ମଣ୍ଡିରୁ କିଣାଯାଉନି ଧାନ, ଚାଷୀ ନିରାଶ

କାଶୀନଗର,୨୩।୧: ଗତ ଡିସେମ୍ବର ୩୧ ତାରିଖରୁ ମିଲରମାନେ ମଣ୍ଡିରୁ ଧାନ କିଣୁ ନ ଥିବା କାଶୀନଗର ବ୍ଲକ ବଥବା ଗ୍ରାମର ଚାଷୀମାନେ ଶୁକ୍ରବାର ଅଭିଯୋଗ କରିଛନ୍ତି । ଏ ନେଇ ବଥବା ଗ୍ରାମର ବହୁ ଚାଷୀ କାଶୀନଗର ବିଡିଓଙ୍କ ଜରିଆରେ ଗଜପତି ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ଦେଇଛନ୍ତି। ସମବାୟ ସମିତି ତରଫରୁ ଚାଷୀମାନଙ୍କୁ ଟୋକନ ମିଳିଥିଲେ ମଧ୍ୟ ମିଲରମାନେ ଧାନ କିଣୁ ନାହାନ୍ତି। ସେମାନଙ୍କୁ ପଚାରିଲେ ଦିଆଯାଇଥିବା ଟାର୍ଗେଟ ସରିଗଲା ଆଉ ଧାନ କିଣିବା ସମ୍ଭବ ନାହିଁ ବୋଲି କହୁଛନ୍ତି। ସମିତିର ସେକ୍ରେଟାରୀ ଟି.ରାଘବ ରାଓ କିନ୍ତୁ କହିଛନ୍ତି ଯେ, ତାଙ୍କ ପାଖରେ ବର୍ତ୍ତମାନ ସୁଦ୍ଧା ୯୦ଟି ଟୋକେନ ରହିଛି, ମିଲର ମାନେ ଧାନ କିଣୁ ନ ଥିବାରୁ ସେ ନିରୂପାୟ।
ସେକ୍ରେଟାରୀଙ୍କ ସୂଚନା ଅନୁଯାୟୀ, ବଥବା ସମବାୟ ସମିତିକୁ ମୋଟ ୭୬୩୫ କୁଇଣ୍ଟାଲ ଧାନ କିଣିବାକୁ ଟାର୍ଗେଟ ଦିଆଯାଇଥିଲା। ସମିତି ଅଧୀନରେ ଥିବା କିତିଙ୍ଗି, ଗୋରିବନ୍ଧା, ବଥବା, ଆରକେପୁର, ବୁଦୁରା ଓ ଇଦୁଡିରୁ ମିଲରମାନେ ଉକ୍ତ ପରିମାଣର ଧାନ କିଣିବା କଥା, କିନ୍ତୁ ଏହା ହେଉନାହିଁ। କ୍ରମିକ ସଂଖ୍ୟା ରକ୍ଷା ନ କରି ସେମାନଙ୍କ ବନ୍ଧୁବାନ୍ଧବ ଚାଷୀଙ୍କଠାରୁ ଆଗ ଧାନ କିଣୁଛନ୍ତି। ପ୍ରଥମେ ଗୋରିବନ୍ଧା, ଖୁରିଙ୍ଗା, ଖାଣ୍ଡବା, କିଡିଙ୍ଗାରେ ଥିବା ମିଲମାନଙ୍କୁ ଧାନ କିଣିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ତଥାପି ଚାଷୀ ମାନଙ୍କ ଠାରୁ ଧାନ କିଣାଯାଉ ନାହିଁ। ବିକ୍ରି ସାରିଥିବା ଚାଷୀମାନେ ଜଣାଇଛନ୍ତି ଯେ, ମଣ୍ଡିରେ ଧାନ କୁଇଣ୍ଟାଲ ପିଛା ୧୮୬୮ ଟଙ୍କା ରହିଛି। ପ୍ରତି ବର୍ଷ ୮୦ କେଜି ଧାନବସ୍ତା ଦିଅନ୍ତି, ଚଳିତ ବର୍ଷ କିନ୍ତୁ ୮୧.୫ କେଜି ଧାନ ମିଲରମାନେ ନେଇ ଯାଉଛନ୍ତି। ଚାଷିମାନଙ୍କୁ ମିଲରମାନେ ଗନି ବ୍ୟାଗ ଯୋଗାଇଦେବା ନିୟମ ଥିଲେ ବି ତାହା ଦେଉନାହାନ୍ତି। ଓଲଟା ଗନି ବ୍ୟାଗ ଓ ପରିବହନ ଖର୍ଚ୍ଚ କହି ପ୍ରତି ବସ୍ତାକୁ ୪୦ ଟଙ୍କା କାଟି ଚାଷୀଙ୍କୁ ଦେଉଛନ୍ତି। ଏ ନେଇ ବଥବା ସମବାୟ ସମିତି ପାରାଳାଖେମୁଣ୍ଡି ଏଆର୍‌ସିଏସ୍‌ ନିକଟରେ ବାରମ୍ବାର ଅଭିଯୋଗ ହୋଇଥିଲେ କୌଣସି ସୁଫଳ ମିଳୁନାହିଁ। ଦଲାଲମାନଙ୍କୁ ଧାନ ନ ବିକି ମଣ୍ଡିରେ ଧାନ ବିକିବା ପାଇଁ ଉପଦେଶ ଦେଉଥିବା ବେଳେ ଚାଷୀମାନେ ମଣ୍ଡିରେ ଧାନ ବିକ୍ରି ନ କରିପାରି ହତାଶ ହେଉଛନ୍ତି। ତେବେ ଦୁଇ ଦିନ ଭିତରେ ଉକ୍ତ ସମସ୍ୟାର ସମାଧାନ ନ ହେଲେ ଚାଷୀ ମାନେ ଆନ୍ଦୋଳନର କରିବେ ବୋଲି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ତେଜିଲା ଆନ୍ଦୋଳନ

ପୁରୁଷୋତ୍ତମପୁର,୧୭ା୮(ସବିତା ମିଶ୍ର): ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଇଧର ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଡାଲାଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ…

ଭାରତୀୟ ମଜଦୁର ସଂଘର ଦେଶ ବ୍ୟାପୀ ପ୍ରତିବାଦ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ରାଞ୍ଚିଠାରେ ହୋଇଥିବା ୧୬୧ତମ କେନ୍ଦ୍ରୀୟ କାର୍ଯ୍ୟ ସମିତିର ନିଷ୍ପତ୍ତି କ୍ରମେ ଭାରତୀୟ ମଜଦୁର ସଂଘ(ବିଏମ୍‌ଏସ) ପକ୍ଷରୁ ସୋମବାର ସ୍ଥାନୀୟ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଗର୍ଜିଲା ଓଡ଼ିଶା କୃଷକ ସଭା

ଦିଗପହଣ୍ଡି,୧୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିମାନଙ୍କରେ ଚଳିତବର୍ଷ ଧାନ ମଣ୍ଡିରେ ଚାଷୀମାନଙ୍କ ନାଁ ରେଜିଷ୍ଟ୍ରେସନ ପାଇଁ ଚାଷୀ…

ଅସହାୟ ପରିବାର ପାଖରେ ପହଞ୍ଚିଲା ‘ଯୁବ ଶକ୍ତି ଥୁଆମୂଳ ରାମପୁର’

ଥୁଆମୂଳ ରାମପୁର,୧୭।୮ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ପାଡେପଦର ପଞ୍ଚାୟତ ଭାଟିଫାସ ଗ୍ରାମର ଦାଦନ ଶ୍ରମିକ ସ୍ବର୍ଗତ ସିବା ମାଝୀଙ୍କ ଅକାଳ ବିୟୋଗ…

ପଲିଥିନ୍ ତଳେ ଜୀବନ କଟୁଛି ଜୀବନ: ଜିଲା ପ୍ରଶାସନର ଦୃଷ୍ଟି ଦେବାକୁ ଦାବି

କେସିଙ୍ଗା, ୧୭।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ପରମେଶ୍ୱର…

ଝିଅର ଚିକିତ୍ସାକୁ ନେଇ ବଚସା, ସ୍ତ୍ରୀଙ୍କୁ ହତ୍ୟା

ପାରଳାଖେମୁଣ୍ଡି,୧୭ା୮(ଗିରିଧାରୀ ପରିଛା): ଝିଅର ଚିକିତ୍ସାକୁ ନେଇ ସ୍ତ୍ରୀଙ୍କ ସହ ବଚସା ପରେ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି। ଗଜପତି ଜିଲା ସେସନ୍ସ…

ସୁରଟରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ, ଗାଁରେ ଶୋକାକୁଳ ପରିବେଶ

ହିଞ୍ଜିଳିକାଟୁ,୧୭।୮(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଅଞ୍ଚଳରୁ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତଦେହ ସୋମବାର…

ଚୋର-ପୋଲିସ୍‌ର ଖେଳ ସୋସିଆଲ୍‌ ମିଡିଆରେ ଭାଇରାଲ୍‌: ଚାରି ଥାନାର ପୋଲିସ୍‌କୁ ପାଣି ପିଆଇ…

ପୁରୁଷୋତ୍ତମପୁର, ୧୭।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଘଟିଥିବା ଚୋର-ପୋଲିସ୍‌ ଲଢ଼େଇ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଗତ ଶୁକ୍ରବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri