦର୍ଶନ…

ବରିଷ୍ଠ ଆଇନଜୀବୀ ଦୁର୍ଗା ପ୍ରସାଦ ମଣିପାତ୍ରଙ୍କ ବିୟୋଗରେ ଗୁଣପୁର ଓକିଲ ସଂଘର ଶୋକସଭା

ଗୁଣପୁର, ୧୬।୧୧ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଓକିଲ ସଂଘର ବରିଷ୍ଠ ଆଇନଜୀବୀ ଦୁର୍ଗା ପ୍ରସାଦ ମଣିପାତ୍ରଙ୍କ ୭୫ ବର୍ଷ ବୟସରେ ଶନିବାର ପରଲୋକ ଘଟିଥିଲା।…

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଦାରିଙ୍ଗବାଡ଼ି ଇକୋ ରିଟ୍ରିଟ: ୨୮ ତମ୍ବୁ ଘର ସହ ପଞ୍ଚତାରକା ହୋଟେଲ୍‌ର ସୁବିଧା

ଦାରିଙ୍ଗବାଡ଼ି, ୧୬।୧୧ (ଅରୁଣ ସାହୁ): ପର୍ଯ୍ୟଟକଙ୍କ ପାଇଁ ଖୋଲିଲା କନ୍ଧମାଳ ଜିଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଦାରିଙ୍ଗବାଡ଼ି ଇକୋ ରିଟ୍ରିଟ। ଚଳିତ ବର୍ଷର ଇକୋ ରିଟ୍ରିଟକୁ ରାଜ୍ୟ ପର୍ଯ୍ୟଟନ…

ଗର୍ଭରେ ଆଲିଆ ଭଟ୍ଟ ଥିବାବେଳେ ଗୋଟିଏ ଦିନରେ ୧୦୦ ସିଗାରେଟ ଟାଣୁଥିଲେ ମା’ ସୋନି ରାଜଦାନ, ନିଜେ ଖୋଲିଲେ ଗୁମର

ମୁମ୍ବାଇ:ବଲିଉଡ୍‌ର ଜଣାଶୁଣା ଅଭିନେତ୍ରୀ ସୋନି ରାଜଦାନ ନିଜ ଦମ୍‌ଦାର ଅଭିନୟ ପାଇଁ ବେଶ ପରିଚିତ। ଦୀର୍ଘଦିନ ଧରି ଫିଲ୍ମ ଇଣ୍ଡଷ୍ଟ୍ରିରେ ସକ୍ରିୟ ଥିବା ସୋନି ନିଜ ଚରିତ୍ରକୁ…

କେନ୍ଦୁଝରରେ ଚାଞ୍ଚଲ୍ୟ: ଜୀବନ ଯୁଦ୍ଧରେ ହାରିଗଲେ ବଳାତ୍କାର ପୀଡିତା, ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ…

କେନ୍ଦୁଝର,୧୬।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ତେଲକୋଇ ଥାନା ଅଞ୍ଚଳରେ ଜଣେ ୪୫ ବର୍ଷୀୟା ଜୁଆଙ୍ଗ ଆଦିମ ଜନଜାତି ବିଧବା ମହିଳା ବଳାତ୍କାରର ଶିକାର ହୋଇଥିଲେ। ଗୁରୁତର…

ଧରିତ୍ରୀରେ ଖବର ପ୍ରକାଶ ପରେ ତୁରନ୍ତ ହେଲା ସମସ୍ୟା ସମାଧାନ: ନୋଡାଲ ବିଦ୍ୟାଳୟକୁ ମିଳିଲା ୨ ଶିକ୍ଷକ

କର୍ଲାମୁଣ୍ଡା,୧୬।୧୧(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ସ୍ଥିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ସମସ୍ୟାକୁ ନେଇ ଧରିତ୍ରୀ ଓ ଓରିଶା…

ଏହି ଦିନ ଖେଳାଯିବ ଭାରତ-ପାକିସ୍ତାନ ହାଇଭୋଲଟେଜ୍‌ ମ୍ୟାଚ: ବୈଭବ କରିବେ ଓପନିଂ, ନୋଟ୍‌ କରନ୍ତୁ ମ୍ୟାଚ ତାରିଖ

ନୂଆଦିଲ୍ଲୀ,୧୬।୧୧: ଯୁବ ବ୍ୟାଟର୍‌ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ଅଳ୍ପ କ୍ରିକେଟ କ୍ୟାରିୟର ମଧ୍ୟରେ ଟି-୨୦ ଫର୍ମାଟରେ ନିଜ ବ୍ୟାଟିଂର ଜଲୱା ଦେଖାଇଛନ୍ତି ସେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?