Posted inଜାତୀୟ

NDAରେ ବଡ଼ ଫାଟ: କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ମାଗିଲେ ଚିରାଗ ପାଶୱାନ, ଦିଲ୍ଲୀରେ ପଡିଲା ଚହଳ…

ନୂଆଦିଲ୍ଲୀ,୨୯।୮: NDAରେ ଦଳିତ ସଂରକ୍ଷଣକୁ ନେଇ ଫାଟ ସ୍ପଷ୍ଟ ଦେଖାଯାଉଛି। ଲୋକ ଜନଶକ୍ତି ପାର୍ଟି (ରାମବିଲାସ) ର ମୁଖ୍ୟ କେନ୍ଦ୍ରମନ୍ତ୍ରୀ ଚିରାଗ ପାଶୱାନ, ମୋଦି କ୍ୟାବିନେଟରେ ଥିବା ନିଜର ସହଯୋଗୀ ଏବଂ ହିନ୍ଦୁସ୍ତାନ ଆୱାମୀ ମୋର୍ଚ୍ଚା (HAM) ର ଅଧ୍ୟକ୍ଷ ଜୀତନରାମ ମାଂଝୀଙ୍କୁ ଇସ୍ତଫା ଦେବାକୁ କହିଛନ୍ତି। କେବଳ ଏତିକି ନୁହେଁ, ଚିରାଗ ପାଶୱାନ ବିହାର ସରକାରରେ ମନ୍ତ୍ରୀ ଥିବା ସନ୍ତୋଷ ସୁମନଙ୍କୁ ମଧ୍ୟ ନିଜ ପଦ ଛାଡ଼ିବାକୁ କହିଛନ୍ତି। କେନ୍ଦ୍ରମନ୍ତ୍ରୀ ଶନିବାର କହିଛନ୍ତି ଯେ ଜୀତନରାମ ମାଂଝୀ ଦଳିତ ସଂରକ୍ଷଣରେ ସବ-କ୍ୟାଟେଗୋରାଇଜେସନ (ଉପ-ବର୍ଗୀକରଣ) କଥା କହୁଛନ୍ତି, ଏପରି ସ୍ଥିତିରେ ସେ ଏବଂ ତାଙ୍କ ପୁଅ ସବୁଠାରୁ ପ୍ରଥମେ ମନ୍ତ୍ରୀପଦ ଛାଡ଼ିବା ଉଚିତ।

ଶନିବାର ସାମ୍ୱାଦିକମାନଙ୍କ ସହ କଥା ହୋଇ ଚିରାଗ ପାଶୱାନ କହିଛନ୍ତି “ଅନୁସୂଚିତ ବର୍ଗର ସମସ୍ତ ଜାତି ଏକାଠି ଛିଡ଼ା ହୋଇଛନ୍ତି, ସେଥିପାଇଁ ଶକ୍ତିଶାଳୀ ଅଛନ୍ତି। ଯଦି ସେମାନଙ୍କର ଏକତା ନ ରହେ, ତେବେ ସଂରକ୍ଷଣ ଶେଷ ହୋଇଯିବ।” ସେ କହିଛନ୍ତି “ମୁଁ ସେତେବେଳେ ବି ସ୍ୱର ଉତ୍ତୋଳନ କରିଥିଲି, ଯେତେବେଳେ ଦଳିତ ଏବଂ ମହାଦଳିତର ବିଭାଜନ କରିବାକୁ ଚେଷ୍ଟା କରାଯାଇଥିଲା। ଆମ ପାର୍ଟି ଦଳିତ ସଂରକ୍ଷଣରେ ସବ-କୋଟା (ଉପ-କୋଟା) ସପକ୍ଷରେ ଆଦୌ ନାହିଁ।” ଚିରାଗ ପାଶୱାନ ଏହାକୁ ସମ୍ପୂର୍ଣ୍ଣ ଭାବେ ସମ୍ୱିଧାନର ଅବମାନନା ବୋଲି ଆଖ୍ୟା ଦେଇଛନ୍ତି। ସେ କହିଛନ୍ତି “ସମ୍ୱିଧାନରେ ଦଳିତମାନଙ୍କୁ ବହୁତ ଭାବିଚିନ୍ତି ସଂରକ୍ଷଣ ଦିଆଯାଇଛି, ଏହା ସମାଜ ଏବଂ ଅଛୁଆଁଭାବ ଆଧାରରେ ଦିଆଯାଇଛି, ସେଥିରେ କୌଣସିଠାରେ ବି ଆର୍ଥିକ ସ୍ଥିତିକୁ ସଂରକ୍ଷଣର ଆଧାର ବୋଲି କୁହାଯାଇ ନାହିଁ।”

ଚିରାଗ ପାଶୱାନ କେନ୍ଦ୍ରମନ୍ତ୍ରୀ ଜୀତନରାମ ମାଂଝୀଙ୍କୁ କଡ଼ା ଜବାବ ଦେଇ କହିଛନ୍ତି, “ଯଦି ସେ ଚାହୁଁଛନ୍ତି ଯେ ସଂରକ୍ଷଣରେ ସବ-କ୍ୟାଟେଗୋରୀ (ଉପ-ବର୍ଗ) ହେବା ଉଚିତ, ତେବେ ସବୁଠାରୁ ପ୍ରଥମେ ସେ ମନ୍ତ୍ରୀ ପଦ ଛାଡ଼ନ୍ତୁ ଏବଂ ବିହାର ସରକାରରେ ମନ୍ତ୍ରୀ ଥିବା ତାଙ୍କ ପୁଅ ସନ୍ତୋଷ ସୁମନ ମଧ୍ୟ ଇସ୍ତଫା ଦିଅନ୍ତୁ।” ସେ କହିଛନ୍ତି “ଦୁଇ ବାପ-ପୁଅ ଯଦି ସମ୍ୱିଧାନ ବଦଳାଇବାକୁ ଚାହୁଁଛନ୍ତି, ତେବେ ଇସ୍ତଫା ଦେବା ପରେ ସଂରକ୍ଷଣ ମୁଦ୍ଦାରେ ଗୃହକୁ ଆସି ଆଲୋଚନା କରନ୍ତୁ।” ବାସ୍ତବରେ, ଶୁକ୍ରବାର ଦିନ ସନ୍ତୋଷ ସୁମନ ସଂରକ୍ଷଣ ବ୍ୟବସ୍ଥାର ସମୀକ୍ଷା ମୁଦ୍ଦା ଉଠାଇଥିଲେ। ସେ କହିଥିଲେ ଯେ ସେ ଚାହୁଁଛନ୍ତି SC-ST ସଂରକ୍ଷଣରେ ସବ-କ୍ୟାଟେଗୋରାଇଜେସନ ଲାଗୁ ହେଉ। ଜୀତନରାମ ମାଂଝୀଙ୍କ ପୁଅ କହିଥିଲେ ଯେ ତାଙ୍କର ବିଶ୍ୱାସ କେଉଁ ସମୁଦାୟକୁ ସଂରକ୍ଷଣର କେତେ ଲାଭ ମିଳୁଛି, ଏହାର ମୂଲ୍ୟାଙ୍କନ ହେବା ଜରୁରୀ। ସେ କହିଥିଲେ ଯେ ଅନେକ ଜାତି ଏତେ ପଛୁଆ ହୋଇ ରହିଛନ୍ତି, ଯେଉଁମାନଙ୍କୁ ସଂରକ୍ଷଣର ପୂରା ଫାଇଦା ମିଳିପାରୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?