Posted inଖେଳ

ଅଲିମ୍ପିକ ୧୦୦ମିଟରରେ ଭାଗ ନେଇପାରିବେନି ରିଚାର୍ଡସନ

ୟୁଜେନି(ଓରେଙ୍ଗୋ),୩ା୭(ଏପି)-ଆମେରିକାନ ଚାମ୍ପିୟନ ଶା’କାରି ରିଚାର୍ଡସନ ଅଲିମ୍ପିକ ମହିଳା ୧୦୦ମିଟର ରେସ୍‌ରେ ଭାଗ ନେଇପାରିବେ ନାହିଁ। ଅଲିମ୍ପିକ ଟ୍ରାଏଲ୍ସ ବେଳେ ତାଙ୍କର ଡୋପ୍‌ ଟେଷ୍ଟ ହୋଇଥିଲା। ତାଙ୍କଠାରୁ ସଂଗ୍ରହ କରାଯାଇଥିବା ସାମ୍ପୁଲରେ ନିଶାଦ୍ରବ୍ୟ ଗଞ୍ଜେଇର ଏକ ରାସାୟନିକ ଠାବ କରାଯାଇଥିଲା। ଜୁନ୍‌ ୧୯ରେ ଅଲିମ୍ପିକ ଟ୍ରାଏଲରେ ସେ ୧୦୦ମିଟର ରେସ୍‌ରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ତାଙ୍କର ଟାଇମିଂ ୧୦.୮୬ ସେକେଣ୍ଡ ରହିଥିଲା। ମାତ୍ର ଡୋପ୍‌ ଟେଷ୍ଟରେ ଧରାପଡ଼ିଥିବାରୁ ତାଙ୍କ ଫଳାଫଳ ମୂଲ୍ୟହୀନ ହୋଇ ପଡ଼ିଛି। ତାଙ୍କ ସ୍ଥାନରେ ରେସ୍‌ରେ ୪ର୍ଥ ହୋଇଥିବା ଜିନା ପ୍ରାନ୍ଦିନୀଙ୍କୁ ହୁଏତ ଅଲିମ୍ପିକ ୧୦୦ ମିଟର ରେସ୍‌ରେ ଭାଗ ନେବାର ସୁଯୋଗ ମିଳିପାରେ। ରିଚାର୍ଡସନଙ୍କୁ ୩୦ ଦିନ ସସ୍‌ପେଣ୍ଡ କରାଯାଇଛି। ସେ ହୁଏତ ମହିଳା ରିଲେ ଦୌଡ଼ରେ ଭାଗନେଇ ପାରନ୍ତି। ହେଲେ ୟୁଏସ୍‌ଏ ଟ୍ରାକ୍‌ ଆଣ୍ଡ୍‌ ଫିଲ୍ଡ ପକ୍ଷରୁ ଏ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ। ୨୧ ବର୍ଷୀୟା ଏହି ସ୍ପ୍ରିଣ୍ଟରଙ୍କ ଅଲିମ୍ପିକ ଟ୍ରାକ୍‌ ମିଟ୍‌ରେ ଶେଳି ଆନ୍‌ ଫ୍ରେଜର ପ୍ରାଇସ୍‌ଙ୍କ ସହ କଡ଼ା ଟକ୍କର ହେବ ବୋଲି ଆଶା କରାଯାଉଥିଲା। ରିଚାର୍ଡସନ ଟୁଇଟ କରି କହିଛନ୍ତି, ଯାହା ହେଲେ ବି ସେ ଜଣେ ମଣିଷ। ତାଙ୍କ ମା’ଙ୍କ ବିୟୋଗରେ ସେ ଦୁଃଖରେ ମ୍ରିୟମାଣ ହୋଇପଡ଼ିଥିଲେ। ଦୁଃଖ ଭୁଲିଯିବା ଲାଗି ସେ ଗଞ୍ଜେଇ ସେବନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚାଞ୍ଚଲ୍ୟକର ଖୁଲାସା, ଏହି ଖେଳାଳି ଛଡାଇ ନେବେ ଋତୁରାଜଙ୍କ ପଦ!

ନୂଆଦିଲ୍ଲୀ: IPL ୨୦୨୭ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ (CSK) ନିଜ କୋଚିଂ ସେଟଅପ୍‌ରେ ବଡ଼ ପରିବର୍ତ୍ତନ କରିଛି । ଦୀର୍ଘ ସମୟ ଧରି ଦଳର ହେଡ୍…

‘ବୈଭବଙ୍କ ପାଇଁ ମୋ ନିଦ ହଜିଯାଇଥିଲା’, ଏମିତି କାହିଁକି କହିଲେ ଗମ୍ଭୀର? ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୨୪।୯: ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ଏକ ବଡ଼ ଖୁଲାସା କରିଛନ୍ତି। ସଞ୍ଜୁ ସାମସନଙ୍କୁ ଟି-୨୦ ଦଳରୁ ବାଦ ଦେବା ତାଙ୍କ ଏପର୍ଯ୍ୟନ୍ତର…

ଉଚ୍ଚତା ମାତ୍ର ୪ ଫୁଟ ୭ ଇଞ୍ଚ, ୨୧୫ କିଲୋ ଭାର ଉଠାଇ ଚମତ୍କାର କଲେ ଏହି ଖେଳାଳି

ନୂଆଦିଲ୍ଲୀ,୨୪।୯: ଏସିଆନ ଗେମ୍ସର ୪୯ କିଲୋଗ୍ରାମ ମହିଳା ଭାରୋତ୍ତୋଳନ ବର୍ଗରେ ଭାରତକୁ ରୌପ୍ୟ ପଦକ ମିଳିଛି। ଭାରତୀୟ ଷ୍ଟାର୍‌ ଭାରୋତ୍ତୋଳକ ମୀରାବାଇ ଚାନୁ ରୌପ୍ୟ ପଦକ ଜିତିଥିବା…

ରୋହିତଙ୍କ ସହ ସମ୍ପର୍କକୁ ନେଇ ପ୍ରଥମଥର ମୁହଁ ଖୋଲିଲେ ଗମ୍ଭୀର, କହୁ କହୁ କହିଦେଲେ… ଚାରିଆଡ଼େ ଚର୍ଚ୍ଚା

ନୂଆଦିଲ୍ଲୀ,୨୪।୯: ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ଓ ଖେଳାଳିଙ୍କ ମଧ୍ୟରେ ସମ୍ପର୍କ ସବୁବେଳେ ଚର୍ଚ୍ଚାରେ ରହିଥାଏ। ବିଶେଷକରି ଅଧିନାୟକ ଓ କୋଚ୍‌ଙ୍କ ସମ୍ପର୍କ…

ପେଟରେ ଥିଲା ଭୋକ, ଆଖିରେ ଥିଲା ସ୍ବପ୍ନ: ଏବେ ଏସିଆନ ଗେମ୍ସରେ ଭାରତ ପାଇଁ ପଦକ ଜିତିଲେ କ୍ୟାବ୍‌ ଡ୍ରାଇଭର

ନୂଆଦିଲ୍ଲୀ,୨୪।୯: ଜାପାନର ନାଗୋୟାରେ ପୁରୁଷ ଡବଲ ସ୍କଲ୍ସ ରୋଇଂ ଫାଇନାଲ ଶେଷ ହେବା ପରେ ଯେତେବେଳେ ଆକାଶରେ ଭାରତର ତ୍ରିରଙ୍ଗା ଉଡିଥିଲା,ସେତେବେଳେ ୨୦୦୦ ମିଟର ଓ୍ବାଟର କୋର୍ସରେ…

‘ବିରାଟ-ରୋହିତଙ୍କୁ ପାଇ ଶୁଭମନ ଗିଲ ଭାଗ୍ୟଶାଳୀ’, ଅଧିନାୟକତ୍ୱକୁ ନେଇ ଗମ୍ଭୀରଙ୍କ ବଡ଼ କଥା

ନୂଆଦିଲ୍ଲୀ,୨୪।୯: ଭାରତୀୟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ମତରେ, ଶୁଭମନ ଗିଲ ଦିନିକିଆ କ୍ରିକେଟରେ ଜଣେ ଅଧିନାୟକ ଭାବେ ଭଲ ପ୍ରଦର୍ଶନ କରିବେ। ଯଦିଓ ଏହି…

କ୍ରିକେଟରୁ ଅଚାନକ ସନ୍ନ୍ୟାସ ନେଇ ଚମକାଇଦେଲେ ଏହି ଖେଳାଳି, ୧୧ ବର୍ଷର କ୍ୟାରିୟରରେ ପଡ଼ିଲା ପୂର୍ଣ୍ଣଚ୍ଛେଦ

ନୂଆଦିଲ୍ଲୀ,୨୪।୯: ଇଂଲଣ୍ଡ କ୍ରିକେଟ ଦଳର ସୁପରଷ୍ଟାର ବ୍ୟାଟର୍ସଙ୍କ କଥା ଉଠିଲେ ସର୍ବପ୍ରଥମେ ଜୋ ରୁଟ୍‌ଙ୍କ ନାମ ଆସିଥାଏ। ଜୋ ରୁଟ୍‌ଙ୍କ ସାନ ଭାଇ ବିଲି ରୁଟ୍‌ ମଧ୍ୟ…

ଏସିଆନ ଗେମ୍ସରେ ଇତିହାସ ରଚିଲେ ରୋଶିବିନା ଦେବୀ: ପ୍ରଥମ ଭାରତୀୟ ଭାବେ କଲେ ଏମିତି କାରନାମା

ଆଇଚି-ନାଗୋୟା,୨୪।୯: ଏସିଆନ ଗେମ୍ସ ୨୦୨୬ରେ ଭାରତ ପାଇଁ ଆଉ ଏକ ପଦକ ଜିତିଛନ୍ତି ୱୁଶୁ ଖେଳାଳି ରୋଶିବିନା ଦେବୀ। ମହିଳା ୬୦ କିଲୋଗ୍ରାମ ବର୍ଗରେ ସେ ରୌପ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?