Posted inଜାତୀୟ

ପ୍ରଧାନମନ୍ତ୍ରୀଙ୍କ ଆଗରେ ବଡ଼ ଦାବି ରଖିଲେ ଭାଜପା ଏମ୍‌ପି

ନୂଆଦିଲ୍ଲୀ,୨୦।୧୧: ବିବାଦୀୟ ୩ ଚାଷୀ ଆଇନକୁ ବାତିଲ କରାଯିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଗରେ ୪ ବଡ଼ ଦାବି ରଖିଛନ୍ତି ଭାଜପା ଏମ୍‌ପି ବରୁଣ ଗାନ୍ଧୀ।

ଅନଲାଇନରେ ଶେୟାର କରିଥିବା ଚିଠିରେ ବରୁଣ ଲେଖିଛନ୍ତି, ୩ ନୂଆ ଚାଷୀ ଆଇନ ଉଚ୍ଛେଦ ଘୋଷଣା ଲାଗି ଆପଣଙ୍କୁ ଧନ୍ୟବାଦ। ଆନ୍ଦୋଳନରେ ୭୦୦ରୁ ଅଧିକ ଆମ ଚାଷୀ ଭାଇ ଓ ଭଉଣୀ ଶହୀଦ ହୋଇଛନ୍ତି। ସେମାନେ ଅତ୍ୟନ୍ତ କଷ୍ଟକର ପରିସ୍ଥିତିରେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରିଥିଲେ। ମୋ ମତରେ ଯଦି ଏହି ନିଷ୍ପତ୍ତି ଆଗରୁ ନିଆଯାଇଥାନ୍ତା, ତେବେ ଅନେକ ନିରୀହ ଜୀବନ ବଞ୍ଚି ପାରିଥାନ୍ତା। ଏଣୁ ଆନ୍ଦୋଳନରେ ପ୍ରାଣ ହରାଇଥିବା ପ୍ରତି ଚାଷୀ ପିଛା ୧ କୋଟି ଟଙ୍କାର କ୍ଷତିପୂରଣ ଦିଆଯାଉ। ଚାଷୀଙ୍କୁ ନିର୍ଯାତନା ଦେବା ପାଇଁ ସେମାନଙ୍କ ବିରୋଧରେ ଅନେକ ମାମଲା ଦାୟାର କରାଯାଇଥିଲା। ସେଗୁଡ଼ିକୁ ତୁରନ୍ତ ପ୍ରତ୍ୟାହ୍ୟାର କରାଯାଉ। କ୍ଷତରୁ ଉତ୍ପାଦିତ ଶଶ୍ୟ ଉପରେ ସୁନିଶ୍ଚିତ ମୂଲ୍ୟ ତଥା ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ବିନା ଚାଷୀମାନେ ଆନ୍ଦୋଳନରୁ ଉଠିବେ ନାହିଁ। ଏଥିଯୋଗୁ ଚାଷୀଙ୍କୁ ସେମାନଙ୍କ ଫସଲ ପାଇଁ ଆଇନଗତ ଗ୍ୟାରେଣ୍ଟି ଦିଆଯିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏମ୍‌ଏସ୍‌ପି ନିର୍ଦ୍ଧାରଣ ବେଳେ ସି୨+୫୦ ପ୍ରତିଶତ ଫର୍ମୁଲାର ବ୍ୟବହାର କରାଯିବା ଉଚିତ।

ଏହାବାଦ୍‌ ଲଖିମପୁର ଖେରି ଘଟଣା ଉପରେ ସେ ଲେଖିଛନ୍ତି, ବଡ଼ ପଦବୀରେ ବସିଥିବା ଆମର ଅନେକ ନେତା ଆନ୍ଦୋଳନକାରୀ ଚାଷୀଙ୍କ ବିରୋଧରେ ଉତ୍ତେଜନାପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ସେହି ସବୁ ମନ୍ତବ୍ୟ ଆନ୍ଦୋଳନ ବେଳେ ପ୍ରତିକୂଳ ପରିବେଶ ସୃଷ୍ଟି କରିଥିଲା। ଯାହା ଫଳରେ ଅକ୍ଟୋବର ୩ ତାରିଖରେ ଆମର ୫ ଜଣ ଚାଷୀ ଭାଇଙ୍କ ଉପରେ ଲଖିମପୁର ଖେରିରେ ଗାଡ଼ି ମଡ଼ାଇ ଦିଆଗଲା। ଏହି ହୃଦୟ ବିଦାରକ ଘଟଣା ଆମ ଗଣତନ୍ତ୍ର ଉପରେ ଦୋଷ ଲଦି ଦେଇଛି। ଏଣୁ ଏହି ଘଟଣା ସହ ଜଡ଼ିତ କେନ୍ଦ୍ର ମନ୍ତ୍ରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ଦରବାରରେ ଓଡ଼ିଆ ପୁଅ: ଜାପାନରେ ପ୍ରଶଂସିତ ହୋଇ ଜନ୍ମମାଟି ପାଇଁ ଗୌରବ ଆଣିଲେ ଗୋଡ଼ଭଗାର ଡାକ୍ତର ଅଭିଷେକ

ଅତାବିରା,୧୦ା୧୦(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ବ୍ଲକ ଗୋଡ଼ଭଗାର ଡା. ଅଭିଷେକ ନାଏକ। ଜନ୍ମମାଟି ପାଇଁ ଆଣିଛନ୍ତି ଗର୍ବ ଓ ଗୌରବ। ସେ ବିଏଚ୍‌ୟୁସ୍ଥିତ ଇନ୍‌ଷ୍ଟିଚ୍ୟୁଟ ଅଫ…

IND vs WI: ବୋଲରଙ୍କ କ୍ୟାରିୟର ବରବାଦ…! କାହା ଉପରେ ରାଗି ଏମିତି କହିଲେ ଗୌତମ ଗମ୍ଭୀର? ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଦଶ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ, ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ପିଚକୁ ନେଇ କଡ଼ା ସମାଲୋଚନା କରିଛନ୍ତି। ଗତ ରାତିରେ ଭାରତ…

ଲଜ୍ଜାଜନକ ରେକର୍ଡ କଲେ ଶ୍ରେୟସ ଆୟର: ଅଧିନାୟିକତ୍ୱ ଉପରେ ଉଠିଲା ପ୍ରଶ୍ନବାଚୀ

ନୂଆଦିଲ୍ଲୀ,୧୦।୧୦: ରାଞ୍ଚିର JSCA ଅନ୍ତର୍ଜାତୀୟ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ଏକ ଲଜ୍ଜାଜନକ ପରାଜୟର ସମ୍ମୁଖୀନ ହୋଇଛି। ପ୍ରଥମେ ବ୍ୟାଟିଂ…

ନୀଳମାଧବଙ୍କ ନୀତିକାନ୍ତି ବିଳମ୍ବ ନେଇ ବିବାଦୀୟ ପରିସ୍ଥିତି, ମଧ୍ୟାହ୍ନ ସାଢ଼େ ୧୨ଟା ସୁଦ୍ଧା ହୋଇନି ଆଳତି

ଖଣ୍ଡପଡ଼ା,୧୦ା୧୦(ଅଜୟ କୁମାର ମହାରଣା): ଜଗନ୍ନାଥ ସଂସ୍କୃତିର ଆଦି ଦେବତା ଭାବରେ ପ୍ରଭୁ ଶ୍ରୀ ନୀଳମାଧବ ଜୀଉ ସର୍ବଜନ ବିଦିତ। ପୁରୀ ଶ୍ରୀ ମନ୍ଦିରର ପୂଜା ନୀତି ସହ…

ବିଦ୍ୟାଳୟରେ ଅବ୍ୟବସ୍ଥା: ଚରମସୀମାରେ ଛାତ୍ରୀଛାତ୍ରଙ୍କ ଅସନ୍ତୋଷ, ବିଡିଓଙ୍କୁ ଭେଟିବାକୁ ଚାଲିଚାଲି ପଳେଇଲେ

ବାରିପଦା,୧୦ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟରେ ଅବ୍ୟବସ୍ଥାକୁ ନେଇ ଶନିବାର ଛାତ୍ରୀଛାତ୍ରଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ…

CJPର ଦିଲ୍ଲୀ ବିକ୍ଷୋଭରେ କାହିଁକି ଯୋଗ ଦେଲେ ନାହଁ ସୋନମ ୱାଙ୍ଗଚୁକ ? ନିଜେ କହିଲେ ଏହାର ବଡ଼ କାରଣ

ନୂଆଦିଲ୍ଲୀ,୧୦।୧୦: ‘କକରୋଚ ଜନତା ପାର୍ଟି’ (Cockroach Janata Party) ଶନିବାର (୧୦ ଅକ୍ଟୋବର, ୨୦୨୬) ଦିଲ୍ଲୀର ଜନ୍ତର ମନ୍ତର ଠାରେ ଏକ ବିକ୍ଷୋଭ ପ୍ରଦର୍ଶନ କରିଛି। ନିର୍ବାଚନ…

CJPକୁ ନେଇ ବଡ଼ ବୟାନ ଦେଲେ ଚିରାଗ ପାସୱାନ, କହିଲେ କେହି ଅଟକାଇ ପାରିବେ ନାହିଁ…

ନୂଆଦିଲ୍ଲୀ,୧୦।୧୦: କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନ ଶୁକ୍ରବାର କହିଛନ୍ତି ଯେ ଟ୍ରେନ ବାତିଲ କରି ଭାରତର ଯୁବପିଢ଼ିଙ୍କୁ ଅଟକାଯାଇ ପାରିବ ନାହିଁ। ସେ ନିର୍ୱାଚନ ଆୟୋଗ ବିରୋଧରେ ବିକ୍ଷୋଭ…

ନିଜ ପତ୍ନୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଲେ ତେଜ ପ୍ରତାପ ଯାଦବ, କହିଲେ, ‘ପୂର୍ବତନ ପ୍ରେମିକଙ୍କୁ ଦେଉଥିଲେ…’

ପାଟନା,୧୦।୧୦: ବିହାରର ପୂର୍ବତନ ମନ୍ତ୍ରୀ ତଥା ‘ଜନ ଶକ୍ତି ଜନତା ଦଳ’ (JJD)ର ଜାତୀୟ ସଭାପତି ତେଜ ପ୍ରତାପ ଯାଦବ ନିଜ ପତ୍ନୀ ଐଶ୍ୱର୍ଯ୍ୟା ରାୟଙ୍କ ବିରୁଦ୍ଧରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?