ରାଜସ୍ବ ବିଭାଗ ସ୍ବତନ୍ତ୍ର ସଚିବ ଅଜୟ ଦାସ ଗିରଫ

ଭୁବନେଶ୍ୱର,୧୪।୮(ବ୍ୟୁରୋ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଜସ୍ବ ବିପର୍ଯ୍ୟୟ ଓ ପରିଚାଳନା ବିଭାଗର ସ୍ବତନ୍ତ୍ର ସଚିବ ଅଜୟ କୁମାର ଦାସଙ୍କୁ ଗୁରୁବାର ଭିଜିଲାନ୍ସ ଗିରଫ କରିଛି। ପରେ ତାଙ୍କୁ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଇ ଦିଆଯାଇଛି।
ଅଜୟଙ୍କ ନାମରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଆସିଥିଲା। ବୁଧବାର ସକାଳେ ଭିଜିଲାନ୍ସର ୫ଟି ଟିମ୍‌ ତାଙ୍କ ଘର, ଅଫିସ୍‌ ସମେତ ୬ଟି ସ୍ଥାନରେ ଚଢାଉ କରିଥିଲା। ଟଙ୍କପାଣି ରୋଡ୍‌ ରତ୍ନାକର ବାଗ ଲେନ୍‌ସ୍ଥିତ ପୈତୃକ ତଥା ଆବାସିକ ଘର, ପଟିଆସ୍ଥିତ ଫ୍ଲାଟ, ନୂଆଗଁାରେ ଥିବା ଆଉଟ ହାଉସ, ବାଲେଶ୍ୱରସ୍ଥିତ ଦୁଇ ମହଲା ଘରେ ଚଢ଼ାଉ କରାଯାଇ ତାଙ୍କ ସମ୍ପତ୍ତିର ଯାଞ୍ଚ କରାଯାଇଥିଲା। ଯାଞ୍ଚବେଳେ ମୋଟ ୩କୋଟି ୭୯ ହଜାର ୫୩୮ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠାବ କରାଯାଇଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି। ତାଙ୍କ ନାମରେ ୨ଟି ଦୁଇ ମହଲାବିଶିଷ୍ଟ କୋଠା ରହିଛି। ଏହାର ଆନୁମାନିକ ମୂଲ୍ୟ ୬୭ ଲକ୍ଷ ୨୦ ହଜାର ୯୫୧ ଟଙ୍କା ହେବ। ଗୋଟିଏ ଏକ ତାଲାବିଶିଷ୍ଟ କୋଠାର ମୂଲ୍ୟ ୭ଲକ୍ଷ ୯ ହଜାର ୯୮୬ ଟଙ୍କାରେ ହିସାବ କରିଛି ଭିଜିଲାନ୍ସ। ସେହିପରି ପୁରୀ ଓ ଭୁବନେଶ୍ୱରରେ ଥିବା ୪ଟି ଫ୍ଲାଟର ମୂଲ୍ୟ ୬୭ଲକ୍ଷ ୨୨ହଜାର ୧୬୦ ଟଙ୍କା ହେବ ବୋଲି କୁହାଯାଇଛି। ଏହାବାଦ୍‌ ଭୁବନେଶ୍ୱର,ବାଲେଶ୍ୱର ଓ ଭଦ୍ରକରେ ୧୨ଲକ୍ଷ ୯୫ ହଜାର ୧୦୦ ଟଙ୍କାର ୯ଟି ପ୍ଲଟ ରହିଛି। ବ୍ୟାଙ୍କ୍‌ ଜମା ୫୦ ଲକ୍ଷ ୮୫୩ ହଜାର ୭୯୯ ଟଙ୍କା ରହିଥିବାବେଳେ ସାହାରା ଇଣ୍ଡିଆରେ ୪ଲକ୍ଷ ଟଙ୍କା ଲଗାଇଛନ୍ତି। ୨ଟି ଚାରିଚକିଆ ଯାନର ମୂଲ୍ୟ ୧୧ଲକ୍ଷ ୫୦ ହଜାର ଟଙ୍କା ଓ ୨ଟି ଦୁଇଚକିଆ ଗାଡ଼ିର ମୂଲ୍ୟକୁ ୧ଲକ୍ଷ ୨ହଜାର ଟଙ୍କାରେ ହିସାବ କରାଯାଇଛି। ୨୬ ଲକ୍ଷ ୧୧ହଜାର ୬୫ ଟଙ୍କାର ସୁନା ଓ ରୁପା ଅଳଙ୍କାର ଏବଂ ନଗଦ ୨ ଲକ୍ଷ ୬୯ ହଜାର ୧୧୦ଟଙ୍କାର ମିଳିଛି। ଘରର ବିଭିନ୍ନ ସାମଗ୍ରୀର ମୂଲ୍ୟ ୮ଲକ୍ଷ ୨୭ ହଜାର ୨୫୬ ଟଙ୍କା ରହିଛି। ଏହାସହ ୮୧ ଲକ୍ଷ ୫୩ ହଜାର ୬୧୧ଟଙ୍କାର ବିଭିନ୍ନ ଜୀବନ ବୀମା ରହିଥିବା ଭିଜିଲାନ୍ସ ରିପୋର୍ଟରେ ଉଲ୍ଲେଖ କରାଯାଇଛି।
ଅଜୟଙ୍କ ଚାକିରି କାଳ ଆଉ ଦୁଇମାସ ଥିବାରୁ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇ ଜେଲ ଯିବା ଘଟଣାକୁ ନେଇ ନାନା ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ ତାଙ୍କ ବିରୋଧରେ ସରକାରୀ ସ୍ତରରେ କାଯ୍ୟାନୁଷ୍ଠାନ ପାଇଁ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?