ଏକାସଙ୍ଗେ ୪ ହଜାର ମହିଳାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିବା ସୂଚନା ଦେଲେ ଧନୀ ବ୍ୟକ୍ତି, ସ୍ତ୍ରୀ ଶେଷରେ କଲେ ଏପରି…

ଟୋକିଓ,୧।୫: ଜଣେ ଅବା ଦୁଇ ଜଣ ନୁହେଁ ଏକାସଙ୍ଗେ ୪ ହଜାର ମହିଳାଙ୍କ ସହିତ ସମ୍ପର୍କ ରଖିଥିବା ନେଇ ଜଣେ ଅରବପତି ସୂଚନା ଦେଇଥିଲେ। ତେବେ ଏହା ତାଙ୍କ ପାଇଁ ଶେଷରେ ମହଙ୍ଗା ପଡ଼ିଥିଲା। ସ୍ବାମୀ ଧୋକା ଦେଇଥିବାରୁ ୨୫ ବୟସ୍କା ସ୍ତ୍ରୀ କ୍ରୋଧାନ୍ବିତ ହୋଇ ତାଙ୍କୁ ଜହର ଦେଇଥିଲେ। ଏଭଳି ଏକ ଅଭାବନୀୟ ଘଟଣା ଜାପାନରେ ଘଟିଛି। ୭୭ ବର୍ଷ ବୟସ୍କ ବ୍ୟବସାୟୀ ଡୋନ୍‌ ଜୁଆନ୍‌ ଏଭଳି ଘୋଷଣା କରିବା ପରେ ସ୍ତ୍ରୀ ସାକି ସୁଡୋ ତାଙ୍କ ବିବାହ କରିବାର ୩ ମାସ ମଧ୍ୟରେ ଖାଦ୍ୟରେ ଜହର ଦେଇ ହତ୍ୟା କରିଥିଲେ। ଡୋନ୍‌ଙ୍କ ପ୍ରକୃତ ନାମ କୋସୁକେ ନୋଜାକି। ରିୟଲ ଇଷ୍ଟେଟ୍‌ ଏବଂ ମଦ କାରବାରେ ତାଙ୍କର ବିଶେଷ ଖ୍ୟାତି ରହିଥିଲା। ୩ ବର୍ଷ ତଳେ ମେ’ ମାସରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତଦେହ ବ୍ୟବଚ୍ଛେଦରୁ ତାଙ୍କ ଶରୀରରେ ବିଷାକ୍ତ ଡ୍ରଗ୍ସ୍‌ ଥିବାର ପ୍ରମାଣ ମିଳିଥିଲା। ତାଙ୍କୁ ଖାଦ୍ୟରେ ଲଗାତାର ଏହି ବିଷାକ୍ତ ଡ୍ରଗ୍ସ୍‌ ଦିଆଯାଉଥିବା ଜଣାପଡ଼ିଥିଲା। ୨୦୧୬ରେ ନୋଜାକି ନିଜର ଜୀବନକାହାଣୀ ପ୍ରକାଶ କରିଥିଲେ। ଏଥିରେ ସେ ୪ ହଜାର ମହିଳାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିବା ସ୍ବୀକାର କରିଥିଲେ। ଏନେଇ ସ୍ତ୍ରୀ ସାକିଙ୍କ ମନରେ କ୍ରୋଧ ଜାତ ହୋଇଥିଲା। ପୋଲିସ ଏହାର ତଦନ୍ତ କରି ପ୍ରମାଣ ଆଧାରରେ ସାକିଙ୍କୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷା, କେନ୍ଦୁଝରରେ ଆଜି ସମସ୍ତ ସ୍କୁଲ ଛୁଟି

ବଞ୍ଚୋ/କେନ୍ଦୁଝର,୨୮।୭(ପ୍ରଦୋଷ ବିଶ୍ୱାଳ /ନରେଶ ପଟ୍ଟନାୟକ ): କେନ୍ଦୁଝର ଜିଲାରେ ଲଗାଣ ବର୍ଷା ଏବଂ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ ଛୁଟି ଘୋଷଣା କରାଯାଇଛି । ଜିଲାପାଳ…

ସ୍ପଷ୍ଟ ଦିବାଲୋକରେ ଯୁବକଙ୍କୁ ହାଣିବା ଘଟଣା, ୨୪ଘଣ୍ଟାରେ ଧରିଲା ପୋଲିସ

ପୁରୁଷୋତ୍ତମପୁର,୨୮।୭( ସବିତାମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହର କାଳୀମନ୍ଦିର ଛକ ନିକଟରେ ସ୍ବଷ୍ଚ ଦିବାଲୋକରେ ଜଣେ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ ହୋଇଥିଲା ।ନିର୍ମମଭାବରେ ହାଣି ହତ୍ଯାଉଦ୍ଯମ କରିବା…

CJP ଆଗରେ ପୁଣି ନଇଁଲେ କି ସରକାର? ସୌରଭ ଦାସଙ୍କ FIR ପ୍ରତ୍ୟାହାରକୁ ନେଇ ବଡ଼ ଦାବି

ନୂଆଦିଲ୍ଲୀ,୨୮ା୭: କୋକ୍ରୋଚ୍ ଜନତା ଦଳ ଦିଲ୍ଲୀର ଜନ୍ତରମନ୍ତରରେ କିଛି ଦିନ ଧରି ପ୍ରତିବାଦ ପ୍ରଦର୍ଶନ କରିଥିଲା। ସଂସଦ ଅଭିମୁଖେ ଯାତ୍ରା ସମୟରେ, ଦିଲ୍ଲୀ ପୋଲିସ ଭିଡ଼କୁ ନିୟନ୍ତ୍ରଣ…

ମୁଖ୍ୟମନ୍ତ୍ରୀଙ୍କ ଐତିହାସିକ ନିଷ୍ପତ୍ତିକୁ ସ୍ବାଗତ କଲେ କନ୍ଧମାଳ ଏମପି: କହିଲେ, ଏହା ଏକ ମାଇଲଖୁଣ୍ଟ

ଦାରିଙ୍ଗବାଡି,୨୮।୭ (ଅରୁଣ ସାହୁ):କନ୍ଧମାଳ ଜିଲା ଫୁଲବାଣୀ ସରକାରୀ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟକୁ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ନାମରେ ନାମିତ କରିବା ନିଷ୍ପତ୍ତିକୁ ନେଇ ଦାରିଙ୍ଗବାଡି ଅଞ୍ଚଳରେ…

ବଢୁଛି ବନ୍ୟା ଜଳ: ବିପଦପୂର୍ଣ୍ଣ ଭାବେ ଚାଲୁଛି ଡଙ୍ଗା

ମହାକାଳପଡ଼ା,୨୮ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପଞ୍ଚାୟତ ମହାନଦୀରେ ବଢୁଛି ବନ୍ୟା ଜଳ। ଏହା ଦ୍ବାରା ମହାନଦୀ – ବାହାକୁଦ – ମୂଷାଡିଆ ଫେରିଘାଟରେ…

କରୁର ଦଳାଚକଟା ଘଟଣା, ମୃତକ ପରିବାରକୁ ଚାକିରି ନିର୍ଦ୍ଦେଶ ହାଇକୋର୍ଟରେ ରଦ୍ଦ

ଚେନ୍ନାଇ,୨୮।୭: ତାମିଲନାଡୁର କରୁର ଦଳାଚକଟା ଘଟଣାରେ ମୃତକଙ୍କ ପରିବାରକୁ ସରକାରୀ ନିଯୁକ୍ତି ଦେବା ପାଇଁ ତାମିଲନାଡୁ ସରକାରଙ୍କ ଏକ ନିର୍ଦ୍ଦେଶନାମାକୁ ମାଡ୍ରାସ ହାଇକୋର୍ଟ ସୋମବାର ଖାରଜ କରିଦେଇଛନ୍ତି।…

ଏତଲା ପାଇଁ ଯିବାକୁ ପଡ଼ିବନି ଥାନା,‘ଆମ ସାଥୀ’ରେ ମିଳିବ ୧୯୦ ପ୍ରକାର ସେବା

ସାଧାରଣ ଲୋକଙ୍କୁ ଏଣିକି ଏତଲା ଦେବା ପାଇଁ ଆଉ ଥାନାକୁ ଦୌଡ଼ିବାକୁ ପଡ଼ିବ ନାହିଁ। ସେହିପରି କୌଣସି ମେଡିକାଲରେ ଡାକ୍ତରଙ୍କୁ ଦେହ ଖରାପ ପାଇଁ ଘଣ୍ଟା ଘଣ୍ଟା…

ପାକୁଆ ପାଟିରେ ମାଂସ

ନିଜର ବୟସ ବଢ଼ିଯିବା ଓ ରାଜନୀତି ଏବେ ‘ଅତ୍ୟଧିକ ପ୍ରଦୂଷିତ’ ହୋଇଯାଇଥିବା ଦର୍ଶାଇ କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ୭୯ ବର୍ଷୀୟ ସିଦ୍ଦାରାମୈୟା ୨୦୨୮ ବିଧାନସଭା ନିର୍ବାଚନ ଲଢ଼ିବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri