Posted inଜାତୀୟ

ଧର୍ମାନ୍ତରୀକରଣ ପରେ ସଂରକ୍ଷଣ : ପଛୁଆ ବର୍ଗ ସଂରକ୍ଷଣ ଦାବି ଖାରଜ କଲେ ହାଇକୋର୍ଟ…

ମଦୁରାଈ,୩।୧୨ : ଧର୍ମାନ୍ତରୀକରଣ ପରେ ମୂଳ ଧର୍ମରେ ଥିବା ସମୟରେ ମିଳୁଥିବା ସଂରକ୍ଷଣ ଆଉ ମିଳିବ ନାହିଁ ବୋଲି ମାଡ୍ରାସ ହାଇକୋର୍ଟ ଏକ ମାମଲାର ବିଚାର କରି ଏଭଳି ରାୟ ପ୍ରଦାନ କରିଛନ୍ତି।

ମଦୁରାଈ ବେଞ୍ଚର ବିଚାରପତି ଜିଆର୍‌ ସ୍ବାମୀନାଥନ ତାମିଲନାଡୁ ପବ୍ଲିକ ସର୍ଭିସ କମିଶନରେ ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ଦାବି କରୁଥିବା ଜଣେ ବ୍ୟକ୍ତିଙ୍କ ଆବେଦନର ବିଚାର କରି ଏହାକୁ ଖାରଜ କରି ଦେଇଛନ୍ତି। ବିଚାରପତି କହିଛନ୍ତି ଯେ ସମ୍ପୃକ୍ତ ବ୍ୟକ୍ତି ହିନ୍ଦୁଧର୍ମରେ ଥିବାବେଳେ ପଛୁଆବର୍ଗ ସଂରକ୍ଷଣ ସୁବିଧା ହାସଲ କରିଥିଲେ। ତେବେ ପରବର୍ତ୍ତୀ ସମୟରେ ସେ ୨୦୦୮ରେ ଇସଲାମ ଧର୍ମରେ ଦୀକ୍ଷିତ ହୋଇଥିଲେ।

ତେବେ ସେ ୨୦୧୫ରେ ମୁସଲମାନ ଧର୍ମର ପଛୁଆବର୍ଗ ପ୍ରମାଣପତ୍ର ସ୍ଥାନୀୟ ତହସିଲଦାରଙ୍କଠାରୁ ହାସଲ କରିଥିଲେ। ସେ ତାମିଲନାଡୁ ପବ୍ଲିକ ସର୍ଭିସ କମିଶନ ପ୍ରିଲିମ୍‌ରେ ସଫଳତା ପରେ ୨୦୧୯ରେ ମେନ୍ସ ପରୀକ୍ଷା ଦେଇଥିଲେ। ତେବେ ସଫଳ ତାଲିକାରେ ତାଙ୍କ ନାମ ନ ଥିଲା। ଏନେଇ ସେ ଆଇଟିଆଇ ଅନ୍ତର୍ଗତ ଆବେଦନ କରିଥିଲେ। ଜଣା ପଡିଥିଲା ତାମିଲନାଡୁ ପବ୍ଲିକ ସର୍ଭିସ କମିଶନ ତାଙ୍କୁ ପଛୁଆ ବର୍ଗ ପରିବର୍ତ୍ତେ ସାଧାରଣ ବର୍ଗରେ ଗ୍ରହଣ କରିଥିଲେ। ଏନେଇ ସେ ସମ୍ବିଧାନର ଅନୁଚ୍ଛେଦ ୨୫ ଅନ୍ତର୍ଗତ ତାଙ୍କ ମୋଳିକ ଅଧିକାରକୁ ଉଲ୍ଲଂଘନ କରାଯାଇଥିବା ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ମଦୁରାଈ ବେଞ୍ଚ କହିଥିଲେ, ସମ୍ପ୍ରତି ଏଭଳି ମାମଲା ସୁପ୍ରିମ୍‌କୋର୍ଟରେ ବିଚାରାଧୀନ ରହିଛି। ଏପରିସ୍ଥଳେ ହାଇକୋର୍ଟ ଏଥିରେ ହସ୍ତକ୍ଷେପ କରିପାରିବେ ନାହିଁ ବୋଲି ମଦୁରାଈ ବେଞ୍ଚ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅମିତ ଶାହାଙ୍କ ବଡ଼ ବୟାନ: ବିରୋଧୀଙ୍କୁ ବି ମିଳିଛି ଇଲେକ୍ଟୋରାଲ ବଣ୍ଡ…

ନୂଆଦିଲ୍ଲୀ,୨୦।୪: ଇଲେକ୍ଟୋରାଲ ବଣ୍ଡକୁ ନେଇ ଦେଶରେ ଉତ୍ତେଜନା ଦେଖାଦେଇଛି। ବିରୋଧୀ ଏହି ପ୍ରସଙ୍ଗରେ ସରକାରଙ୍କ ଉପରେ କ୍ରମାଗତ ପ୍ରଶ୍ନ ଉଠାଉଛନ୍ତି। ବର୍ତ୍ତମାନ ବିରୋଧୀଙ୍କ ଅଭିଯୋଗକୁ ବିରୋଧ...

‘୪୦୦ ପାର୍‌ ସଙ୍କଳ୍ପ ମୁସ୍କିଲ’, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଭାଜପାର ବରିଷ୍ଠ ନେତା

ନୂଆଦିଲ୍ଲୀ,୨୦।୪: ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଚତୁର୍ଥ ପର୍ଯ୍ୟାୟରେ କାନପୁର ଲୋକ ସଭା ଆସନରେ ଭୋଟିଂ ଅନୁଷ୍ଠିତ ହେବ, କିନ୍ତୁ...

ଇନ୍‌ଷ୍ଟାଗ୍ରାମ ରିଲ୍‌ କରିବା କାଳ ହେଲା

ନୂଆଦିଲ୍ଲୀ,୨୦ା୪: ଉତ୍ତରପ୍ରଦେଶର ଏକ ଗ୍ରାମରେ ଜଣେ ୨୧ ବର୍ଷୀୟ ଯୁବକ ଇନ୍‌ଷ୍ଟାଗ୍ରାମ ରିଲ୍‌କୁ ଭାଇରାଲ କରିବାକୁ ଉଦ୍ୟମ କରି ପ୍ରାଣ ହରାଇଛନ୍ତି। ଶିବମ୍‌ କୁମାର ନାମକ...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

୧୦୨ ଆସନରେ ୬୦% ମତଦାନ

ନୂଆଦିଲ୍ଲୀ,୨୦ା୪(ପି.ଟି.): ୨୧ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ଆସନରେ ପ୍ରଥମ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଭୋଟିଂ ଶେଷ ସୁଦ୍ଧା...

‘ଦୂରଦର୍ଶନର ଗୈରିକୀକରଣ’

ନୂଆଦିଲ୍ଲୀ,୨୦ା୪: ସରକାରୀ ନ୍ୟୁଜ୍‌ ଚ୍ୟାନେଲ୍‌ ‘ଡିଡି ନ୍ୟୁଜ୍‌’ ଏହାର ନୂଆ ଲୋଗୋ ଉନ୍ମୋଚନ କରିବା ପରେ ଏହାକୁ ନେଇ ସୋସିଆଲ ମିଡିଆରେ ଜୋର୍‌ଦାର ପ୍ରତିକ୍ରିୟା ପ୍ରକାଶ...

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri