ଦୂର ଜାଗାରେ ସବ୍‌ସେଣ୍ଟର ଖୋଲାଯାଇ ମିଳିବ ଚାଉଳ

ରାୟଗଡ଼ା ଅଫିସ, ୨୮।୯: ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ସମବାୟ ବିଭାଗ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ରାୟଗଡ଼ ଗସ୍ତକରି ମଙ୍ଗଳବାର ସ୍ଥାନୀୟ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ କରିଛନ୍ତି। ଏହି ବୈଠକରେ ଅନୁସୂଚିତ ଜାତି ଓ ଜନଜାତି ବିକାଶ, ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା, ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି, ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ, ଜିଲାପାଳ ସ୍ବଧାଦେବ ସିଂ, ଏସ୍‌ପି ବିବେକାନନ୍ଦ ଶର୍ମା, ଜିଲା ପରିଷଦ ଅଧ୍ୟକ୍ଷା ସରସ୍ବତୀ ମାଝି ପ୍ରମୁଖ ଯୋଗ ଦେଇଥିଲେ। ଜିଲାରେ ସ୍ବାସ୍ଥ୍ୟ, ଶିକ୍ଷା, ସାମାଜିକ ସୁରକ୍ଷା, ଆଦିବାସୀ ଉନ୍ନୟନ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ବିଭାଗରେ ଚାଲିଥିବା ଉନ୍ନୟନ କାର୍ଯ୍ୟ ଉପରେ ଆଲୋଚନା କରାଯାଇଥିଲା।
ସିଡିଏମ୍‌ଓ ଡା. ଲାଲ୍‌ ମୋହନ ରାଉତରାୟ ଜିଲାରେ ସ୍ବାସ୍ଥ୍ୟ ବିଭାଗର ବିଭିନ୍ନ ସୁବିଧା ଅସୁବିଧା ଉପରେ ଉପସ୍ଥାପନା କରିଥିଲେ। ଖାଲି ପଡିଥିବା ଡାକ୍ତର ଓ ସ୍ବାସ୍ଥ୍ୟ କର୍ମଚାରୀ ପଦବୀ ପୂରଣ ପାଇଁ ବୈଠକରେ ଅନୁରୋଧ କରିଥିଲେ। ରାୟଗଡ଼ା ସ୍ବାସ୍ଥ୍ୟ ବିଭାଗ ଆକ୍ୟୁସ ପୁରସ୍କାର ପାଇଥିବା କଥା ସେ ବୈଠକର ସୂଚନା ଦେଇଥିଲେ। ମନ୍ତ୍ରୀ କଲେରା ନିରାକରଣରେ ଜିଲାପାଳ ଓ ସ୍ବାସ୍ଥ୍ୟ ବିଭାଗର କାର୍ଯ୍ୟକୁ ପ୍ରଶଂସା କରିଥିଲେ।
ଏହାପରେ ଜିଲାରେ ଜନଜାତିଙ୍କ ବିକାଶ ନିମନ୍ତେ ଚାଲିଥିବା କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଛି। ଆଇଟିଡିଏ ପକ୍ଷରୁ ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରକଳ୍ପ ପ୍ରଶାସକ ଉପସ୍ଥାପନା କରିଥିଲେ। ଅନୁସୂଚିତ ଜାତି ଓ ଜନଜାତି ଛାତ୍ରୀଛାତ୍ରଙ୍କ ନିମନ୍ତେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସହ ବିଦ୍ୟାଳୟ ଗୁଡିକର ଅସୁବିଧା ସୁବିଧା ସମ୍ପର୍କରେ ଜିଲା ମଙ୍ଗଳ ଅଧିକାରୀ ଉପସ୍ଥାପନ କରିଥିଲେ। ଜିଲା ପରିଷଦ ପକ୍ଷରୁ କାର୍ଯ୍ୟକାରୀ କରାଯାଉଥିବା ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଏବଂ ଅନ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ଉପସ୍ଥାପନ କରାଯାଇଥିଲା। ଜିଲାରେ ବିଧବାଭତ୍ତା, ବାର୍ଦ୍ଧକ୍ୟ ଭତ୍ତା ସମ୍ପର୍କରେ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ଉପସ୍ଥାପନ କରିଥିଲେ। ଯେଉଁଠି ବାର୍ଦ୍ଧକ୍ୟ ଭତ୍ତା ପହଞ୍ଚତ୍ବାରେ ଅସୁବିଧା ହେଉଛି ସେଠାରେ ସ୍ବତନ୍ତ୍ର ଦୃଷ୍ଟିଦେବାକୁ ମନ୍ତ୍ରୀ କହିଥିଲେ। ପୌର ପରିଷଦର ମୁକ୍ତା ଯୋଜନା, ଜିଲା ଯୋଗାଣ ବିଭାଗ ଓ ସମବାୟ ବିଭାଗର କାର୍ଯ୍ୟକ୍ରମ ସହ ଅସୁବିଧା ସୁବିଧା ସମ୍ପର୍କରେ ଆଲୋଚନା କରାଯାଇଛି। ଯେଉଁଠି ଚାଉଳ ନେବା ପାଇଁ ଲୋକଙ୍କୁ ବହୁତ ଦୂର ଯିବାକୁ ହେଉଛି ସେଠାରେ ଏସ୍‌ଏଚ୍‌ଜି କିମ୍ବା ପଞ୍ଚାୟତ ମାଧ୍ୟମରେ ସବସେଣ୍ଟର ଖୋଲିବାକୁ ମନ୍ତ୍ରୀ କହିଥିଲେ। ଚାଉଳ ମିଶ୍ରଣ ନିମନ୍ତେ ବ୍ଲେଣ୍ଡିଂ ମେଶିନ ବସାଇବାକୁ ମିଲରମାନଙ୍କୁ କହିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ସ୍ଥାନୀୟ ସାଇପ୍ରିୟା ନଗର ସହରାଞ୍ଚଳ ଚିକତ୍ସାକେନ୍ଦ୍ରକୁ ମନ୍ତ୍ରୀ ଉଦ୍‌ଘାଟନ କରିଥିଲେ। ଏହି ସମୟରେ କୋରାପୁଟ ଏମ୍‌ପି ସପ୍ତଗିରି ଉଲ୍ଲାକା, ଜିଲାର ସବୁ ବିଧାୟକ, ଜିଲାପାଳ, ଏସ୍‌ପି, ସିଡିଏମ୍‌ଓ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାଆ କୋଳକୁ ଫେରିଲା ୬ ଦିନର ପୁଅ

କେନ୍ଦ୍ରାପଡ଼ା ଅଫିସ, ୨ା୧୨:କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅଞ୍ଚଳର ଜଣେ ମହିଳାଙ୍କ ଶିଶୁପୁତ୍ର ନିଖୋଜ ହେବା ଘଟଣାର ପୂର୍ଣ୍ଣଚ୍ଛେଦ ପଡ଼ିଛି ା ଚାଇଲ୍ଡ ୱେଲଫେୟାର କମିଟି...

ସୁରକ୍ଷା ଚିନ୍ତାରେ ସହରବାସୀ

ଅନୁଗୋଳ ଅଫିସ, ୨୪ା୭ ଅନୁଗୋଳ ସହରରେ ବଢ଼ୁଛି ଆପରାଧିକ କାର୍ଯ୍ୟକଳାପ। ବାଇକ୍‌ରେ ଘୂରି ବୁଲୁଥିବା ଦୁର୍ବୃତ୍ତମାନେ ମହିଳା ଓ ବରିଷ୍ଠ ନାଗରିକଙ୍କୁ ଟାର୍ଗେଟ୍‌ କରୁଛନ୍ତି। ନିଛାଟିଆ...

୨ କାର୍‌, ୫ ବାଇକ୍‌ ଉପରେ ମାଡ଼ିଗଲା ଟ୍ରକ୍‌

କଟକ ଅଫିସ,୧୦ା୧୨: ଜଗତପୁର ଖଇରା ପୋଲ ନିକଟରେ ଶନିବାର ସନ୍ଧ୍ୟାରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ୨ କାର୍‌ ଏବଂ ୫ଟି ବାଇକ୍‌ ଉପରେ...

ବନ୍ୟାବିପନ୍ନଙ୍କ ଦୁର୍ଦ୍ଦଶା ବଢ଼ାଇଲା ଲଘୁଚାପ

ଅନୁଗୋଳ ଅଫିସ/ ଆଠମଲ୍ଲିକ, ୨୦ା୮: ଅନୁଗୋଳ ଜିଲାରେ ବନ୍ୟା ପାଣି ହ୍ରାସ ହେଉଥିବାବେଳେ ଶୁକ୍ରବାର ଲଗାଣ ବର୍ଷା ବିପନ୍ନଙ୍କ ଦୁଃଖ ଦୁର୍ଦ୍ଦଶା ବଢ଼ାଇ ଦେଇଛି। ବିଶେଷକରି...

ସ୍କୁଲ ଭ୍ୟାନ୍‌ରେ ଲାଗିଲା ନିଆଁ

ସୋନପୁର,୯ା୫(ନି.ପ୍ର.): ସୁବର୍ଣ୍ଣପୁର ଜିଲା ବିନିକା ସହର କଲେଜ ଛକଠାରେ ଏକ ସ୍କୁଲ ଭ୍ୟାନ୍‌ରେ ନିଆଁ ଲାଗି ଯାଇଥିଲା। ସୌଭାଗ୍ୟବଶତଃ ଛାତ୍ରୀଛାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସ୍ଥାନୀୟ...

ବ୍ୟବସାୟୀଙ୍କୁ ଲୁଟ୍‌ ଘଟଣାରେ ୧୧ ଗିରଫ: ୧୨.୫୯ଲକ୍ଷ ଟଙ୍କା, ଖଣ୍ଡା ଓ ବନ୍ଧୁକ ଜବତ

ଶେରଗଡ଼/ସୋରଡା/ଧରାକୋଟ,୨ା୬(ଡି.ଏନ୍‌.ଏ.)- ଧରାକୋଟ ଥାନା ବାଦଗଡ଼ ଗ୍ରାମ ଛକ ନିକଟରୁ ବୁଧବାର ବିଳମ୍ବିତ ରାତିରେ ୩ ବ୍ୟବସାୟୀଙ୍କ ଠାରୁ ୧୬ ଲକ୍ଷ ୮୦ ହଜାର ଟଙ୍କା ଲୁଟ୍‌...

୧୮ତମ ପ୍ରତିଷ୍ଠା ଦିବସ ପାଳନ କଲେ ମାଓବାଦୀ, ନାଚଗୀତରେ ଝୁମିଲେ

ମାଲକାନଗିରି,୨୬ା୯(ଡି.ଏନ୍‌.ଏ.): ମାଲକାନଗିରି ସୀମାନ୍ତ ବିଜାପୁର ଜିଲାରେ ଏକଜୁଟ୍‌ ହୋଇ ୧୮ତମ ପ୍ରତିଷ୍ଠା ଦିବସ ପାଳନ କରିଛନ୍ତି ମାଓବାଦୀ। ପ୍ରତିବର୍ଷ ସେପ୍ଟେମ୍ବର ୨୧ରୁ ୨୭ ପର୍ଯ୍ୟନ୍ତ ମାଓବାଦୀମାନେ...

୩ ଶହ ଟଙ୍କା ପାଇଁ ସ୍ତ୍ରୀଙ୍କୁ ହତ୍ୟାକଲେ ସ୍ବାମୀ

ଜୟପୁର,୪।୧(ନି.ପ୍ର.): କୋରାପୁଟ ଜିଲା ଜୟପୁର ସଦର ଥାନା ଅନ୍ତର୍ଗତ ବାମୁଣି ଗାଁ ନୂଆଗୁଡ଼ାଠାରେ ଏକ ଅଭାବନୀୟ ଘଟଣା ଘଟିଛି। ମାତ୍ର ୩ ଶହ ଟଙ୍କା ପାଇଁ...

Advertisement
Archives

Model This Week