ନଦୀର ସ୍ବାସ୍ଥ୍ୟ

ବାଦଲ ଭୂୟାଁ

ତିମଧ୍ୟରେ ଓଡ଼ିଶାରେ ଲଘୁଚାପଜନିତ ବର୍ଷା ଓ ପରବର୍ତ୍ତୀ ସମୟରେ କିଛି ନଦୀରେ ବନ୍ୟା ବିଶେଷକରି ଉପକୂଳବର୍ତ୍ତୀ ଜିଲାରେ ବ୍ୟାପକ କ୍ଷୟକ୍ଷତି କରିଛି। ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ ଓ ଅନେକ ସମୟରେ ଏହି ରାଜ୍ୟ ବିଶେଷକରି ବନ୍ୟା ଓ ବର୍ଷା ପରି ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରୁଛି। ଏହିପରି ଏକ ସମୟରେ ନିକଟରେ ଏକ ଜାତୀୟସ୍ତରର ଗଣମାଧ୍ୟମର ଖବରଟି ଚର୍ଚ୍ଚା ସୃଷ୍ଟି କରିଛି। ତାହାହେଉଛି ବିଶ୍ୱ ବ୍ୟାଙ୍କର ତଥ୍ୟ ଓ ନଦୀଗୁଡ଼ିକର କ୍ଷତି ପରିମାଣ। ୨୦୧୮ ମସିହାରେ ବିଶ୍ୱ ବ୍ୟାଙ୍କ ଦ୍ୱାରା କରାଯାଇଥିବା ଏକ ଆକଳନ ଅନୁସାରେ ପାରିବେଶିକ ଅବକ୍ଷୟ ଯୋଗୁ ଭାରତକୁ ନିହାତି କମ୍‌ରେ ୯୧ ବିଲିଅନ ଡଲାର ମୂଲ୍ୟ ଦେବାକୁ ପଡ଼ୁଛି ଏବଂ ଦେଶର ନଦ ନଦୀଗୁଡ଼ିକର କ୍ଷତି ଏହି ପରିମାଣର ଏକ ଉଲ୍ଲେଖନୀୟ ଅଂଶ। ତେଣୁ ନଦ ନଦୀଗୁଡ଼ିକର କ୍ଷତି ଦେଶ ପାଇଁ କେତେ ମହତ୍ତ୍ୱ ରଖେ, ତାହା ଏଥିରୁ ସହଜରେ ଅନୁମେୟ। କିଛି ମାସ ପୂର୍ବେ ଏନଜିଟିର ନିର୍ଦ୍ଦେଶରେ ସିପିସିବି ଦେଶର ନଦୀମାନଙ୍କର ଅବସ୍ଥା ସମ୍ପର୍କରେ ଏକ ସମୀକ୍ଷା କରିଥିଲା। ଏହି ସମୀକ୍ଷା ରିପୋର୍ଟ ଅନୁସାରେ ମାତ୍ର ଦୁଇ ବର୍ଷ ଭିତରେ ଭୀଷଣ ପ୍ରଦୂଷିତ ହୋଇଥିବା ନଦୀଗୁଡ଼ିକ ସଂଖ୍ୟା ୩୦୨ରୁ ବଢ଼ି ୩୫୧ରେ ପହଞ୍ଚିଛି। ଅର୍ଥାତ୍‌ ପରିବେଶ ପ୍ରଦୂଷଣକୁ ରୋକିବା ପାଇଁ କାର୍ଯ୍ୟ କରୁଥିବା ଦେଶର ସଂସ୍ଥାଗୁଡ଼ିକ କିପରି କାର୍ଯ୍ୟ କରୁଛନ୍ତି, ତାହା ଏହି ସମୀକ୍ଷା ସୂଚାଉଛି। ପରିବେଶର ପ୍ରଦୂଷଣକୁ ରୋକିବା ନିମନ୍ତେ ଦେଶରେ ଅନେକ ଆଇନକାନୁନ, ନୀତି ନିୟମ ତିଆରି କରାଯାଇଛି। କିନ୍ତୁ ସେଗୁଡ଼ିକ ଯେ ବର୍ଜ୍ୟବସ୍ତୁର ପରିଚାଳନା ଏବଂ ଜଳର ଗୁଣାତ୍ମକ ମାନ ବଜାୟ ରଖିବା ନିମନ୍ତେ ବିଶେଷ କିଛି ସହାୟକ ହୋଇନାହିଁ, ତାହା ଏଥିରୁ ଜଣାପଡ଼େ। କେବଳ ଏତିକି ନୁହେଁ, ନଦ ନଦୀଗୁଡ଼ିକର ରକ୍ଷଣାବେକ୍ଷଣ, ଆର୍ଦ୍ର ଅଞ୍ଚଳଗୁଡ଼ିକର ସଂରକ୍ଷଣ ଇତ୍ୟାଦି ନିମନ୍ତେ ରାଷ୍ଟ୍ରୀୟ ସ୍ତରରେ ବେଶ୍‌ କେତେକ କାର୍ଯ୍ୟକ୍ରମ ହାତକୁ ନିଆଯାଇ ଚାଲୁ ରହିଛି। କିନ୍ତୁ ସେଗୁଡ଼ିକ ମଧ୍ୟ ଲକ୍ଷ୍ୟ ହାସଲ କରିବାରେ ବିଫଳ ହୋଇଛନ୍ତି ବୋଲି ଉପରୋକ୍ତ ତଥ୍ୟ ପୁଷ୍ଟ କରୁଛି। ଉଦାହରଣ ଭାବରେ ଗଙ୍ଗାନଦୀକୁ ନିଆଯାଇପାରେ। ନମାମି ଗଙ୍ଗେ ଯୋଜନା କଥା ସମସ୍ତେ ଜାଣନ୍ତି। ସରକାରୀ ତଥ୍ୟ ଅନୁସାରେ କେବଳ ଗଙ୍ଗା ନଦୀର ପରିଷ୍କରଣ ପାଇଁ ୩୬୯୬କୋଟି ଟଙ୍କାର କେନ୍ଦ୍ରୀୟ ପାଣ୍ଠି ସାଢ଼େ ତିନିବର୍ଷ ଭିତରେ ପ୍ରଦାନ କରାଯାଇଛି। କିନ୍ତୁ ଅବସ୍ଥା କ’ଣ ହୋଇଛି, ତାହା ସମସ୍ତଙ୍କୁ ଜଣା। କେବଳ ଉତ୍ତରପ୍ରଦେଶରେ ଏହି ଯୋଜନା ଯାହା କିଛିଟା ସଫଳତା ହାସଲ କରିଛି। ଗୋଟିଏ ନଦୀ ପାଇଁ ଏତେ ପରିମାଣର ଟଙ୍କା ବ୍ୟୟ କରାଯାଉଥିବା ବେଳେ ଦେଶର ଆଉ ୧୪ଟି ରାଜ୍ୟର ୩୨ଟି ପ୍ରଦୂଷିତ ନଦୀର ପରିଷ୍କରଣ ପାଇଁ ଉପରୋକ୍ତ ଅବଧି ମଧ୍ୟରେ ପ୍ରଦାନ କରାଯାଇଛି ମାତ୍ର ୩୫୧ କୋଟି ଟଙ୍କା। ଏହା ସମୁଦ୍ରକୁ ଶଙ୍ଖେ ନୁହେଁ କି? ଦେଶର ସବୁଠାରୁ ପ୍ରଦୂଷିତ ନଦୀଗୁଡ଼ିକ ରହିଛନ୍ତି ମହାରାଷ୍ଟ୍ର, ଗୁଜରାଟ ଏବଂ ଆସାମରେ। ଏହି ସବୁ ରାଜ୍ୟରେ ନଦୀକୂଳିଆ ଅଞ୍ଚଳମାନଙ୍କରେ ଗଢ଼ି ଉଠିଛି ଅନେକ କଳ କାରଖାନା, ସହର ବଜାର, ଯାହାର ବର୍ଜ୍ୟବସ୍ତୁ ନଦୀମାନଙ୍କର ସ୍ବାସ୍ଥ୍ୟ ବିଗାଡ଼ିବା ପାଇଁ ଦାୟୀ। ଦୁର୍ବଳ ଭିତ୍ତିଭୂମି ଯୋଗୁଁ ଏସବୁ ରାଜ୍ୟର ନଦୀଗୁଡ଼ିକର ଅବସ୍ଥା ତେଣୁ ଶୋଚନୀୟ। ତେଣୁ ସିପିସିବି ଏସବୁ ଉପରେ ନିରନ୍ତର ନଜର ରଖିବା ବିଧେୟ। ପ୍ରଦୂଷଣ ନିୟନ୍ତ୍ରର ପାଇଁ ପ୍ରତି ରାଜ୍ୟରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ରହିଛି। ଏମାନଙ୍କ ଜରିଆରେ ସିପିସିବି ପ୍ରଦୂଷଣ ସୃଷ୍ଟିକାରୀ ପଦାର୍ଥଗୁଡ଼ିକର ବିଲୋପ ଘଟାଇବା ଉପରେ ଗୁରୁତ୍ୱ ଦେବା ଉଚିତ।
କଳ କାରଖାନାର ବର୍ଜ୍ୟବସ୍ତୁ ଓ ସହରାଞ୍ଚଳର ଦୂଷିତ ପାଣି ନିକଟବର୍ତ୍ତୀ ନଦୀ ନାଳ ଓ ଜଳ ଭଣ୍ଡାରଗୁଡ଼ିକର ପ୍ରଦୂଷଣର ମୁଖ୍ୟ କାରଣ ପାଲଟୁ ଥିବା ବେଳେ ପ୍ରଦୂଷିତ ଜଳର ପରିଚାଳନା ପାଇଁ ପର୍ଯ୍ୟାପ୍ତ ସଂଖ୍ୟକ ୱାଟର ଟ୍ରିଟ୍‌ମେଣ୍ଟ ବା ଜଳ ଚିକିତ୍ସା ପ୍ଲାଣ୍ଟ ସ୍ଥାପନ କରାଯିବାର ଆବଶ୍ୟକତା ରହିଛି। ଏଥିପାଇଁ ପାଣ୍ଠି ବ୍ୟବସ୍ଥା କରାଯିବା ଉଚିତ। ସହରାଞ୍ଚଳର ଦ୍ରୁତ ଅଭିବୃଦ୍ଧି ପ୍ରଦୂଷଣର ନିୟନ୍ତ୍ରଣ ପଥରେ ଅନ୍ତରାୟ ସୃଷ୍ଟି କରିଥାଏ, କାରଣ ଯେଉଁଭଳି ଭାବରେ ଘର ତିଆରି ବଢ଼ି ଚାଲିଛି, ଭିତ୍ତିଭୂମି ଯୋଜନା ତା’ ସହିତ ତାଳ ଦେଇପାରୁନାହିଁ। ତେବେ ଏସବୁଠାରୁ ବଳି ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ରାଜ୍ୟଗୁଡ଼ିକର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ଓ ପ୍ରଦୂଷଣ ନିୟନ୍ତ୍ରଣ କମିଟିଗୁଡ଼ିକ ପ୍ରଦୂଷଣକୁ ପ୍ରତିହତ କରିବା ପାଇଁ ଉଦ୍ଦିଷ୍ଟ ଆଇନକାନୁନ୍‌ଗୁଡ଼ିକୁ କଡ଼ାକଡ଼ି ଭାବରେ ଲାଗୁ କରିବା ଉଚିତ। ଏହି ସଂସ୍ଥାଗୁଡ଼ିକ ଯଦି କାର୍ଯ୍ୟ କ୍ଷେତ୍ରରେ ଆଇନକୁ ଲାଗୁ କରିବାରେ ଅବହେଳା କରନ୍ତି, ଯାହା ପ୍ରାୟତଃ ଆଜିଯାଏ ହୋଇ ଆସିଛି, ତା’ହେଲେ ଯେତେ ଆଇନ ହେଲେ ବି ତାହା କୌଣସି କାମରେ ଲାଗିବ ନାହିଁ। ପୁନଶ୍ଚ, ପ୍ରଦୂଷଣର ନିରାକରଣ ପାଇଁ ଏକ ନିର୍ଦ୍ଦିଷ୍ଟ ସମୟଭିତ୍ତିକ କାର୍ଯ୍ୟ ହାତକୁ ନେବାକୁ ସରକାରଙ୍କ ଉପରେ ସିଭିଲ ସୋସାଇଟି ନିରନ୍ତର ଚାପ ପ୍ରୟୋଗ କରିବା ଉଚିତ। ତେବେ ଏସବୁ ବାଦ ଅଧିକରୁ ଅଧିକ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ସ୍ଥାପନ ଉପରେ ଗୁରୁତ୍ୱାରୋପ କରାଯିବା ଅପରିହାର୍ଯ୍ୟ। ଅପରପକ୍ଷରେ ଶିଳ୍ପାନୁଷ୍ଠାନ ବିଶେଷକରି ବସ୍ତ୍ର ଶିଳ୍ପ ଓ ଚମଡ଼ା ଶିଳ୍ପାନୁଷ୍ଠାନଗୁଡ଼ିକରୁ ନିର୍ଗତ ତରଳ ପଦାର୍ଥଗୁଡ଼ିକର ମାତ୍ରାକୁ ସମ୍ପୂର୍ଣ୍ଣ କମାଇବାକୁ ଉଦ୍ୟମ କରାଯିବା ଉଚିତ। ଏଥିପାଇଁ ସରକାରୀ ଭାବରେ ଏ ଧରଣର ଶିଳ୍ପାନୁଷ୍ଠାନଗୁଡ଼ିକୁ ଉତ୍ତମ ଯାନ୍ତ୍ରିକ କୌଶଳ ଅବଲମ୍ବନ କରିବା ପାଇଁ ସହାୟତା ପ୍ରଦାନ କରାଯିବା ଉଚିତ। ନଦୀଗୁଡ଼ିକ ଦେଶର ଜୀବନରେଖା। ପ୍ରାଣୀ ସମାଜର ଜୀବନ ଧାରଣ ପାଇଁ ଏମାନେ ପାନୀୟ ଜଳ ଯୋଗାଇବା ସହିତ ଖାଦ୍ୟଶସ୍ୟ ଉତ୍ପାଦନ ପାଇଁ ଆବଶ୍ୟକ ଜଳ ଯୋଗାଇଥାନ୍ତି। ନଦୀଗୁଡ଼ିକର ସ୍ବାସ୍ଥ୍ୟ ସହିତ ପ୍ରାଣୀ ସମାଜର ସ୍ବାସ୍ଥ୍ୟ ଯେ ଓତପ୍ରୋତ ଭାବେ ଜଡ଼ିତ, ତାହା ସମସ୍ତେ ବୁଝିବା ଉଚିତ। ତେଣୁ ନଦୀଗୁଡ଼ିକର ସ୍ବାସ୍ଥ୍ୟରକ୍ଷା ପାଇଁ କେବଳ ସରକାର ନୁହନ୍ତି, ଜନସାଧାରଣ ମଧ୍ୟ ଯତ୍ନବାନ ହେବା ବିଧେୟ।
ପୁରୁଣା ସୋନାରୀ, ଜାମ୍‌ସେଦପୁର
ମୋ : ୭୪୮୮୯୯୮୫୩୨


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଶା ବିନାଶର କାରଣ- ଏହିି କଥାକୁ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ହିମାଚଳପ୍ରଦେଶର ଲତା ଦେବୀ। ସେ ବାମସନ୍‌ ବ୍ଲକ ବାହ୍ଲୋ ପଞ୍ଚାୟତର ସରପଞ୍ଚ ଭାବେ ୫ଟି…

‘ଘିବଲି’ ଦୁନିଆ: ଅପରାଧ ଓ ଆଇନ

ମସାମୟିକ ଧାରାରେ ନିଜକୁ ଅଂଶୀଦାର କରିବାର ମାନସିକତା ବିଶ୍ୱ, ପରିବେଶ ସର୍ବୋପରି ମାନବ ସଭ୍ୟତାକୁ ତା’ର ଅଜ୍ଞାତସାରରେ ବିଲୟର କେଉଁ ଦିଗକୁ ଟାଣିନେଇ ଚାଲିଛି ତାହା ବୋଧହୁଏ…

ନାଗରିକ ସ୍ବାଧୀନତା କ୍ଷୁଣ୍ଣ

୨୦୨୧ ମସିହା ୫ ମାର୍ଚ୍ଚରେ ଭାରତ ସରକାରଙ୍କ ପ୍ରେସ୍‌ ଇନ୍‌ଫର୍ମେଶନ ବ୍ୟୁରୋ (ପିଆଇବି) ପକ୍ଷରୁ ଏକ ବିବୃତି ଜାରି କରାଯାଇଥିଲା, ଯାହାର ଶୀର୍ଷକ ଥିଲା ”ଏକ ସ୍ବାଧୀନ…

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

ଜେନ୍‌ ଜି: ଆହ୍ବାନ ଓ ଆନ୍ଦୋଳନ

ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…

ବାଧ୍ୟତାମୂଳକ ଅବସର

ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍‌ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍‌ ଅଧିକାରୀ ଗୌରବ ଦାହିୟା ଏବଂ…

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?