Posted inଫୁରସତ

ବଜାରରେ ମିଳୁଛି ପ୍ରିଣ୍ଟେଡ୍‌ ସିଙ୍ଗଡ଼ା, କୋଡ୍‌ ଓ୍ବାର୍ଡ ଜାଣିଲେ…

ସିଙ୍ଗଡ଼ାର ନାଁ କାହାକୁ ବା ଅଜଣା। ଅନେକ ସହର ଅଛି, ଯାହାକି କେବଳ ସିଙ୍ଗଡ଼ା ପାଇଁ ପ୍ରସିଦ୍ଧ। ପୂର୍ବରୁ ସିଙ୍ଗଡ଼ାରେ କେବଳ ଆଳୁ-ମଟର ପୂର ଭାବେ ଦିଆଯାଉଥିଲା। କିନ୍ତୁ ବର୍ତ୍ତମାନ ବଦଳୁଥିବା ସମୟରେ ଏହାର ପୂର ମଧ୍ୟ ବଦଳି ଯାଇଛି। ଆଜିକାଲି, ଆଳୁ ଏବଂ ମଟର ବ୍ୟତୀତ ପନିର, ନୁଡୁଲ, ଚାଓମିନ୍‌ ଏବଂ ଅନେକ ପ୍ରକାରର ମସଲା ଏହା ଭିତରେ ଦିଆଯାଉଛି। ଏବେ ବାଙ୍ଗାଲୁରୁର ଜଣେ ବ୍ୟକ୍ତି ସୋସିଆଲ ମିଡିଆରେ ସିଙ୍ଗଡ଼ା ବିଷୟରେ ଏକ ‘ଟେକ୍‌ ଇନୋଭେସନ’ ଶେୟାର କରିଛନ୍ତ। ଯାହା ଅତ୍ୟନ୍ତ ଅନନ୍ୟ ଦେଖାଯାଉଛି।

ଶୋଭିତ୍‌ ବକଲିଓ୍ବାଲ ନାମକ ଜଣେ ବ୍ୟକ୍ତି ତାଙ୍କ ଟୁଇଟର ଆକାଉଣ୍ଟରେ ଏକ ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ସିଙ୍ଗଡ଼ାରେ ‘ଆଳୁ’ ଏବଂ ‘ନୁଡୁଲ୍ସ’ର ପ୍ରିଣ୍ଟ ଦୃଶ୍ୟମାନ ହେଉଛି। ଏହା ପଛର କାରଣ କୁହାଯାଉଛି ଯେ, ପ୍ରାୟତଃ ଲୋକମାନେ ବିଭିନ୍ନ ପୂର ଦିଆ ସିଙ୍ଗଡ଼ା ଖାଇବାକୁ ପସନ୍ଦ କରନ୍ତି। ସ୍ବାଦ ଜାଣିବା ସହଜ କରିବା ପାଇଁ ସିଙ୍ଗଡ଼ାକୁ ଏପରି ଭାବେ ପ୍ରିଣ୍ଟ କରାଯାଇଛି।

ଏହି ଫଟୋକୁ ୨୬୦୦ରୁ ଅଧିକ ଲୋକ ଦେଖିସାରିଲେଣି। ଏଥି ସହିତ, ଲାଇକ୍‌, ରିଟୁଇଟ୍‌ ଏବଂ ମନ୍ତବ୍ୟ ଜାରି ରଖିଛନ୍ତି। ଜଣେ ୟୁଜର ଲେଖିଛନ୍ତି, ‘ମୁଁ ରାଜସ୍ଥାନର ଏକ ଛୋଟ ସହରରେ କିଛି ଦିନ ପୂର୍ବରୁ ଏହା ଦେଖିଛି। ତାଙ୍କର ସିଙ୍ଗଡ଼ା ଷ୍ଟାର୍ଟଅପ୍‌ ଦୋକାନ ଥିଲା। ଯେଉଁଠାରେ ଦୋକାନୀ ବିଭିନ୍ନ ପ୍ରକାରର ସିଙ୍ଗଡ଼ା ଦିଅନ୍ତି। ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ଟେକ୍ନୋଲୋଜି ଆମକୁ ଅଳସୁଆ କରି ଦେଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri