ଫଳାଫଳକୁ ନେଇ ଚାଲିଛି ଅଙ୍କକଷା

ଭଦ୍ରକ ଅଫିସ,୫ା୧୧: ଧାମନଗର ଉପନିର୍ବାଚନ ଗୁରୁବାର ଶେଷ ହୋଇଥିବା ବେଳେ ଫଳାଫଳକୁ ନେଇ ୩ ପ୍ରମୁଖ ଦଳ ପକ୍ଷରୁ ଚାଲିଛି ଅଙ୍କକଷା। ୫ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍‌ ହୋଇଥିବା ବେଳେ ହାର୍‌ଜିତ୍‌କୁ ନେଇ ସବୁ ଦଳର ନେତା ଅଡୁଆରେ ପଡ଼ିଯାଇଛନ୍ତି।
୨୦୨୪ ସାଧାରଣ ନିର୍ବାଚନରେ ଏହି ଫଳାଫଳର ପ୍ରଭାବ ପଡ଼ିବ ବୋଲି ରାଜନୈତିକ ସମୀକ୍ଷକ ମତ ଦେଇଛନ୍ତି। ରାଜ୍ୟରେ ପୂର୍ବରୁ ହୋଇଥିବା ସମସ୍ତ ଉପନିର୍ବାଚନରେ ବିଜେଡି ବିଜୟ ହାସଲ କରିଥିବା ବେଳେ ଧାମନଗରରେ କିନ୍ତୁ ଭାଜପା ସହ ଜୋର୍‌ଦାର ଟକ୍କର ହୋଇଛି। ସେହିପରି ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ଦାସ ଟିକେଟ୍‌ ନ ପାଇ ସ୍ବାଧୀନ ଭାବେ ନିର୍ବାଚନ ଲଢ଼ିବା ବିଜେଡି ପାଇଁ ଚ୍ୟାଲେଞ୍ଜ ହୋଇଛି। ଯେଉଁଥିପାଇଁ ଫଳାଫଳକୁ ନେଇ ଚିନ୍ତାରେ ଅଛନ୍ତି ବିଜେଡି ନେତା। ଭାଜପା ଅନୁକମ୍ପା ଭୋଟ୍‌ ନେଇ ବିଜୟୀ ହେବ ନା ମହିଳା କାର୍ଡ ଖେଳିଥିବା ବିଜେଡି ବାଜି ମାରି ନେବ ତାହା ଆସନ୍ତା ୬ ତାରିଖରେ ଜଣାପଡ଼ିବ। ଭାଜପା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୩ ଥର ଗସ୍ତ କରି ପ୍ରଚାର କରିଥିବା ବେଳେ ବିଜେଡି ଲାଗି ଭର୍ଚୁଆଲରେ ପ୍ରଚାର କରିଥିଲେ ମୁଖ୍ୟମନ୍ତ୍ରୀ। ସେହିପରି କଂଗ୍ରେସ ମଧ୍ୟ ବିଗତ ଉପନିର୍ବାଚନଠାରୁ ଧାମନଗର ଉପନିର୍ବାଚନକୁ ଗୁରୁତ୍ୱ ଦେଇ ଜୋର୍‌ଦାର ପ୍ରଚାର କରିଥିଲା। କଂଗ୍ରେସର ହେଭିଓ୍ବେଟ ନେତାମାନେ ପ୍ରଚାରରେ ସାମିଲ ହୋଇ କଂଗ୍ରେସର ସମ୍ମାନ ରଖିବାକୁ ଜୋର୍‌ଦାର ଉଦ୍ୟମ କରିଛନ୍ତି। ଅନ୍ୟପକ୍ଷେ ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କ ପାଇଁ ଏହା ସମ୍ମାନର ପ୍ରଶ୍ନ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଛି।

ଧାମନଗର ଉପନିର୍ବାଚନରେ ଚୂଡ଼ାନ୍ତ ମତଦାନ ହାର ୬୮.୯୮ ପ୍ରତିଶତ ହୋଇଛି। ଏ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଗୁରୁବାର ଧାମନଗର ଉପନିର୍ବାଚନ ପାଇଁ ମତଦାନ ଶେଷ ହୋଇଥିବାବେଳେ ଆସନ୍ତା ୬ ତାରିଖରେ ଭୋଟ ଗଣତି ହେବ। କଡ଼ା ସୁରକ୍ଷା ମଧ୍ୟରେ ଇଭିଏମ୍‌ ଓ ଭିଭିପାଟ୍‌ ମେଶିନକୁ ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଷ୍ଟ୍ରଙ୍ଗ୍‌ରୁମ୍‌ରେ ରଖାଯାଇଛି। ମିଳିଥିବା ତଥ୍ୟ ଅନୁସାରେ, ଧାମନଗର ନିର୍ବାଚନମଣ୍ଡଳୀରେ ମୋଟ ୨ଲକ୍ଷ ୩୮ହଜାର ୪୧୭ଜଣ ଭୋଟରଙ୍କ ମଧ୍ୟରୁ ୧ ଲକ୍ଷ ୬୪ ହଜାର ୪୬୫ଜଣ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ଏଠାରେ ମହିଳା ଭୋଟରଙ୍କ ତୁଳନାରେ ପୁରୁଷ ଭୋଟରଙ୍କ ସଂଖ୍ୟା ପ୍ରାୟ ୮ହଜାର ଅଧିକ ଥିଲେ ମଧ୍ୟ ଚଳିତ ଉପନିର୍ବାଚନରେ ଅଧିକ ସଂଖ୍ୟକ ମହିଳା ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିଥିବା ଜଣାପଡ଼ିଛି। ସୁଦଶା ବ୍ରତ ସତ୍ତ୍ୱେ ପୁରୁଷ ଭୋଟରଙ୍କ ତୁଳନାରେ ପ୍ରାୟ ୬ହଜାର ଅଧିକ ମହିଳା ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି।
ଅପରପକ୍ଷେ ଧାମନଗର ଏନ୍‌ଏସିର ୧୧୬ ନଂ. ବୁଥ୍‌ ଜୟନଗର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ସର୍ବାଧିକ ୮୩.୩୨% ମତଦାନ ହୋଇଛି। ସେହିପରି ତିହିଡ଼ିର ୬୯ ନମ୍ବର ବୁଥ୍‌ ବାରୋ ନୋଡାଲ ହାଇସ୍କୁଲରେ ସର୍ବନିମ୍ନ ମତଦାନ (୫୪.୮୭%) ହୋଇଥିବା ନେଇ ନିର୍ବାଚନ ଅଧିକାରୀ ତଥା ଭଦ୍ରକ ଅତିରିକ୍ତ ଉପଜିଲାପାଳ ଲକ୍ଷ୍ମୀପ୍ରସାଦ ସାହୁ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri