Posted inଜାତୀୟ

ଆଜି ଆସିବ ଚାରି ରାଜ୍ୟର ୫ ବିଧାନସଭା ଉପନିର୍ବାଚନର ଫଳାଫଳ

ନୂଆଦିଲ୍ଲୀ,୨୩।୬: ଗୁରୁବାର (ଜୁନ ୧୯) ଚାରିଟି ରାଜ୍ୟର ପାଞ୍ଚଟି ବିଧାନସଭା ଆସନରେ ହୋଇଥିବା ବିଧାନସଭା ଉପନିର୍ବାଚନର ଫଳାଫଳ ସୋମବାର ଆସୁଛି। ଭୋଟ ଗଣତି ସକାଳ ୮ଟାରୁ ଆରମ୍ଭ ହୋଇଛି। ଭୋଟ ଗଣତି ଆରମ୍ଭ ହେବାର କିଛି ସମୟ ପରେ ଟ୍ରେଣ୍ଡ ମଧ୍ୟ ଆସିବା ଆରମ୍ଭ ହେବ। ମଧ୍ୟାହ୍ନ ସୁଦ୍ଧା ସମସ୍ତ ଆସନରେ ସ୍ଥିତି ସ୍ପଷ୍ଟ ହୋଇଯିବ ଏବଂ ସା ସୁଦ୍ଧା ସମସ୍ତ ପାଞ୍ଚଟି ଆସନର ଫଳାଫଳ ପ୍ରକାଶ ପାଇବ ବୋଲି କୁହାଯାଉଛି।
ସୂଚନାଯୋଗ୍ୟ, ଜୁନ ୧୯ ତାରିଖରେ ପଞ୍ଜାବ, ଗୁଜରାଟ, କେରଳ ଏବଂ ପଶ୍ଚିମବଙ୍ଗର ମୋଟ ପାଞ୍ଚଟି ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ମତଦାନ ହୋଇଥିଲା। ଏଥିରେ ପଶ୍ଚିମବଙ୍ଗର କାଲିଗଞ୍ଜ ଆସନ ମଧ୍ୟ ଅନ୍ତର୍ଭୁକ୍ତ। ସୋମବାର (ଜୁନ ୨୩) ସମସ୍ତ ଆସନର ନିର୍ବାଚନ ଫଳାଫଳ ଆସୁଛି।
ସୂଚନା ମୁତାବକ ଜୁନ ୧୯ ଗୁରୁବାର ଦିନ ଦେଶର ଚାରିଟି ରାଜ୍ୟର ମୋଟ ପାଞ୍ଚଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସା ୬ଟା ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ପଞ୍ଜାବ, ଗୁଜରାଟ, କେରଳ ଏବଂ ପଶ୍ଚିମବଙ୍ଗ ଅନ୍ତର୍ଭୁକ୍ତ। ଗୁଜରାଟର ଦୁଇଟି ଏବଂ ବାକି ରାଜ୍ୟରେ ଗୋଟିଏ ଲେଖାଏଁ ବିଧାନସଭା ଆସନରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଗୁଜରାଟର କାଡି ଆସନରେ ମୋଟ ୫୭.୯୧ ପ୍ରତିଶତ ମତଦାନ ହୋଇଥିବା ବେଳେ ବିସାବାଦର ଆସନରେ ୫୬.୮୯ ପ୍ରତିଶତ ମତଦାନ ହୋଇଛି। ସେହିପରି କେରଳର ନିଲାମ୍ବୁର ଆସନରେ ସର୍ବାଧିକ ୭୫.୨୭ ପ୍ରତିଶତ ମତଦାନ ହୋଇଛି। ପଞ୍ଜାବର ଲୁଧିଆନା ପଶ୍ଚିମ ଆସନରେ ୫୧.୩୩ ପ୍ରତିଶତ ମତଦାନ ହୋଇଛି। ସେହି ସମୟରେ ପଶ୍ଚିମବଙ୍ଗର କାଳିଗଞ୍ଜ ଆସନରେ ୭୩.୩୬ ପ୍ରତିଶତ ମତଦାନ ହୋଇଛି।
ସୂଚନାଯୋଗ୍ୟ, ପଞ୍ଜାବ, ପଶ୍ଚିମବଙ୍ଗ ଏବଂ ଗୁଜରାଟର ବିଧାୟକଙ୍କ ମୃତ୍ୟୁ ଯୋଗୁ ସେଠାରେ ଗୋଟିଏ ଲେଖାଏଁ ଆସନରେ ଉପନିର୍ବାଚନ ହେବାକୁ ପଡିଥିଲା। କେରଳର ଗୋଟିଏ ଏବଂ ଗୁଜରାଟର ଅନ୍ୟ ଗୋଟିଏ ଆସନରେ ବିଧାୟକମାନେ ଇସ୍ତଫା ଦେଇଥିଲେ। ଏହା ପରେ, ଏହି ଦୁଇଟି ଆସନରେ ଉପନିର୍ବାଚନ ଆବଶ୍ୟକ ପଡ଼ିଲା। ନିର୍ବାଚନ କମିଶନ ଚାରିଟି ରାଜ୍ୟର ସମସ୍ତ ପାଞ୍ଚଟି ବିଧାନସଭା ଆସନରେ ସଫଳତାର ସହ ନିର୍ବାଚନ ପରିଚାଳନା କରିଥିଲେ ଏବଂ ଏବେ ଏହାର ଫଳାଫଳ ସୋମବାର ଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ନାମ, କାରଣ ଖୋଜୁଛି ଜିଲାପାଳଙ୍କ ମୋବାଇଲ: ଗୁରୁତର ସମସ୍ୟାରେ ବନ୍ୟାଞ୍ଚଳବାସୀ

ଯାଜପୁର,୫ା୯(ହର୍ଷବର୍ଦ୍ଧନ ବେହେରା):ସରକାରୀ ସେବାକୁ ସାଧାରଣ ଲୋକଙ୍କ ପାଖରେ ସହଜରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ‘ଲୋକଙ୍କ ସରକାର’ କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାପକ ପ୍ରୟାସ କରୁଛନ୍ତି। ଜିଲା ପ୍ରଶାସନ…

କ୍ରମାଗତ କ୍ଷତି ପରେ ଶେୟାର ବଜାରରେ ସାମାନ୍ୟ ସୁଧାର

ମୁମ୍ବାଇ,୫ା୯: ଚଳିତ ସପ୍ତାହରେ କ୍ରମାଗତ ଭାବେ ୪ଟି କାର୍ଯ୍ୟଦିବସରେ ଶେୟାର ବଜାର କାରବାର ହ୍ରାସ ପାଇ ଆସିଥିଲାବେଳେ ଶୁକ୍ରବାର କାରବାର ପରେ ସାମାନ୍ୟ ସୁଧାର ଆସିଛି। ଏହାଦ୍ୱାରା…

୪୦ ବର୍ଷ ପରେ ଖୋଲେ ଭାଗ୍ୟର ତାଲା! ଏହି ୩ ରାଶିର ଲୋକଙ୍କ ଉପରେ ବର୍ଷେ ଧନ , ଯଶ

ଜୀବନରେ ଅନେକ ସଂଘର୍ଷ କରିବା ପରେ ମଧ୍ୟ ଯଦି ସଫଳତା ମିଳୁନାହିଁ, ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହା ପଛରେ ଗ୍ରହ ନକ୍ଷତ୍ରର ପ୍ରଭାବ ଥାଇପାରେ। ଜ୍ୟୋତିଷର…

ଜଣେ ଶିକ୍ଷକଙ୍କ କାନ୍ଧରେ ସ୍କୁଲ ଭାର: ୭ ବିଷୟ ସହ ଶାରୀରିକ ଶିକ୍ଷା ଦେଉଛନ୍ତି ସାହିତ୍ୟ ସାର୍‌

ହାଟଡିହୀ,୫।୯(ଶୁଭକାନ୍ତ ନାୟକ):କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତଙ୍କୁ ଶିକ୍ଷା, ଉତ୍ତମ ଶିକ୍ଷାର ନାରା ଦେଉଛନ୍ତି। ମାତ୍ର ବାସ୍ତବ ସ୍ଥିତି କିନ୍ତୁ ଓଲଟା। ଗ୍ରାମାଞ୍ଚଳରେ ସ୍କୁଲରେ ମୌଳିକ ସୁବିଧା,…

ଡୋପ୍‌ ଟେଷ୍ଟରେ ଧରାପଡ଼ିଥିବା ଏୟାର ଇଣ୍ଡିଆ ପାଇଲଟ୍‌ ବହିଷ୍କୃତ

ନୂଆଦିଲ୍ଲୀ,୫ା୯: ଫୁକେଟ୍‌ରୁ ଦିଲ୍ଲୀ ଉଡ଼ାଣ ବେଳେ ବିମାନ ହଠାତ୍‌ ୩୦୦ ଫୁଟ୍‌ ଖସିବା ଘଟଣା ପରେ ନିଷେଧ ନିଶାଦ୍ରବ୍ୟ ସେବନ କରିଥିବା ଡୋପ୍‌ ଟେଷ୍ଟରୁ ଧରାପଡ଼ିବା ପରେ…

ଭୀଷଣ ପାଗ ନେଇ ସତର୍କ କରାଇଲେ ଡବ୍ଲ୍ୟୁଏମ୍‌ଓ ମୁଖ୍ୟ: ଫେବୃଆରୀ ଯାଏ ଜାରି ରହିବ…

ନୂଆଦିଲ୍ଲୀ,୫ା୯: ପ୍ରଶାନ୍ତ ମହାସାଗର ଉପରେ ସକ୍ରିୟ ଥିବା ଏଲ୍‌ ନିନୋ ଆଗାମୀ ମାସଗୁଡ଼ିକରେ ଅଧିକ ଘନୀଭୂତ ହୋଇ ଏକ ଶକ୍ତିଶାଳୀ ରୂପ ନେବ ଏବଂ ଆସନ୍ତାବର୍ଷ ଫେବୃଆରୀ…

ଶିମ୍ପାଞ୍ଜିଙ୍କର ଅଛି ନିଜସ୍ବ ‘ଉପଭାଷା’

ନୂଆଦିଲ୍ଲୀ,୫ା୯: ମଣିଷମାନଙ୍କ ଭଳି ଶିମ୍ପାଞ୍ଜିଙ୍କର ମଧ୍ୟ ନିଜସ୍ବ ‘ଉପଭାଷା’ ବା ‘ଆଞ୍ଚଳିକ ଭାଷା’ (ଡାଏଲେକ୍ଟସ) ରହିଥାଏ। ଏକ ନୂତନ ଗବେଷଣାରୁ ଜଣାପଡ଼ିଛି, ଶିମ୍ପାଞ୍ଜି ଛୁଆମାନେ ବଡ଼ ହେବା…

ଥାନା ହାଜତରେ ରେଳ କର୍ମଚାରୀଙ୍କୁ ନିର୍ଯାତନା: ହାତ, ଗୋଡ଼ ଭାଙ୍ଗିଦେଲେ, ଯୌନାଙ୍ଗରେ…

ପୁରୁଣା ଭୁବନେଶ୍ୱର,୫ା୯(ସୁବାସ ଚନ୍ଦ୍ର ପ୍ରଧାନ): ବ୍ରହ୍ମପୁର ରେଳ ସୁରକ୍ଷା ବଳ (ଆର୍‌ପିଏଫ୍‌) ଦ୍ୱାରା ଅମାନୁଷିକତାର ସବୁ ସୀମା ଟପିଯାଇଛି। ଚୋରି ସନ୍ଦେହରେ ସୌମ୍ୟରଞ୍ଜନ ମିଶ୍ର ନାମକ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri