Posted inଜାତୀୟ

ପ୍ରତିିଶୋଧମୂଳକ ରାଜନୀତି ଆଘାତ ଦେଇଛି: ପାଇଲଟ୍‌

ନୂଆଦିଲ୍ଲୀ, ୧୨ା୮ : ରାଜନୀତିରେ ପ୍ରତିଶୋଧମୂଳକ ମନୋଭାବ ରଖିବା ଠିକ୍‌ ନୁହେଁ ବୋଲି କଂଗ୍ରେସ ନେତା ସଚିନ ପାଇଲଟ୍‌ ମଙ୍ଗଳବାର କହିଛନ୍ତି। ମାସକ ପରେ ଜୟପୁର ଫେରି ସେ ଦଳରେ କେବେ କୌଣସି ପଦ ଚାହିଁ ନ ଥିଲେ ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବିରୋଧରେ ବିଦ୍ରୋହ କରିବା ପରେ ସେ କଂଗ୍ରେସର ବରିଷ୍ଠ ନେତାଙ୍କୁ ସୋମବାର ଭେଟିଥିଲେ। ପରେ ସମସ୍ୟାର ସମାଧାନ ସମ୍ଭବ ହୋଇପାରିଥିଲା। ହେଲେ କୌଣସି ରାଜନେତାଙ୍କ ବିରୋଧରେ ସେ ପଦଟିଏ କହି ନ ଥିବା ପାଇଲଟ୍‌ କହିଛନ୍ତି। ତାଙ୍କୁ ବରଂ ମୁଖ୍ୟମନ୍ତ୍ରୀ ଗେହଲଟଙ୍କଠାରୁ ଆରମ୍ଭ କରି କଂଗ୍ରେସ ନେତା ସମାଲୋଚନା କରି ଭିନ୍ନ ଭିନ୍ନ କଥା କହିଥିବା ପାଇଲଟ୍‌ ପ୍ରକାଶ କରିଛନ୍ତି। ଏଭଳି ପ୍ରତିଶୋଧମୂଳକ ମନୋଭାବ ରଖି କାହା ବିରୋଧରେ ରାଜନେତାମାନେ କହିବା ଅନୁଚିତ ବୋଲି ପାଇଲଟ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପିପିଇ କିଟ୍‌ ପିନ୍ଧି ମତଦାନ ପାଇଁ ପହଞ୍ଚିଲେ କରୋନା ପଜିଟିଭ୍‌ ବିଧାୟକ

ଭୋପାଳ,୧୯।୬: ଦେଶର ୮ଟି ରାଜ୍ୟର ୧୯ଟି ଆସନ ଲାଗି ଶୁକ୍ରବାର ମତଦାନ ଜାରି ରହିଛି। ମଧ୍ୟପ୍ରଦେଶରେ ମଧ୍ୟ ୩ଟି ଆସନ ପାଇଁ ମତଦାନ ହେଉଛି। ଇତିମଧ୍ୟରେ...

ମେଲାନିଆଙ୍କ ହାପିନେସ୍‌ କ୍ଲାସରେ ଯୋଗଦେବେ ନାହିଁ କେଜରିଓ୍ବାଲ-ସିସୋଡିଆ

ନୂଆଦିଲ୍ଲୀ,୨୨।୨: ଆମେରିକାର ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ମିଶି ୨ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ଏହି ସମୟରେ ମେଲାନିଆ...

ଡ୍ରେସ୍‌, ଆଇଡି କାର୍ଡ ଧରି ମାତୋଶ୍ରୀରେ ପହଞ୍ଚୁଛନ୍ତି ଶିବସେନା ବିଧାୟକ

ମୁମ୍ବାଇ,୨୨।୧୧:ମହାରାଷ୍ଟ୍ରରେ ନୂଆ ସରକାର ଗଠନକୁ ନେଇ ଶୁକ୍ରବାର ଚୂଡାନ୍ତ ନିଷ୍ପତି ନିଆଯିବାର ସମ୍ଭାବନା ରହିଛି। ଆଜି କଂଗ୍ରେସ-ଏନସିପି ସହ ଶିବସେନା ଗୁରୁତ୍ୱପୂର୍ଣ୍ଣ ବୈଠକ କରିବ। ଏହାପୂର୍ବରୁ...

ଆସାମରେ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ ନେଲାଣି ୫୬ ଜୀବନ: ସ୍ବାସ୍ଥ୍ୟ ବିଭାଗର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ

ଦିଶପୁର,୮।୭: ଆସାମରେ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ ଆତଙ୍କ ଦେଖାଦେଇଛି। ଗତ ଏପ୍ରିଲରୁ ଏବେ ପର୍ଯ୍ୟନ୍ତ ଏହି ରୋଗରେ ୫୬ଜଣଙ୍କ ଜୀବନ ଯାଇଥିବା ସୂଚନା ମିଳିଛି। ସେହିପରି ଗତ...

ମେ ଶେଷ ସୁଦ୍ଧା ମନରେଗାରେ ୫୦ ଲକ୍ଷ ପାଇବେ ନିଯୁକ୍ତି: ଯୋଗୀ

ଲକ୍ଷ୍ନୌ,୧୪।୫: ମେ ଶେଷ ସୁଦ୍ଧା ଉତ୍ତରପ୍ରଦେଶରେ ୫୦ ଲକ୍ଷ ଲୋକଙ୍କୁ ମନରେଗା ଅନ୍ତର୍ଗତ ନିଯୁକ୍ତି ପ୍ରଦାନ କରାଯିବ। ଧାର୍ଯ୍ୟ ଲକ୍ଷ୍ୟ ପୂରଣ ପାଇଁ ସରକାର ଉଦ୍ୟମ...

ହନୁମାନ ନିର୍ମାଣ ପାଇଁ କୋଟି କୋଟି ଟଙ୍କାର ଜମି ଦାନ କଲେ ମୁସଲମାନ ବ୍ୟକ୍ତି

ବେଙ୍ଗାଲୁରୁ,୯।୧୨: କର୍ନାଟକର ବେଙ୍ଗାଲୁରୁରେ ଭାଇଚାରାର ଏକ ଅନନ୍ୟ ଉଦାହାରଣ ଦେଖିବାକୁ ମିଳିଛି। ଏଠାରେ ରହୁଥିବା ଜଣେ ମୁସଲମାନ ସ୍ବେଚ୍ଛାକୃତ ଭାବରେ ଏକ ବୃହତ ହନୁମାନ ମନ୍ଦିର...

ରାଜନାଥଙ୍କ ଘରେ ଗ୍ରୁପ ଅଫ୍‌ ମିନିଷ୍ଟର୍ସ ବୈଠକ ଆରମ୍ଭ

ନୂଆଦିଲ୍ଲୀ,୧୭।୮: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଘରେ ଶନିବାର ଗ୍ରୁପ ଅଫ୍‌ ମିନିଷ୍ଟର୍ସ ବୈଠକ ଆରମ୍ଭ ହୋଇଛି। ଏଥିରେ ଯୋଗଦେବା ଲାଗି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ,...

୨୪ ଘଣ୍ଟାରେ ଦେଶରେ ୨୬ ହଜାରରୁ ଅଧିକ କରୋନା ପଜିଟିଭ୍‌

ନୂଆଦିଲ୍ଲୀ,୧୫।୩: ଦେଶରେ ପୁଣି କରୋନା ସଂକ୍ରମଣର ଦୋହରା ମାଡ଼ ଆରମ୍ଭ ହୋଇଛି। ପ୍ରତିଦିନ ଲଗାତାର ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଶନିବାର ୨୪ ଘଣ୍ଟାରେ...

BGU
Play 250+ Trending Games
Archives

Model This Week

Why Dharitri