ବିଶ୍ୱର ସବୁଠାରୁ ଧନୀ ପରିବାର, ୪ ହଜାର କୋଟିର ମହଲ, ୭୦୦ରୁ ଅଧିକ କାର

ନୂଆଦିଲ୍ଲୀ: ନିକଟରେ ଭାରତ ଗସ୍ତରେ ଆସିଥିବା ୟୁଏଇ ରାଷ୍ଟ୍ରପତି ଶେଖ ମହମ୍ମଦ ବିନ ଜାଏଦ ଅଲ ନାହିୟାନ ପୁଣି ଥରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ତାଙ୍କ ପରିବାର ହେଉଛି ବିଶ୍ୱର ସବୁଠାରୁ ଧନୀ ପରିବାର। ଲୋକମାନେ ସେମାନଙ୍କର ନେଟ ମୂଲ୍ୟ ଜାଣି ଆଶ୍ଚର୍ଯ୍ୟ ହୋଇଗଲେ। ବ୍ଲୁମବର୍ଗ ନାହିୟାନଙ୍କ ପରିବାରକୁ ୨୦୨୩ ବିଶ୍ୱର ଧନୀ ପରିବାର ତାଲିକାରେ ପ୍ରଥମ ସ୍ଥାନ ଦେଇଥିଲା। ଶେଖ ମହମ୍ମଦ ହେଉଛନ୍ତି ୧୭ ତମ ଏମିର ବା ଆବୁଧାବିର ଶାସକ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଦୁବାଇର ଅଲ ନାହିୟାନ ରାଜ ପରିବାରର ୪,୦୭୮କୋଟି ଟଙ୍କା ମୂଲ୍ୟର ରାଷ୍ଟ୍ରପତି ମହଲ ଅଛି, ଯାହା ତିନୋଟି ପେଣ୍ଟାଗନ ଆକାର ସହିତ ସମାନ। ଏହା ସହିତ, ୮ଟି ଘରୋଇ ଜେଟ ଏବଂ ଏକ ଲୋକପ୍ରିୟ ଫୁଟବଲ କ୍ଲବ, ଦୁନିଆର ସବୁଠାରୁ ଧନୀ କ୍ଲବ ରହିଛି।
ନ୍ୟୁଜ ୱେବସାଇଟ GQ ଅନୁଯାୟୀ, ଏହି ପରିବାର ସଂଯୁକ୍ତ ରାଷ୍ଟ୍ରର ଏଭଳି ଅନେକ ପ୍ରାସାଦ ମଧ୍ୟରୁ ବୃହତ୍ତମ ଆବୁଧାବିରେ ଥିବା କସର୍‌ ଅଲ-ୱତନ ରାଷ୍ଟ୍ରପତି ଭବନରେ ରୁହନ୍ତି। ପ୍ରାୟ ୯୪ ଏକର ଉପରେ ବିସ୍ତାର ହୋଇଥିବା ଏହି ବିଶାଳ ପ୍ରାସାଦରେ ୩୫୦,୦୦୦ କ୍ରିଷ୍ଟାଲ ବା ସ୍ଫଟିକରେ ନିର୍ମିତ ଏକ ଝୁମର ରହିଛି ଏବଂ ଅମୂଲ୍ୟ ଐତିହାସିକ କଳାକୃତି ମଧ୍ୟ ରହିଛି ।
ସଂଯୁକ୍ତ ଆରବ ଏମିରେଟ୍ସର ରାଷ୍ଟ୍ରପତି ଶେଖ ମହମ୍ମଦ ବିନ ଜାଏଦ ଅଲ ନାହିୟାନ, ଯିଏକି ଏମବିଜେଡ ନାମରେ ଜଣାଶୁଣା, ସେ ପରିବାରର ମୁଖ୍ୟ ଏବଂ ତାଙ୍କର ୧୮ ଭାଇ ଏବଂ ୧୧ ଭଉଣୀ ଅଛନ୍ତି। ଏମିରେଟ ରାଜଙ୍କର ମଧ୍ୟ ୯ ସନ୍ତାନ ଏବଂ ୧୮ ନାତୁଣି-ନାତି ଅଛନ୍ତି।
ଆବୁଧାବି ଶାସକଙ୍କ ସାନଭାଇ ଶେଖ ହମଦ ବିନ ହମଦାନ ଅଲ ନାହିୟାନଙ୍କ ପାଖରେ ୭୦୦ରୁ ଅଧିକ କାରର କଲେକଶନ ରହିଛି, ଯେଉଁଥିରେ ବିଶ୍ୱର ସର୍ବ ବୃହତ ଏସୟୁଭି, ୫ଟି ବୁଗାଟୀ ଭେଂରନ, ଲମ୍ବୋର୍ଗିନି ରେଭେଣ୍ଟନ, ମର୍ସିଡିଜ-ବେଞ୍ଜ CLK GTR, ଫେରାରୀ 599XX ଏବଂ ଏକ ମ୍ୟାକଲେରେନ MC12 ଅନ୍ତର୍ଭୂକ୍ତ ଅଛି।
ଏହି ପରିବାରର ବିଶ୍ୱର ତୈଳ ଭଣ୍ଡାରର ପ୍ରାୟ ୬ପ୍ରତିଶତ, ମଞ୍ଚେଷ୍ଟର ସିଟି ଫୁଟବଲ କ୍ଲବର ମାଲିକ ଏବଂ ଅନେକ ଜଣାଶୁଣା କମ୍ପାନୀରେ ଅଂଶୀଦାର ଅଛି। ଗାୟକ ରିହାନାର ବିୟୁଟି ବ୍ରାଣ୍ଡ ଫେଣ୍ଟି ଠାରୁ ଆରମ୍ଭ କରି ଏଲୋନ ମସ୍କର ସ୍ପେସ ଏକ୍ସ ପର୍ଯ୍ୟନ୍ତ ତାଙ୍କର ଶେୟାର ଅଛି। ରାଷ୍ଟ୍ରପତିଙ୍କ ଭାଇ ତହନୁନ ବିନ ଜାଏଦ ଅଲ ନାହିୟାନ ପରିବାରର ମୁଖ୍ୟ ବିନିଯୋଗ କମ୍ପାନୀକୁ ପରିଚାଳନା କରନ୍ତି, ଯାହାର ମୂଲ୍ୟ ଗତ ୫ ବର୍ଷ ମଧ୍ୟରେ ପ୍ରାୟ ୨୮,୦୦୦ ପ୍ରତିଶତ ବୃଦ୍ଧି ପାଇଛି।
କମ୍ପାନୀର ମୂଲ୍ୟ ବର୍ତ୍ତମାନ ୨୩୫ବିଲିୟନ ଡ଼ଲାର ଅଟେ। ୟୁଏଇ ବ୍ୟତୀତ ଦୁବାଇର ରାଜ ପରିବାର ପ୍ୟାରିସ ଏବଂ ଲଣ୍ଡନ ସମେତ ବିଶ୍ୱର ଅନେକ ସ୍ଥାନରେ ବିଳାସପୂର୍ଣ୍ଣ ସମ୍ପତ୍ତିର ମାଲିକ ଅଟନ୍ତ। ଲଣ୍ଡନର ସବୁଠାରୁ ଧନୀ ଜମି ମାଲିକଙ୍କ ମଧ୍ୟରେ ଶେଖ ମହମ୍ମଦ ବିନ ଜାଏଦ ଅଲ ନାହିୟାନ ଗଣିତ ହୋଇଛନ୍ତି। ଲଣ୍ଡନରେ ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ଅନେକ ଅଟ୍ଟାଳିକା ଅଛି ଯାହା ଶେଖଙ୍କ ନାମରେ କିଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷା, ପବନରେ ଭୁଶୁଡ଼ିଲା ପୂଜା ପେଣ୍ଡାଲ

ରାଉରକେଲା,୧୭।୯: ସୁନ୍ଦରଗଡ଼ ଜିଲା ରାଉରକେଲା ସହରେ ଗୁରୁବାର ସନ୍ଧ୍ୟାରେ ପ୍ରବଳ ବର୍ଷା, ପବନରେ ଏକ ପୂଜା ପେଣ୍ଡାଲ ଭୁଶୁଡ଼ି ପଡିଛି। ସିଭିଲ ଟାଉନ୍‌ସିପ ଅଞ୍ଚଳରେ ଥିବା ଏକ…

ଜନ୍ମଦିନରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏମିତି ଲେଖିଲେ ଜର୍ଜିଆ ମେଲୋନି, ସବୁଠି ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ/ରୋମ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶ ତଥା ବିଶ୍ୱର ବିଭିନ୍ନ ସ୍ଥାନରୁ ଜନ୍ମଦିନର ଶୁଭେଚ୍ଛା ଗ୍ରହଣ କରୁଛନ୍ତି। ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଇସ୍ରାଏଲର ପ୍ରଧାନମନ୍ତ୍ରୀ…

ଧାନ କ୍ଷେତରେ ବଜ୍ରପାତ; ଚାଲିଗଲା ନଣନ୍ଦ-ଭାଉଜଙ୍କ ଜୀବନ, ସୋହେଲାରେ ଶୋକର ଛାୟା

ସୋହେଲା,୧୭।୯(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ଥାନା ଅନ୍ତର୍ଗତ କୁସୁର୍ଡା ଗ୍ରାମରେ ଗୁରୁବାର ଅଭାବନୀୟ ଘଟଣା ଘଟିଯାଇଛି । ବଜ୍ରପାତରେ ୨ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକମାନେ…

ଜୟ ଶାହାଙ୍କ ଟିମ୍‌ରେ ମିଳିଲା ବଡ଼ ଦାୟିତ୍ୱ, ICCରେ ଇତିହାସ ରଚିଲେ…

ନୂଆଦିଲ୍ଲୀ,୧୭ା୯: ଜିମ୍ବାୱେ କ୍ରିକେଟକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ଇଣ୍ଟରନ୍ୟାସନାଲ କ୍ରିକେଟ୍‌ କାଉନସିଲ୍‌ (ICC) ତୱେଙ୍ଗୱା ମୁକୁହଲାନିଙ୍କୁ ଡେପୁଟି ଚେୟାରମ୍ୟାନ୍‌ ଭାବେ ନିଯୁକ୍ତ କରିଛି…

ପଦକ ଜିତିବାର ଉତ୍ସାହଜନକ ଖବରଠାରୁ ପ୍ରଧାନମନ୍ତ୍ରୀଙ୍କ ଫୋନ କଲ ପର୍ଯ୍ୟନ୍ତ… ମୋଦି ସାଜିଥିଲେ ଖେଳାଳିମାନଙ୍କର ସବୁଠାରୁ ବଡ଼ ‘Cheerleader’

ନୂଆଦିଲ୍ଲୀ,୧୭।୯: ୧୯୫୦ ମସିହା ସେପ୍ଟେମ୍ବର ୧୭ରେ ଜନ୍ମିତ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ବର୍ଷ ନିଜର ୭୬ତମ ଜନ୍ମଦିନ ପାଳନ କରୁଛନ୍ତି। ତାଙ୍କର ବ୍ୟକ୍ତିଗତ ସମ୍ପର୍କ…

ଗୁଣିଗାରେଡି ସନ୍ଦେହରେ ବାପପୁଅଙ୍କୁ ହତ୍ୟା ମାମଲା, ୧୨ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ପାରଳାଖେମୁଣ୍ଡି,୧୭ା୯(ଗିରିଧାରୀ ପରିଛା): ଗୁଣିଗାରେଡି ସନ୍ଦେହରେ ବାପା-ପୁଅଙ୍କୁ ହତ୍ୟା ମାମଲାରେ ପାରଳାଖେମୁଣ୍ଡି ଏଡିଜେ କୋର୍ଟ ୧୨ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି । ୨୦୨୧ ମସିହାରେ ଅଡବା…

ପୁଣିଥରେ ମୁଖ୍ୟମନ୍ତ୍ରୀ ହେବେ ନୀତୀଶ କୁମାର? ଜାଣନ୍ତୁ କାହିଁକି ହେଉଛି ଏମିତି ଚର୍ଚ୍ଚା

ପାଟନା,୧୭।୯: ବିହାର ରାଜନୀତିରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ ଜଡ଼ିତ ମେଣ୍ଟ ପରିବର୍ତ୍ତନର ସମ୍ଭାବନାକୁ ନେଇ ପୁଣିଥରେ ଚର୍ଚ୍ଚା ଜୋର୍‌ ଧରିଛି। ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)…

ହୃଦୟ ବିଦାରକ ଦୃଶ୍ୟ; ଶବ ପାଇଁ ନାହିଁ ଷ୍ଟ୍ରେଚର୍‌! ତଳେ ଘୋଷାଡ଼ି ନେଲେ ମୃତଦେହ

ପାଟନା,୧୭ା୯: ବିହାରର ବକ୍ସରରୁ ମାନବିକତା ଓ ମୃତଦେହର ସମ୍ମାନ ସହ ଜଡ଼ିତ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଲା ଭଳି ଏକ ଭିଡିଓ ସାମ୍ନାକୁ ଆସିଛି । ସୋସିଆଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?