ଦୂରଦର୍ଶନର ପୁନର୍ଗଠନ

ଦୂରଦର୍ଶନରେ ଏକ ବଡ଼ ଧରଣ ପରିବର୍ତ୍ତନର ସଙ୍କେତ ମିଳୁଛି। ସରକାର ଯୋଗାଯୋଗ ରଣନୀତିରେ ପରିବର୍ତ୍ତନ ପାଇଁ ପ୍ରଥମେ ସରକାରୀ ପ୍ରସାରଣ ସଂସ୍ଥାକୁ ବାଛିଥାନ୍ତି। ୧୯୯୪ ବ୍ୟାଚ୍‌ ଭାରତୀୟ ସୂଚନା ସେବା(ଆଇଆଇଏସ୍‌) ଅଧିକାରୀ ରୀନା ସୋନୋୱାଲଙ୍କୁ ମହାନିର୍ଦ୍ଦେଶକ ପଦବୀକୁ ପଦୋନ୍ନତି ଦିଆଯାଇଛି ଏବଂ ଦୂରଦର୍ଶନର ନୂତନ ମୁଖ୍ୟ ଭାବେ ନାମିତ କରାଯାଇଛି। ସେ ବର୍ତ୍ତମାନ ଉଚ୍ଚଶିକ୍ଷା ମନ୍ତ୍ରଣାଳୟରେ ଯୁଗ୍ମ ସଚିବ ଭାବେ ଡେପୁଟେଶନରେ କାର୍ଯ୍ୟ କରୁଛନ୍ତି ଏବଂ ନିଜର ମୂଳ କ୍ୟାଡରକୁ ଫେରିବା ପରେ ଦାୟିତ୍ୱ ଗ୍ରହଣ କରିବେ। ଏକ ବ୍ୟାପକ ପ୍ରଶାସନିକ ଅଦଳବଦଳ ପରେ ଜଣେ ନୂତନ ମହାନିର୍ଦ୍ଦେଶକ ନିଯୁକ୍ତି ସୂଚାଉଛି ଯେ, ସରକାର କେବଳ ନେତୃତ୍ୱ ନୁହେଁ, ବରଂ ଜାତୀୟ ପ୍ରସାରଣ ସଂସ୍ଥାର ଭୂମିକାକୁ ପୁନର୍ଗଠନ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏହାର ଅର୍ଥ ଅଧିକ ସରକାରୀ ବାର୍ତ୍ତା ପ୍ରସାରଣ, ଡିଜିଟାଲ୍‌ କ୍ଷେତ୍ରକୁ କିମ୍ବା ନୂଆ ସମ୍ପାଦକୀୟ ଦିଗକୁ ଅଧିକ ଗୁରୁତ୍ୱ ଦିଆଯାଇପାରେ। ଆଜିର ଦୂରଦର୍ଶନ ଆଉ ଅତୀତର ସେହି ମନ୍ଥର ସରକାରୀ ପ୍ରସାରଣ ସଂସ୍ଥା ହୋଇ ରହିନାହିଁ। ଏହା ଏବେ ପ୍ରସାର ଭାରତୀର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ, ଯାହା ଅନେକ ବେସରକାରୀ ନେଟୱର୍କ ପହଞ୍ଚି ପାରୁ ନ ଥିବା ଦର୍ଶକଙ୍କ ପାଖରେ ପହଞ୍ଚୁଛି ।
କ୍ରମବର୍ଦ୍ଧିଷ୍ଣୁ ଡିଜିଟାଲ ମିଡିଆ କ୍ଷେତ୍ରରେ ପ୍ରତିଯୋଗିତା କରିବାକୁ ବି ଚେଷ୍ଟା କରୁଛି। ଏହାର ଶୀର୍ଷରେ ଥିବା ବ୍ୟକ୍ତି ଗୁରୁତ୍ୱପୂର୍ଣ୍ଣ, କାରଣ ଏହି ସଂସ୍ଥା ଏବେ ମଧ୍ୟ ଅନେକ କୋଟି ଭାରତୀୟଙ୍କ ପାଖରେ ସରକାରଙ୍କ ବାର୍ତ୍ତା ପହଞ୍ଚାଇବାରେ ବଡ଼ ଭୂମିକା ନିଭାଉଛି। ଯଦି ପ୍ରକୃତରେ ଦୂରଦର୍ଶନରେ ଏହା ଏକ ବଡ଼ ପୁନର୍ଗଠନର ଆରମ୍ଭ, ତେବେ ଏହାର ପରିଣାମ ମଣ୍ଡି ହାଉସ୍‌ ବାହାରକୁ ବ୍ୟାପିପାରେ। ଆମେ ଏହାକୁ ନିକଟରୁ ଲକ୍ଷ୍ୟ ରଖିବୁ। ସମସ୍ତେ ମଧ୍ୟ ଏହା ଉପରେ ନଜର ରଖିବା ଉଚିତ।
ଉତ୍ତର ତୁଳନାରେ ପ୍ରଶ୍ନ ଅଧିକ
ଅବସର ପୂର୍ବରୁ ୫ ଜଣ ବରିଷ୍ଠ ରେଲ୍‌ଓ୍ବେ ଅଧିକାରୀଙ୍କୁ ବିଦା କରାଯିବା ପ୍ରମାଣ କରେ ଯେ ବ୍ୟବସ୍ଥା ଶେଷରେ ସଂସ୍କାର ଆଣିବା ପାଇଁ ଗମ୍ଭୀରତା ପ୍ରକାଶ କରିଛି। କିନ୍ତୁ ଏତେ ବିଳମ୍ବ କାହିଁକି ହେଲା? ସରକାର କହିଛନ୍ତି, ଏହି ଅଧିକାରୀଙ୍କର କାର୍ଯ୍ୟଦକ୍ଷତା ଏବଂ ସାଧୁତା ସନ୍ଦେହଘେରକୁ ଆସିବା ପରେ ସେମାନଙ୍କୁ ବାହାର କରାଯାଇଛି। ଯଦି ପ୍ରକୃତରେ ଘଟଣା ସେୟା ହୋଇଥାଏ, ତେବେ ପାଞ୍ଚ ଜଣ ଅଧିକାରୀ ସିଷ୍ଟମରେ ଏତେ ଦିନ ପର୍ଯ୍ୟନ୍ତ ରହିଥିଲେ କେମିତି? ଏହା ସମସ୍ତଙ୍କୁ ଚିନ୍ତାରେ ପକାଇବା ସ୍ବାଭାବିକ। ରେଳପଥ ଭାରତର ସବୁଠାରୁ ବଡ଼ ସରକାରୀ ସଂସ୍ଥା ମଧ୍ୟରୁ ଅନ୍ୟତମ। ଚାକିରି ପାଇଁ ଅଯୋଗ୍ୟ ବିବେଚିତ ହେଉଥିବା ଅଧିକାରୀମାନେ ଏପର୍ଯ୍ୟନ୍ତ ବରିଷ୍ଠ ପଦବୀରେ ରହିବା ରେଳପଥର ସତର୍କତା, କାର୍ଯ୍ୟଦକ୍ଷତା ସମୀକ୍ଷା ଏବଂ ଆଭ୍ୟନ୍ତରୀଣ ପର୍ଯ୍ୟବେକ୍ଷଣ ଉପରେ ବି ପ୍ରଶ୍ନ ଉଠାଇଛି। ସେବା ନିୟମ ଅନୁଯାୟୀ ବାଧ୍ୟତାମୂଳକ ଅବସର ହେଉଛି ଏକ ଶେଷ ପଦକ୍ଷେପ। କିନ୍ତୁ ଏହା ସେତେବେଳେ ଆସେ, ଯେତେବେଳେ ସମସ୍ୟାର ସମସ୍ତ ପର୍ଯ୍ୟାୟ ପାର ହୋଇସାରିଥାଏ ଏବଂ ଅଧିକାରୀ ବର୍ଷ ବର୍ଷ ଧରି ଚାକିରିରେ ରହିସାରିଥାନ୍ତି। ପ୍ରଶାସନ କେବଳ ସମୟ ସମୟରେ ହେଉଥିବା ସଫେଇ ବା ବିଦା କରିବା ଅଭିଯାନ ଉପରେ ନିର୍ଭର କରିପାରିବ ନାହିଁ। ପ୍ରକୃତ ପରୀକ୍ଷା ହେଉଛି, ସନ୍ଦେହଜନକ ଆଚରଣକୁ ଶୀଘ୍ର ଚିହ୍ନଟ କରାଯାଉଛି କି ନାହିଁ, ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି କି ନାହିଁ ଏବଂ ଏହାକୁ ସଂସ୍ଥାର ବୋଝ ହେବାରୁ ରୋକାଯାଉଛି କି ନାହିଁ। ୫ ଜଣଙ୍କ ଅବସର ଆଜି ଖବରର ଶିରୋନାମା ହୋଇଥାଇପାରେ। କିନ୍ତୁ ଏପରି ଅନେକ ମାମଲା କେବେ ବି ଏହି ପର୍ଯ୍ୟାୟରେ ପହଞ୍ଚତ୍ପାରେ ନାହିଁ ।
କାହିଁକି ଅନେକ ଦଶନ୍ଧି ଧରି କାର୍ଯ୍ୟରେ ରହିବା ପରେ ଏହା ସାମ୍ନାକୁ ଆସେ।
କେବଳ ଗୋଟିଏ ଗାଡ଼ି
କେନ୍ଦ୍ର ସରକାର ନିକଟରେ ଏକ ନିୟମ ଘୋଷଣା କରିଛନ୍ତି। ତାହା ହେଉଛି – ଜଣେ ଅଧିକାରୀ, ଗୋଟିଏ ସରକାରୀ ଗାଡ଼ି। ଯଦିଓ ଜଣେ ଅଧିକାରୀ ଅନ୍ୟ କୌଣସି ମନ୍ତ୍ରଣାଳୟ, ବିଭାଗ, ପିଏସ୍‌ୟୁ (ପିଏସ୍‌ୟୁ) କିମ୍ବା ସ୍ବୟଂଶାସିତ ସଂସ୍ଥାର ଅତିରିକ୍ତ ଦାୟିତ୍ୱରେ ଥାଆନ୍ତି, ତଥାପି ତାଙ୍କୁ ଆଉ ଏକ ଗାଡ଼ି ମିଳିବ ନାହିଁ। କେବଳ ସରକାରୀ ଗସ୍ତ ବ୍ୟତୀତ ଅଧିକାରୀମାନେ ପିଏସ୍‌ୟୁ କିମ୍ବା ସ୍ବୟଂଶାସିତ ସଂସ୍ଥାର ଗାଡ଼ିଗୁଡ଼ିକୁ ସାଧାରଣ ଭାବେ ନିଜ ପାଖରେ ରଖିପାରିବେ ନାହିଁ। ପ୍ରକୃତରେ ଏହାର ତଦାରଖ କରିବା ସାଧାରଣ ପ୍ରଶାସନିକ ଅଧିକାରୀମାନଙ୍କ ପାଇଁ ବହୁତ ମଜାଦାର ହେବ। ସେମାନେ କେତେ ଉଚ୍ଚ ପଦବୀର ଅଧିକାରୀଙ୍କ ପର୍ଯ୍ୟନ୍ତ ଯାଇପାରୁଛନ୍ତି ତାହା ଦେଖିବାକୁ ହେବ ।
ଅନ୍ୟପଟେ, ଏହା ସମୀକ୍ଷକ ଏବଂ ସତର୍କ ସୂଚନାଦାତା ବା ହ୍ବିସିଲବ୍ଲେୟରମାନଙ୍କୁ ନିୟମ ଉଲ୍ଲଂଘନ କରୁଥିବା ଲୋକଙ୍କୁ ସାମ୍ନାକୁ ଆଣିବା ପାଇଁ ନୂଆ ସୁଯୋଗ ଦେବ। ଏହା ଏକ ସହଜ ଉପାୟ ହୋଇପାରେ ଯେ, ଗ୍ୟାରେଜରେ ରଖିବାକୁ ପଡ଼ୁଥିବା ଗାଡ଼ି ସମେତ ମୋଟ କେତୋଟି ସରକାରୀ ଗାଡ଼ି ଅଛି, ତାହାର ଏକ ହିସାବ ରଖିବାକୁ ପଡ଼ିବ। ଏହାଦ୍ୱାରା ଡ୍ରାଇଭର ଏବଂ ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା କର୍ମଚାରୀମାନେ ଅଧିକ ସତର୍କ ରହିବେ। ମୋଟାମୋଟି ଭାବେ କହିଲେ, ଏହି ନୂଆ ନିୟମ ଦ୍ୱାରା ଅଧିକାରୀଙ୍କ ଆରାମଦାୟକ ଜୀବନଶୈଳୀରେ ବାଧା ଆସିବ। ଅଧିକାରର ଦୁରୁପଯୋଗ ହେବ ନାହିଁ ଏବଂ ଗାଡ଼ିର ପଟୁଆର (କନଭୟ) ବାବଦରେ ହେଉଥିବା ଖର୍ଚ୍ଚ କାଟ ଦେଖିବାକୁ ମିଳିବ। କିନ୍ତୁ ଦୁର୍ଭାଗ୍ୟର କଥା ଯେ, ଏହି ନିୟମ କେବଳ ଅଧିକାରୀଙ୍କ ପାଇଁ ଏବଂ ଏହା ଆମକୁ ଶାସନ କରୁଥିବା ନେତାଙ୍କ ଲାଗି ଲାଗୁ ହେଉନାହିଁ।
Email: dilipcherian@gmail.com

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମୁମ୍ବାଇର ବାଲ୍‌ ଗୋପାଲ ମିତ୍ର ମଣ୍ଡଳ ଦ୍ୱାରା ଏବେ ନିଆରା ଢଙ୍ଗରେ ଗଣେଶ ମୂର୍ତ୍ତି ନିର୍ମାଣ କରାଯାଉଛି। ସିଦ୍ଧିବିନାୟକ ସୋସାଇଟି ଦ୍ୱାରା ପରିଚାଳିତ ଏହି ମଣ୍ଡଳରେ ପ୍ରଥମରୁ…

ଯୋଗାଯୋଗର ଭାଷା ଜାଣିବା ଜରୁରୀ

ମୋର ୨ଜଣ ପୁତୁରା କେନ୍ଦ୍ରୀୟ ବିଦ୍ୟାଳୟରେ ପଢୁଛନ୍ତି। ମୁଁ ସେମାନଙ୍କୁ ପାଠ ପଢ଼ାଇବା ବେଳେ ସେମାନେ କୁହନ୍ତି, ଦାଦା ସରଳ ଭାଷାରେ ବିଷୟଗୁଡିକ ବୁଝାଇଦିଅ, ଯେମିତି ବିଦ୍ୟାଳୟରେ…

ଡିଜିଟାଲ କାରବାରରେ ସନ୍ଦେହ

କୌଶଳକରି ଅନ୍‌ଲାଇନ ଅର୍ଥ ହସ୍ତାନ୍ତର ବ୍ୟବସ୍ଥା ୟୁନିଫାଏଡ୍‌ ପେମେଣ୍ଟ ଇଣ୍ଟରଫେସ୍‌ (ୟୁପିଆଇ) ଉପରେ କେନ୍ଦ୍ର ସରକାର ଚାପ ଦେଇଛନ୍ତି । ଅର୍ଥାତ୍‌ ପ୍ରଚଳନହେବା ପରଠାରୁ ନଗଦ ଟଙ୍କା…

ଫୁଟ୍‌ପାଥରୁ ବି ବିଦା

ଭାରତୀୟ ଅର୍ଥନୀତି ୮ ନଭେମ୍ବର ୨୦୧୬ରେ ବିମୁଦ୍ରୀକରଣ ପରେ ଏପରି ତଳକୁ ଖସିଯାଇଛି ଯେ, ତାହା ଆଜିଯାଏ ସଳଖି ଠିଆ ହୋଇପାରୁନାହିଁ। ସେତେବେଳେ ସୂକ୍ଷ୍ମ, କ୍ଷୁଦ୍ର ଓ…

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?