Posted inଜାତୀୟ

ଦୁଇ ବିପରୀତ ଲିଙ୍ଗ ବ୍ୟକ୍ତିଙ୍କ ଘନିଷ୍ଠ ସମ୍ପର୍କ ବିଷୟରେ ପ୍ରକାଶ କରିବା ମାନହାନୀ ନୁହେଁ, ହାଇକୋର୍ଟଙ୍କ ରାୟ…

ଲକ୍ଷ୍ନୌ,୨୦।୧୧: ମାନହାନୀ ମାମଲାରେ ଆହ୍ଲାବାଦ୍‌ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ଏକ ମାମଲାର ବିଚାର କରି ହାଇକୋର୍ଟ କହିଛନ୍ତି ଯେ,ଦୁଇ ବିପରୀତ ଲିଙ୍ଗ ବ୍ୟକ୍ତିଙ୍କ ଘନିଷ୍ଠ ସମ୍ପର୍କ ବିଷୟରେ ପ୍ରକାଶ କରିବା ମାନହାନୀ ନୁହେଁ। ବିଚାରପତି ସୌମିତ୍ର ଦୟାଲ ସିଂଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ,ପ୍ରାକୃତିକ ଅବା ସାଧାରଣ ମାନବୀୟ ସମ୍ପର୍କରେ କାହାର ଅତି ନିକଟତର ହେବା ଏବଂ ଅବୈଧ ସମ୍ପର୍କ ସ୍ଥାପନ କରିବା ଦୁଇ ଭିନ୍ନ ଭିନ୍ନ କଥା।

ଏକ ମାମଲାରେ ଅଭିଯୁକ୍ତ ଜଣେ ବ୍ୟକ୍ତିଙ୍କ ସ୍ତ୍ରୀଙ୍କ ସହିତ ଅନ୍ୟ ବ୍ୟକ୍ତିଙ୍କର ଘନିଷ୍ଠ ସମ୍ପର୍କଥିବା କହିଥିଲେ। ଏହାକୁ ନେଇ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ଦାଏର କରାଯାଇଥିଲା। ଖଣ୍ଡପୀଠ କହିଛନ୍ତି ଯେ, ଅଭିଯୁକ୍ତ ଅବୈଧ ସମ୍ପର୍କ ଶବ୍ଦର ପ୍ରୟୋଗ କରି ନାହାନ୍ତି। ତେଣୁ ଏହା ଦ୍ୱାରା ମାନହାନୀ ହେଉ ନାହିଁ।

ଭାରତୀୟ ପିଙ୍ଗଳ କୋଡ୍‌ ଧାରା ୧୬୧ ଅନ୍ତର୍ଗତ ରୁଜୁ ହୋଇଥିବା ଏହି ମାମଲାରେ ଅଭିଯୁକ୍ତ କେବଳ ଘନିଷ୍ଠ ଶବ୍ଦର ବ୍ୟବହାର କରିଥିବାବେଳେ ଅବୈଧ ଶବ୍ଦର ବ୍ୟବହାର କରି ନାହାନ୍ତି। ଏହା ମାନହାନୀ ପାଇଁ ପ୍ରର୍ଯ୍ୟାପ୍ତ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାର୍କରେ ହେବ ଅନ୍ତିମ ସଂସ୍କାର: ପ୍ରଶାସନର ନିଷ୍ପତ୍ତି…

ନୂଆଦିଲ୍ଳୀ,୨୫।୪: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶରେ ଅବସ୍ଥା ଅଣାୟତ୍ତ ହେବାରେ ଲାଗିଛି। ରାଜଧାନୀ ଦିଲ୍ଲୀରେ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ପ୍ରତିଦିନ ମୃତକଙ୍କ ସଂଖ୍ୟା...

ପୁଣି ରାଜ୍ୟ ହେବ ଜମ୍ମୁ-କଶ୍ମୀର

ନୂଆଦିଲ୍ଲୀ,୨୪।୬: ଜମ୍ମୁ-କଶ୍ମୀର ପୁଣି ଥରେ ରାଜ୍ୟ ଭାବେ ପରିଗଣିତ ହେବ। ଏ ନେଇ ଉଚିତ ସମୟକୁ ଅପେକ୍ଷା କରିବାକୁ ପଡ଼ିବ। ବର୍ତ୍ତମାନ ଦୁଇ କେନ୍ଦ୍ର ଶାସିତ...

ବିପକ୍ଷ ମେଳିରେ ଯୋଗଦେବ ନାହିଁ ଏଏପି

ନୂଆଦିଲ୍ଲୀ,୧୩।୧: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଓ ରାଷ୍ଟ୍ରୀୟ ନାଗରିକ ପଞ୍ଜିକା(ଏନ୍‌ଆର୍‌ସି)କୁ ବିରୋଧ କରୁଥିବା ବିରୋଧୀଙ୍କୁ ଆଉ ଏକ ଝଟ୍‌କା ଲାଗିଛି। ସୋମବାର ଦିଲ୍ଲୀରେ ଆୟୋଜିତ ବୈଠକରେ...

ଜରୁରୀ ବୈଠକ ଡକାଇଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ,୧୬।୪: କଂଗ୍ରେସକୁ ପୁଣି ଥରେ ଟ୍ରାକ୍‌କୁ ଫେରାଇ ଆଣିବା ପାଇଁ ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଶନିବାର ମଧ୍ୟାହ୍ନରେ ଦଳର ଏକ ଜରୁରୀ ବୈଠକ ଡକାଇଥିଲେ।...

ବିଧବା ବୋହୂଙ୍କ ବିବାହ କରାଇଲେ ଶାଶୁ: ଝିଅ ପରି କଲେ ବିଦା

ରାୟପୁର, ୨୫।୫: ବିଧବା ବୋହୂଙ୍କର ପୁଣିଥରେ ବିବାହ କରାଇ ଜଣେ ଶାଶୁ ତାଙ୍କୁ ଝିଅପରି ବିଦା କରିଛନ୍ତି। ଛତିଶଗଡ଼ ବାଲୋଦ ଜିଲାରେ ଘଟିଛି ଏପରି ଘଟଣା।...

ଟୁଇଟ୍‌ ଅବା କ୍ୟାଣ୍ଡେଲ ରାଲି କରି ଭାଜପାକୁ ପରାଜିତ କରି ହେବନି, ରାହୁଲଙ୍କୁ ପିକେଙ୍କ କଟାକ୍ଷ…

ନୂଆଦିଲ୍ଲୀ,୧୧।୧୨: ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର(ପିକେ) ପୁଣି ଥରେ କଂଗ୍ରେସ ଦଳକୁ ଟାର୍ଗେଟ୍‌ କରିଛନ୍ତି। କଂଗ୍ରେସରେ ଗଣତନ୍ତ୍ର ନାହିଁ ବୋଲି ସେ କହିଛନ୍ତି। ଯଦି ଦଳକୁ...

ଫେବୃୟାରୀ ପ୍ରଥମ ସପ୍ତାହରେ ବର୍ଷା ସହ ତୁଷାରପାତ

ନୂଆଦିଲ୍ଲୀ,୨୯ ।୧: ରାଜଧାନୀ ଦିଲ୍ଲୀ ସମେତ କିଛି ରାଜ୍ୟରେ ଘନ କୁହୂଡି, ବର୍ଷା ଓ ଶୀତ ଲହରୀ ଜାରି ରହିଛି । ପାଣପାଗ ବିଭାଗର ସୂଚନା...

ପ୍ରେମ ବିବାହ କରିବାରୁ ଝିଅ-ଜ୍ୱାଇଁଙ୍କୁ ଗୁଳି ମାରିଲେ ପରିବାର ଲୋକେ

ଜଳନ୍ଧର,୧୫।୯: ପଞ୍ଜାବର ତରନତାରନରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିବାରୁ ଝିଅ-ଜ୍ୱାଇଁଙ୍କୁ ଗୁଳି ମାରିଛନ୍ତି ଯୁବତୀଙ୍କ ପରିବାର ଲୋକେ। ଫଳରେ ଦୁଇଜଣଙ୍କ ମୃତ୍ୟୁ...

Advertisement
Archives

Model This Week