ପ୍ରତିଶୋଧାତ୍ମକ ରାଜନୀତି

ବେଆଇନ ବାଲି ଚାଲାଣକୁ ନେଇ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାର ଓ ଆଇପିଏସ୍‌ ଅଧିକାରୀ ଅଞ୍ଜନା କ୍ରିଷ୍ଣାଙ୍କ ମଧ୍ୟରେ ବିବାଦ ଦେଖାଯାଇଛି। ରାଜନେତା ଓ ବାବୁଙ୍କ ମଧ୍ୟରେ ଏଭଳି ଟଣାଓଟରା ବହୁ ସମୟରେ ଦେଖାଯାଏ ଓ ଦୀର୍ଘଦିନ ଧରି ଲାଗିରହେ। ପାଓ୍ବାରଙ୍କ ପାର୍ଟିର କର୍ମୀମାନେ ବେଆଇନ ବାଲି ଉଠାଣ ଉପରେ ଅଞ୍ଜନାଙ୍କ ପଦକ୍ଷେପ ସମ୍ପର୍କରେ ପାଓ୍ବାରଙ୍କ ନିକଟରେ ଅଭିଯୋଗ କରିଥିଲେ। ସେ ଅଞ୍ଜନାଙ୍କୁ ଏ ସମ୍ପର୍କରେ କଲ୍‌ କରି ଧମକ ଦେଇଥିଲେ ଏବଂ ଅଞ୍ଜନା ସେଥିରେ ପରିବର୍ତ୍ତନ କରିବାକୁ ମନା କରିଦେଇଥିଲେ। ସେ ପଛଘୁଞ୍ଚା ନ ଦେବା କାରଣ ହେଉଛି ଖଣିମାଲିକମାନେ ବୈଧ କାଗଜପତ୍ର ଦେଖାଇପାରି ନ ଥିଲେ। ବ୍ୟବସ୍ଥା କିଭଳି ଚାଲିଛି ଏଥିରୁ ସ୍ପଷ୍ଟ ହେଉଛି। କିନ୍ତୁ ଆମ ରାଜନୈତିକ ସଂସ୍କୃତିରେ କାଗଜପତ୍ର କଥା କହିବା ମାନେ ବଡ଼ ବିପଦକୁ ଆମନ୍ତ୍ରଣ କରିବା। ଏଭଳି ପଦକ୍ଷେପ ଆମେ ପୂର୍ବରୁ ଦେଖିଛେ। ବାଲିମାଫିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଉତ୍ତରପ୍ରଦେଶରେ ଦୁର୍ଗା ଶକ୍ତି ନାଗପାଲ ନିଲମ୍ବିତ ହୋଇଥିଲେ। ମଧ୍ୟପ୍ରଦେଶ ଓ କର୍ନାଟକରେ ଆଇଏଏସ୍‌ ଅଧିକାରୀମାନଙ୍କୁ ଗାଳି ଦିଆଯାଇଥିଲା, ଅପମାନିତ କରାଯାଇଥିଲା। ଏଭଳି ଘଟଣାରେ ରାଜନେତାମାନେ ସେମାନଙ୍କ ଶକ୍ତି ପ୍ରଦର୍ଶନ କରୁଥିବା ସମୟରେ ବାବୁଙ୍କ ମଧ୍ୟରୁ କେତେଜଣ ବିରୋଧ କରିଥାନ୍ତି। ଅଞ୍ଜନାଙ୍କୁ ବଦନାମ କରିବା ପାଇଁ ତାଙ୍କ ଜାତି ଓ ଶିକ୍ଷାଗତ ରେକର୍ଡଗୁଡ଼ିକର ଖୋଳତାଡ଼ କରାଯାଉଛି। ଏହା ଶାସନ ନୁହେଁ, ବରଂ ପ୍ରତିଶୋଧାତ୍ମକ ରାଜନୀତି। ଅଧିକାରୀମାନେ ସେମାନଙ୍କ କର୍ତ୍ତବ୍ୟ ଠିକ୍‌ ଭାବେ କଲାବେଳକୁ ସେମାନଙ୍କ ଉପରେ ଆକ୍ରମଣ କରାଯାଉଛି।
ବିଶ୍ୱସନୀୟତା କମୁଛି
ସେଣ୍ଟ୍ରାଲ ଭିଜିଲାନ୍ସ କମିଶନ(ସିଭିସି) ତା ରିପୋର୍ଟରେ ଦର୍ଶାଇଛି ଯେ, କାର୍ଯ୍ୟରେ ବିଳମ୍ବ, ଅନିୟମିତତା ଓ ହେରଫେର ଘଟଣାଗୁଡ଼ିକରେ ଅନ୍ୟମାନଙ୍କ ଉପରେ ଚଢାଉ କରୁଥିବା ସେଣ୍ଟ୍ରାଲ ବ୍ୟୁରେ ଅଫ୍‌ ଇନଭେଷ୍ଟିଗେସନ (ସିବିଆଇ) ତାହାର ନିଜ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁନାହିଁ । ଏବେସୁଦ୍ଧା ୬୦ଟି ମାମଲାର ବିଚାର ହୋଇପାରିନାହିଁ ଏବଂ ଏଥିରୁ ୨୨ଟି ମାମଲା ୪ ବର୍ଷରୁ ଅଧିକ ସମୟ ହେଲା ପଡ଼ିରହିଛି। ”ମୁଁ ଯାହା କହୁଛି ସେହି ଅନୁସାରେ କର, ଯାହା ମୁଁ କରୁଛି ତାହା କରନାହିଁ“ ନିୟମରେ ସିବିଆଇ ଚାଲେ କି? ଦେଶର ଏକ ପ୍ରମୁଖ ତଦନ୍ତକାରୀ ସଂସ୍ଥା ନିଜ ଗୋଡକୁ ଟାଣୁଛି ଏବଂ ବିଶ୍ୱସନୀୟତା ହରାଉଛି। ଏଭଳି ମାମଲା ପଡ଼ିରହିବା ସିବିଆଇର ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରେ। ଯଦି ପୋଲିସ ଅଧିକାରୀମାନେ ଦୁର୍ନୀତିଗ୍ରସ୍ତ ହେବେ, ତେବେ ସେମାନେ ଠିକ ଭାବେ କାମ କରିବେ ବୋଲି ଆଶା କରାଯାଇ ପାରେ କି ? ସିବିଆଇରେ ଏବେ ୧୫୦୦ ପଦବୀ ଖାଲିରହିଛି। ଏଥି ମଧ୍ୟରେ ରହିଛି କାର୍ଯ୍ୟନିର୍ବାହୀ ର଼୍ୟାଙ୍କର ୯୦୦ ପବଦୀ। ଏହା ବିନା ଡାକ୍ତରରେ ଗୋଟିଏ ହସ୍ପିଟାଲ ଚଳାଇବା ଭଳି କଥା। ସିବିଆଇରେ ଫାଇଲ କାମ କରିବାକୁ ଲୋକ ନଥିବାବେଳେ ଏହା କିଭଳି ହାଇପ୍ରୋଫାଇଲ ଦୁର୍ନୀତି ମାମଲାଗୁଡ଼ିକର ତଦନ୍ତ କରିବ? ସିବିଆଇକୁ ‘ ପିଞ୍ଜରାବଦ୍ଧ ପାରା’ ବୋଲି କୁହାଯାଉଛି। ତେବେ ଏହି ରିପୋର୍ଟକୁ ଯଦି ଦେଖାଯାଏ ତେବେ ସିବିଆଇ କେବଳ ପିଞ୍ଜରାବଦ୍ଧ ହୋଇନାହିଁ, ବରଂ ଏହାର ସ୍ବର ମଧ୍ୟ ହରାଇସାରିଲାଣି ବୋଳଇ ବୁଝିବାକୁ ହେବ। ରାଜନୈତିକ ଭାବେ ଏହା ମୁକ୍ତ ହେଲେ ଏହା ସ୍ବର ଉଚ୍ଚ କରିପାରେ, କିନ୍ତୁ ଯେତେବେଳେ ନିଜ ବସା ସଫା କରିବା କଥା ଆସେ ସେତେବେଳେ ନୀରବ ରହେ। ନିଜ ଘରକୁ ସଜାଡ଼ିବା ହେଉଛିଏହାର ପ୍ରଥମ କାମ। ଅନ୍ୟଥା, ସବୁ ଚଢାଉ, ସବୁ ସାମ୍ବାଦିକ ସମ୍ମିଳନୀ ଏବଂ ‘ଆମେ ଅପାରାଧୀଙ୍କୁ ଧରିଲୁ’ ଅଭିଯାନ ସବୁ ଫମ୍ପା ମନେହେବ।
ନକଲି ବାବୁ
ନିକଟରେ ଉତ୍ତରପ୍ରଦେଶରେ ନକଲି ଆଇଏଏସ୍‌ ଅଧିକାରୀ ସୌରଭ ତ୍ରିପାଠୀଙ୍କୁ ଗିରଫ କରାଯାଇଛି। ସୌରଭ ନିଜକୁ ଜଣେ ଆଇଏଏସ୍‌ ଅଧିକାରୀ ପରିଚୟ ଦେଇ ଲକ୍ଷ୍ନୌରେ ବିନା ବାଧାରେ ବୁଲୁଥିଲେ। ତାଙ୍କ ପାଖରେ ସିଲ୍‌, ପାସ୍‌ ଓ ଜଣେ କର୍ମଚାରୀ ମଧ୍ୟ ଥିଲେ। ଦେଖିବାକୁ ଗଲେ ଏକ ଉଚ୍ଚସ୍ତରୀୟ ବୈଠକରେ ବରିଷ୍ଠ ଅଧିକାରୀଙ୍କ ସହ ବସିବା ଏବଂ ଅଧିକାରୀଙ୍କ ନିଯୁକ୍ତି ଉପରେ ବୁଝାମଣା କରିବା କେବଳ ଗୋଟିଏ ପ୍ଲାଷ୍ଟିକ ଆଇକାର୍ଡ ଦେଖାଇ କରିହେବ ନାହିଁ। ବ୍ୟବସ୍ଥା ତ୍ରୁଟିପୂର୍ଣ୍ଣ ଥିଲେ କିମ୍ବା ତା’ ଭିତରେ ଥିବା ବ୍ୟକ୍ତିମାନେ ତାଙ୍କ ସହ ରହିଲେ ଏହା ସମ୍ଭବ ହେବ। ତ୍ରିପାଠୀଙ୍କ ଡାଏରୀ, କଲ୍‌ ରେକର୍ଡ ଏବଂ ଆର୍ଥିକ କାରବାର କେବଳ ତାଙ୍କ ଖୁସିକୁ ପ୍ରକାଶ କରିନାହିଁ, ବରଂ ଜଣେ ଠକଙ୍କୁ ଗାଡ଼ିରେ ବୁଲିବାକୁ ଅନୁମତି ଦେଇ ପୋଲିସ ଅଧିକାରୀମାନେ କେମିତି ଖୁସି ହୋଇପାରନ୍ତି, ତାହାକୁ ନେଇ ପ୍ରଶ୍ନ ଉଠୁଛି। ଆଉ ଗୋଟିଏ ବିଷୟକୁ ଏଠାରେ ଅଣଦେଖା କରିହେବ ନାହିଁ। କୌଣସି ସରକାରୀ କ୍ଷମତା ନ ଥିବା ବ୍ୟକ୍ତି ବଦଳି ଓ ପଦୋନ୍ନତିରେ ଦଲାଲ ପାଲଟିବା ଜଣାପଡ଼ିଛି। କେବଳ ଛଦ୍ମବେଶରେ ସେ ଧୁରନ୍ଦର ଥିବାରୁ ତାଙ୍କ ଠକେଇ ଠିକ୍‌ ଭାବେ କାମ କରିଛି ତାହା ନୁହେଁ, ବରଂ ପୋଲିସ ବ୍ୟବସ୍ଥାରେ ତାଙ୍କୁ ସମର୍ଥନ କରୁଥିବା ଅନେକଙ୍କ ପାଇଁ ଏହା ଘଟିଛି। ପୋଲିସ ଏବେ ଜବତ ହୋଇଥିବା କାର୍‌ ଓ ସିଲ୍‌ଗୁଡ଼ିକୁ ପ୍ରଦର୍ଶନ କରିପାରେ, କିନ୍ତୁ ଯେଉଁ ଅଧିକାରୀମାନଙ୍କ ସହଯୋଗରେ ଠକ ଏସବୁ କରିବାକୁ ସକ୍ଷମ ହେଲେ, ସେମାନଙ୍କ ନାମ ତଦନ୍ତରେ ପ୍ରକାଶ କରି ଲଜ୍ଜିତ ନ କରିବା ଯାଏ ଏହି ଘଟଣା କେବଳ ଜଣେ ଠକ ଦ୍ୱାରା ହୋଇଛି ବୋଲି କହିହେବ ନାହିଁ। ଏଥିରେ ଅମଲାତନ୍ତ୍ରର ବୁଝାମଣା ରହିଛି, ଯେଉଁଥିରେ ଜଣେ ଠକ ବାବୁ ତିଷ୍ଠିବାକୁ ସକ୍ଷମ ହୋଇପାରିଲେ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ବେକରେ ଓଢ଼ଣୀ ବାନ୍ଧି ଝୁଲିପଡ଼ିଲେ ଦଶମ ଶ୍ରେଣୀ ଛାତ୍ରୀ, ପଢ଼ା ଖାତା ଜବତ କରି ପୋଲିସ…

ଝରିଗାଁ,୫ା୮(କିଶୋର ଚନ୍ଦ୍ର ମଣ୍ଡଳ): ବେକରେ ଓଢ଼ଣୀ ଦେଇ ଝୁଲି ପଡ଼ିଛନ୍ତି ଜଣେ ଦଶମ ଶ୍ରେଣୀ ଛାତ୍ରୀ। ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଚଚା ପଞ୍ଚାୟତ ଅନ୍ତର୍ଗତ ଗବାଗୁଡ଼ା…

ସୁପ୍ରିମକୋର୍ଟ ଛାତ୍ରମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ସପକ୍ଷରେ ନାହାନ୍ତି

ନୂଆଦିଲ୍ଲୀ,୫।୮: ଜଣେ ଆବେଦନକାରୀ କୌଣସି ରାଜନୈତିକ ସମାଧାନ ଆଧାରରେ ଛାତ୍ର ପ୍ରତିବାଦ ସମୟରେ ବିଶୃଙ୍ଖଳା ସମ୍ବନ୍ଧୀୟ ମାମଲା ପ୍ରତ୍ୟାହାର କରିବାକୁ ବିରୋଧ କରିଛନ୍ତି। ଆବେଦନରେ ଆୟୋଜକଙ୍କ ଉପରେ…

ଫିଲ୍ମ ନା ଆଉ କିଛି…କେଉଁଥିରୁ ଏତେଟଙ୍କା କମାନ୍ତି ଉଦୟନିଧି ଷ୍ଟାଲିନ୍‌? ଜାଣନ୍ତୁ ନେଟଓ଼୍ବର୍ଥ

ନୂଆଦିଲ୍ଲୀ,୫।୮: ତାମିଲନାଡୁ ରାଜନୀତିରେ ଆଜିକାଲି ପ୍ରବଳ ହଲଚଲ ଦେଖିବାକୁ ମିଳୁଛି। ତାଞ୍ଜାଭୁରରେ ଆୟୋଜିତ ଏକ ଜନସଭା ସମୟରେ ଅଭିନେତ୍ରୀ ତ୍ରିଷା କୃଷ୍ଣନଙ୍କୁ ନେଇ ଦିଆଯାଇଥିବା ବିବାଦୀୟ ବକ୍ତବ୍ୟ…

‘ମୁଁ ଏମକେ ଷ୍ଟାଲିନଙ୍କ ପୁଅ…,’କାହିଁକି ଏମିତି କହିଲେ ଉଦୟନିଧି? ଏବେ ବିଜୟଙ୍କୁ କଲେଣି ଟାର୍ଗେଟ

ଚେନ୍ନାଇ,୫।୮: ଅଭିନେତ୍ରୀ ତ୍ରିଶାଙ୍କ ବିଷୟରେ ଦୁଇ-ଆକ୍ଷେପ ମନ୍ତବ୍ୟ ଦେବା ଅଭିଯୋଗରେ ଗିରଫ ହେବାର କିଛି ଘଣ୍ଟା ପରେ ଉଦୟନିଧି ଷ୍ଟାଲିନଙ୍କୁ କୋର୍ଟରୁ ଆଶ୍ୱସ୍ତି ମିଳିଥିଲା। ମୁକ୍ତି ପରେ…

ଜିଲାରେ ୫୦୦ରୁ ଅଧିକ ଉଠା ଜଳସେଚନ ପମ୍ପ୍‌ ଅଚଳ: ଚିନ୍ତାରେ ଚାଷୀ

ଛତ୍ରପୁର,୫ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଏକ କୃଷି ପ୍ରଧାନ ଜିଲା ଅଟେ। କୃଷକ ଓ ଶ୍ରମିକ ପ୍ରାୟ ୮୦% ଲୋକ କୃଷି ଉପରେ ନିର୍ଭର କରି ପରିବାର…

କେସିଙ୍ଗାରେ ମଶାଙ୍କ ପ୍ରାଦୁର୍ଭାବ: ପ୍ରତି ଡ୍ରେନ୍‌ରେ ପକାଯାଉଛି ମଶାତେଲ

କେସିଙ୍ଗା,୫ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏ୍‌ସିର ୧୨ଟି ଓ୍ବାର୍ଡରେ ମଶା ନିବାରଣ ପାଇଁ ଏନ୍‌ଏସି ପକ୍ଷରୁ ବିଭିନ୍ନ ଗଳିକନ୍ଦିରେ ଥିବା ପ୍ରତିଟି ଡ୍ରେନ୍‌ରେ ମଶାତେଲ ପକାଯାଉଛି।…

କାରଣ ଖୋଜୁଛି ଦଳ? ପରାଜୟ ପରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଭାଜପାର ବଡ଼ ବୈଠକ

ପାଟନା,୫।୮: ବଡ଼ ପରାଜୟ ପରେ, ଭାଜପା ଆଜି (ବୁଧବାର) ପାଟନାସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ କରିଛି। ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ସମେତ ନେତାମାନେ ବୈଠକରେ…

ମୋଦିଙ୍କ ଭିଡିଓ ହଟାଇବା ପ୍ରସଙ୍ଗ; ସରକାରଙ୍କ ସହ ୪୫ ମିନିଟ୍ ଧରି ବୈଠକ କଲା ମେଟା, କହିଲା…

ନୂଆଦିଲ୍ଲୀ,୫।୮: ଜନ୍ତର-ମନ୍ତରରେ ହୋଇଥିବା ଆନ୍ଦୋଳନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଭିଡିଓକୁ ଫେସବୁକରେ ଅସ୍ଥାୟୀ ଭାବେ ରିଷ୍ଟ୍ରିକ୍ଟ କରିଦେଇଥିଲା । ଏହି ଘଟଣାକୁ ନେଇ ଦିନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri