Posted inଫୁରସତ

ଆୟ ଶୂନ, ହେଲେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଚର୍ଚ୍ଚାରେ ଏହି ଯୁବତୀ; ପୁରା ଘଟଣା ଜାଣିଲେ…

ଦୁନିଆରେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ବିଳାସପୂର୍ଣ୍ଣ ଜୀବନଯାପନ କରିବାକୁ ପସନ୍ଦ କରନ୍ତି। ସେମାନେ ଏଥିପାଇଁ ବହୁତ ଟଙ୍କା ମଧ୍ୟ ଖର୍ଚ୍ଚ କରିଥାନ୍ତି। ତେବେ ଏଭଳି ଜୀବନଯାପନ କରିବାକୁ ହେଲେ କଠିନ ପରିଶ୍ରମ କରିବାକୁ ପଡ଼ିଥାଏ। କିନ୍ତୁ, ଏପରି ଜଣେ ଝିଅ ଏବେ ଚର୍ଚ୍ଚାରେ ଯିଏ କଠିନ ପରିଶ୍ରମ ବିନା ବିଳାସପୂର୍ଣ୍ଣ ଜୀବନ ବିତାଉଛନ୍ତି। କହିପାରିବେ ଯେ ତାଙ୍କର ଆୟ ଶୂନ ଏବଂ ଖର୍ଚ୍ଚ କୋଟିରେ। ଏହି ବିଳାସପୂର୍ଣ୍ଣ ଜୀବନଶୈଳୀ ହେତୁ ଆଜିକାଲି ସୋସିଆଲ ମିଡିଆରେ ସେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି।

ଯୁବତୀଜଣଙ୍କ ହେଉଛନ୍ତି କାଲିଫର୍ନିଆର ୨୨ ବର୍ଷୀୟ ଓଶପ୍ରୀତ। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଟିକଟକ୍‌ରେ @_ashhhhh__ ନାମରେ ଅଛନ୍ତି। ଓଶପ୍ରୀତ ଜଣେ କଲେଜ ଛାତ୍ରୀ। ହେଲେ ସେ କାମ କରନ୍ତି ନାହିଁ। ତଥାପି, ଲକ୍ଷ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରି ବିଳାସପୂର୍ଣ୍ଣ ଜୀବନଯାପନ କରିଥାନ୍ତି। ଓଶପ୍ରୀତ ଏହି ଟଙ୍କା ତାଙ୍କ ପିତାମାତାଙ୍କଠାରୁ ପାଇଥାନ୍ତି।
ସୋସିଆଲ ମିଡିଆରେ ସେ କହିଛନ୍ତି ଯେ ତାଙ୍କୁ ସୁପରକାରରେ ଯାତ୍ରା କରିବାକୁ ଭଲଲାଗେ। କେବଳ ଏତିକି ନୁହେଁ, ବେଳେବେଳେ ସେ ବ୍ୟକ୍ତିଗତ ଜେଟ୍‌ ଦ୍ୱାରା ମଧ୍ୟ ଯାତ୍ରା କରନ୍ତି।ତାଙ୍କର ଗ୍ୟାରେଜ୍‌ରେ ଫେରାରୀଠାରୁ ଆରମ୍ଭ କରି ଲମ୍ବୋର୍ଗିନି ପର୍ଯ୍ୟନ୍ତ ଦାମୀ ଗାଡ଼ି ରହିଛି। ଏହା ବ୍ୟତୀତ ସେ ଲୋକପ୍ରିୟ ବ୍ରାଣ୍ଡରୁ ପୋଷାକ ଶପିଂ କରିଥାନ୍ତି।

ନିକଟରେ ଏକ ଭିଲ୍ଲାରେ ଓଶପ୍ରୀତ ତାଙ୍କର ଜନ୍ମଦିନ ପାଳନ କରିଥିଲେ। ସେହି ସମୟରେ ସେ୧୦୦ ଆମେରିକୀୟ ଡଲାର ବେଲୁନ ଭିତରେ ଭର୍ତ୍ତି କରି ଆକାଶକୁ ଉଡାଇଥିଲେ। ଯେତେବେଳେ ବେଲୁନ ଫାଟିବ ସେତେବେଳେ ଟଙ୍କା ବିଛେଇ ହୋଇ ପଡ଼ିବ ବୋଲି ତାଙ୍କର ଯୋଜନା ଥିଲା। ଏହି ଅବସରରେ ସେ ନିଜର ବିଳାସମୟ ଜୀବନ ପାଇଁ ନିଜ ମାତାପିତାଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି। ଏଭଳି କଥା ଶୁଣିବା ପରେ ସୋସିଆଲ ମିଡିଆରେ କିଛି ଲୋକ ଓଶପ୍ରୀତଙ୍କୁ ପ୍ରଶଂସା କରୁଥିବା ବେଳେ କିଛି ଲୋକ ତାଙ୍କୁ ସମାଲୋଚନା କରୁଥିବା ଦେଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନାକରେ ବେଲୁନ ଫୁଙ୍କି କଲେ ରେକର୍ଡ

ସବୁ ମଣିଷ ପାଖରେ ଇଶ୍ୱରପ୍ରଦତ କିଛି ସ୍ବତନ୍ତ୍ର ପ୍ରତିଭା ଥାଏ। ସେଇ ପ୍ରତିଭାକୁ ଚିହ୍ନିପାରି ତାକୁ ଠିକ୍‌ ଭାବେ ସଦୁପଯୋଗ କରିପାରିଲେ ସଫଳତା ନିଶ୍ଚୟ ମିଳେ।...

୮୦୦୦ ଫୁଟ ଉଚ୍ଚରେ ଗାଇଲେ ‘ମା ତୁଝେ ସଲାମ’

ଅନେକ ଦେଶପ୍ରେମୀ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ।  ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଭିଡିଓରେ ଦେଖିବାକୁ ମିଳିବ, ଜଣେ ବ୍ୟକ୍ତି...

ଟଏଲେଟ୍‌ ଡିଜାଇନିଂ କଲେ ନାସା ଦେଉଛି ୨୬ ଲକ୍ଷ ନଗଦ ପୁରସ୍କାର

ଓ୍ବାଶିଂଟନ, ୨୯।୬: ଚନ୍ଦ୍ର ତଥା ମହାକାଶକୁ ଯାଉଥିବା ଯାନରେ ସୁବିଧା ସୁଯୋଗ ଯେଭଳି ମିଳିପାରିବ ସେନେଇ ନାସା ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଛି। ମହାକାଶ ଯାନରେ...

ବୋତଲ ଭିତରେ କାରିଗରି

କଳାକାର ଯେକୌଣସି ଜିନିଷକୁ ସୁନ୍ଦର କଳାକୃତିରେ ପରିଣତ କରିପାରନ୍ତି। ଚାଇନାର ଜିଆଙ୍ଗ ଦୁଆନ୍‌ ହେଉଛନ୍ତି ସେମିତି ଜଣେ କଳାକାର, ଯେକି ଛୋଟ ଛୋଟ ବୋତଲ ଭିତରେ...

ମନ୍ଦିର ପରିସରରେ ଡ୍ୟାନ୍ସ ଭିଡିଓ ରେକର୍ଡିଂ କଲେ ଯୁବତୀ, ଆଉ ତା’ ପରେ…

ଭୋପାଳ,୨୭ା୯: ସୋସିଆଲ ମିଡିଆରେ ପ୍ରସିଦ୍ଧ ହେବା ପାଇଁ ଲୋକେ ଅଜବ ଉପାୟ ସବୁ ଆପଣାଉଛନ୍ତି। ଏମିତି ଏକ ଘଟଣା ମଧ୍ୟପ୍ରଦେଶର ଛତରପୁରରେ ଦେଖିବାକୁ ମିଳିଛି। ଭିଡିଓରେ...

ଚାଣକ୍ୟଙ୍କ ମୃତ୍ୟୁ ଆଜି ବି ରହସ୍ୟାବୃତ୍ତ

ପ୍ରାଚୀନ ଭାରତରେ ଏମିତି କିଛି ମହାନ ବ୍ୟକ୍ତି ଜନ୍ମଗ୍ରହଣ କରିଛନ୍ତି, ଯେ କି ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିଯାଇଛନ୍ତି। ସେହିପରି ଜଣେ ମହାନ୍‌ ବ୍ୟକ୍ତି...

କୁମ୍ଭୀର ପାଟିରୁ ଖାଦ୍ୟ ଛଡାଇନେଲା ବାଘ: ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭିଡିଓ ଭାଇରାଲ ହେବାରେ ଲାଗିଛି। ବର୍ତ୍ତମାନ ଏପରି ଏକ ଭିଡିଓ ଭାଇରାଲ ହୋଇଛି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।...

ଭକ୍ତମାନେ ଗଣେଶଙ୍କୁ ଦେଉଛନ୍ତି ଚିଠି

ଲକ୍ଷ୍ନୌ: ଜ୍ଞାନକୌଶଳର ବିକାଶ ଏବେ ଡାକ ବିଭାଗର ଚିଠି ବୋଝ କମାଇ ଦେଇଛି, କିନ୍ତୁ ପ୍ରଭୁ ବିଘ୍ନନାଶକ ଶ୍ରୀଗଣେଶଙ୍କ ପାଖକୁ ଆସୁଛି ବସ୍ତା ବସ୍ତା ଚିଠି।...

Advertisement
Archives

Model This Week