ଏକାସଙ୍ଗେ ୪ ହଜାର ମହିଳାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିବା ସୂଚନା ଦେଲେ ଧନୀ ବ୍ୟକ୍ତି, ସ୍ତ୍ରୀ ଶେଷରେ କଲେ ଏପରି…

ଟୋକିଓ,୧।୫: ଜଣେ ଅବା ଦୁଇ ଜଣ ନୁହେଁ ଏକାସଙ୍ଗେ ୪ ହଜାର ମହିଳାଙ୍କ ସହିତ ସମ୍ପର୍କ ରଖିଥିବା ନେଇ ଜଣେ ଅରବପତି ସୂଚନା ଦେଇଥିଲେ। ତେବେ ଏହା ତାଙ୍କ ପାଇଁ ଶେଷରେ ମହଙ୍ଗା ପଡ଼ିଥିଲା। ସ୍ବାମୀ ଧୋକା ଦେଇଥିବାରୁ ୨୫ ବୟସ୍କା ସ୍ତ୍ରୀ କ୍ରୋଧାନ୍ବିତ ହୋଇ ତାଙ୍କୁ ଜହର ଦେଇଥିଲେ। ଏଭଳି ଏକ ଅଭାବନୀୟ ଘଟଣା ଜାପାନରେ ଘଟିଛି। ୭୭ ବର୍ଷ ବୟସ୍କ ବ୍ୟବସାୟୀ ଡୋନ୍‌ ଜୁଆନ୍‌ ଏଭଳି ଘୋଷଣା କରିବା ପରେ ସ୍ତ୍ରୀ ସାକି ସୁଡୋ ତାଙ୍କ ବିବାହ କରିବାର ୩ ମାସ ମଧ୍ୟରେ ଖାଦ୍ୟରେ ଜହର ଦେଇ ହତ୍ୟା କରିଥିଲେ। ଡୋନ୍‌ଙ୍କ ପ୍ରକୃତ ନାମ କୋସୁକେ ନୋଜାକି। ରିୟଲ ଇଷ୍ଟେଟ୍‌ ଏବଂ ମଦ କାରବାରେ ତାଙ୍କର ବିଶେଷ ଖ୍ୟାତି ରହିଥିଲା। ୩ ବର୍ଷ ତଳେ ମେ’ ମାସରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତଦେହ ବ୍ୟବଚ୍ଛେଦରୁ ତାଙ୍କ ଶରୀରରେ ବିଷାକ୍ତ ଡ୍ରଗ୍ସ୍‌ ଥିବାର ପ୍ରମାଣ ମିଳିଥିଲା। ତାଙ୍କୁ ଖାଦ୍ୟରେ ଲଗାତାର ଏହି ବିଷାକ୍ତ ଡ୍ରଗ୍ସ୍‌ ଦିଆଯାଉଥିବା ଜଣାପଡ଼ିଥିଲା। ୨୦୧୬ରେ ନୋଜାକି ନିଜର ଜୀବନକାହାଣୀ ପ୍ରକାଶ କରିଥିଲେ। ଏଥିରେ ସେ ୪ ହଜାର ମହିଳାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିବା ସ୍ବୀକାର କରିଥିଲେ। ଏନେଇ ସ୍ତ୍ରୀ ସାକିଙ୍କ ମନରେ କ୍ରୋଧ ଜାତ ହୋଇଥିଲା। ପୋଲିସ ଏହାର ତଦନ୍ତ କରି ପ୍ରମାଣ ଆଧାରରେ ସାକିଙ୍କୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ତର କୋରିଆକୁ ସୁରକ୍ଷା ପ୍ରଦାନ କରୁଛନ୍ତି ଚାଇନା-ରୁଷିଆ, ଜାତିସଂଘରେ ଆମେରିକାର କଡ଼ା ସମାଲୋଚନା…

ଜେନେଭା,୬।୧୦ : ଦୀର୍ଘ ଦିନ ଧରି ଉତ୍ତର କୋରିଆ କ୍ରମାଗତ ଭାବରେ ବାଲିଷ୍ଟିକ କ୍ଷେପଣାସ୍ତ୍ର ପରୀକ୍ଷା କରୁଛି। ନିକଟରେ ଉତ୍ତର କୋରିଆ ଜାପାନ ଉପରେ ବାଲିଷ୍ଟିକ...

ଚାଇନା ଡ୍ରୋନ୍‌କୁ ଘଉଡ଼ାଇଲା ତାଇଓ୍ବାନ

ତାଇପେଇ, ୩୧ା୮: ପ୍ରାୟ ମାସେ ଧରି ମୁହାଁମୁହିଁ ଅବସ୍ଥାରେ ଥିବା ଚାଇନା ଓ ତାଇଓ୍ବାନ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଆମେରିକା ହାଉସ୍‌ ସ୍ପିକର ନାନ୍ସି...

ବାବା ରାମଦେବଙ୍କୁ ଝଟ୍‌କା ଦେଲା ନେପାଳ

କାଠମାଣ୍ଠୁ,୯।୬: ନେପାଳ ସରକାର ଦେଶରେ ପତଞ୍ଜଳି ଦ୍ୱାରା ପ୍ରସ୍ତୁତ କରୋନିଲ କିଟ୍‌ର ବିତରଣ ଉପରେ ରୋକ ଲଗାଇଛନ୍ତି। ଯୋଗ ଗୁରୁ ରାମଦେବଙ୍କ କମ୍ପାନୀ ପତଞ୍ଜଳି ଉପହାର...

ଆମେରିକା, ୟୁରୋପକୁ ରୁହାନିଙ୍କ ଧମକ: ଆଗକୁ ଭୟାବହ ପରିଣତି

ତେହେରାନ,୧୬ା୧: ୨୦୧୫ ଇରାନ ଆଣବିକ ଚୁକ୍ତିରୁ ଆମେରିକା ଓହରିଯିବା ଏକ ବଡ଼ ବିପଦ। ମଧ୍ୟପ୍ରାଚ୍ୟରେ ଆମେରିକା ଓ ୟୁରୋପୀୟ ଦେଶଗୁଡ଼ିକର ସୈନ୍ୟ ମୁତୟନର ପରିଣାମ ଭୟଙ୍କର...

୧୯ ବର୍ଷୀୟ ଯୁବକଙ୍କ ନାଁରେ ୧୭୫ଟି ମାମଲା

ପୁଣେ,୮।୧୧: ପୁଣେ ପୋଲିସ ପାଇଁ ଜଣେ ୧୯ ବର୍ଷୀୟ ଯୁବକ ମୁଣ୍ଡବିନ୍ଧାର କାରଣ ସାଜଛି। ୮ ବର୍ଷ ଭିତରେ ଉକ୍ତ ଯୁବକଙ୍କ ନାଁରେ ୧୭୫ଟି ମାମଲା...

‘ଭାରତକୁ ଉପକୃତ କରୁଛନ୍ତି ଇମ୍ରାନ’

ଇସଲାମାବାଦ,୧୭ା୯: ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖାଓ୍ବାଜା ଆସିଫ୍‌ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଚେତାବନୀ ଦେଇଛନ୍ତି। ପାକିସ୍ତାନ ସେନା ମୁଖ୍ୟଙ୍କ ନିଯୁକ୍ତିକୁ ନେଇ ବିବାଦ ବନ୍ଦ...

ଏଲଇଡି ସ୍ଲିପର୍ସ, ଅନ୍ଧାରରେ ଆଉ ଝୁଣ୍ଟିବେ ନାହିଁ…

ଅନେକ ସମୟରେ ଏମିତି ହୁଏ, ରାତି ଅଧରେ ଶୋଷ ଲାଗିଲେ ନିଦ ଭାଙ୍ଗିଯାଏ। ଆଉ ନିଦୁଆ ଆଖିକୁ ମଳି ମଳି ଅନ୍ଧାରରେ ଆମେ ବାହାରି ଯାଉ...

କରୋନା ସଂକ୍ରମଣ ରୋକିପାରେ ନିକୋଟିନ

ପ୍ୟାରିସ,୨୫ା୪: ଫ୍ରାନ୍ସରେ ହୋଇଥିବା ଏକ ସଦତ୍ୟମ ଅନୁସନ୍ଧାନ ଅନୁଯାୟୀ, ନିକୋଟିନ ଲୋକଙ୍କୁ କରୋନା ଭାଇରସ୍‌ରୁ ରକ୍ଷା କରିପାରିବ। ହେଲେ ମହାମାରୀ କରୋନାକୁ ରୋକିବା କିମ୍ବା ଚିକିତ୍ସା...

Advertisement
Archives

Model This Week