Posted inଫୁରସତ

ସଂକଳ୍ପ

ନିଜକୁ ଜଣେ ସଫଳ ଓ ଆତ୍ମନିର୍ଭର ବ୍ୟକ୍ତିତ୍ୱର ପରିଚୟ ଦେବାକୁ କିଏବା ନ ଚାହେଁ! ହେଲେ ଏହା ଯେ ସମସ୍ତଙ୍କୁ ଖୁବ୍‌ ସହଜରେ ଥରକେ ମିଳିଯିବ, ତାହା ଭାବିବା ସମ୍ପୂର୍ଣ୍ଣ ଠିକ୍‌ ନୁହେଁ। ତେଣୁ ସଫଳତାର ସ୍ବାଦ ଚାଖିବାକୁ ହେଲେ ବିଫଳତାରେ ଭାଙ୍ଗି ନ ପଡ଼ି ଦରକାର ବାରମ୍ବାର ପ୍ରଚେଷ୍ଟା ଓ ଲକ୍ଷ୍ୟ ହାସଲର ଦୃଢ଼ ସଂକଳ୍ପ…

ଅନେକ ଯୁବତୀଯୁବକ ଜବ୍‌, ବିଜ୍‌ନେସ୍‌, ଷ୍ଟାର୍ଟଅପ୍‌ ହେଉ କିମ୍ବା ଅନ୍ୟାନ୍ୟ କ୍ଷେତ୍ରରେ ନିଜକୁ ସଫଳତାର ଶୀର୍ଷରେ ଦେଖିବାକୁ ଚାହାନ୍ତି। ଏଥିରେ ସାମାନ୍ୟ ବିଫଳ ହେଲେ କେତେକଙ୍କ ମନୋବଳ ଭାଙ୍ଗିଯାଏ। ଏମିତିରେ କିଏ ଲକ୍ଷ୍ୟପଥରୁ ଓହରିଯାଏ ତ ଆଉ କିଏ ଧୈର୍ଯ୍ୟହରା ହୋଇ ଅନ୍ୟ ଦିଗ ବାଛିନିଏ। ହେଲେ ସଫଳତା କେବଳ ସେହିମାନଙ୍କୁ ମିଳେ, ଯାହା ଭିତରେ ଥାଏ ବାରମ୍ବାର ପ୍ରଚେଷ୍ଟା କରିବାର ଆତ୍ମବିଶ୍ୱାସ ଓ
ରଖନ୍ତୁ ସକାରାତ୍ମକ ଭାବନା: ଯେକୌଣସି କାର୍ଯ୍ୟରେ ଆଗକୁ ବଢ଼ିବାକୁ ହେଲେ ନିଜ ଭିତରେ ଆତ୍ମବିଶ୍ୱାସ ରହିବା ଦରକାର। କାରଣ ମୁଁ ଏହି କାର୍ଯ୍ୟ କରିପାରିବି କି ନାହିଁ, ଯଦି ନ ପାରିବି ପରିହାସର ପାତ୍ର ହୋଇଯିବି କି ? ଏହିଭଳି ନକାରାତ୍ମକ ମାନସିକତା ମଣିଷର ମନୋବଳକୁ ଦୁର୍ବଳ କରିଦିଏ, ଯାହା ଫଳରେ ମଣିଷ ଲକ୍ଷ୍ୟଚ୍ୟୁତ ହୋଇଯାଏ। ତେଣୁ ମନେରଖନ୍ତୁ, ସକାରାତ୍ମକ ଚିନ୍ତାର ଶକ୍ତି ଖୁବ୍‌ ଅଧିକ, ଯାହା ଯେକୌଣସି କଷ୍ଟକର ପରିସ୍ଥିତିରୁ ମୁକୁଳି ଆସିବାର ସାହସ ଯୋଗାଇ ଦେଇଥାଏ ଏବଂ ସଫଳତା ହାସଲରେ ସାହାଯ୍ୟ କରେ।
ନିଜ ସାମର୍ଥ୍ୟକୁ ଚିହ୍ନନ୍ତୁ: ସ୍ବରୋଜଗାରକ୍ଷମ ହେବାକୁ ସଭିଏଁ ଚାହାନ୍ତି। ତେବେ ଏଥିପାଇଁ କେବଳ ଯେ ଭଲ ଚାକିରିଟିଏ ଲୋଡ଼ା ତା’ ନୁହେଁ, ବରଂ ସେଥିରେ ଭଲ ପ୍ରଦର୍ଶନ କରି ନିଜର ଏକ ପରିଚୟ ସୃଷ୍ଟି କରିବାର ଲକ୍ଷ୍ୟ ଅନେକଙ୍କର ଥାଏ। ହେଲେ କେହିକେହି ଅନ୍ୟ କାହାକୁ କୌଣସି ଦିଗରେ ଆଗକୁ ବଢ଼ୁଥିବାର ଦେଖି ଭାବପ୍ରବଣ ହୋଇ ଏ ଦିଗରେ ଆଗେଇ ଆସନ୍ତି ଏବଂ ଅସଫଳ ହୁଅନ୍ତି। ତେଣୁ କାହାକୁ ଅନୁସରଣ ନ କରି ନିଜେ ଯେଉଁ କ୍ଷେତ୍ରରେ ଆଗକୁ ବଢ଼ିବା ଲାଗି ଇଚ୍ଛୁକ ଏବଂ ଏଥିପାଇଁ ନିଜେ କେତେ ସମର୍ଥ ଜାଣିବାକୁ ଚେଷ୍ଟା କରନ୍ତୁ। ଯଦି ତାହା ଆପଣଙ୍କ ଲାଗି ଠିକ୍‌ ଦିଗ ବୋଲି ଭାବୁଛନ୍ତି, ତେବେ ଏକ ଦୃଢ଼ ସଂକଳ୍ପ ନେଇ ଉଦ୍ୟମ ଜାରି ରଖନ୍ତୁ, ଦେଖିବେ ନିଶ୍ଚୟ ସଫଳ ହେବେ।
ଓଭର କନ୍‌ଫିଡେଣ୍ଟ ଠିକ୍‌ ନୁହେଁ :
ଆତ୍ମବିଶ୍ୱାସ ସଫଳତା ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ। ହେଲେ ଏହା ଆବଶ୍ୟକରୁ ଅଧିକ ହେଲେ ମଣିଷ ପାଇଁ ଠିକ୍‌ ନୁହେଁ। କାରଣ ଅନେକେ ନିଜ କାର୍ଯ୍ୟକୁ ନେଇ ଏତେ ଓଭର କନ୍‌ଫିଡେଣ୍ଟ ହୋଇପଡନ୍ତି ଯେ, କୌଣସି କାର୍ଯ୍ୟ ପାଇଁ ପୂର୍ବ ପ୍ରସ୍ତୁତି କରିବା କିମ୍ବା ବାରମ୍ବାର ଅଭ୍ୟାସ କରିବା ଅନାବଶ୍ୟକ ବୋଲି ଭାବି ନିଅନ୍ତି। ଆଉ ଠିକ୍‌ ଦରକାର ସମୟରେ ଅନ୍ୟମାନେ ବାଜିମାତ୍‌ କରିଯାଆନ୍ତି। ସେମାନଙ୍କ ଓଭର କନ୍‌ଫିଡେନ୍ସ ହିଁ ସଫଳତାର ସ୍ବାଦ ଚାଖିବାରୁ ବଞ୍ଚତ୍ତ କରିଥାଏ। ତେଣୁ ଲକ୍ଷ୍ୟ ହାସଲ କରିବାକୁ ହେଲେ ଓଭର କନ୍ଫିଡାଣ୍ଟ ନ ହୋଇ ନିଜ ଦକ୍ଷତା ବୃଦ୍ଧି କରିବା ଆବଶ୍ୟକ।
ପ୍ରମାଣିତ କରନ୍ତୁ ନିଜ ଦକ୍ଷତା: ଯେକୌଣସି କାର୍ଯ୍ୟ କରିବାକୁ ଚାହୁଁଛନ୍ତି, ପ୍ରଥମେ ସେଥିପାଇଁ ଦକ୍ଷତା ହାସଲ କରନ୍ତୁ। ହଁ ମୁଁ ପାରିବି ଭାବି ମନଇଛା ଆଗକୁ ବଢି ନ ଯାଇ ପ୍ରଥମେ ଆବଶ୍ୟକ ଜ୍ଞାନ ଆହରଣ କରନ୍ତୁ, ବାରମ୍ବାର ଅଭ୍ୟାସ ଜାରି ରଖନ୍ତୁ। ଠିକ୍‌ ସେହିପରି ଥରେ ବଫଳ ହେଲେ ଆଉ ଆଗକୁ ବଢିପାରିବି କି ନାହିଁ କିମ୍ବା ଏହା ମୋ ପାଇଁ କଠିନ ବ୍ୟାପାର ଆଦି ଭଳି ନକାରାତ୍ମକ ଚିନ୍ତା କରି ଚୁପ୍‌ ମଧ୍ୟ ରହିଯାଆନ୍ତୁ ନାହିଁ। ବାରମ୍ବାର ଚେଷ୍ଟା କରନ୍ତୁ ଏବଂ ପ୍ରତିଥର ନିଜର ବେଷ୍ଟ ଦେବାକୁ ଚେଷ୍ଟା କରନ୍ତୁ। ଏହାଦ୍ୱାରା ଆପଣଙ୍କ ଦକ୍ଷତା ବୃଦ୍ଧି ହେବ ଏବଂ ଲକ୍ଷ୍ୟ ହାସଲ କରିବା ଅପେକ୍ଷାକୃତ ସହଜ ହୋଇପାରିବ।
ଦିଅନ୍ତୁନି ପଛଘୁଞ୍ଚା: କଥାରେ ଅଛି ପଛଘୁଞ୍ଚା ନାହିଁ ବୀରର ଜାତକେ। ଯଦି କୌଣସି ଲକ୍ଷ୍ୟ ହାସଲ ନେଇ ମନରେ ସଂକଳ୍ପ କରିଛନ୍ତି ତେବେ ତାକୁ ହାସଲ କରିବାକୁ ଚେଷ୍ଟା କଲେ ସଫଳ ନିଶ୍ଚୟ ହେବେ। ତେଣୁ ଥରେ ଅସଫଳ ହେଲେ କିମ୍ବା ଅସଫଳ ହେବା ଭୟରେ ପଛଘୁଞ୍ଚା ଦେଇ ରହିଯିବା ବଦଳରେ ବାରମ୍ବାର ପ୍ରୟାସ କରନ୍ତୁ। ନିଜ ମନବଳ ଦୃଢ଼ କରି ଉଦ୍ୟମ ଜାରି ରଖିଲେ ଲକ୍ଷ୍ୟ ପଥରେ ଦିନେ ନା ଦିନେ ନିଶ୍ଚୟ ସଫଳ ହେବେ ସେଥିରେ ସନ୍ଦେହ ନାହିଁ।

 


Enter your email to get our daily news in your inbox.

All Right Reserved By Dharitri.Com
Featured Video Play Icon

ମାର୍କେଟକୁ ଆସିଲା ଏସି ହେଲମେଟ୍‌, ଦାମ୍‌ ମାତ୍ର ଏତିକି…

ନୂଆଦିଲ୍ଲୀ,୨୦।୪: କେବଳ ରାଜ୍ୟରେ ନୁହେଁ ସାରା ଦେଶରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଅସହ୍ୟ ତାତିକୁ ନିଆଁବର୍ଷା ଲୋକଙ୍କୁ ଅସ୍ତବ୍ୟସ୍ତ କରିଦେଉଛି। ବାହାରେ ହେଉ କି...

ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିୟୁଟି ପାର୍ଲର

ଉନ୍ନାଓ: କୌଣସି ମଧ୍ୟ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପଦ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ବିଦ୍ୟାଳୟକୁ ଠିକ୍‌ ଭାବେ ଚଳାଇବା ସହ ଅନୁଶାସନ ବଜାୟ ରଖିବାର ସମ୍ପୂର୍ଣ୍ଣ...

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri