ବର୍ଷାପାଗ ଯୋଗୁ ବନ୍ଦ ଘୋଷଣା ବାତିଲ: ସ୍ବାଭାବିକ ରହିବ ବିଦ୍ୟୁତ ସେବା

ବରଗଡ଼,୯।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଡିଭିଜନ-୨ ଗ୍ରୀଡରୁ ୧୧କେଭି ଟେଲିଫୋନ ଏକ୍ସଚେଞ୍ଜ ଫିଡର୍‌ ଶନିବାର ସକାଳୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ଶୁକ୍ରବାର ଟିପିଡବ୍ଲୁଓଡିଏଲ ଘୋଷଣା କରିଥିଲା। ତେବେ ଶନିବାର ବର୍ଷାପାଗ ଲାଗି ରହିଥିବାରୁ ଏହି ଘୋଷଣାକୁ ଶନିବାର ସକାଳୁ ବାତିଲ କରିଦିଆଯାଇଛି। ଫଳରେ ବିଦ୍ୟୁତ ସେବା ବନ୍ଦ ରହିବ ନାହିଁ ଏବଂ ପୂର୍ବଭଳି ସ୍ବାଭାବିକ ରହିବ ବୋଲି ସୂଚନା ଦିଆଯାଇଛି।
ଏଠାରେ ଉଲ୍ଲେଖନୀୟ, ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବରଗଡ଼ ସହରସ୍ଥିତ ଏସପି ଅଫିସ ଓ ମୁଖ୍ୟ ରାସ୍ତା ଅଞ୍ଚଳ, ସିଭିଲ କୋର୍ଟ ଅଞ୍ଚଳ, ସରକାରୀ ବସଷ୍ଟାଣ୍ଡ, ମହିଳା ମହାବିଦ୍ୟାଳୟ, ଗୌଡ଼ପଡ଼ା, ଥାନାଛକ, ମହାନ୍ତିପଡ଼ା, ହାଟପଦା, ଧର୍ମଶାଳା, କାଳୀ ମନ୍ଦିର, ମିନି ଷ୍ଟାଡିୟମ, କଲେଜ ରୋଡ, ରଙ୍ଗରପଡ଼ା, ଟିଏଫ କଲେଜ ଗଳି, ଆରଏମ ପଣ୍ଡା ଗଳି, ଗଜାନନ କମ୍ପ୍ଲେକ୍ସ, ମୀରା ହୋଟେଲ ପଛ ପାର୍ଶ୍ୱ, ଗୋବିନ୍ଦପାଲି ରୋଡ, ଶକ୍ତି ନଗର ଅଞ୍ଚଳ, ମିନି ଷ୍ଟାଡିୟମ ପଛ ପାର୍ଶ୍ୱ, ଷ୍ଟେଟ ବ୍ୟାଙ୍କ ଅଞ୍ଚଳ, ଜର୍ଜ ହାଇସ୍କୁଲ ଅଞ୍ଚଳ, ଶିବାନନ୍ଦ ନଗର ଅଞ୍ଚଳ, ଲୁଲୁ ଡାକ୍ତର ଗଳି, ଗୁହାଳ ପଡ଼ା, ମହାରାଜା କଲୋନୀ, ସରକାରୀ ବସ ଷ୍ଟାଣ୍ଡ ସମ୍ମୁଖ ମୁଖ୍ୟ ରାସ୍ତା, ମହାରାଜା ହୋଟେଲ, ଗୌରୀ ଶଙ୍କର ମନ୍ଦିର ଅଞ୍ଚଳ, ସେଲଟେକ୍ସ ଅଞ୍ଚଳ, ପୋଲିସ କଲୋନୀ, ଜେଲ ଅଞ୍ଚଳ, ଲେଙ୍ଗୁ ମିଶ୍ର ଚୌକ, ହସ୍ପିଟାଲ ରୋଡ, ସରକାରୀ ହସ୍ପିଟାଲ, ମିଶ୍ର କମ୍ପ୍ଲେକ୍ସ, ବିଶି ପଡ଼ା ଅଞ୍ଚଳ, ବଙ୍ଗାଳୀ ପଡ଼ା, ଗୋକୁଳ ଧାମ, ବ୍ରହ୍ମକୁମାରୀ, ଖଜୁରଟିକ୍ରା ଅଞ୍ଚଳରେ ବିଦ୍ୟୁତ୍ ସେବା ପ୍ରଭାବିତ ହେବ ବୋଲି ଟିପି ଡବ୍ଲୂଓଡିଏଲ ପକ୍ଷରୁ ସୂଚନା ଦେଇଥିଲା। ଏବେ ପୂର୍ବ ଘୋଷଣାକୁ ବାତିଲ କରିଦିଆ ଯାଇଥିବା ଯୋଗୁ ବିଦ୍ୟୁତ ସେବା ସ୍ବାଭାବିକ ରହିବ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ୯ବୁଣାକାରଙ୍କୁ ରାଜ୍ୟ ପୁରସ୍କାର: ଜାଣନ୍ତୁ କିଏ କିଏ ପାଇଲେ ଏହି ସମ୍ମାନ

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ସ୍ଥିତ ବୟନଶିଳ୍ପ ଉପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଜିଲାସ୍ତରୀୟ ଜାତୀୟ ହସ୍ତତନ୍ତ ଦିବସ ପାଳିତ ହୋଇଛି। କାର୍ଯ୍ୟକ୍ରମରେ ଜିଲାପାଳ ଆଦିତ୍ୟ ଗୋୟଲ ମୁଖ୍ୟ ଅତିଥିଭାବେ…

ମୋଦିଙ୍କୁ ଫୋନ କରି ଏମିତି କହିଦେଲେ ନେତାନ୍ୟାହୁ, ଚାରିଆଡେ ପଡିଗଲା ଚହଳ

ନୂଆଦିଲ୍ଲୀ,୮।୮: ଆମେରିକା-ଇରାନ ଯୁଦ୍ଧକୁ ନେଇ ପଶ୍ଚିମ ଏସିଆରେ ଉତ୍ତେଜନା ଜାରି ରହିଛି। ମିଡିଲ ଇଷ୍ଟର ପରିସ୍ଥିତିକୁ ନେଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଇସ୍ରାଏଲର ପ୍ରଧାନମନ୍ତ୍ରୀ…

ଝିଲିମିଣ୍ଡା ପାଇଁ ଗୌରବ ଆଣିଲେ ରାମ ମେହେର

ଅତାବିରା,୮ା୮ (ଯୁଧିଷ୍ଠିର ମହାପାତ୍ର):ଜାତୀୟ ହସ୍ତତନ୍ତ ଦିବସ ଅବସରରେ ବରଗଡ଼ ଜିଲା ପାଇଁ ଆସିଛି ଗର୍ବର ମୁହୂର୍ତ୍ତ। ଅତାବିରା ବ୍ଲକ ଅନ୍ତର୍ଗତ ଝିଲିମିଣ୍ଡା ଗ୍ରାମର ବିଶିଷ୍ଟ ହସ୍ତତନ୍ତ ଶିଳ୍ପୀ…

ସୀମା ବିବାଦ ସମାଧାନ ପାଇଁ କୂଟନୈତିକ ଏବଂ ସାମରିକ ମାର୍ଗ ଆପଣେଇବେ ଭାରତ-ଚାଇନା

ନୂଆଦିଲ୍ଲୀ, ୮।୮: ଭାରତ ଏବଂ ଚାଇନା ମଧ୍ୟରେ ସୀମାକୁ ନେଇ ରହିଥିବା ବିବାଦର ସମାଧାନ ପାଇଁ କୂଟନୈତିକ ଏବଂ ସାମରିକ ମାଧ୍ୟମଗୁଡ଼ିକୁ ବ୍ୟବହାର ଜାରି ରଖିବାକୁ ଉଭୟ…

ଜନ୍ମଗତ ନାଗରିକତ୍ୱ ସୀମିତ କରିବାକୁ ନିର୍ଦ୍ଦେଶନାମାରେ ସ୍ବାକ୍ଷର କଲେ ଟ୍ରମ୍ପ୍‌

ଓ୍ବାଶିଂଟନ,୮ା୮: ଆମେରିକା ସୁପ୍ରିମକୋର୍ଟଙ୍କ ରାୟର କିଛି ସପ୍ତାହ ପରେ ରାଷ୍ଟ୍ରପତି ଡେନାଲ୍ଡ ଟ୍ରମ୍ପ୍‌ ବାର୍ଥ ଟ୍ୟୁରିଜମ୍‌ ବା ଜନ୍ମ ପର୍ଯ୍ୟଟନ ଉପରେ ରୋକ ଲଗାଇବା ଏବଂ ଜନ୍ମଗତ…

ଭାଜପା-ଏସ୍‌ଏଡି ମେଣ୍ଟ ଚର୍ଚ୍ଚା

ନୂଆଦିଲ୍ଲୀ,୮ା୮: ଶିରୋମଣି ଅକାଳୀ ଦଳ (ଏସ୍‌ଏଡି) ମୁଖ୍ୟ ସୁଖବୀର ସିଂ ବାଦଲ ଶୁକ୍ରବାର ପାର୍ଲାମେଣ୍ଟ ପରିସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିବାରୁ ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ…

ଲଗାଣ ବର୍ଷାରେ କ୍ଷୟକ୍ଷତି ଆକଳନରେ ବିଳମ୍ବ

ଅମରପାଲି,୮ା୮(ପୀତାମ୍ବର ସାହୁ): ଜୁନରେ ଅନାବୃଷ୍ଟି ଏବଂ ଜୁଲାଇରେ ଲଗାଣ ବର୍ଷା ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ତହସିଲ ଅଞ୍ଚଳର ଚାଷୀଙ୍କ ପାଇଁ ଦ୍ୱିମୁଖୀ ବିପର୍ଯ୍ୟୟ ସୃଷ୍ଟି କରିଛି। ଧାନ,…

ଧନୀ ହେବା ପୂର୍ବରୁ ବୁଢ଼ା ହେବ ଭାରତ: ଗବେଷଣାରୁ ଚାଞ୍ଚଲ୍ୟକର ଖୁଲାସା

ନୂଆଦିଲ୍ଲୀ,୮ା୮(ପି.ଟି.):ଭାରତରେ ହାରାହାରି ପ୍ରତି ୫ ଜଣରେ ଜଣେ ବ୍ୟକ୍ତିଙ୍କ ବୟସ ୬୦ ବର୍ଷରୁ ଅଧିକ ହେବ ଏବଂ ପ୍ରାୟ ୧୦ ଜଣଙ୍କ ମଧ୍ୟରୁ ୭ ଜଣ ବୟସ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri