Posted inଫୁରସତ

ସଂକଳ୍ପ

ନିଜକୁ ଜଣେ ସଫଳ ଓ ଆତ୍ମନିର୍ଭର ବ୍ୟକ୍ତିତ୍ୱର ପରିଚୟ ଦେବାକୁ କିଏବା ନ ଚାହେଁ! ହେଲେ ଏହା ଯେ ସମସ୍ତଙ୍କୁ ଖୁବ୍‌ ସହଜରେ ଥରକେ ମିଳିଯିବ, ତାହା ଭାବିବା ସମ୍ପୂର୍ଣ୍ଣ ଠିକ୍‌ ନୁହେଁ। ତେଣୁ ସଫଳତାର ସ୍ବାଦ ଚାଖିବାକୁ ହେଲେ ବିଫଳତାରେ ଭାଙ୍ଗି ନ ପଡ଼ି ଦରକାର ବାରମ୍ବାର ପ୍ରଚେଷ୍ଟା ଓ ଲକ୍ଷ୍ୟ ହାସଲର ଦୃଢ଼ ସଂକଳ୍ପ…

ଅନେକ ଯୁବତୀଯୁବକ ଜବ୍‌, ବିଜ୍‌ନେସ୍‌, ଷ୍ଟାର୍ଟଅପ୍‌ ହେଉ କିମ୍ବା ଅନ୍ୟାନ୍ୟ କ୍ଷେତ୍ରରେ ନିଜକୁ ସଫଳତାର ଶୀର୍ଷରେ ଦେଖିବାକୁ ଚାହାନ୍ତି। ଏଥିରେ ସାମାନ୍ୟ ବିଫଳ ହେଲେ କେତେକଙ୍କ ମନୋବଳ ଭାଙ୍ଗିଯାଏ। ଏମିତିରେ କିଏ ଲକ୍ଷ୍ୟପଥରୁ ଓହରିଯାଏ ତ ଆଉ କିଏ ଧୈର୍ଯ୍ୟହରା ହୋଇ ଅନ୍ୟ ଦିଗ ବାଛିନିଏ। ହେଲେ ସଫଳତା କେବଳ ସେହିମାନଙ୍କୁ ମିଳେ, ଯାହା ଭିତରେ ଥାଏ ବାରମ୍ବାର ପ୍ରଚେଷ୍ଟା କରିବାର ଆତ୍ମବିଶ୍ୱାସ ଓ
ରଖନ୍ତୁ ସକାରାତ୍ମକ ଭାବନା: ଯେକୌଣସି କାର୍ଯ୍ୟରେ ଆଗକୁ ବଢ଼ିବାକୁ ହେଲେ ନିଜ ଭିତରେ ଆତ୍ମବିଶ୍ୱାସ ରହିବା ଦରକାର। କାରଣ ମୁଁ ଏହି କାର୍ଯ୍ୟ କରିପାରିବି କି ନାହିଁ, ଯଦି ନ ପାରିବି ପରିହାସର ପାତ୍ର ହୋଇଯିବି କି ? ଏହିଭଳି ନକାରାତ୍ମକ ମାନସିକତା ମଣିଷର ମନୋବଳକୁ ଦୁର୍ବଳ କରିଦିଏ, ଯାହା ଫଳରେ ମଣିଷ ଲକ୍ଷ୍ୟଚ୍ୟୁତ ହୋଇଯାଏ। ତେଣୁ ମନେରଖନ୍ତୁ, ସକାରାତ୍ମକ ଚିନ୍ତାର ଶକ୍ତି ଖୁବ୍‌ ଅଧିକ, ଯାହା ଯେକୌଣସି କଷ୍ଟକର ପରିସ୍ଥିତିରୁ ମୁକୁଳି ଆସିବାର ସାହସ ଯୋଗାଇ ଦେଇଥାଏ ଏବଂ ସଫଳତା ହାସଲରେ ସାହାଯ୍ୟ କରେ।
ନିଜ ସାମର୍ଥ୍ୟକୁ ଚିହ୍ନନ୍ତୁ: ସ୍ବରୋଜଗାରକ୍ଷମ ହେବାକୁ ସଭିଏଁ ଚାହାନ୍ତି। ତେବେ ଏଥିପାଇଁ କେବଳ ଯେ ଭଲ ଚାକିରିଟିଏ ଲୋଡ଼ା ତା’ ନୁହେଁ, ବରଂ ସେଥିରେ ଭଲ ପ୍ରଦର୍ଶନ କରି ନିଜର ଏକ ପରିଚୟ ସୃଷ୍ଟି କରିବାର ଲକ୍ଷ୍ୟ ଅନେକଙ୍କର ଥାଏ। ହେଲେ କେହିକେହି ଅନ୍ୟ କାହାକୁ କୌଣସି ଦିଗରେ ଆଗକୁ ବଢ଼ୁଥିବାର ଦେଖି ଭାବପ୍ରବଣ ହୋଇ ଏ ଦିଗରେ ଆଗେଇ ଆସନ୍ତି ଏବଂ ଅସଫଳ ହୁଅନ୍ତି। ତେଣୁ କାହାକୁ ଅନୁସରଣ ନ କରି ନିଜେ ଯେଉଁ କ୍ଷେତ୍ରରେ ଆଗକୁ ବଢ଼ିବା ଲାଗି ଇଚ୍ଛୁକ ଏବଂ ଏଥିପାଇଁ ନିଜେ କେତେ ସମର୍ଥ ଜାଣିବାକୁ ଚେଷ୍ଟା କରନ୍ତୁ। ଯଦି ତାହା ଆପଣଙ୍କ ଲାଗି ଠିକ୍‌ ଦିଗ ବୋଲି ଭାବୁଛନ୍ତି, ତେବେ ଏକ ଦୃଢ଼ ସଂକଳ୍ପ ନେଇ ଉଦ୍ୟମ ଜାରି ରଖନ୍ତୁ, ଦେଖିବେ ନିଶ୍ଚୟ ସଫଳ ହେବେ।
ଓଭର କନ୍‌ଫିଡେଣ୍ଟ ଠିକ୍‌ ନୁହେଁ :
ଆତ୍ମବିଶ୍ୱାସ ସଫଳତା ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ। ହେଲେ ଏହା ଆବଶ୍ୟକରୁ ଅଧିକ ହେଲେ ମଣିଷ ପାଇଁ ଠିକ୍‌ ନୁହେଁ। କାରଣ ଅନେକେ ନିଜ କାର୍ଯ୍ୟକୁ ନେଇ ଏତେ ଓଭର କନ୍‌ଫିଡେଣ୍ଟ ହୋଇପଡନ୍ତି ଯେ, କୌଣସି କାର୍ଯ୍ୟ ପାଇଁ ପୂର୍ବ ପ୍ରସ୍ତୁତି କରିବା କିମ୍ବା ବାରମ୍ବାର ଅଭ୍ୟାସ କରିବା ଅନାବଶ୍ୟକ ବୋଲି ଭାବି ନିଅନ୍ତି। ଆଉ ଠିକ୍‌ ଦରକାର ସମୟରେ ଅନ୍ୟମାନେ ବାଜିମାତ୍‌ କରିଯାଆନ୍ତି। ସେମାନଙ୍କ ଓଭର କନ୍‌ଫିଡେନ୍ସ ହିଁ ସଫଳତାର ସ୍ବାଦ ଚାଖିବାରୁ ବଞ୍ଚତ୍ତ କରିଥାଏ। ତେଣୁ ଲକ୍ଷ୍ୟ ହାସଲ କରିବାକୁ ହେଲେ ଓଭର କନ୍ଫିଡାଣ୍ଟ ନ ହୋଇ ନିଜ ଦକ୍ଷତା ବୃଦ୍ଧି କରିବା ଆବଶ୍ୟକ।
ପ୍ରମାଣିତ କରନ୍ତୁ ନିଜ ଦକ୍ଷତା: ଯେକୌଣସି କାର୍ଯ୍ୟ କରିବାକୁ ଚାହୁଁଛନ୍ତି, ପ୍ରଥମେ ସେଥିପାଇଁ ଦକ୍ଷତା ହାସଲ କରନ୍ତୁ। ହଁ ମୁଁ ପାରିବି ଭାବି ମନଇଛା ଆଗକୁ ବଢି ନ ଯାଇ ପ୍ରଥମେ ଆବଶ୍ୟକ ଜ୍ଞାନ ଆହରଣ କରନ୍ତୁ, ବାରମ୍ବାର ଅଭ୍ୟାସ ଜାରି ରଖନ୍ତୁ। ଠିକ୍‌ ସେହିପରି ଥରେ ବଫଳ ହେଲେ ଆଉ ଆଗକୁ ବଢିପାରିବି କି ନାହିଁ କିମ୍ବା ଏହା ମୋ ପାଇଁ କଠିନ ବ୍ୟାପାର ଆଦି ଭଳି ନକାରାତ୍ମକ ଚିନ୍ତା କରି ଚୁପ୍‌ ମଧ୍ୟ ରହିଯାଆନ୍ତୁ ନାହିଁ। ବାରମ୍ବାର ଚେଷ୍ଟା କରନ୍ତୁ ଏବଂ ପ୍ରତିଥର ନିଜର ବେଷ୍ଟ ଦେବାକୁ ଚେଷ୍ଟା କରନ୍ତୁ। ଏହାଦ୍ୱାରା ଆପଣଙ୍କ ଦକ୍ଷତା ବୃଦ୍ଧି ହେବ ଏବଂ ଲକ୍ଷ୍ୟ ହାସଲ କରିବା ଅପେକ୍ଷାକୃତ ସହଜ ହୋଇପାରିବ।
ଦିଅନ୍ତୁନି ପଛଘୁଞ୍ଚା: କଥାରେ ଅଛି ପଛଘୁଞ୍ଚା ନାହିଁ ବୀରର ଜାତକେ। ଯଦି କୌଣସି ଲକ୍ଷ୍ୟ ହାସଲ ନେଇ ମନରେ ସଂକଳ୍ପ କରିଛନ୍ତି ତେବେ ତାକୁ ହାସଲ କରିବାକୁ ଚେଷ୍ଟା କଲେ ସଫଳ ନିଶ୍ଚୟ ହେବେ। ତେଣୁ ଥରେ ଅସଫଳ ହେଲେ କିମ୍ବା ଅସଫଳ ହେବା ଭୟରେ ପଛଘୁଞ୍ଚା ଦେଇ ରହିଯିବା ବଦଳରେ ବାରମ୍ବାର ପ୍ରୟାସ କରନ୍ତୁ। ନିଜ ମନବଳ ଦୃଢ଼ କରି ଉଦ୍ୟମ ଜାରି ରଖିଲେ ଲକ୍ଷ୍ୟ ପଥରେ ଦିନେ ନା ଦିନେ ନିଶ୍ଚୟ ସଫଳ ହେବେ ସେଥିରେ ସନ୍ଦେହ ନାହିଁ।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?