ଖଣି, ଶିଳ୍ପାଞ୍ଚଳ ବାସିନ୍ଦା ଯକ୍ଷ୍ମା କବଳିତ

ଯାଜପୁର,୮ା୧ (ହର୍ଷବର୍ଦ୍ଧନ ବେହେରା: ଯାଜପୁର ଜିଲାର କଳିଙ୍ଗନଗର ଅଞ୍ଚଳରେ ୧୯୯୫ରୁ ଶିଳ୍ପାୟନ ଆରମ୍ଭ ହୋଇଛି। ଏହାର ବହୁ ପୂର୍ବରୁ ଜିଲାର ସୁକିନ୍ଦା ଅଞ୍ଚଳରେ ଖଣି ଖନନ ଆରମ୍ଭ ହୋଇଥିଲା। ବ୍ରାହ୍ମଣୀ ଓ ଏହାର ଉପନଦୀ ଖରସ୍ରୋତା କୂଳରେ ୧୫ରୁ ଊର୍ଦ୍ଧ୍ୱ ଇସ୍ପାତ ଓ ସିମେଣ୍ଟ କାରଖାନା ଏବଂ କ୍ୟାପ୍‌ଟିଭ ପାୱାର ପ୍ଲାଣ୍ଟ ପ୍ରତିଷ୍ଠା ହୋଇଛି। କେତେକ ବୃହତ୍‌ ଶିଳ୍ପ କାରଖାନାର ସମ୍ପ୍ରସାରଣ ମଧ୍ୟ ଚାଲିଛି। ସୁକିନ୍ଦା ଅଞ୍ଚଳରେ ୧୦ରୁ ଊର୍ଦ୍ଧ୍ୱ କ୍ରୋମାଇଟ୍‌ ଖଣି ଏବଂ ଧର୍ମଶାଳା ବ୍ଲକରେ ଶତାଧିକ କଳାପଥର ଖନନ ଚାଲିଛି। ଏହି ଦ୍ରୁତ ଶିଳ୍ପାୟନ ରାଜ୍ୟ ବାହାର ଲୋକଙ୍କୁ ଅଧିକ ଲାଭବାନ୍‌ କରିଥିବାବେଳେ ସ୍ଥାନୀୟ ଅଧିବାସୀଙ୍କ ଆର୍ଥିକ ଅଭିବୃଦ୍ଧିରେ କ’ଣ ସହାୟକ ହୋଇଛି ତାହା ସମସ୍ତଙ୍କୁ ଜଣା। କିନ୍ତୁ ଏହି ଶିଳ୍ପ ଓ ଖଣି ଅଞ୍ଚଳର ବାସିନ୍ଦା ଏବେ ଯକ୍ଷ୍ମା ରୋଗରେ କବଳିତ। ଗତ ୧୫ ବର୍ଷରେ ଶିଳ୍ପ ଓ ଖଣି ପ୍ରଦୂଷଣ ଜନିତ କାରଣରୁ ଯକ୍ଷ୍ମା ପ୍ରବଣତା ବୃଦ୍ଧି ପାଇ ୫୫%ରେ ପହଞ୍ଚିବା ଉଦ୍‌ବେଗର କାରଣ ହୋଇଛି।
ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ରିପୋର୍ଟ ଅନୁଯାୟୀ, ୨୦୨୨ରେ ୧୭୦୦ ଯକ୍ଷ୍ମା ରୋଗୀ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୪୭୮ ରୋଗୀଙ୍କ ଚିକିତ୍ସା ସଫଳ ହୋଇଥିବାବେଳେ ୭୪ ରୋଗୀଙ୍କ ମୃତ୍ୟୁ ହୋଇଛି। ତେବେ କ୍ରୋମାଇଟ୍‌ ଖଣି ଭାବେ ପରିଚିତ ସୁକିନ୍ଦା ଟିବି ୟୁନିଟ୍‌ରେ ସର୍ବାଧିକ ୨୬୦, ଲଘୁ ଖଣି ଅଞ୍ଚଳ ଧର୍ମଶାଳା ୟୁନିଟ୍‌ରେ ୧୯୯, ଶିଳ୍ପ କାରଖାନା ଦାନଗଦି ୟୁନିଟରେ ୧୯୩ ଓ ଯାଜପୁର ରୋଡ୍‌ ୟୁନିଟରେ ୨୩୧ ଜଣ ରୋଗୀଙ୍କୁ ଚିହ୍ନଟ କରାଯାଇଛି। କହିବାବାହୁଲ୍ୟ, ଚିହ୍ନଟ ସମୁଦାୟ ୧୭୦୦ରୁ ୮୮୩ ଜଣ(୫୪%) କେବଳ ଶିଳ୍ପ ଓ ଖଣି ଅଞ୍ଚଳର। ତଦନୁସାରେ ଯକ୍ଷ୍ମାଜନିତ ମୃତ୍ୟୁସଂଖ୍ୟା ମଧ୍ୟ ଏଠାରେ ସର୍ବାଧିକ ୩୨ ରହିଛିି। ୨୦୨୩ରେ କେବଳ ଚିହ୍ନଟ ପ୍ରକ୍ରିୟା ଶେଷ ହୋଇଛି। ଏଥିରେ ୧୬୩୫ ଜଣ ଯକ୍ଷ୍ମାରୋଗୀ ଚିହ୍ନଟ
ହୋଇଥିବାବେଳେ ସେଥିରୁ ଖଣି ଓ ଶିଳ୍ପାଞ୍ଚଳରେ ୯୩୮ ଜଣ(୫୭%) ଅଛନ୍ତି। ଅର୍ଥାତ୍‌ ଏହି ୨ ବର୍ଷରେ ମୋଟ ଚିହ୍ନଟ ୩,୩୩୫ ରୋଗୀଙ୍କ ମଧ୍ୟରୁ ଖଣି ଓ ଶିଳ୍ପାଞ୍ଚଳରେ ୧୮୨୧(୫୫%) ରହିଛନ୍ତି। ଏଥିରୁ ସ୍ପଷ୍ଟ ହେଉଛି ଯେ, ଶିଳ୍ପ କାରଖାନାରୁ ନିର୍ଗତ କୋଇଲା, ଲୁହାପଥର ଓ ଅନ୍ୟାନ୍ୟ ଗୁଣ୍ଡ ଜନିତ ପ୍ରଦୂଷଣରୁ ଲୋକଙ୍କ ସ୍ବାସ୍ଥ୍ୟ ସମସ୍ୟା ବୃଦ୍ଧି ପାଉଛି। ଦେଶର ୧୦୬ ସହର ମଧ୍ୟରୁ ଓଡ଼ିଶାର ୭ଟି ଅତି ପ୍ରଦୂଷଣ ତାଲିକାଭୁକ୍ତ ହୋଇଛି। ସେଥିରେକଳିଙ୍ଗନଗର ଶିଳ୍ପାଞ୍ଚଳ ମଧ୍ୟ ସାମିଲ ହୋଇଛି। କଳିଙ୍ଗନଗର ଓଡ଼ିଶାର ଦ୍ୱିତୀୟ ପ୍ରଦୂଷଣକାରୀ ସହର ପାଲଟିଛିି। ଏଭଳି ପ୍ରଦୂଷଣକୁ ନେଇ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି) ପୂର୍ବରୁ ଉଦ୍‌ବେଗ ପ୍ରକାଶ କରିଛନ୍ତି। ପ୍ରଦୂଷଣଜନିତ ରୋଗରେ କଳିଙ୍ଗନଗର ଦାନଗଦି ବ୍ଲକ ଅନ୍ତର୍ଗତ ଧୂଳିଗଡ଼ ପଞ୍ଚାୟତ ଅନ୍ତର୍ଗତ ମାନପୁର ଗ୍ରାମରେ ୯୦ରୁ ଊର୍ଦ୍ଧ୍ୱ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଛୁଟି ଦିନରେ ଓ ରାତିରେ କେତେକ କାରଖାନାର ଇଲେକ୍ଟ୍ରୋ ଷ୍ଟାଟିକ୍‌ ପ୍ରେସିପିକ୍ଟେର(ଇଏସ୍‌ପି)କୁ ବନ୍ଦ କରାଯାଇ ବିଷାକ୍ତ ପାଉଁଶ ଧୂଆଁ ଛଡ଼ାଯାଉଛି। ରାସ୍ତାର ଧୂଳିଧୁଆଁରେ ଲୋକେ ନୟାନ୍ତ ହେଉଛନ୍ତି। ପ୍ରଦୂଷଣ ନିୟନ୍ତ୍ରଣ ଦିଗରେ ସରକାରଙ୍କ ବିଫଳତା ଲୋକଙ୍କୁ ଏଭଳି ହତାଶ କରିଛି ଯେ ଶିଳ୍ପ ଯୋଗୁ ଆର୍ଥତ୍କ ଅଭିବୃଦ୍ଧିର ସ୍ବାଦ ଚାଖିବା ପରିବର୍ତ୍ତେ ଏକାଧିକ ଗ୍ରାମବାସୀ ବିସ୍ଥାପିତ କରିବାକୁ ଦାବି କରୁଛନ୍ତି। ପ୍ରଦୂଷଣଜନିତ ପରିବେଶଗତ ବିପର୍ଯ୍ୟୟକୁ ଆଉ ସମ୍ଭାଳିବା ସ୍ଥିତିରେ ନ ଥିବାବେଳେ ଭାଗ୍ୟକୁ ଆଦରି ଲୋକେ ଅଳ୍ପ ବୟସରେ ମୃତ୍ୟୁମୁଖରେ ପଡୁଛନ୍ତି ବୋଲି ମତପ୍ରକାଶ ପାଇଛି।
ବିଶେଷଜ୍ଞମାନଙ୍କ ମତରେ ଯକ୍ଷ୍ମା ଏକ ଜୀବାଣୁଜନିତ ରୋଗ। କିନ୍ତୁ ବାୟୁମଣ୍ଡଳରେ ପ୍ରଦୂଷଣ ମଣିଷର ରୋଗ ନିରୋଧକ ଶକ୍ତି ହ୍ରାସ କରିଥାଏ। ଏହାଦ୍ୱାରା ଶ୍ୱାସଜନିତ ସମସ୍ୟା ସହିତ ଯକ୍ଷ୍ମା ଆକ୍ରାନ୍ତ ହେବା ଆଶଙ୍କା ଅଧିକ ରହିଥାଏ। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି, କଳିଙ୍ଗନଗର ଶିଳ୍ପାଞ୍ଚଳରେ ଏୟାର କ୍ବାଲିଟି ଇଣ୍ଡେକ୍ସ ୧୦୦ରୁ ଅଧିକ ରହୁଛି, ଯାହାକି ଭଲ ନୁହେଁ। ଏହାର ନିୟନ୍ତ୍ରଣ ପାଇଁ ନ୍ୟାଶନାଲ କ୍ଲିନ୍‌ ଏୟାର ପ୍ରୋଗ୍ରାମ ହାତକୁ ନିଆଯାଇଛି ଏବଂ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?