Posted inଜାତୀୟ

ଗେହଲଟ୍‌ ଗୋଷ୍ଠୀର ୯୨ ବିଧାୟକଙ୍କ ଇସ୍ତଫା

ଜୟପୁର/ନୂଆଦିଲ୍ଲୀ,୨୬ା୯: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କ ଶିବିରରେ ରବିବାର ରାତିରେ ହାଇଡ୍ରାମା ଦେଖିବାକୁ ମିଳିଛି। ଗେହଲଟ୍‌ ମୁଖ୍ୟମନ୍ତ୍ରୀ ପଦରେ ଥାଇ କଂଗ୍ରେସ ଅଧ୍ୟକ୍ଷ ହୁଅନ୍ତୁ ବୋଲି ତାଙ୍କ ସମର୍ଥକମାନେ ଦାବି କରିଛନ୍ତି। ଗେହଲଟ୍‌ ଗୋଷ୍ଠୀର ୯୨ ବିଧାୟକ କଂଗ୍ରେସ ହାଇକମାଣ୍ଡଙ୍କ ଉପରେ ଚାପ ସୃଷ୍ଟି କରିବା ପାଇଁ ସମୂହ ଇସ୍ତଫା ଦେଇଛନ୍ତି। ସେମାନେ ବିଧାନସଭା ବାଚସ୍ପତି ସି.ପି. ଜୋଷୀଙ୍କୁ ଭେଟି ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ଫଳରେ ୨୦୦ ଆସନ ବିଶିଷ୍ଟ ରାଜ୍ୟ ବିଧାନଭାରେ ବିଧାୟକଙ୍କ ସଂଖ୍ୟା ୧୦୮କୁ ଖସିଛି। ଏଥିସହ ସରକାର ଗଠନ ପାଇଁ କୁହୁକ ସଂଖ୍ୟା ମଧ୍ୟ ୫୫କୁ ହ୍ରାସ ପାଇଛି। ଗୃହରେ ଭାଜପା ବିଧାୟକଙ୍କ ସଂଖ୍ୟା ହେଉଛି ୭୦। କଂଗ୍ରେସ ବିଧାୟକମାନେ ସରକାର ଭାଙ୍ଗିବାକୁ ଏପରି ଉଦ୍ୟମ କରିଛନ୍ତି କି ବୋଲି ପ୍ରଶ୍ନ କରାଯିବାରୁ ଜଣେ ଏମ୍‌ଏଲ୍‌ଏ କହିଛନ୍ତି, ଆମେ ଗେହଲଟ୍‌ଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ଦେଖିବାକୁ ଚାହୁଁ। କେନ୍ଦ୍ରୀୟ ନେତୃତ୍ୱ ‘ଜଣେ ବ୍ୟକ୍ତି, ଗୋଟିଏ ପଦ’ ସର୍ତ୍ତରେ ତାଙ୍କୁ ରିହାତି ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି। ଏହି ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ରାଜ୍ୟରେ ରାଜନୈତିକ ସଙ୍କଟ ସୃଷ୍ଟି କରିଛି।

ଅକ୍ଟୋବାର ୧୭ରେ ହେବାକୁ ଥିବା କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ମଇଦାନକୁ ଓହ୍ଲାଇବା ପାଇଁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ସମ୍ପୂର୍ଣ୍ଣ ପ୍ରସ୍ତୁତ। ବିରୋଧୀ ଦଳର ସର୍ବୋଚ୍ଚ ପଦ ଅଳଙ୍କୃତ କରିବା ଦୌଡ଼ରେ ମଧ୍ୟ ସେ ଆଗୁଆ ଅଛନ୍ତି। କିନ୍ତୁ ଦଳର ମଙ୍ଗ ଧରିବା ପାଇଁ ନାମାଙ୍କନପତ୍ର ଦାଖଲ ପୂର୍ବରୁ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡ଼ିବ। ଗେହଲଟ୍‌ ଚୌକି ଛାଡ଼ିବା ପରେ ତାଙ୍କ ସ୍ଥାନରେ ପ୍ରଦେଶ କଂଗ୍ରେସ କମିଟି (ପିସିସି)ର ପୂର୍ବତନ ସଭାପତି ତଥା ପ୍ରାକ୍ତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍‌ଙ୍କୁ ନୂଆ ମୁଖ୍ୟମନ୍ତ୍ରୀ ନିଯୁକ୍ତ କରାଯିବା ନେଇ ଆଲୋଚନା ଚାଲିଥିବାବେଳେ ତାଙ୍କ ନାମ ଘୋଷଣା ପୂର୍ବରୁ ରବିବାର ଉଭୟ ଜୟପୁର ଓ ଦିଲ୍ଲୀରେ ମାରାଥନ ବୈଠକ ବସିଛି। ମାତ୍ର ଦୁଇଟି ରାଜ୍ୟରେ ସୀମିତ ରହିଯାଇଥିବା ସର୍ବପୁରାତନ ଦଳ ଆଭ୍ୟନ୍ତରୀଣ ଗଣତନ୍ତ୍ରକୁ ସୁଦୃଢ଼ କରି ନୂଆ ଅଧ୍ୟକ୍ଷ ବାଛିବାକୁ ଯାଉଥିବାବେଳେ ଉତ୍ତର ଭାରତର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ରାଜସ୍ଥାନରେ କ୍ଷମତା ପରିବର୍ତ୍ତନର ସୁଯୋଗ ସୃଷ୍ଟି ହୋଇଛି। କାରଣ ‘ଭାରତ ଯୋଡ଼ୋ ଯାତ୍ରା’ରେ ଥିବା ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଉଦୟପୁର ଚିନ୍ତନ ଶିବିର ନିଷ୍ପତ୍ତି ଅନୁସାରେ ଗେହଲଟ୍‌ଙ୍କ ଆଗରେ ‘ଜଣେ ବ୍ୟକ୍ତି, ଗୋଟିଏ ପଦ’ ସର୍ତ୍ତ ରଖିସାରିଛନ୍ତି। କୁହାଯାଉଛି, ଗେହଲଟ୍‌ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ପ୍ରାର୍ଥୀ ହେବା ପୂର୍ବରୁ ହିଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ।

ଏପରି ସ୍ଥଳେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ରୂପେ ହାଇକମାଣ୍ଡଙ୍କ ପ୍ରଥମ ପସନ୍ଦ ହେଉଛନ୍ତି ସଚିନ ପାଇଲଟ୍‌, ଯିଏକି ପୂର୍ବରୁ ଏକାଧିକ ଥର କ୍ଷମତାର ଶୀର୍ଷକୁ ଯାଉ ଯାଉ ରହିଯାଇଥିଲେ। ଅନ୍ୟପକ୍ଷେ ୨୦୨୦ ଜୁଲାଇରେ ନିଜ ୧୮ ଅନୁଗତଙ୍କୁ ନେଇ ପାଇଲଟ୍‌ ବିଦ୍ରୋହୀ ସାଜିଥିବାବେଳେ ରାଜ୍ୟର କଂଗ୍ରେସ ସରକାରଙ୍କୁ ଯେଉଁ ୧୦୨ ବିଧାୟକ ସମର୍ଥନ କରିଥିଲେ, ସେମାନଙ୍କ ମଧ୍ୟରୁ ଜଣଙ୍କୁ ମୁଖ୍ୟମନ୍ତ୍ରୀ କରାଯାଉ ବୋଲି ଗେହଲଟ୍‌ ଗୋଷ୍ଠୀ ଦାବି କରିଛନ୍ତି। ଗେହଲଟ୍‌ ଶିବିରର ୫୬ ବିଧାୟକ ରବିବାର ବୈଠକରେ ଏନେଇ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ନୂଆ ମୁଖ୍ୟମନ୍ତ୍ରୀ ଚୟନ ପାଇଁ ଗେହଲଟ୍‌ଙ୍କ ଜୟପୁର ବାସଭବନରେ ଅନୁଷ୍ଠିତ ବିଧାୟକ ଦଳ ବୈଠକ ପୂର୍ବରୁ ତାଙ୍କ ଘନିଷ୍ଠ ମନ୍ତ୍ରୀ ଶାନ୍ତି ଧରିଓ୍ବାଲଙ୍କ ଘରେ ଆଉ ଏକ ମିଟିଂ ହୋଇଥିଲା। ଉକ୍ତ ବୈଠକରେ ଗେହଲଟ୍‌ଙ୍କ ଟିମ୍‌ର ୧୬ ମନ୍ତ୍ରୀ ସାମିଲ ହୋଇଥିଲେ। ସେପଟେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ କେ.ସି. ବେଣୁଗୋପାଳ, ରାଜ୍ୟ ସଭାର ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାର୍ଗେ ଓ ରାଜସ୍ଥାନ ପ୍ରଭାରୀ ଅଜୟ ମାକେନ୍‌ ଜୟପୁରରେ ପହଞ୍ଚତ୍ ଦଳୀୟ ବିଧାୟକମାନଙ୍କ ସହ ବିଚାରବିମର୍ଶ କରିଛନ୍ତି। ଏହି କେନ୍ଦ୍ରୀୟ ନେତାମାନଙ୍କ ଉପସ୍ଥିତିରେ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବା କଥା, ଯାହାକି ଗେହଲଟ୍‌ଙ୍କ ସମର୍ଥକମାନଙ୍କ ଇସ୍ତଫା ଯୋଗୁ ହୋଇପାରି ନାହିଁ।
ବିଧାନସଭାରେ କଂଗ୍ରେସର ୧୦୦ ବିଧାୟକ ଥିବାବେଳେ ମାୟାବତୀଙ୍କ ବହୁଜନ ସମାଜ ପାର୍ଟି (ବିଏସ୍‌ପି)ର ୬ ଏମ୍‌ଏଲ୍‌ଏ ଶାସକ ଦଳରେ ସାମିଲ ହୋଇଛନ୍ତି। ସେହିପରି ସ୍ବାଧୀନ ୧୩ ବିଧାୟକଙ୍କ ମଧ୍ୟରୁ ୧୨ ଜଣ ଗେହଲଟ୍‌ଙ୍କୁ ସମର୍ଥନ କରୁଛନ୍ତି। ୨୦୧୮ ବିଧାନସଭା ନିର୍ବାଚନରେ କଂଗ୍ରେସର ବିଜୟ ସୁନିଶ୍ଚିତ କରିଥିବା ପାଇଲଟ୍‌ ରାହୁଲଙ୍କ ଘନିଷ୍ଠ ହୋଇଥିବାରୁ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ଏକପ୍ରକାର ନିଶ୍ଚିତ ବୋଲି କୁହାଯାଉଛି। କାରଣ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନରେ ପୂର୍ବ ସଫଳତା ଦୋହରାଇବାକୁ ହେଲେ ଯୁବପିଢ଼ିଙ୍କ ଇଚ୍ଛାକୁ ସମ୍ମାନ ଦେବାକୁ ପଡ଼ିବ। ଗେହଲଟ୍‌ଙ୍କ ନିଜ ସହର ଯୋଧପୁରରେ ଦେଖିବାକୁ ମିଳିଥିବା ପୋଷ୍ଟରଗୁଡ଼ିକରେ ପାଇଲଟ୍‌ଙ୍କ ସମର୍ଥନରେ ସ୍ଲୋଗାନ ଲେଖାଯାଇଛି ‘ନୂଆ ଯୁଗର ପ୍ରସ୍ତୁତି’। ଗତ ନିର୍ବାଚନରେ ତତ୍କାଳୀନ ବସୁନ୍ଧରା ରାଜେ ସରକାରରେ ମନ୍ତ୍ରୀ ଥିବା ୟୁନୁସ୍‌ ଖାନ୍‌ଙ୍କୁ ଟୋଙ୍କ ଆସନରେ ୫୪,୧୭୯ ଭୋଟ ବ୍ୟବଧାନରେ ହରାଇ ବିଜୟୀ ହୋଇଥିବା ପାଇଲଟ୍‌ ଏଥର ମୁଖ୍ୟମନ୍ତ୍ରୀ ହୋଇପାରିବେ ନା ପୁଣି ନିରାଶ ହେବେ ତାହା ସମୟ କହିବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବାଲ୍ୟବନ୍ଧୁ, BJP ବିଧାୟକଙ୍କୁ ନେଇ ଆଣିଲେ ବଡ଼ ଅଭିଯୋଗ! ଛାନିଆ ହୋଇଗଲେ….

ମୁମ୍ବାଇ,୧୩।୯: ମହାରାଷ୍ଟ୍ରର ଭାୟନ୍ଦରରେ ଜମି ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଲ୍ୟବନ୍ଧୁ ଅସଗରଅଲି ଭୋରା ତାଙ୍କୁ ଭେଟିଛନ୍ତି । ୮ ସେପ୍ଟେମ୍ବରରେ ୮୧ ବର୍ଷୀୟ ଭୋରା…

ପଶ୍ଚିମବଙ୍ଗରେ ବନ୍ଦ ହେଲା ୨୫୨ ମଦ୍ରାସା

କୋଲକାତା,୧୩ା୯: ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଚାଲୁଥିବା ଇସ୍‌ଲାମୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ସମୀକ୍ଷା କରିବା ପରେ ୨୫୨ ମଦ୍ରାସାକୁ ବନ୍ଦ କରିବା ପାଇଁ ନୋଟିସ ଜାରି କରିଛନ୍ତି। ଯାଞ୍ଚ ପ୍ରକ୍ରିୟାର…

ବ୍ୟବସାୟିକ ଜାହାଜ ଉପରେ ଆକ୍ରମଣ: ଭାରତୀୟ ନାବିକ ନିଖୋଜ

ନୂଆଦିଲ୍ଲୀ,୧୩ା୯: ଓମାନ ଉପକୂଳରେ ବ୍ୟବସାୟିକ ଜାହାଜ ଏମ୍‌ଟି ଏଲ୍‌ ଗାଇଆ ଉପରେ ଆକ୍ରମଣ ହେବାରୁ ଜଣେ ଭାରତୀୟ ନାବିକ ନିଖୋଜ ହୋଇଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ରବିବାର ସ୍ପଷ୍ଟ…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା; BRICS ନେତା କହିଲେ…

ନୂଆଦିଲ୍ଲୀ, ୧୩ା୯ : ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି) ବର୍ତ୍ତମାନ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି । ଏହାକୁ ନେଇ ବ୍ରିକ୍ସ…

ପଶ୍ଚିମବଙ୍ଗ ଉପନିର୍ବାଚନ; ପ୍ରାର୍ଥୀ ଘୋଷଣା କଲା TMC, ନନ୍ଦିଗ୍ରାମରେ ବଡ଼ ନିଷ୍ପତ୍ତି

କୋଲକାତା,୧୩।୯: ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଓ ରେଜିନଗର ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନ ପାଇଁ ତୃଣମୂଳ କଂଗ୍ରେସ (TMC) ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ।…

ବାହୁଦା ନଦୀକୁ ଗାଧୋଇବାକୁ ଯାଇ ବୃଦ୍ଧ ନିଖୋଜ ଘଟଣା, ଆଜି ମିଳିଲା….

ଦିଗପହଣ୍ଡି/ଚିକିଟି,୧୩।୯(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଳକ ଲାଲମେଣ୍ଟା ପଞ୍ଚାୟତ କୋଳିପେଣ୍ଠ ଗ୍ରାମରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ବୃନ୍ଦାବନ…

ପେଟ୍ରୋଲ ଦରକୁ ନେଇ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ, ଲିଟର ପ୍ରତି ୧୦୦ ଟଙ୍କା….

ଇସଲାମାବାଦ,୧୩।୯: ମହଙ୍ଗା ଇନ୍ଧନ ଦରରୁ ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ଦେବାକୁ ପାକିସ୍ତାନ ସରକାର ଏକ ବଡ଼ ରିଲିଫ୍‌ ଯୋଜନା ଘୋଷଣା କରିଛି। ରବିବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?