Posted inଖେଳ

ବୁମ୍‌ରା, ସିରାଜଙ୍କୁ ବର୍ଣ୍ଣବୈଷମ୍ୟ ଆକ୍ଷେପ: ମ୍ୟାଚ ରେଫରିଙ୍କ ନିକଟରେ ବିସିସିଆଇର ଅଭିଯୋଗ

ସିଡ୍‌ନୀ,୧୦।୧(ପି.ଟି.): ତୃତୀୟ ଟେଷ୍ଟର ତୃତୀୟ ଦିବସରେ ଏକ ଅଭାବନୀୟ ଘଟଣା ଘଟିଛି। ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ୍‌ ବୁମ୍‌ରା ଓ ମହମ୍ମଦ ସିରାଜ ବର୍ଣ୍ଣବୈଷମ୍ୟ ଆକ୍ଷେପର ଶିକାର ହୋଇଛନ୍ତି। ଜଣେ ମଦ୍ୟପ ଦର୍ଶକ ଏହି ଦୁଇଜଣଙ୍କୁ ବର୍ଣ୍ଣବୈଷମ୍ୟ ଆକ୍ଷେପ କରିଥିଲେ। ଫଳରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏ ନେଇ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ମ୍ୟାଚ ରେଫରିଙ୍କ ନିକଟରେ ଅଭିଯୋଗ କରିଛି।
ବିସିସିଆଇର ଅଭିଯୋଗ ଅନୁସାରେ ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡ (ଏସ୍‌ସିଜି)ର ଏକ ଷ୍ଟାଣ୍ଡରେ ବସିଥିବା ଦର୍ଶକ ଜଣକ ସିରାଜଙ୍କୁ ମଙ୍କି ବା ମାଙ୍କଡ଼ ବୋଲି କହିଥିଲେ। ଏହା ୨୦୦୭-୦୮ରେ ଭାରତ ଅଷ୍ଟ୍ରେଲିଆ ଗସ୍ତର ‘ମଙ୍କିଗେଟ୍‌’ ବିବାଦକୁ ମନେ ପକାଇଦେଇଛି। ଏହି ଘଟଣା ମଧ୍ୟ ସିଡ୍‌ନୀ ଟେଷ୍ଟ ଖେଳିବା ଅବସରରେ ଘଟିଥିଲା। ଅଷ୍ଟ୍ରେଲିଆ ଅଲ୍‌ରାଉଣ୍ଡର ଆଣ୍ଡ୍ର୍ୟୁ ସାଇମଣ୍ଡ୍ସ ଭାରତୀୟ ସ୍ପିନର ହରଭଜନ ସିଂଙ୍କ ବିରୋଧରେ ବର୍ଣ୍ଣବୈଷମ୍ୟ ଆକ୍ଷେପ କରିବାର ଅଭିଯୋଗ ଆଣିଥିଲେ। ହରଭଜନ ତାଙ୍କୁ ଏକାଧିକବାର ମଙ୍କି କହିଥିଲେ ବୋଲି ସାଇମଣ୍ଡ୍ସ କହିଥିଲେ। ତେବେ ଏ ନେଇ ସେତେବେଳେ ହୋଇଥିବା ଶୁଣାଣିରେ ହରଭଜନ ଦୋଷମୁକ୍ତ ହୋଇଥିଲେ।
ବର୍ଣ୍ଣବୈଷମ୍ୟ ଆକ୍ଷେପ ନେଇ ଦିବସର ଖେଳ ପରେ ଅଧିନାୟକ ଅଜିଙ୍କ୍ୟ ରାହାନେ, ଅମ୍ପାୟର, ସୁରକ୍ଷା ଅଧିକାରୀମାନଙ୍କ ମଧ୍ୟରେ ଏକ ଲମ୍ବା ଆଲୋଚନା ହୋଇଥିଲା। ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସରେ ପିଲ୍ଡିଂ କରିବା ଅବସରରେ ଦୁଇ ଭାରତୀୟ ଖେଳାଳିଙ୍କୁ ସିଧାସଳଖ ଆକ୍ଷେପ କରାଯାଇଥିଲା ବୋଲି ବିସିସିଆଇ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାହ୍ମଣୀରେ ଭାସିଗଲେ ୩ ସାଙ୍ଗ

ତାଳଚେର,୮।୬; ଅନୁଗୋଳ ଜିଲା ତାଳଚେର ବ୍ରାହ୍ମଣୀ ନଦୀରେ ସୋମବାର ଏକ ଅଘଟଣ ଘଟିଛି। ୩ଜଣ ସାଙ୍ଗ ଗାଧୋଇବା ବେଳେ ଭାସିଯାଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କୁ ମୃତ ଅବସ୍ଥାରେ…

୧୦୯ ବର୍ଷ ପରେ ଏହି କାମ କରିବାକୁ ଯାଉଛି ଆମେରିକା: ବିଶ୍ୱରେ ପଡ଼ିଲା ଚହଳ

ଓ୍ବାଶିଂଟନ୍‌,୮।୬:ବିଶ୍ୱର ସର୍ବଶ୍ରେଷ୍ଠ ଶକ୍ତି ଭାବରେ ବିବେଚିତ ଯୁକ୍ତରାଷ୍ଟ୍ର ପୁଣି ଥରେ ଅନ୍ୟ ଏକ ରାଷ୍ଟ୍ରରୁ ଅଞ୍ଚଳ କିଣିବା ବିଷୟରେ ଚିନ୍ତା କରୁଛି। ରିପୋର୍ଟ ଅନୁଯାୟୀ, ରାଷ୍ଟ୍ରପତି ଡୋନାଲ୍ଡ…

ଦିଲ୍ଲୀରେ ଗର୍ଜିଲେ ମମତା: ଇଣ୍ଡିଆ ମେଣ୍ଟ ବୈଠକରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୮।୬: ବିରୋଧୀ ମେଣ୍ଟ ଇଣ୍ଡିଆ ବ୍ଲକରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ବୈଠକରେ ଅର୍ଥନୈତିକ, ସାମାଜିକ ଏବଂ ବୈଦେଶିକ ନୀତି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଘେରିବା ପାଇଁ…

ଦାରିଙ୍ଗବାଡ଼ିରୁ ବେଙ୍ଗାଲୁରୁକୁ ଗଞ୍ଜେଇ ଚାଲାଣ, ମାଡ଼ି ବସିଲା ପୋଲିସ, ୩ ଜଣଙ୍କୁ ଧରି…

ଦାରିଙ୍ଗବାଡ଼ି,୮ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରୁ କର୍ନାଟକ ରାଜ୍ୟ ବେଙ୍ଗାଲୁରୁକୁ ଗଞ୍ଜେଇ ଚୋରାଚାଲାଣ ବେଳେ ମାଡ଼ି ବସିଲା ଦାରିଙ୍ଗବାଡ଼ି ପୋଲିସ। ୨୩ କେଜି ଗଞ୍ଜେଇକୁ…

ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ମୃତ୍ୟୁକୁ ନେଇ ପ୍ରତିକ୍ରିୟା ରଖିଲେ ଡିସିପି, କହିଲେ…

କଟକ,୮।୬: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ଘଟଣାରେ କଟକ ଡିସିପି ଖିଲାରୀ ରିଷିକେଶ ସୋମବାର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଡିସିପି କହିଛନ୍ତି, ଚନ୍ଦ୍ରିକା ବ୍ରିଜ ନିକଟକୁ…

Indian Embassy Advisory: ମିଶାଇଲ ମାଡ଼ ପରେ ଇରାନରେ ଥିବା ଭାରତୀୟଙ୍କ ପାଇଁ ଆଡଭାଇଜରୀ ଜାରି

ତେହରାନ/ନୂଆଦିଲ୍ଲୀ,୮।୬: ଇରାନରେ ଥିବା ଭାରତୀୟ ଦୂତାବାସ ଭାରତୀୟ ନାଗରିକଙ୍କ ପାଇଁ ଏହାର ଯାତ୍ରା ପରାମର୍ଶକୁ ପୁନର୍ବାର ଦୋହରାଇଛି। ଦୂତାବାସ କହିଛି ଯେ, ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି,…

ଗଣ୍ଠି ଯନ୍ତ୍ରଣା ପାଇଁ ରୋବୋଟିକ୍‌ ସର୍ଜରି

ସାଧାରଣତଃ ଗଣ୍ଠି ଯନ୍ତ୍ରଣାକୁ ଅଧିକାଂଶ ବାର୍ଦ୍ଧକ୍ୟର ଏକ ଅପରିହାର୍ଯ୍ୟ ଅଂଶ ବୋଲି ଗ୍ରହଣ କରିଥା’ନ୍ତି। ହେଲେ ବାସ୍ତବରେ ବିଭିନ୍ନ କାରଣରୁ ବର୍ତ୍ତମାନ କେବଳ ବୟସ୍କ ନୁହନ୍ତି ଅନ୍ୟମାନଙ୍କଠାରେ…

କଳିଯୁଗର ସାବିତ୍ରୀ: ବ୍ରେନ୍ ଷ୍ଟ୍ରୋକ୍ ସ୍ୱାମୀଙ୍କୁ ପିଠିରେ ବୋହି ମେଡିକାଲ୍ ଆଣିଲେ ପତ୍ନୀ, ଭାଇରାଲ୍ ହେଉଛି କରୁଣ ଚିତ୍ର

ମୁମ୍ବାଇ,୮ା୬: ମହାରାଷ୍ଟ୍ରର ଆକୋଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ସ୍ତ୍ରୀ ତାଙ୍କ ସ୍ୱାମୀଙ୍କୁ ପିଠିରେ ବୋହି ଡାକ୍ତରଖାନା ନେଇଥିଲେ । ସ୍ୱାମୀଙ୍କୁ ବ୍ରେନ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri