ପେନ୍‌ସନ ସମ୍ପର୍କିତ ଅଭିଯୋଗ ରଖିଲେ ଅବସରପ୍ରାପ୍ତ ନୌସୈନିକ

ଭୁବନେଶ୍ୱର,୨୫ା୧୧(ବ୍ୟୁରୋ): ଭେଟେରାନ୍ସ କ୍ଲବ୍‌ ଓଡ଼ିଶା ପକ୍ଷରୁ ଅବସରପ୍ରାପ୍ତ ନୌସୈନିକଙ୍କ ପେନସନ ସମ୍ପର୍କିତ ଏକ ଇପିପିଓ ଅଭିଯୋଗ କାର୍ଯ୍ୟଶାଳା ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ନୌସେନା ରକ୍ଷା ଲେଖା ନିର୍ଦ୍ଦେଶକ କାର୍ଯ୍ୟାଳୟ ମୁମ୍ବାଇ ପକ୍ଷରୁ କେନ୍ଦ୍ରୀୟ ଅଧିକାରୀ ଜଗଦୀଶ ସପ୍‌କାଲେ, ନୌସେନା ପେନ୍‌ସନ୍‌ ବିଭାଗ ମୁମ୍ବାଇର ବରିଷ୍ଠ ନୌସେନା ଅଧିକାରୀ କମୋଡୋର ଶ୍ରୀଧର ରାମସ୍ବାମୀ ଏବଂ ବରିଷ୍ଠ ନୌସୈନିକ ଅନିଶ୍‌ମୌର୍ଯ୍ୟ ଉପସ୍ଥିତ ଥିଲେ। ଓଡିଶାର ବିଭିନ୍ନ ପ୍ରାନ୍ତରେ ଥିବା ୧୦୪ଜଣ ଓ ପ୍ରତ୍ୟକ୍ଷ ଭାବରେ ୫୦ଜଣ ପୂର୍ବତନ ନୌସୈନିକ ତାଙ୍କର ଅଭିଯୋଗ ଦର୍ଶାଇଥିବାବେଳେ ୧୦୪ଜଣଙ୍କର ଅଭିଯୋଗ ସମସ୍ତଙ୍କ ଉପସ୍ଥିତିରେ ଜଗଦୀଶଙ୍କୁ ହସ୍ତାନ୍ତର କରାଯାଇଥିଲା। ଭେଟେରାନ୍ସ କ୍ଲବ୍‌ ଓଡ଼ିଶାର ସଭାପତି ଭେଟେରାନ୍‌ ବିଦ୍ୟାଧର ନାୟକ କୃତଜ୍ଞତା ଜ୍ଞାପନ କରିଥିଲେ। ଭେଟେରାନ୍‌ ସମରେନ୍ଦ୍ର ପରିଜା, ସେନାପଦକ ପ୍ରାପ୍ତ କମାଣ୍ଡୋ ରବୀନ୍ଦ୍ର କୁମାର ସାହୁ, ଗୋପୀନାଥ ମିଶ୍ର, କାଳୀ ପ୍ରସାଦ ମିଶ୍ର, ଚିନ୍ମୟ କୁମାର ହୋତା, ଶେଷଦେବ ମିଶ୍ର, ଦୀନବନ୍ଧୁ ଷଡ଼ଙ୍ଗୀ, ଅଜୟ କୁମାର ନାୟକ, ମହେଶ୍ୱର ଦୀକ୍ଷିତ୍‌, ରମେଶ ଚନ୍ଦ୍ର ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସିଏଏ, ଏନ୍‌ଆର୍‌ସି ବିରୋଧରେ ମାନବ ଶୃଙ୍ଖଳ

କଟକ ଅଫିସ, ୨୮ା୧୨: କେନ୍ଦ୍ର ସରକାର ବେକାରୀ, ଦରଦାମ୍‌ ବୃଦ୍ଧି ଓ ସାଧାରଣ ଲୋକଙ୍କ ମୌଳିକ ସମସ୍ୟାର ସମାଧାନ କରିବାରେ ବିଫଳ ହୋଇଛନ୍ତି। ସେହିପରି ଛାତ୍ର,...

ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟ କର୍ମୀଙ୍କୁ ଟିକାକରଣ

ଭୁବନେଶ୍ୱର,୧୧।୧(ବ୍ୟୁରୋ): ଆସନ୍ତା ୧୬ ତାରିଖରୁ ସମଗ୍ର ଦେଶରେ ଆମ୍ଭର ହେବ କରୋନା ଟିକାକରଣ। ଟିକାକରଣର ପ୍ରଥମ ପର୍ଯ୍ୟାୟରେ କେବଳ ସ୍ବ୍ୟାସ୍ଥ୍ୟ କର୍ମୀଙ୍କୁ ଟିକା ପ୍ରଦାନ କରାଯିବ...

ଚଳଚ୍ଚିତ୍ର ପୋଷ୍ଟରକୁ ନେଇ ବିବାଦରେ ପପୁ ପମ୍‌ପମ୍‌

ଭୁବନେଶ୍ୱର, ୧୭।୮(ବ୍ୟୁରୋ): ଓଡ଼ିଆ ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ ପୁଣି ଥରେ ବିବାଦକୁ ଟାଣିହୋଇ ଆସିଛନ୍ତି। ଏଥର ସେ ନିଜର ଆଗାମୀ ଚଳଚ୍ଚିତ୍ର ପୋଷ୍ଟରକୁ ନେଇ...

ରାଜଧାନୀରେ ମାଡ଼ି ଚାଲିଛି କରୋନା: ଆଜି ଚିହ୍ନଟ ହେଲେ ଆଉ ୩୮

ଭୁବନେଶ୍ୱର,୧୧।୭(ବ୍ୟୁରୋ): ରାଜଧାନୀରେ ଶନିବାର ଆଉ ୩୮ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିରୁ ୨୬ କ୍ୱାରାଣ୍ଟାଇନ୍‌ କେସ୍‌ ରହିଥିବା ବେଳେ ୧୨ ଲୋକାଲ କେସ୍‌ ରହିଛି।...

ପିଲାଙ୍କୁ ଆକୃଷ୍ଟ କରୁଛି ଖେଳ ଉପକରଣ, ଉପସ୍ଥାନ ହାର ବଢୁଛି

ନୟାଗଡ଼ ଅଫିସ,୨୨।୯-ବିଦ୍ୟାଳୟ ପରିସରରେ ଥିବା ଖେଳପଡ଼ିଆରେ ବିଭିନ୍ନ ଖେଳ ଉପକରଣରେ ପିଲାମାନେ ମନଭରି ଖେଳିବା ଦୃଶ୍ୟ କିଛିଦିନ ହେଲା ଦେଖିବାକୁ ମିଳୁଛି। ଏବେ ଆମ ସରକାରୀ...

୨୦ ବଛର ହେଲା ଆବେଦନ କରିଆସୁଛନ୍‌: ଭତାରୁ ବଁଚିତ୍‌ ୯୦ ବଛରିଆ ବୁରୁଧ୍‌

  ଦେଓଗାଁ,୨୮ା୧(ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ଦେଓଗଁା ବ୍ଲକ ରାମଚନ୍ଦ୍ରପୁର ପଁଚେତ୍‌ ଲୁହାଖାନା ଗଁାର ୯୦ ବଛ୍‌ରିଆ ବୁରୁଧ୍‌ ମଧୁ ପଟେଲ। ବଏସର ଶେଷ ମୁଡ଼ସାକେ ପୁହୁଁଚି...

ଛାଡ଼ପତ୍ର ମାମଲାରେ ମହିଳାଙ୍କୁ ମିଳିବ ପେନସନ୍‌: ମନ୍ତ୍ରୀ

ଭୁବନେଶ୍ୱର,୧୪।୯(ବ୍ୟୁରୋ): ଏଣିକି ଛାଡ଼ପତ୍ର ମାମଲା ଚାଲିଥିବା ବେଳେ ମହିଳାମାନଙ୍କୁ ପେନ୍‌ସନ ମିଳିବ। ଏନେଇ ପ୍ରକ୍ରିୟା ଚାଲିଥିବା ନେଇ ଶନିବାର ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର...

ଏସ୍‌ସିବିରେ ଶଯ୍ୟା ଅଭାବ: ସଂକ୍ରମଣର କାରଣ ହେବ ଫ୍ଲୋର୍‌ ଆଡମିଶନ

କଟକ ଅଫିସ,୯। ୮: ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲର କିଛି ନିର୍ଦ୍ଦିଷ୍ଟ ବିଭାଗରେ ଡାକ୍ତର ଇଚ୍ଛାକରି ମଧ୍ୟ କୋଭିଡ୍‌ ନିୟମ ପାଳନ କରିପାରୁ ନାହାନ୍ତି।...

Advertisement


Archives

Model This Week