ମଣ୍ଡିରୁ କିଣାଯାଉନି ଧାନ, ଚାଷୀ ନିରାଶ

କାଶୀନଗର,୨୩।୧: ଗତ ଡିସେମ୍ବର ୩୧ ତାରିଖରୁ ମିଲରମାନେ ମଣ୍ଡିରୁ ଧାନ କିଣୁ ନ ଥିବା କାଶୀନଗର ବ୍ଲକ ବଥବା ଗ୍ରାମର ଚାଷୀମାନେ ଶୁକ୍ରବାର ଅଭିଯୋଗ କରିଛନ୍ତି । ଏ ନେଇ ବଥବା ଗ୍ରାମର ବହୁ ଚାଷୀ କାଶୀନଗର ବିଡିଓଙ୍କ ଜରିଆରେ ଗଜପତି ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ଦେଇଛନ୍ତି। ସମବାୟ ସମିତି ତରଫରୁ ଚାଷୀମାନଙ୍କୁ ଟୋକନ ମିଳିଥିଲେ ମଧ୍ୟ ମିଲରମାନେ ଧାନ କିଣୁ ନାହାନ୍ତି। ସେମାନଙ୍କୁ ପଚାରିଲେ ଦିଆଯାଇଥିବା ଟାର୍ଗେଟ ସରିଗଲା ଆଉ ଧାନ କିଣିବା ସମ୍ଭବ ନାହିଁ ବୋଲି କହୁଛନ୍ତି। ସମିତିର ସେକ୍ରେଟାରୀ ଟି.ରାଘବ ରାଓ କିନ୍ତୁ କହିଛନ୍ତି ଯେ, ତାଙ୍କ ପାଖରେ ବର୍ତ୍ତମାନ ସୁଦ୍ଧା ୯୦ଟି ଟୋକେନ ରହିଛି, ମିଲର ମାନେ ଧାନ କିଣୁ ନ ଥିବାରୁ ସେ ନିରୂପାୟ।
ସେକ୍ରେଟାରୀଙ୍କ ସୂଚନା ଅନୁଯାୟୀ, ବଥବା ସମବାୟ ସମିତିକୁ ମୋଟ ୭୬୩୫ କୁଇଣ୍ଟାଲ ଧାନ କିଣିବାକୁ ଟାର୍ଗେଟ ଦିଆଯାଇଥିଲା। ସମିତି ଅଧୀନରେ ଥିବା କିତିଙ୍ଗି, ଗୋରିବନ୍ଧା, ବଥବା, ଆରକେପୁର, ବୁଦୁରା ଓ ଇଦୁଡିରୁ ମିଲରମାନେ ଉକ୍ତ ପରିମାଣର ଧାନ କିଣିବା କଥା, କିନ୍ତୁ ଏହା ହେଉନାହିଁ। କ୍ରମିକ ସଂଖ୍ୟା ରକ୍ଷା ନ କରି ସେମାନଙ୍କ ବନ୍ଧୁବାନ୍ଧବ ଚାଷୀଙ୍କଠାରୁ ଆଗ ଧାନ କିଣୁଛନ୍ତି। ପ୍ରଥମେ ଗୋରିବନ୍ଧା, ଖୁରିଙ୍ଗା, ଖାଣ୍ଡବା, କିଡିଙ୍ଗାରେ ଥିବା ମିଲମାନଙ୍କୁ ଧାନ କିଣିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ତଥାପି ଚାଷୀ ମାନଙ୍କ ଠାରୁ ଧାନ କିଣାଯାଉ ନାହିଁ। ବିକ୍ରି ସାରିଥିବା ଚାଷୀମାନେ ଜଣାଇଛନ୍ତି ଯେ, ମଣ୍ଡିରେ ଧାନ କୁଇଣ୍ଟାଲ ପିଛା ୧୮୬୮ ଟଙ୍କା ରହିଛି। ପ୍ରତି ବର୍ଷ ୮୦ କେଜି ଧାନବସ୍ତା ଦିଅନ୍ତି, ଚଳିତ ବର୍ଷ କିନ୍ତୁ ୮୧.୫ କେଜି ଧାନ ମିଲରମାନେ ନେଇ ଯାଉଛନ୍ତି। ଚାଷିମାନଙ୍କୁ ମିଲରମାନେ ଗନି ବ୍ୟାଗ ଯୋଗାଇଦେବା ନିୟମ ଥିଲେ ବି ତାହା ଦେଉନାହାନ୍ତି। ଓଲଟା ଗନି ବ୍ୟାଗ ଓ ପରିବହନ ଖର୍ଚ୍ଚ କହି ପ୍ରତି ବସ୍ତାକୁ ୪୦ ଟଙ୍କା କାଟି ଚାଷୀଙ୍କୁ ଦେଉଛନ୍ତି। ଏ ନେଇ ବଥବା ସମବାୟ ସମିତି ପାରାଳାଖେମୁଣ୍ଡି ଏଆର୍‌ସିଏସ୍‌ ନିକଟରେ ବାରମ୍ବାର ଅଭିଯୋଗ ହୋଇଥିଲେ କୌଣସି ସୁଫଳ ମିଳୁନାହିଁ। ଦଲାଲମାନଙ୍କୁ ଧାନ ନ ବିକି ମଣ୍ଡିରେ ଧାନ ବିକିବା ପାଇଁ ଉପଦେଶ ଦେଉଥିବା ବେଳେ ଚାଷୀମାନେ ମଣ୍ଡିରେ ଧାନ ବିକ୍ରି ନ କରିପାରି ହତାଶ ହେଉଛନ୍ତି। ତେବେ ଦୁଇ ଦିନ ଭିତରେ ଉକ୍ତ ସମସ୍ୟାର ସମାଧାନ ନ ହେଲେ ଚାଷୀ ମାନେ ଆନ୍ଦୋଳନର କରିବେ ବୋଲି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri