କରୋନା ସଙ୍କଟ ଯୋଗୁ ବର୍ଷେ ହେଲାଣି ଦରମା ନେଇନାହାନ୍ତି ମୁକେଶ

ନୂଆଦିଲ୍ଲୀ,୩।୬: ଦେଶରେ କରୋନା ପ୍ରକୋପ ଏବେ ବି ଜାରି ରହିଛି। କରୋନା ସଙ୍କଟର ଭୟାବହତାକୁ ଦେଖି ରିଲାଏନ୍ସ ଇଣ୍ଡଷ୍ଟ୍ରିର (ଆର୍‌ଆଇଏଲ୍‌)ର ଅଧ୍ୟକ୍ଷ ମୁକେଶ ଆମ୍ବାନୀ ଗତ ଆର୍ଥିକ ବର୍ଷ ୨୦୨୦-୨୧ସମୟରେ କୌଣସି ଦରମା ନେଇ ନ ଥିବା ଜଣାପଡ଼ିଛି। ବୁଧବାର ପ୍ରକାଶ ପାଇଥିବା କମ୍ପାନୀର ବାର୍ଷିକ ରିପୋର୍ଟରେ ଏନେଇ ଉଲ୍ଲେଖ କରାଯାଇଛି। ସୂଚନାଯୋଗ୍ୟ, କରୋନା ମହାମାରୀ ଅନେକ ଲୋକଙ୍କ ଜୀବନକୁ ନଷ୍ଟ କରିଦେଇଥିବା ବେଳେ ଏଥିଯୋଗୁ ଦେଶର ଅର୍ଥନୈତିକ ବ୍ୟବସ୍ଥାକୁ ହଲାଇଦେଇଛି। ଦେଶରେ ଜାରି ରହିଥିବା ସଙ୍କଟ ଯୋଗୁ ସବୁ ବ୍ୟବସାୟିକ ଅନୁଷ୍ଠାନ ବନ୍ଦ ରହିବାରୁ ବହୁ ଲୋକ ବେରୋଜଗାର ମଧ୍ୟ ହୋଇଯାଇଛନ୍ତି। ତେଣୁ ମୁକେଶ ଦରମା ନ ନେବାକୁ ନିଷ୍ପତ୍ତି ନେଇଥିଲେ ବୋଲି ନିଜ ଅଂଶୀଦାରଙ୍କୁ କହିଛନ୍ତି। କିନ୍ତୁ କମ୍ପାନୀର ଅନ୍ୟ କର୍ମଚାରୀମାନେ ଠିକ୍‌ ସମୟରେ ନିଜର ବେତନ ଗ୍ରହଣ କରିଥିବା ଜଣାପଡ଼ିଛି। ଅନ୍ୟପଟେ କରୋନା ସଙ୍କଟ ବର୍ଷରେ ବି ମୁକେଶ ଆମ୍ବାନୀଙ୍କ କମ୍ପାନୀ ବହୁ ଲାଭରେ ଥିବା ବେଳେ ଆୟ ମଧ୍ୟ ବୃଦ୍ଧି ପାଇଛି। ସୂଚନା ମୁତାବକ ମୁକେଶ ଅମ୍ବାନୀଙ୍କ ବାର୍ଷିକ ଆୟ ହେଉଛି ୧୫ କୋଟି ଟଙ୍କା।


Enter your email to get our daily news in your inbox.

All Right Reserved By Dharitri.Com

ସୁସ୍ବାସ୍ଥ୍ୟ ପାଇଁ ପରିମଳ

ସୁସ୍ବାସ୍ଥ୍ୟ ପାଇଁ ପରିଷ୍କାର ପରିଚ୍ଛନ୍ନତା ଅପରିହାର୍ଯ୍ୟ। ଏହା ସହିତ ଘର ଏବଂ ବାହ୍ୟ ପରିବେଶରେ ପରିମଳ ବ୍ୟବସ୍ଥା ଆପଣେଇବା ମଧ୍ୟ ଆବଶ୍ୟକ। ବାହାରେ ଶୌଚ ହେବା...

ଖୋଲିଲା ବଦ୍ରିନାଥ ମନ୍ଦିର, ଭକ୍ତଙ୍କୁ ମିଳିଲାନି ଅନୁମତି

ଚାମୋଲି,୧୫।୫: ଦୀର୍ଘଦିନ ପରେ ଶୁକ୍ରବାର ଭୋର ପ୍ରାୟ ୪ଟା ୩୦ରେ ଖୋଲିଛି ବଦ୍ରିନାଥ ମନ୍ଦିର। ପ୍ରଥମେ ଶୀତଦିନିଆ ତୁଷାରପାତ ଓ ଏହାପରେ କରୋନା ସଂକ୍ରମଣ ଯୋଗୁ...

ଆଇଆଇଟି ବମ୍ବେ ବିଶ୍ୱର ଶ୍ରେଷ୍ଠ ୧୫୦ ବିଶ୍ୱବିଦ୍ୟାଳୟ ତାଲିକାରେ…

ନୂଆଦିଲ୍ଲୀ,୨୮।୬ : କ୍ୟୁଏସ ବିଶ୍ୱ ବିଶ୍ୱବିଦ୍ୟାଳୟ ର଼୍ୟାଙ୍କିଙ୍ଗ ୨୦୨୪ ପ୍ରକାଶିତ ହୋଇଛି। ବିଭିନ୍ନ ମାପଦଣ୍ଡ ଆଧାରରେ ବିଶ୍ୱର ଅନୁଷ୍ଠାନଗୁଡିକର ମୂଲ୍ୟାଙ୍କନ କରିବା ପରେ ଏହାକୁ ଏକ...

କର୍ନାଟକ ନିର୍ବାଚନରେ ୟେଦୁରପ୍ପା ରହିବେ ଭାଜପାର ପୋଷ୍ଟର ବୟ

ବେଙ୍ଗାଲୁରୁ,୨୭।୨: କର୍ନାଟକର ୪ଥର ଥିବା ମୁଖ୍ୟମନ୍ତ୍ରୀ ଥିବା ତଥା ଭାଜପାର ବରିଷ୍ଠ ନେତା ବି.ଏସ୍‌ ୟେଦୁରପ୍ପାଙ୍କୁ ୮୦ ବର୍ଷ ବୟସ ହେଲାଣି। ଏହାସତ୍ତ୍ୱେ ମଧ୍ୟ ସେ...

ସ୍ବାମୀଙ୍କ ମୃତ୍ୟୁ ପରେ ଦ୍ୱିତୀୟ ସ୍ତ୍ରୀଙ୍କୁ ପେନସନ ମିଳିବ କି?

ମୁମ୍ବାଇ,୧୭।୨: ପ୍ରଥମ ବିବାହର ଆଇନଗତ ସମାଧାନ ହୋଇ ନ ଥିଲେ ସ୍ବାମୀଙ୍କ ମୃତ୍ୟୁ ପାଇଁ ଦ୍ୱିତୀୟ ସ୍ତ୍ରୀଙ୍କୁ ପେନସନ ମିଳିବ ନାହିଁ। ବୁଧବାର ଏଭଳି ରାୟ...

ମୁଖ୍ୟମନ୍ତ୍ରୀ ପଦ-କ୍ଷମତା ଲୋଭ ନାହିଁ, କିନ୍ତୁ ଜିଦ୍‌ରେ ମୁଁ ଅଟଳ, କହିଲେ ଉଦ୍ଧବ…

ମୁମ୍ବାଇ, ୨୪।୬ : ମହାରାଷ୍ଟ୍ରର ଦ୍ରୁତ ପରିବର୍ତ୍ତନଶୀଳ ଘଟଣାକ୍ରମ ମଧ୍ୟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ପଦବୀରେ ତାଙ୍କର କୌଣସି ମୋହ ନାହିଁ।...

ପଶ୍ଚିମବଙ୍ଗରେ ଦିଦିଙ୍କୁ ଝଟକା

କୋଲକାତା,୨୩।୫: ପଶ୍ଚିମ ବଙ୍ଗରେ ଭାଜପା ପାଖାପାଖି ୧୭ ଆସନରେ ଆଗୁଆ ଥିବା ବେଳେ ତ୍ରୁଣମୂଳ କଂଗ୍ରେସକୁ ଲାଗିଛି ଝଟ୍‌କା। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳ ସେଠାରେ...

ଆତଙ୍କବାଦୀ ଶରଣକାରୀଙ୍କର ହେବ ପର୍ଦ୍ଦାଫାଶ୍‌: ମୋଦି

ନୂଆଦିଲ୍ଲୀ,୧୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଧୀନତା ଦିବସ ଅବସରରେ ପାକିସ୍ତାନକୁ କରିଛନ୍ତି ସମାଲୋଚନା। ସେ ପାକିସ୍ତାନର ନାମ ନ ନେଇ କହିଛନ୍ତି ଯେ, ଆତଙ୍କବାଦୀ ଶରଣକାରୀଙ୍କର...

Advertisement
Archives

Model This Week