Posted inUncategorized

ଅବସରପ୍ରାପ୍ତ କ୍ୟାସିୟରଙ୍କୁ ୨ ବର୍ଷ ଜେଲ୍‌ଦଣ୍ଡ

ସୁନ୍ଦରଗଡ଼,୧ା୧୨(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଭିଜିଲାନ୍ସ କୋର୍ଟର ସ୍ବତନ୍ତ୍ର ଜଜ୍‌ ବୁଧବାର ଏକ ଲାଞ୍ଚ ମାମଲାର ଶୁଣାଣି କରି ଅଭିଯୁକ୍ତ ଲହୁଣୀପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ପୂର୍ବତନ ତଥା ଅବସରପ୍ରାପ୍ତ କ୍ୟାସିୟର ତ୍ରିଲୋଚନ ନାଥଙ୍କୁ ୨ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ଜେଲଦଣ୍ଡ ସହ ୫ହଜାର ଟଙ୍କା ଜରିମାନା ଓ ଜରିମାନା ଅନାଦେୟ ଅଧିକ ୩ ମାସ ଜେଲଦଣ୍ଡ ପାଇଁ ଅଦାଲତ ତାଙ୍କ ରାୟରେ ଆଦେଶ ଦେଇଛନ୍ତି।

ମାମଲା ରାୟର ବିବରଣୀରୁ ପ୍ରକାଶ ଯେ,ଅଭିଯୁକ୍ତ ନାଥ ଜଣେ ଅବସରପ୍ରାପ୍ତ ଏଏନ୍‌ଏମ୍‌ଙ୍କ ଏରିଅର୍‌ ଟଙ୍କା ମଞ୍ଜୁର ପାଇଁ ୧୨ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଏଏନ୍‌ଏମ୍‌ ଜଣକ ଏ ସମ୍ପର୍କରେ ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ସମ୍ବଲପୁର ଭିଜିଲାନ୍ସ ଥାନାରେ କେସ୍‌ ନମ୍ବର ୩୯/ତା୩୦/୯/୨୦୦୪ରେ ଦୁର୍ନୀତି ନିବାରଣ ଆଇନ ଅନୁସାରେ ଏକ ମାମଲା ରୁଜୁ କରିଥିଲେ। ଯୋଜନା ଅନୁଯାୟୀ କ୍ୟାସିୟର ନାଥ ତାଙ୍କ ଠାରୁ ୧୨ ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ହିତରେ ଧରାପଡ଼ି କୋର୍ଟ ଚାଲାଣ ହୋଇଥିଲେ। ଏହିପରି ମାମଲାରେ ତତ୍କାଳୀନ ରାଉରକେଲା ଭିଜିଲାନ୍ସ ଇନ୍ସପେକ୍ଟର ତ୍ରିନାଥ ପଟେଲ ମାମଲାରେ ତଦନ୍ତକାରୀ ଅଫିସର ଥିଲା ବେଳେ ସରକାରଙ୍କ ପକ୍ଷରୁ ଭିଜିଲାନ୍ସ କୋର୍ଟର ସ୍ବତନ୍ତ୍ର ପବ୍ଲିକ ପ୍ରସ୍ୟୁକ୍ୟୁଟର ଗୌରମୋହନ ଦାସ ଏହି ମାମଲାଟକୁ ପରିଚାଳନା କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୋନୁ ସୁଦ ସାହାଯ୍ୟ ନୁହେଁ, କରୁଛନ୍ତି ଘୋଟାଲା!

ବଲିଉଡ୍‌ ଅଭିନେତା ସୋନୁ ସୁଦ କରୋନା ସମୟରେ ପ୍ରବାସୀ ଶ୍ରମିକ ତଥା ଅସହାୟ ଲୋକଙ୍କୁ ସାହାଯ୍ୟ କରି ଖୁବ୍‌ ଚର୍ଚ୍ଚାରେ ରହିଛନ୍ତି। ଏଥିପାଇଁ କିଛି ଲୋକ...

ସମାଚାର-ଆବର୍ତ୍ତନରେ ବିବର୍ତ୍ତନ – ଦୂରଦର୍ଶନ ଓଡ଼ିଆ ସମାଚାରର ସ୍ବନକ୍ଷତ୍ର ଦିବସ ଉପଲକ୍ଷେ

ଶୁଭେନ୍ଦୁ ମହାନ୍ତି ଅସୁମାରି ରୂପାନ୍ତର, ପରିବର୍ଦ୍ଧନ ଓ ପରିବର୍ତ୍ତନର ପ୍ରବାହ ମଧ୍ୟରେ ସମୟର ସେଇ ଅପାସୋରା ମୁହୂର୍ତ୍ତଟି ସତେ ଅବା ପ୍ରଜ୍ୱଳିତ ପ୍ରଦୀପର ଶାନ୍ତ ଶିଖାଟିଏ...

ଏହି କ୍ୱାରାଣ୍ଟାଇନ ସେଣ୍ଟରରେ ରହିଛି ଏପରି ସୁବିଧା: ନ ଦେଖିଲେ ହେବନି ବିଶ୍ୱାସ

ଭୋପାଳ,୧।୮: କରୋନା ଭାଇରସ କେବଳ ଶାରୀରିକ ନୁହେଁ, ମାନସିକ ସ୍ତରରେ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ପ୍ରଭାବିତ କରିଥାଏ। ସେଥିପାଇଁ ଏବେ ସରକାରଙ୍କ ପକ୍ଷରୁ କ୍ୱାରାଣ୍ଟାଇନ୍‌ କେନ୍ଦ୍ରଗୁଡିକରେ...

କଂଗ୍ରେସରେ ସାମିଲ ହେଲେ ଜୟ ନାରାୟଣ

ଅହମଦାବାଦ,୨୮।୧୧: ଗୁଜରାଟର ବରିଷ୍ଠ ନେତା ତଥା ବିଧାୟକ ଜୟ ନାରାୟଣ ବ୍ୟାସ ତାଙ୍କ ପୁଅ ସମୀର ବ୍ୟାସଙ୍କ ସହ ସୋମବାର କଂଗ୍ରେସରେ ସାମିଲ ହୋଇଛନ୍ତି। ଅହମଦାବାଦରେ...

ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ହାସଲ କରିବ ସ୍କୋଡା

ନୂଆଦିଲ୍ଲୀ,୯।୧: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ସ୍କୋଡା ଅଟୋ ଇଣ୍ଡିଆ ୨୦୨୩-୨୪ ଆର୍ଥିକ ବର୍ଷରେ ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ହାସଲ କରିବ ବୋଲି ଆକଳନ...

ଧରାପଡ଼ିଲେ ଚତୁର ଲୁଟେରା

ଭୁବନେଶ୍ୱର,୨।୩(ବ୍ୟୁରୋ):ଓଏଲ୍‌ଏକ୍ସରେ ଗାଡି ବିକ୍ରି ପାଇଁ ବିଜ୍ଞାପନ ଦେଉଥିବା ଗାଡ଼ି ମାଲିକଙ୍କୁ ଯୋଗାଯୋଗ କରୁଥିଲେ। ଗାଡି ରେଟ୍‌ ଛିଡିବା ପରେ ଅଳ୍ପ କିଛି ଟଙ୍କା ଅଗ୍ରିମ ଦେଇ...

କଟକ ‘ଏ’ ଜିତିଲା କଳାହାଣ୍ଡି କପ୍‌

ଭୁବନେଶ୍ୱର, ୧।୧୧୨(କ୍ରୀଡ଼ା ପ୍ରତିନିଧି) : କଟକ ‘ଏ’ ଚଳିତ ବର୍ଷର କଳାହାଣ୍ଡି କପ୍‌ ବିଜେତା ହୋଇଛି। ବିଡ଼ାନାସୀ ଗ୍ରାଉଣ୍ଡରେ ଅନୁଷ୍ଠିତ ଫାଇନାଲରେ ପ୍ରଥମ ଇନିଂସ ଅଗ୍ରଣୀ...

ଟାଇଫଏଡ୍‌ ଜ୍ୱରରୁ ମୁକ୍ତି ଚାହୁଁ ଥିଲେ …

ଆୟୁର୍ବେଦ ଶାସ୍ତ୍ରାନୁଯାୟୀ ଦୈନିକ ଖାଦ୍ୟପେୟ ଉପରେ ଧ୍ୟାନ ଦେଲେ ଅନେକ ରୋଗ ଲାଗି ମେଡିକାଲ ଯିବାକୁ ପଡ଼ି ନ ଥାଏ। କାରଣ ପ୍ରାଥମିକ ଅବସ୍ଥାରେ ଅନେକ...

Advertisement
Archives

Model This Week