Odisha Elections 2024

ଜାହାଜରେ କାଟିବେ ଅବସର ଜୀବନ

କାନବେରା: ଲୋକେ କାମ କରିବା ପରେ ଅବସର ଜୀବନକୁ ଭିନ୍ନ ଢଙ୍ଗରେ ପାଳିବାକୁ ଆଶା କରିଥାନ୍ତି। କେହି ଶାନ୍ତ ସ୍ଥାନରେ ବୁଲିବାକୁ ପସନ୍ଦ କରୁଥିବାବେଳେ କେତେକ ତାଙ୍କ ସଉକ ପୂରଣ କରିବାରେ ଲାଗିପଡ଼ନ୍ତି। ହେଲେ ନିକଟରେ ଅଷ୍ଟ୍ରେଲିଆର ଏକ ଦମ୍ପତି ଅବସରପ୍ରାପ୍ତ ଜୀବନରେ ଏକ ଘରର ଯୋଜନା କରିଛନ୍ତି। ଏହି ଦମ୍ପତି ନିଜ ଘରକୁ ବିକି ପୂରା ଜୀବନ ଏକ କ୍ରୁଜ୍‌ ଜାହାଜରେ ରହିବାକୁ ସ୍ବପ୍ନ ଦେଖିଛନ୍ତି। ୮୦ ବର୍ଷୀୟ ମାଇକ ସୋରୋକର ଏବଂ ତାଙ୍କ ସ୍ତ୍ରୀ ୭୫ ବର୍ଷୀୟା ବାରବରା ଏମ୍‌ୱି ନୌରେଟିଭ୍‌ ଜାହାଜରେ ୨.୫ ମିଲିୟନ୍‌ ଅର୍ଥାତ୍‌ ୨୦ କୋଟି ଦେଇ ଏକ କ୍ୟାବିନ୍‌ କିଣିଛନ୍ତି। ଏବେ ସେ ତାହାର କିସ୍ତି ଭରୁଛନ୍ତି। ମାଇକ ଏବଂ ବାରବରା ତାଙ୍କ ବାକିତକ ଜୀବନ ସମୁଦ୍ର ମଝିରେ କିମ୍ବା ସାଗର କୂଳରେ ବିତାଇବାକୁ ଚାହୁଁଛନ୍ତି। କିଛି କ୍ରୁଜ୍‌ ଜାହାଜ ତାଙ୍କର ସମସ୍ତ କ୍ୟାବିନ ବିକ୍ରି କରିବା ସହିତ ସେଥିରେ ଛୁଟି କଟାଇବାକୁ ଆସୁଥିବା ଲୋକଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ଉପଲବ୍ଧ କରିବ ବୋଲି ଜାହାଜ ପ୍ରସ୍ତୁତ କରୁଥିବା କମ୍ପାନୀ ଦାବି କରିଛିି। ପୂର୍ବରୁ ମାଇକ ଏବଂ ବାରବରା ମାତ୍ର ୪ ଥର ହିଁ କ୍ରୁଜ୍‌ରେ ଯାତ୍ରା କରିଛନ୍ତି। ଦମ୍ପତି କହିଛନ୍ତି, ସେ ଆଗକୁ ବହୁତସାରା ଲୋକଙ୍କ ସହିତ ଅନେକ ଜାଗା ବୁଲିବାକୁ ଉତ୍ସାହିତ ଅଛନ୍ତି। ଯେଉଁ କ୍ରୁଜ୍‌ ଜାହାଜରେ ଦମ୍ପତି କ୍ୟାବିନ କିଣିଛନ୍ତି, ଏବେ ତାହା ତିଆରି ଚାଲିଛି। କିଛି ବର୍ଷ ମଧ୍ୟରେ ତାହା ସମ୍ପୂର୍ଣ୍ଣ ହେବ ବୋଲି ଜଣାପଡ଼ିଛି। ସେହି ଜାହାଜରେ ଅନେକ ଲୋକ ମଧ୍ୟ କ୍ୟାବିନ କିଣିବାର ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟା ପ୍ରଭାବିତ ଅଞ୍ଚଳରେ ବର୍ଷା ବନ୍ଦ କରିବାକୁ କରାଯାଉଛି କ୍ଲାଉଡ ସିଡିଂର ପ୍ରୟୋଗ

ଜାକର୍ତ୍ତା,୧୬।୫: ବର୍ଷା କରିବା ପାଇଁ ଆପଣ କ୍ଲାଉଡ ସିଡିଂ ବ୍ୟବହାର କରିବା ବିଷୟରେ ନିଶ୍ଚୟ ଶୁଣିଥିବେ । କିନ୍ତୁ ବନ୍ୟା ପ୍ରଭାବିତ ଅଞ୍ଚଳରେ ଅଧିକ ବର୍ଷା...

ସ୍ଲୋଭାକିଆର ପ୍ରଧାନମନ୍ତ୍ରୀଙ୍କ ଉପରକୁ ଗୁଳି ଚଳାଇବାର ପ୍ରଥମ ଭିଡିଓ ଆସିଲା ସାମ୍ନାକୁ

ବ୍ରେଟିସ୍ଲାଭା,୧୬ା୫:  ସ୍ଲୋଭାକିଆର ପ୍ରଧାନମନ୍ତ୍ରୀ ରବର୍ଟ ଫିକୋ  ଗୁଳି ବିନିମୟରେ ଗୁରୁତର ହୋଇଛନ୍ତି। ଫିକୋଙ୍କ ଉପରେ ହୋଇଥିବା ଗୁଳି ବିନିମୟକୁ ବିଶ୍ୱର ନେତାମାନେ ନିନ୍ଦା କରିଛନ୍ତି ଏବଂ...

ଗଭୀର ହେଉଛି ଋଷ-ଚାଇନା ସମ୍ପର୍କ, ବିଭିନ୍ନ ଚୁକ୍ତିନାମାରେ କଲେ ସ୍ଵାକ୍ଷର

ବେଜିଂ,୧୬ା୫: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଉଭୟର ଦେଶର ୭୫ ବର୍ଷ ସମ୍ପର୍କ ପୂର୍ତ୍ତି ଅବସରରେ ବ୍ୟାପକ ରଣନୀତିକ...

ବିପକ୍ଷର କୌଣସି ନେତା ମୋଦିଙ୍କ ସମକକ୍ଷ ହୋଇପାରିବେ ନାହିଁ: ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କଲେ ଆମେରିକୀୟ ବ୍ୟବସାୟୀ

ନୂଆଦିଲ୍ଲୀ/ଓ୍ବାଶିଂଟନ୍‌,୧୬।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହେଉଛନ୍ତି ଭାରତର ଏକମାତ୍ର ନେତା ଯିଏ ଭବିଷ୍ୟତ ବିଷୟରେ କହୁଛନ୍ତି। ବିରୋଧୀ ଦଳର କେହି ନାହାଁନ୍ତି ଯିଏ ମୋଦିଙ୍କ ଗତିଶୀଳତା...

ଭାରତ ଚନ୍ଦ୍ରରେ ପହଞ୍ଚିଲାଣି, ଆମ ପିଲା ଖାଲରେ ପଡ଼ି ମରୁଛନ୍ତି: ଭାରତକୁ ହୃଦୟ ଖୋଲି ପ୍ରଶଂସା କଲେ ପାକିସ୍ତାନ ସାଂସଦ

ଇସଲାମାବାଦ୍‌,୧୬।୫: ପାକିସ୍ତାନର ସାଂସଦ ସୟଦ ମୁସ୍ତାଫା କମଲ ଭାରତକୁ ହୃଦୟ ଖୋଲି ପ୍ରଶଂସା କରିଛନ୍ତି। ପାକିସ୍ତାନୀ ସାଂସଦ କହିଛନ୍ତି, ଗୋଟିଏ ପଟେ ଖାଲରେ ପଡି ପିଲାମାନେ...

ତୃତୀୟଥର ପ୍ରଧାନମନ୍ତ୍ରୀ ହେବାପରେ ପ୍ରଥମେ ପାକିସ୍ତାନ ଯିବେ ମୋଦି! ଜୋର ଧରିଲା ଚର୍ଚ୍ଚା

ଇସଲାମାବାଦ୍‌,୧୬।୫: ପାକିସ୍ତାନୀ ଗଣମାଧ୍ୟମରେ ଭାରତର ପ୍ରଧାନମନ୍ତ୍ରୀଙ୍କ ବିଷୟରେ ଚର୍ଚ୍ଚା ଜୋର ଧରିଛି। ଲୋକ ସଭା ନିର୍ବାଚନରେ ଜିତିବା ପରେ ମୋଦି ପ୍ରଥମେ ପାକିସ୍ତାନ ଆସିବେ ବୋଲି...

ଆଜି ଜାତୀୟ ଡେଙ୍ଗୁ ଦିବସ

ଆମେ ସମ୍ମୁଖୀନ ହେଉଥିବା ସ୍ବାସ୍ଥ୍ୟ ସମସ୍ୟାଗୁଡ଼ିକ ମଧ୍ୟରେ ଡେଙ୍ଗୁ ଅନ୍ୟତମ। ଏଡିସ୍‌ ମଶା ହେଉଛି ଏହାର ବାହକ। ପ୍ରାରମ୍ଭରୁ ଡେଙ୍ଗୁର ଚିକିତ୍ସା କରା ନ ଗଲେ...

ଶେଷ ହେବ ରୁଷିଆ-ୟୁକ୍ରେନ ଯୁଦ୍ଧ

ମସ୍କୋ,୧୫ା୫: ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ବୁଧବାର କହିଛନ୍ତି, ତାଙ୍କ ସରକାର ୟୁକ୍ରେନ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ। ଚାଇନା ଗସ୍ତ ପୂର୍ବରୁ ଏକ ସାକ୍ଷାତକାରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri