ଗଜଲକ୍ଷ୍ମୀ ପୂଜା ପାଇଁ ଛତ୍ରପୁରରେ ଉତ୍ସବର ମାହୋଲ, ଦର୍ଶନ କଲେ ଅତିରିକ୍ତ ଜିଲାପାଳ

ଛତ୍ରପୁର,୨୭।୧୦(ଦିଲ୍ଲୀପ ସାମଲ): ପବିତ୍ର କୁମାର ପୂର୍ଣ୍ଣିମା ଅବସରରୁ ଛତ୍ରପୁର ଲୋୟର ବସଷ୍ଟାଣ୍ଡସ୍ଥିତ ଲକ୍ଷ୍ମୀ ବଜାର କମ୍ପ୍ଲେକ୍ସ ପରିସରରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ମହାଆଡ଼ମ୍ବରରେ ଅନୁଷ୍ଠିତ ହେଉଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପୂଜା କମିଟି ପକ୍ଷରୁ ମା’ଙ୍କ ପୂଜା ପାଇଁ ବ୍ୟାପକ ଆୟୋଜନ କରାଯାଇଛି। ସୋମବାର ପୂଜାର ଦ୍ୱିତୀୟ ଦିନରେ ସନ୍ଧ୍ୟା ଆଳତି ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଗଞ୍ଜାମ ଜିଲାର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ ) ଦେବଦତ୍ତ ପଣ୍ଡା, ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ କୋଷାଧ୍ୟକ୍ଷ ତଥା ସମାଜର ମୁଦ୍ରାକର ଓ ପ୍ରକାଶକ ରାଜେନ୍ଦ୍ର କୁମାର ଜେନା, ଛତ୍ରପୁର ଏସଡିପିଓ ଚନ୍ଦନ କୁମାର ଘଡ଼ାଇ, ଛତ୍ରପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ଓ ଛତ୍ରପୁର ପୌର ପରିଷଦ ଇଓ ପ୍ରସନ୍ନ କୁମାର ଦାଶ, ପୂର୍ବତନ କାଉନସିଲର ବି. ରାଜୁବାବୁ ଯୋଗଦେଇ ମା’ଙ୍କ ଆଳତି ଦର୍ଶନ କରିବା ସହ ଆଶୀର୍ବାଦ ଲାଭ କରିଥିଲେ ।

ମା’ଙ୍କ ଆଳତି ଦର୍ଶନ ପାଇଁ ଛତ୍ରପୁର ସହର ସମେତ ଆଖପାଖ ଅଞ୍ଚଳରୁ ବହୁ ସଂଖ୍ୟକ ଭକ୍ତଙ୍କ ସମାଗମ ହୋଇଥିଲା। ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୂଜା କମିଟି ପକ୍ଷରୁ ସୁରକ୍ଷା ଓ ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ଆକର୍ଷଣୀୟ ତୋରଣ ସାଙ୍ଗକୁ ଚିତ୍ତାକର୍ଷକ ଆଲୋକସଜ୍ଜାରେ ପୂଜାମଣ୍ଡପକୁ ସଜାଯାଇଥିବାରୁ ସନ୍ଧ୍ୟା ସମୟରେ ସମଗ୍ର ପରିବେଶ ଝଲସି ଉଠିଥିଲା। ସୂଚନାଯୋଗ୍ୟ ଯେ, ଲୋୟର ବସଷ୍ଟାଣ୍ଡସ୍ଥିତ ଲକ୍ଷ୍ମୀ ବଜାର ପୂଜା କମିଟି ପକ୍ଷରୁ ଦୀର୍ଘ ୨୫ ବର୍ଷ ଧରି ମା’ ଗଜଲକ୍ଷ୍ମୀଙ୍କ ପୂଜା ଧୁମଧାମରେ ପାଳିତ ହୋଇଆସୁଛି। ଚଳିତ ବର୍ଷ ମଧ୍ୟ ବେଶ୍‌ ଜାକଜମକରେ ପୂଜା ଆୟୋଜିତ ହୋଇଛି। ନଭେମ୍ବର ୨ ତାରିଖରେ ପୂଜା ଉଦ୍‌ଯାପିତ ହେବ।

ସକାଳୁ କର୍ମକାଣ୍ଡ ବିଶେଷଜ୍ଞ ପଣ୍ଡିତ ଡ. ସରୋଜ କୁମାର ଶତପଥୀଙ୍କ ପୌରୋହିତ୍ୟରେ ସୂର୍ଯ୍ୟପୂଜା ଓ ହୋମଯଜ୍ଞ ଅନୁଷ୍ଠିତ ହୋଇଥିଲା। ପଣ୍ଡିତ ନୃସିଂହ ପଣ୍ଡା ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ। ପୂଜା କାର୍ଯ୍ୟକ୍ରମକୁ ଯୁବସମାଜସେବୀ ଦୀପକ କୁମାର ମୁଦୁଲି, କମିଟି ସଭାପତି ବସନ୍ତ କୁମାର ମହାରଣା, ଉପସଭାପତି ମନୋଜ କୁମାର ସାହୁ, ସମ୍ପାଦକ ପ୍ରଦୀପ କୁମାର ସାହୁ, କୋଷାଧ୍ୟକ୍ଷ ଅତୁଲ କୁମାର ଦାଶ, ଏସ୍‌. ପ୍ରବୀଣ କୁମାର, ସରୋଜ କୁମାର ପାଢ଼ୀ, କେ. କମଲାଙ୍କର, ଆରତ ବିଶ୍ୱାଳ, ଲିପୁନ ବିଶ୍ୱାଳ, କେଞ୍ଚୁ ପୁରୋହିତ, ସୁରେନ୍ଦ୍ର ବେହେରା, ବାବୁ ବେହେରା, ଶିକ୍ଷକ ନେତା ରବି ନାରାୟଣ ବେହେରା, ଅଖିଳ ପାଣିଗ୍ରାହୀ, ପ୍ରଶାନ୍ତ କୁମାର ମହାରଣା, ସରୋଜ କୁମାର ସାମଲ, କେ. ଶ୍ରୀନିବାସ ଦୋରା, ମୁନା ସାମଲ, ଗୌରହରି ସାମଲ, ସନ୍ତୋଷ କୁମାର ସାହୁ, ସୁଜୟ ସୁପ୍ରକାଶ ଧଳ, ପବିତ୍ର ମୋହନ ପଲାଇ, ଇ. ରାଜକୁମାର, ଅରୁଣ କୁମାର ପଣ୍ଡା, ଅଟଳ ବିହାରୀ ପଟ୍ଟନାୟକ,ଦିଲ୍ଲୀପ କୁମାର ସାମଲ ଓ ଗୌରୀଶଙ୍କର ରଥଙ୍କ ସମେତ ପୂଜା କମିଟିର ବହୁ ସଦସ୍ୟ ପରିଚାଳନାରେ ସହଯୋଗ କରିଥିଲେ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବଢୁଛି ବିପଦ ଆଶଙ୍କା: ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଉଛି

ଭଞ୍ଜନଗର,୨୭।୧୦(ବାବୁଲା ପ୍ରଧାନ): ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବର ପ୍ରଭାବ ଭଞ୍ଜନଗର ଅଞ୍ଚଳରେ ଧୀରେ ଧୀରେ ଅନୁଭୂତ ହେବାରେ ଲାଗିଛି। ମଙ୍ଗଳବାର ସକାଳୁ ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଛି।…

ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ବଢ଼ିବ ଜଳସ୍ତର! ଘୋଡ଼ାହାଡ଼ ଡ୍ୟାମ୍‌ରୁ ନଦୀକୁ ଛଡ଼ାଗଲା ପାଣି, ନଦୀକୂଳିଆ ଗାଁକୁ ସତର୍କ ସୂଚନା

ଦିଗପହଣ୍ଡି,୨୭।୧୦(ଅଶେଷ ନାଥ ମିଶ୍ର): ମାଡ଼ି ଆସୁଛି ବାତ୍ୟା ଅର୍ଣ୍ଣବ । ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ…

ଦିଗପହଣ୍ଡିରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଓ ଲୁଟ୍‌ ମାମଲା: ୨ ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,୨୭।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ନୂଆ ଅନନ୍ତେଇ ଗ୍ରାମର ସନ୍ତୋଷ ସେଠୀ ଓରଫ କେଳା(୩୪) ଏବଂ ଜିତେନ୍ଦ୍ର ଗୌଡ଼ ଓରଫ ଜିତୁ (୩୭)ଙ୍କୁ…

ପୂର୍ବଶତ୍ରୁତାରୁ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ: ଧରାପଡ଼ି ଜେଲ ଗଲେ ୪ ଅଭିଯୁକ୍ତ

ଦିଗପହଣ୍ଡି,୨୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ରବିବାର କୁମାର ପୂର୍ଣ୍ଣମୀ ସାରେ କାଳୁ ଗୌଡ଼(୪୧) ନାମକ…

ବାତ୍ୟା ମୁକାବିଲା ପ୍ରସ୍ତୁତି: ଜିରୋ କାଜୁଆଲିଟି ଲକ୍ଷ୍ୟ

ଭଞ୍ଜନଗର,୨୬।୧୦(ବାବୁଲା ପ୍ରଧାନ):ସମ୍ଭାବ୍ୟ ବାତ୍ୟାର ମୁକାବିଲା ନିମନ୍ତେ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ଜନସାଧାରଣଙ୍କ ଧନଜୀବନର ସୁରକ୍ଷା ସୁନିଶ୍ଚିତ କରିବା ଲକ୍ଷ୍ୟରେ ଭଞ୍ଜନଗର ଉପଜିଲ୍ଲାପାଳ…

‘ଡୋର୍‌-ଟୁ-ଡୋର୍‌ ସର୍ଭେ’ ଆରମ୍ଭ, ଯୋଗଦେଲେ ଉପଜିଲାପାଳ

ଛତ୍ରପୁର,୨୬।୧୦(ଦିଲୀପି ସାମଲ/ଦ୍ୱାରିକା ପଟ୍ଟନାୟକ): ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ଛତ୍ରପୁର ପୌରାଞ୍ଚଳରେ ସୋମବାରଠାରୁ ‘ଡୋର୍‌-ଟୁ-ଡୋର୍‌ ସର୍ଭେ’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଗେଦଲ ନାଇଡୁପାଲମ ଗ୍ରାମରୁ ଏହି…

ଗଞ୍ଜାମ ପ୍ରଶାସନର ଆଗୁଆ ପ୍ରସ୍ତୁତି: ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କଲେ ଜିଲାପାଳ

ଛତ୍ରପୁର,୨୬।୧୦(ଦିଲୀପି ସାମଲ/ଦ୍ୱାରିକା ପଟ୍ଟନାୟକ): ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଏବଂ ପ୍ରସ୍ତୁତିକୁ ଜୋରଦାର କରାଯାଇଛି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ…

ପୋଲିସ ହାବୁଡ଼ରେ ୨ ଗଞ୍ଜେଇ ବେପାରୀ

ଭଞ୍ଜନଗର,୨୬।୧୦(ବାବୁଲା ପ୍ରଧାନ): ଦଶହରା ଏବଂ କୁମାର ପୂର୍ଣ୍ଣିମା ଅବସରରେ ଗଞ୍ଜାମ ଜିଲାରେ ଜୁଆ ଖେଳ ବୃଦ୍ଧି ପାଉଥିବା ବେଳେ ଚୋରି, ବନ୍ୟପ୍ରାଣୀ ଶିକାର ଏବଂ ବେଆଇନ ଗଞ୍ଜେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?