ଅଧିକାର ଫେରାଇଆଣ

ଆକାର ପଟେଲ

ଚଳିତ ମାସରେ ଆମେ ଗଣତନ୍ତ୍ର ଦିବସ ପାଳନ କରିବା, ଯାହା ସ୍ବାଧୀନତା ଦିବସଠାରୁ ଭିନ୍ନ। ଏହି ଦୁଇ ଦିବସ ମଧ୍ୟରେ ଥିବା ପାର୍ଥକ୍ୟ ସମ୍ପୂର୍ଣ୍ଣ ବୁଝାପଡେନି କି ଅନୁଭବ ବି କରାଯାଇ ପାରେ ନାହିଁ। ଅଗଷ୍ଟ ୧୫ରେ ଭାରତରୁ ବିଦେଶୀ ଶାସନ ହଟାଇ ଦିଆଯାଇଥିଲା ଓ ଏହିଦିନକୁ ଆମେ ପ୍ରତିବର୍ଷ ସ୍ବାଧୀନତା ଦିବସ ଭାବେ ପାଳନ କରୁ। ଜାନୁୟାରୀ ୨୬କୁ ଆମେ ଗଣତନ୍ତ୍ର ଦିବସ ଭାବେ ପାଳନ କରୁଛୁ,କାରଣ ଏହି ଦିନ ଗଣତନ୍ତ୍ର ପାଇଁ ସମ୍ବିଧାନ କାର୍ଯ୍ୟକାରୀ କରିଛୁ। ଉଲ୍ଲେଖନୀୟ ଯେ, କିଛି କାରଣ ପାଇଁ ଆମେ ଗଣତନ୍ତ୍ର ଦିବସକୁ ଏକ ସେନାବାଦର ଉତ୍ସବ ଭାବେ ପାଳନ କରୁ। ସଶସ୍ତ୍ର ସେନା କର୍ମଚାରୀଙ୍କ ସହ ସେମାନଙ୍କ ଯୁଦ୍ଧ ମେଶିନ ଏହି ଦିବସରେ ମାର୍ଚ୍ଚିଂରେ ଭାଗ ନେଇଥାନ୍ତି। ଉତ୍ତରପୂର୍ବ ଏବଂ କଶ୍ମୀର ଯେଉଁଠି ଲୋକମାନଙ୍କର ସେନା କାର୍ଯ୍ୟକଳାପ ସମ୍ବନ୍ଧରେ ଅଭିଜ୍ଞତା ରହିଛି ସେମାନଙ୍କ ପାଇଁ ଏହି ଉତ୍ସବ କି ଗୁରୁତ୍ୱ ରଖେ କିମ୍ବା ସାଧାରଣତନ୍ତ୍ର ଦିବସ ପାଳନ କରିବାର ଏହା କ’ଣ ଠିକ୍‌ ଧାରା- ଏମିତିକା ପ୍ରଶ୍ନ ସେମାନଙ୍କୁ କରିପାରିବା। ଗଣତନ୍ତ୍ର ଲୋକତନ୍ତ୍ର ଠାରୁ ମଧ୍ୟ ବହୁତ ବଡ଼। ନିର୍ବାଚନ ମାଧ୍ୟମରେ ବହୁମତ ହାସଲ କରିଥିବା ଲୋକ ପ୍ରତିନିଧିମାନଙ୍କ ଦ୍ୱାରା ଶାସିତ ସରକାରକୁ ଲୋକତନ୍ତ୍ର କୁହାଯାଏ। ସାର୍ବଜନିକ ବୟସ୍କ ମତାଧିକାର- ନିଜ ମତାଧିକାର ସାବ୍ୟସ୍ତ କରି ଲୋକ ପ୍ରତିନିଧିମାନଙ୍କୁ ଚୟନ କରିବା ହେଉଛି ଗଣତନ୍ତ୍ରର ଏକ ପକ୍ଷ। ଏହାର ଅନ୍ୟ ଦୁଇଟି ପକ୍ଷ ବା ଉଦ୍ଦେଶ୍ୟ ହେଉଛି ମୌଳିକ ଅଧିକାର ସାବ୍ୟସ୍ତ କରିବା ଏବଂ ନାଗରିକ ସ୍ବାଧୀନତା। ଏହି ଦୁଇଟିଯାକ ସମାନ୍ତରାଳ ଭାବେ ଗୁରୁତ୍ୱପୂର୍ଣ୍ଣ ଏବଂ ଏହାକୁ ଛାଡି ତୁମେ ହୁଏତ ଲୋକତନ୍ତ୍ରକୁ ଉପଭୋଗ କରିପାରିବ, କିନ୍ତୁ ଗଣତନ୍ତ୍ରକୁ ହାସଲ କରିପାରିବ ନାହିଁ। ଏହା ମଧ୍ୟରେ ଅଭିବ୍ୟକ୍ତିର ସ୍ବାଧୀନତାର ଅଧିକାର, ଶାନ୍ତିପୂର୍ଣ୍ଣ ସମବେତ ଅଧିକାର, ଧର୍ମ ସ୍ବତନ୍ତ୍ରତାର ଅଧିକାର, ସଂଘ ଗଢିବାର ଅଧିକାର ଏବଂ ଯେକୌଣସି ବୃତ୍ତି ଆପଣାଇ ସ୍ବତନ୍ତ୍ର ଭାବେ ଜୀବନଧାରଣ କରିବାର ଅଧିକାର ରହିଛି। ଆପଣ ଯଦି ଏଭଳି ଏକ ରାଷ୍ଟ୍ରରେ ବାସ କରୁଥିବେ ଯେଉଁଠାରେ ବୟସ୍କମାନଙ୍କୁ ମତଦାନ କରିବାର ଅଧିକାର ରହିଥିବ ଏବଂ ନିର୍ବାଚନ ହେଉଥିବ, କିନ୍ତୁ ସେମାନଙ୍କର ଉପରୋକ୍ତ କୌଣସି ଅଧିକାର ଏବଂ ସ୍ବାଧୀନତା ସବୁ ନ ଥିବ, ତେବେ ସେହି ଦେଶରେ ହୁଏତ ଲୋକତନ୍ତ୍ର ଥାଇପାରେ, କିନ୍ତୁ ଗଣତନ୍ତ୍ର ନ ଥିବ। ତେଣୁ ଅଧିକାର ପ୍ରକୃତରେ ଲୋକଙ୍କ ପାଖରେ ନାହିଁ, ରହିଛି ଦେଶ ଚଳାଉଥିତ୍ବା ସରକାରଙ୍କ ନିକଟରେ।
ଭାରତୀୟମାନଙ୍କର ଶାନ୍ତପୂର୍ଣ୍ଣ ଭାବେ ସମବେତ ଦେବାର ଅଧିକାର ରହିଛି। ଏହା ବାସ୍ତବରେ ଏକ ମୌଳିକ ଅଧିକାର। କିନ୍ତୁ ଭାରତୀୟମାନଙ୍କର ଏହି ଅଧିକାର ନାହିଁ। କେବଳ ପୋଲିସ ଏବଂ ପ୍ରଶାସନିକ ଅଧିକାରୀମାନଙ୍କୁ ଦରଖାସ୍ତ କରି ଏକ ଶାନ୍ତିପୂର୍ଣ୍ଣ ପ୍ରତିବାଦ ପାଇଁ ଅନୁମତି ପାଇବାର ଅଧିକାର ସେମାନଙ୍କର ଅଛି। ଅପରପକ୍ଷେ ସରକାରଙ୍କ ପାଖରେ ଏହାକୁ ଅନୁମତି ଦେବା, ନାକଚ କରିବା କିମ୍ବା ଉତ୍ତର ନ ଦେବାର ଅଧିକାର ଅଛି। ସେହିପରି ନାଗରିକମାନଙ୍କର ବୃତ୍ତିଗତ ଅଧିକାର ବି ନାହଁି। ଏବେ ଲାଗୁ କରାଯାଇଥିବା ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶର ନୂଆ ଆଇନ ଏବଂ ବହୁ ପୁରୁଣା ଆଇନ ଓ କୋର୍ଟଙ୍କ ରାୟରୁ ଜଣାପଡ଼େ କି ଲୋକମାନଙ୍କର ଧାର୍ମିକ ସ୍ବାଧୀନତା ନାହିଁ। ଭାରତରେ ବାକ୍‌ ସ୍ବାଧୀନତାକୁ ମଧ୍ୟ ଦେଶଦ୍ରୋହ, ମାନହାନି ଓ ଅବମାନନା ଆଇନ ଦ୍ୱାରା ଅପରାଧ ରୂପେ ବିବେଚନା କରାଯାଉଛି। ପ୍ରଥମରୁ ସମ୍ବିଧାନରେ ଯେଉଁ ସବୁ ଅଧିକାର ଏବଂ ସ୍ବାଧୀନତାକୁ ‘ମୌଳିକ’ ଭାବେ ଉପସ୍ଥାପନା କରାଯାଇଥିଲା ତାହା ଏବେ ସେମିତି ନାହିଁ। ଏଥିରୁ ଯାହା ନିଷ୍କର୍ଷ ମିଳୁଛି ଯେ ଭାରତ ଏକ ଲୋକତନ୍ତ୍ର। କିନ୍ତୁ ଏହା ଏକ ଗଣତନ୍ତ୍ର ହୋଇପାରିବ କି? ବାସ୍ତବତା ହେଉଛି, ଏବେ ନାଗରିକମାନଙ୍କ ନିକଟରେ ସେମାନଙ୍କ ମୌଳିକ ଅଧିକାରଗୁଡ଼ିକ ନାହିଁ, ସେଗୁଡ଼ିକ ସରକାରଙ୍କ ପଖରେ ରହିଛି। ସମୟର ସ୍ରୋତରେ ଏହା ଘଟିଛି। ଉପର ଲିଖିତ ସବୁ ଅଧିକାରଗୁଡ଼ିକୁ୍‌ ଭାରତୀୟମାନଙ୍କୁ ସମ୍ବିଧାନ ପ୍ରଦାନ କରିଥିଲା, ଯେଭଳି ଏଗୁଡ଼ିକ ଆମେରିକା ଭଳି ଗଣତନ୍ତ୍ରରେ ରହିଛି। ଭାରତରେ ଏହିସବୁ ଅଧିତ୍କାରକୁ ସଂଶୋଧନ କରାଗଲା। ଏହାକୁ ଏତେ କଟାକଟି କରାଗଲା ଯେ, ଏବେ ଏହି ସବୁ ଅଧିକାର ଆଦୌ ନାହିଁ ବୋଲି କୁହାଯାଇପାରେ। ସରକାର ଲୋକମାନଙ୍କଠାରୁ ଅଧିକାର ଛଡ଼ାଇ ନେଇଛନ୍ତି। ନିଜ ସୁବିଧା ପାଇଁ ସରକାର ଏହାକୁ ଗୃହୀତ କରାଇଛନ୍ତି। ଏ ସମ୍ପର୍କରେ ସମ୍ବିଧାନର ପାର୍ଟ-୩ରେ ଯୋଡ଼ା ହୋଇଥିବା ଫୁଟ୍‌ନୋଟରୁ ଅନେକ କିଛି ଜାଣିହେବ। ଫୁଟ୍‌ନୋଟ୍‌ରୁ ଜଣାପଡେ ଯେ,ବାକ୍‌ ସ୍ବାଧୀନତା ଉପରେ ପ୍ରତିବନ୍ଧକ ଲଗାଇବାରେ ସରକାରଙ୍କୁ କେହି ଅଟକାଇ ପାରିବେ ନାହଁି। ସମ୍ବିଧାନ ସଭା ମାଧ୍ୟମରେ ବାକ୍‌ ସ୍ବାଧୀନତାର ଅଧିକାର ପାଇଥିବା ଲୋକମାନେ ଏବେ ସରକାରଙ୍କ ଅଧୀନ ହୋଇଗଲେ। ସେହିପରି ସମ୍ବିଧାନର ଫୁଟ୍‌ନୋଟସ ଏବଂ ସେଗୁଡ଼ିକର ବ୍ୟାଖ୍ୟା ଜିଇଁବାର ଅଧିକାର ସମେତ ଅନ୍ୟ ସବୁ ଅଧିତ୍କାର ଏବଂ ସ୍ବାଧୀନତା ଛଡାଇ ନେଲା। ବିନା ଅପରାଧରେ ଭାରତ ସରକାର ଜଣଙ୍କୁ ଜେଲରେ ରଖିତ୍ପାରିବେ। ତେବେ ନାଗରିକମାନଙ୍କ ଉପରେ କ୍ଷମତା ଜାହିରି କରୁଥିବା ଗୋଟିଏ ସରକାର ଓ ବ୍ରିଟିଶ ଶାସନ ମଧ୍ୟରେ କ’ଣ ପ୍ରଭେଦ ରହିଛି? ତେବେ ଏ ସମ୍ପର୍କରେ ଏବେ କ’ଣ କରାଯାଇପାରିବ। ସମାଧାନର ବାଟ ସ୍ପଷ୍ଟ। ଯଦି ସରକାର ଅତୀତରେ କରିଥିବା କ୍ଷତି ଦୂରକରିବା ଲାଗି ପ୍ରଯତ୍ନ ହୁଅନ୍ତି,ତେବେ ସମାଧାନ ହୋଇପାରିବ। ସମ୍ବିଧାନର ଧାରା ୧୩ କହେ, ‘ସରକାର ଏମିତି କୌଣସି ବିଧି ଗଠନ କରିପାରିବେ ନାହିଁ ଯାହା ଉକ୍ତ ଧାରାରେ ପ୍ରଦତ୍ତ ଅଧିକାରଗୁଡ଼ିକୁ ଛଡାଇ ନେବ ବା ନୂ୍ୟନ କରିବ ଏବଂ ଏହି ଧାରାକୁ ବିରୋଧ କଲାଭଳି କୌଣସି ଆଇନ ବ୍ୟର୍ଥ ହେବ’। ସରକାର ତାଙ୍କ ନାଗରିକମାନଙ୍କୁ ଧୋକା ଦେଇଥିବା ଏଥିରୁ ସ୍ପଷ୍ଟ ଜଣାପଡୁଛି। ଏ ପର୍ଯ୍ୟନ୍ତ ଆମ ସପକ୍ଷରେ ରହିଥିବା ସମ୍ବିଧାନର ସେହି ସବୁ ଭାଗଗୁଡ଼ିକୁ ଉପଯୋଗ କରିବା ଏବଂ ଅନ୍ୟାୟରେ ଆମମାନଙ୍କଠାରୁ ଛଡ଼ାଇ ନିଆଯାଇଥିବା ଆମର ଅଧିକାର ଓ ସ୍ବାଧୀନତାକୁ ସରକାରଙ୍କଠାରୁ ଫେରାଇ ଆଣିବାକୁ ଆମେ ଏହି ଗଣତନ୍ତ୍ର ଦିବସରେ ପ୍ରତିଜ୍ଞା କରିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?