ରାଜସ୍ବ ବିଭାଗ ସ୍ବତନ୍ତ୍ର ସଚିବ ଅଜୟ ଦାସ ଗିରଫ

ଭୁବନେଶ୍ୱର,୧୪।୮(ବ୍ୟୁରୋ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଜସ୍ବ ବିପର୍ଯ୍ୟୟ ଓ ପରିଚାଳନା ବିଭାଗର ସ୍ବତନ୍ତ୍ର ସଚିବ ଅଜୟ କୁମାର ଦାସଙ୍କୁ ଗୁରୁବାର ଭିଜିଲାନ୍ସ ଗିରଫ କରିଛି। ପରେ ତାଙ୍କୁ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଇ ଦିଆଯାଇଛି।
ଅଜୟଙ୍କ ନାମରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଆସିଥିଲା। ବୁଧବାର ସକାଳେ ଭିଜିଲାନ୍ସର ୫ଟି ଟିମ୍‌ ତାଙ୍କ ଘର, ଅଫିସ୍‌ ସମେତ ୬ଟି ସ୍ଥାନରେ ଚଢାଉ କରିଥିଲା। ଟଙ୍କପାଣି ରୋଡ୍‌ ରତ୍ନାକର ବାଗ ଲେନ୍‌ସ୍ଥିତ ପୈତୃକ ତଥା ଆବାସିକ ଘର, ପଟିଆସ୍ଥିତ ଫ୍ଲାଟ, ନୂଆଗଁାରେ ଥିବା ଆଉଟ ହାଉସ, ବାଲେଶ୍ୱରସ୍ଥିତ ଦୁଇ ମହଲା ଘରେ ଚଢ଼ାଉ କରାଯାଇ ତାଙ୍କ ସମ୍ପତ୍ତିର ଯାଞ୍ଚ କରାଯାଇଥିଲା। ଯାଞ୍ଚବେଳେ ମୋଟ ୩କୋଟି ୭୯ ହଜାର ୫୩୮ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠାବ କରାଯାଇଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି। ତାଙ୍କ ନାମରେ ୨ଟି ଦୁଇ ମହଲାବିଶିଷ୍ଟ କୋଠା ରହିଛି। ଏହାର ଆନୁମାନିକ ମୂଲ୍ୟ ୬୭ ଲକ୍ଷ ୨୦ ହଜାର ୯୫୧ ଟଙ୍କା ହେବ। ଗୋଟିଏ ଏକ ତାଲାବିଶିଷ୍ଟ କୋଠାର ମୂଲ୍ୟ ୭ଲକ୍ଷ ୯ ହଜାର ୯୮୬ ଟଙ୍କାରେ ହିସାବ କରିଛି ଭିଜିଲାନ୍ସ। ସେହିପରି ପୁରୀ ଓ ଭୁବନେଶ୍ୱରରେ ଥିବା ୪ଟି ଫ୍ଲାଟର ମୂଲ୍ୟ ୬୭ଲକ୍ଷ ୨୨ହଜାର ୧୬୦ ଟଙ୍କା ହେବ ବୋଲି କୁହାଯାଇଛି। ଏହାବାଦ୍‌ ଭୁବନେଶ୍ୱର,ବାଲେଶ୍ୱର ଓ ଭଦ୍ରକରେ ୧୨ଲକ୍ଷ ୯୫ ହଜାର ୧୦୦ ଟଙ୍କାର ୯ଟି ପ୍ଲଟ ରହିଛି। ବ୍ୟାଙ୍କ୍‌ ଜମା ୫୦ ଲକ୍ଷ ୮୫୩ ହଜାର ୭୯୯ ଟଙ୍କା ରହିଥିବାବେଳେ ସାହାରା ଇଣ୍ଡିଆରେ ୪ଲକ୍ଷ ଟଙ୍କା ଲଗାଇଛନ୍ତି। ୨ଟି ଚାରିଚକିଆ ଯାନର ମୂଲ୍ୟ ୧୧ଲକ୍ଷ ୫୦ ହଜାର ଟଙ୍କା ଓ ୨ଟି ଦୁଇଚକିଆ ଗାଡ଼ିର ମୂଲ୍ୟକୁ ୧ଲକ୍ଷ ୨ହଜାର ଟଙ୍କାରେ ହିସାବ କରାଯାଇଛି। ୨୬ ଲକ୍ଷ ୧୧ହଜାର ୬୫ ଟଙ୍କାର ସୁନା ଓ ରୁପା ଅଳଙ୍କାର ଏବଂ ନଗଦ ୨ ଲକ୍ଷ ୬୯ ହଜାର ୧୧୦ଟଙ୍କାର ମିଳିଛି। ଘରର ବିଭିନ୍ନ ସାମଗ୍ରୀର ମୂଲ୍ୟ ୮ଲକ୍ଷ ୨୭ ହଜାର ୨୫୬ ଟଙ୍କା ରହିଛି। ଏହାସହ ୮୧ ଲକ୍ଷ ୫୩ ହଜାର ୬୧୧ଟଙ୍କାର ବିଭିନ୍ନ ଜୀବନ ବୀମା ରହିଥିବା ଭିଜିଲାନ୍ସ ରିପୋର୍ଟରେ ଉଲ୍ଲେଖ କରାଯାଇଛି।
ଅଜୟଙ୍କ ଚାକିରି କାଳ ଆଉ ଦୁଇମାସ ଥିବାରୁ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇ ଜେଲ ଯିବା ଘଟଣାକୁ ନେଇ ନାନା ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ ତାଙ୍କ ବିରୋଧରେ ସରକାରୀ ସ୍ତରରେ କାଯ୍ୟାନୁଷ୍ଠାନ ପାଇଁ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଏପି ପରେ ଓଡ଼ିଶାରେ ପ୍ରାର୍ଥୀ ଘୋଷଣା କଲା ସିପିଆଇଏମ, ଭୁବନେଶ୍ୱର ଲୋକ ସଭା ଆସନରୁ ଲଢିବେ ଏହି ନେତା

ଭୁବନେଶ୍ୱର,୧୮।୪: ରାଜ୍ୟର ୩୭ଟି ବିଧାନସଭା ପାଇଁ ଆମ ଆଦମୀ ପାର୍ଟି ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ସିପିଆଇ(ଏମ ) ମଧ୍ୟ ଆଜି ଭୁବନେଶ୍ୱର ଲୋକ...

ଟ୍ୱିନ୍ ସିଟିରେ ମହିଳାଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କଲା କମିସନରେଟ ପୋଲିସ

ଭୁବନେଶ୍ୱର,୧୮।୪: ସର୍ବସାଧାରଣ ସ୍ଥାନରେ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ଏକ ବଡ ପଦକ୍ଷେପ ନେଇଛି କମିଶନରେଟ୍ ପୋଲିସ୍। ମହିଳା ମାନଙ୍କ ସୁରକ୍ଷା ପାଇଁ ଏଣିକି...

ସତ୍ୟବାଦୀରୁ ମନୋଜ ରଥଙ୍କୁ ପ୍ରାର୍ଥୀ କରିବା ପରେ ପ୍ରସାଦ ହରିଚନ୍ଦନ କହିଲେ…

ଭୁବନେଶ୍ୱର,୧୮।୪: ଆଜି କଂଗ୍ରେସ ଆଉ ୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ମାହାଙ୍ଗାରୁ ଦେବେନ୍ଦ୍ର ସାହୁ, ସତ୍ୟବାଦୀରୁ ମନୋଜ ରଥ, ଭୁବନେଶ୍ୱର-ମଧ୍ୟରୁ ପ୍ରକାଶ...

ଭିଆର୍‌ଏସ୍‌ ନେଲେ ଆଇପିଏସ୍‌ ସଞ୍ଜୟ ସିଂ

ଭୁବନେଶ୍ୱର,୧୮।୪: ଓଡ଼ିଶା କ୍ୟାଡର ଆଇପିଏସ୍‌ ସଞ୍ଜୟ ସିଂ ଭିଆରଏସ୍‌ ଘୋଷଣା କରିଛନ୍ତି। ୧୯୯୬ ବ୍ୟାଚ୍‌ ଆଇପିଏସ୍‌ ସଞ୍ଜୟ ସିଂଙ୍କୁ ଭିଆରଏସ୍‌ ଆବେଦନକୁ ରାଜ୍ୟ ଗୃହ ବିଭାଗ...

ଓଡ଼ିଶାବାସୀଙ୍କ ମତାମତ ଲୋଡ଼ିଲେ ପାଣ୍ଡିଆନ୍‌, କଲେ ଏଭଳି ଅପିଲ୍‌

ଭୁବନେଶ୍ୱର୧୮।୪: ଆଗାମୀ ସାଧାରଣ ନିର୍ବାଚନକୁ ନେଇ ବିଜେଡିର ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇବ। ଏହା ର୍ପୂବରୁ ଲୋକଙ୍କ ମତାମତ ଲୋଡିଛି ବିଜେଡି। ୫-ଟି ଅଧ୍ୟକ୍ଷ କାର୍ତ୍ତିକ...

ଓଡ଼ିଶାରେ ୩୭ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଦେଲା ଏଏପି, ଜାଣନ୍ତୁ କେଉଁଠୁ କିଏ ପାଇଲେ…

ଭୁବନେଶ୍ୱର,୧୮।୪: ଓଡ଼ିଶାରେ ଆମ ଆଦମୀ ପାର୍ଟି(ଏଏପି) ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି। ପ୍ରଥମ ପର୍ଯ୍ୟାୟରେ ଦଳ ରାଜ୍ୟର ୩୭ ବିଧାନସଭା ଆସନ ଲାଗି ପ୍ରାର୍ଥୀ...

ପରପାରିରେ ବିଶିଷ୍ଟ ଅଭିନେତା-ନିର୍ଦ୍ଦେଶକ ସଚ୍ଚି ଦାସ

ଭୁବନେଶ୍ୱର,୧୮।୪: ଆରପାରିରେ ବିଶିଷ୍ଟ ସିନେ କଳାକାର ଡ. ସଚ୍ଚି ଦାସ । ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା । ସଚ୍ଚି ଦାସ, କବି ସମ୍ରାଟ...

ଦଳ ଟିକେଟ ଦେଲେ କେନ୍ଦ୍ରାପଡ଼ାରୁ ଲଢ଼ିବି: ସିପ୍ରା 

ଭୁବନେଶ୍ୱର,୧୮।୪: ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ବିଭିନ୍ନ ରାଜନୈତିକ ଦଳରେ ମିଶ୍ରଣ ପର୍ବ ଜୋର ଧରୁଛି । ବିଭିନ୍ନ ରାଜନେତା କିମ୍ବା ନେତ୍ରୀ ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri