ନୀରବତାରୁ ଅସନ୍ତୋଷ

Dillip Cherian

ପୂର୍ବତନ ସାଂସଦ ଆନନ୍ଦ ମୋହନଙ୍କୁ ଜେଲରୁ ମୁକୁଳାଇବା ପାଇଁ ବିହାର ସରକାର ପ୍ରସ୍ତାବ ରଖିଛନ୍ତି। ଏହାକୁ ନେଇ ବିହାର ଆଇଏଏସ୍‌ ଅଧିକାରୀ ସଂଘ ନୀରବ ରହିଛି, ଯେଉଁଥିପାଇଁ ଅନେକ ଆଇଏଏସ୍‌ ଅଧିକାରୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଗୋପାଳଗଞ୍ଜର ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ୍‌ ଜି.କ୍ରିଷ୍ଣାଏଙ୍କ ହତ୍ୟା ଘଟଣାରେ ମୋହନଙ୍କୁ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରାଯିବା ପରେ ସେ ଜେଲରେ ରହିଛନ୍ତି। ସୂତ୍ରରୁ ପ୍ରକାଶ, ନିକଟରେ ନୀତୀଶ କୁମାର ନେତୃତ୍ୱଧୀନ ସରକାର ରାଜପୁତ ନେତା ମୋହନଙ୍କୁ ଜେଲରୁ ମୁକ୍ତ କରିବାକୁ ଉଦ୍ୟମ କରୁଥିବାର ସଙ୍କେତ ଦେଇଛନ୍ତି। ରାଷ୍ଟ୍ରୀୟ ଜନତା ଦଳ ସହ ନୀତୀଶ ମେଣ୍ଟ କରିଥିବାରୁ ରାଜନୈତିକ ବାଧ୍ୟବାଧକତାରେ ସେ ଏଭଳି କରୁଥିବା ଜଣାପଡ଼ିଛି। ପ୍ରଥମରୁ ସ୍ଥାନୀୟ କୋର୍ଟ ଆନନ୍ଦଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଥିଲେ, କିନ୍ତୁ ପରେ ଉଚ୍ଚ ନ୍ୟାୟାଳୟ ଏହାକୁ କୋହଳ କରି ଆଜୀବନ ଜେଲ ଦଣ୍ଡାଦେଶ ଦେଇଥିଲେ। ଆନନ୍ଦଙ୍କୁ ମୁକ୍ତ କରିବା ପ୍ରସ୍ତାବକୁ ନେଇ ଆଇଏଏସ୍‌ ସଂଘର କୌଣସି ସଦସ୍ୟ ମୁହଁ ଖୋଲିନାହାନ୍ତି। ଏହା ବାବୁମାନଙ୍କ ମଧ୍ୟରେ ବି ପ୍ରତିକ୍ରିୟା ସୃଷ୍ଟି କରିପାରିନାହିଁ। କେବଳ ଆଇଏଏସ୍‌ ସଂଘର ସେକ୍ରେଟାରି ଦୀପକ କୁମାର ସିଂ କହିଛନ୍ତି ,ଏହା ସରକାରଙ୍କ ନିଷ୍ପତ୍ତି ଓ ତା’ଉପରେ ସଂଘର କିଛି କହିବାର ନାହିଁ।
ଏହି ସମ୍ବେଦନଶୀଳ ମାମଲାରେ ଆଇଏଏସ୍‌ ସଂଘ ମୁହଁ ବନ୍ଦ କରି ବସିଥିବାରୁ ଏହାକୁ ପୂର୍ବତନ ଆଇପିଏସ୍‌ ଅଧିକାରୀ ଅମିତାଭ କୁମାର ଦାସ ଦୃଢ ସମାଲୋଚନା କରିଛନ୍ତି। ସଂଘ ଯଦି ତା’ର ସଦସ୍ୟଙ୍କ ମାମଲାକୁ ଗ୍ରହଣ ନ କରେ ତେବେ ତାହାକୁ ଭାଙ୍ଗିଦେବା ଉଚିତ ବୋଲି ସେ ଦାବି କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ, ଜେଲରୁ ଆନନ୍ଦଙ୍କୁ ମୁକ୍ତ କରିବା ଅର୍ଥ ହତ୍ୟା କରାଯାଇଥିବା ଆଇଏଏସ୍‌ ଅଧିକାରୀଙ୍କ ପ୍ରତି ଅପମାନ। ତେବେ ସାମ୍ପ୍ରତିକ ରାଜନୀତି ବିହାରରେ ନୀତିନୈତିକତାକୁ ଶେଷ କରିଦେବାର ସମ୍ଭାବନା ଦେଖାଯାଇଛି।

ପଞ୍ଜାବ ପୋଲିସରେ ୧୩ ଡିଜିପି

ପଞ୍ଜାବ ପୋଲିସ ବ୍ୟବସ୍ଥାର ଟଫ୍‌ ର଼୍ୟାଙ୍କରେ ଅଧିକାରୀମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦେଶର ଅନ୍ୟ ସବୁ ରାଜ୍ୟ ତୁଳନାରେ ପଞ୍ଜାବରେ ସବୁଠୁ ବେଶି ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ର଼୍ୟାଙ୍କ ଅଧିକାରୀ ଅଛନ୍ତି। ଭଗବତ ମାନ୍‌ ସରକାର ୭ ଜଣ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ(ଏଡିଜିପି)ଙ୍କୁ ଡିଜିପି ର଼୍ୟାଙ୍କକୁ ପଦୋନ୍ନତି ଦେବା ଫଳରେ ରାଜ୍ୟରେ ମୋଟ ଡିଜିପି ସଂଖ୍ୟା ୧୩ରେ ପହଞ୍ଚିଛି। ଏଥିରେ ୧୯୯୩ ବ୍ୟାଚ୍‌ ତଥା ପଞ୍ଜାବର ପ୍ରଥମ ମହିଳା ଆଇପିଏସ୍‌ ଅଧିକାରୀ ଗୁରପ୍ରୀତ ଦେଓଙ୍କୁ ପ୍ରଥମକରି ଡିଜିପି ର଼୍ୟାଙ୍କକୁ ପଦୋନ୍ନତି ଦିଆଯାଇଛି। ଯେଉଁମାନେ ପଦୋନ୍ନତି ପାଇଛନ୍ତି ସେମାନଙ୍କ ମଧ୍ୟରେ ଦେଓ ସବୁଠୁ ବରିଷ୍ଠ। ଆଇପିଏସ୍‌ ଅଧିକାରୀ ଶଶୀପ୍ରଭା ଦ୍ୱିବେଦୀଙ୍କୁ ମଧ୍ୟ ଡିଜିପି ର଼୍ୟାଙ୍କକୁ ପଦୋନ୍ନତି ଦିଆଯାଇଛି। ଦେଓ ଏହା ପୂର୍ବରୁ କମ୍ୟୁନିଟି ବ୍ୟାପାର ବିଭାଗ ଓ ମହିଳା ବ୍ୟାପାର ଏଡିଜିପି ଦାୟିତ୍ୱରେ ଥିବାବେଳେ ଦ୍ୱିବେଦୀ ଅତିରିକ୍ତ ଡିଜିପି(ରେଲ୍‌ଓ୍ବେ)ଭାବେ ନିଯୁକ୍ତ ହୋଇଥିଲେ। ଅନ୍ୟ ଯେଉଁମାନେ ପଦୋନ୍ନତି ପାଇଛନ୍ତି ସେମାନଙ୍କ ମଧ୍ୟରେ ଅଛନ୍ତି; ଭିଜିଲାନ୍ସ ବ୍ୟୁରୋ ମୁଖ୍ୟ ନିର୍ଦ୍ଦେଶକ ବରିନ୍ଦର କୁମାର, ମାନବ ସମ୍ବଳ ବିକାଶ ଏଡିଜିପି ଈଶ୍ୱର ସିଂ, ପଞ୍ଜାବ ଷ୍ଟେଟ ପାଓ୍ବାର କର୍ପୋରେଶନ ଲିମିଟେଡ୍‌ର ଏଡିଜିପି ଜିତେନ୍ଦ୍ର କୁମାର ଜୈନ, ପୋଲିସ ଆଣ୍ଡ୍‌ ରୁଲ୍ସ ଏଡିଜିପି ଏସ୍‌.କେ. ଅସ୍ଥାନା ଏବଂ ଆଭ୍ୟନ୍ତରୀଣ ସୁରକ୍ଷା ଏଡିଜିପି ଆର୍‌.ଏନ୍‌.ଧୋକେ। ଆଇପିଏସ୍‌ କ୍ୟାଡର ରୁଲ୍ସ ଅନୁଯାୟୀ ଆଇପିଏସ୍‌ ଅଧିକାରୀମାନଙ୍କ କାର୍ଯ୍ୟକାଳକୁ ଆଧାରକରି ପଦୋନ୍ନତି ଦେବାର ବ୍ୟବସ୍ଥା ଅଛି। ବିଭିନ୍ନ ରାଜ୍ୟରେ ଏହି କ୍ୟାଡର ମ୍ୟାନେଜମେଣ୍ଟ ଭିନ୍ନ ହୋଇଥାଏ। ଜଣେ ୩୦,୨୫ ଏବଂ ୧୮ ବର୍ଷ ସର୍ଭିସରେ କାମ କରିଥିଲେ ଯଥାକ୍ରମେ ଡିଜିପି, ଏଡିଜିପି ଏବଂ ଆଇଜି ହେବା ପାଇଁ ଯୋଗ୍ୟ ହୋଇଥାନ୍ତି। ପଞ୍ଜାବରେ ଗୋଟିଏ ବ୍ୟାଚ୍‌ ଯୋଗ୍ୟ ହୋଇଗଲେ ସେମାନଙ୍କୁ ସଙ୍ଗେସଙ୍ଗେ ଉପର ର଼୍ୟାଙ୍କକୁୁ ପଦୋନ୍ନତି ଦିଆଯାଉଥିବାବେଳେ ଆଉ କେତେକ ରାଜ୍ୟରେ କେବଳ କ୍ୟାଡର ପଦବୀ ଖାଲି ହେଲେ ହିଁ ପଦୋନ୍ନତି ଦିଆଯାଇଥାଏ।

୧ ଟ୍ରିଲିୟନ ସ୍ବପ୍ନ

ନିକଟରେ ଉତ୍ତରପ୍ରଦେଶ(ୟୁପି)ର ଅର୍ଥମନ୍ତ୍ରୀ ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ସୁରେଶ କୁମାର ଖାନ୍ନାଙ୍କ ନେତୃତ୍ୱରେ ବରିଷ୍ଠ ଅମଲାତନ୍ତ୍ରୀମାନେ ରାଜ୍ୟରେ ହେବାକୁ ଥିବା ବୈଶ୍ୱିକ ନିବେଶକ ସମ୍ମିଳନୀ ପାଇଁ ନିବେଶକମାନଙ୍କ ସହଯୋଗ ଲୋଡ଼ିବା ସକାଶେ ଇଂଲଣ୍ଡ ଯାଇଛନ୍ତି। ଜଣାପଡ଼ିଛି, ଇଂଲଣ୍ଡ ଏବଂ ୟୁପି ମଧ୍ୟରେ ବାଣିଜ୍ୟ, ଆର୍ଥିକ ଚୁକ୍ତି ପାଇଁ ଖାନ୍ନା ଓ ତାଙ୍କ ମୂଳ ଟିମ୍‌ ସମେତ ବର୍ମିଂହାମ୍‌ରେ ଅବସ୍ଥାପିତ ଭାରତର ମହାବାଣିଜ୍ୟଦୂତ ଡ. ଶଶାଙ୍କ ବିକ୍ରମ ଏକତ୍ର ଏକ ନକ୍ସା ପ୍ରସ୍ତୁତ କରିଛନ୍ତି। ଖାନ୍ନା ୟୁପିକୁ ୧ ଟ୍ରିଲିୟନ ଡଲାର ଅର୍ଥ ବ୍ୟବସ୍ଥା କରିବାର ଯୋଜନା ରଖିଛନ୍ତି ଓ ଏହାକୁ ନେଇ ବେଶ୍‌ ମହତ୍ତ୍ୱାକାଂକ୍ଷୀ ଅଛନ୍ତି। ଏହି ଲକ୍ଷ୍ୟ ପୂରଣ କରିବାକୁ ରାଜ୍ୟ ସରକାର ୨୫ଟି ସେକ୍ଟରର ଦ୍ୱାର ଅନ୍ତର୍ଜାତୀୟ ନିବେଶକଙ୍କ ପାଇଁ ଖୋଲା ରଖିଛନ୍ତି। ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥଙ୍କ ସରକାରର ଦ୍ୱିତୀୟ ପାଳିରେ ରାଜନୈତିକ ସ୍ଥିରତା ଅଛି। କିନ୍ତୁ କଥା ହେଉଛି, ଇଂଲଣ୍ଡରେ ପ୍ରଥମେ ଆମେରିକା ଓ ପରେ ୟୁପିର ରୋଡ୍‌ ଶୋ ଅନ୍ତର୍ଜାତୀୟ ନିବେଶକଙ୍କୁ ଉତ୍ସାହିତ କରିବ ତ? ବୁଝିବାକୁ ହେବ ଯେ, ଏହି ପ୍ରଶ୍ନର ଉତ୍ତରରେ ରହିଛି ଯୋଗୀଙ୍କ ରାଜନୈତିକ ଲକ୍ଷ୍ୟର ଚାବିକାଠି। ୧ ଟ୍ରିଲିୟନ ଡଲାର ଅର୍ଥ ବ୍ୟବସ୍ଥା ପାଇଁ ନେଉଥିବା ସାହସିକ ଲକ୍ଷ୍ୟକୁ ଏକ ବ୍ଲୁପ୍ରିଣ୍ଟ ଭାବେ ଦେଖାଯାଉଛି, ଯେଉଁଥିରେ ଯୋଗୀ ୟୁପିର ଭାଗ୍ୟ ବଦଳାଇ ଦେଇପାରିବେ। ଏହି ସ୍ବପ୍ନ ପୂରଣ କରିବା ପାଇଁ ସମସ୍ତ ମନ୍ତ୍ରୀ ଓ ବାବୁ କଠିନ ପରିଶ୍ରମ କରୁଛନ୍ତି।

  • ଦିଲୀପ ଚେରିଏନ୍‌
    Email: dilipcherian@gmail.com

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

ହଜିଲା ପୃଷ୍ଠାର କାହାଣୀ

ନିକଟ ଅତୀତରେ ସିଙ୍ଗାପୁର ସରକାର ଗୋଟିଏ ସୁନ୍ଦର ଯୋଜନା କରିଛନ୍ତି। ସାରା ବିଶ୍ୱରେ ଏବେ ପିଲାଠାରୁ ବୁଢ଼ା ଯାଏ, ମୋବାଇଲ ପରଦା ଦେଖିବାର ଅବଧି ବଢ଼ି ବଢ଼ି…

ନୈତିକ ପହରା ନୁହେଁ, ସୁରକ୍ଷା ଜରୁରୀ

ଗତ କିଛିଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ତଥାକଥିତ ‘ନୈତିକ ପହରା’ ନାଁରେ ମହିଳା ବିଶେଷକରି ନାବାଳିକା ଓ ଯୁବତୀଙ୍କ ଉପରେ ବର୍ବରୋଚିତ ଘଟଣା ଘଟିବା ଦେଖାଯାଇଛି।…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

ଅଦୃଶ୍ୟ ପ୍ରାଚୀର

ତଳ ମହଲାରେ ଜଣେ। ଉପର ମହଲାରେ ଆଉ ଜଣେ ଭାଇ। ମାଆ ମରିଯିବା ପରେ ଗୋଟେ ଘର ଦି’ ଭାଗ ହୋଇଗଲା। ସାମାନ୍ୟ ସମ୍ପତ୍ତି ଭାଗବଣ୍ଟା ଲାଗି…

ସେମିକଣ୍ଡକ୍ଟର ପ୍ରକଳ୍ପ ଓ ମରୁଭୂମିର ଚିତ୍ର

ପ୍ରତିବର୍ଷ ଜାତିସଂଘ ତରଫରୁ ଆଦିବାସୀ ଅଧିକାର ଦିବସ ଅଗଷ୍ଟ ୯ରେ ପାଳିତ ହୋଇଥାଏ। ୧୯୪୨ ମସିହାର ଏହି ଦିନରେ ମହାତ୍ମା ଗାନ୍ଧୀ କର ବା ମର ଡାକରା…

ପ୍ରତିଦ୍ୱନ୍ଦ୍ୱିତା ବଢୁ

ଭାରତବର୍ଷରେ ସରକାରୀ ସଂସ୍ଥାଗୁଡ଼ିକର ଲକ୍ଷ୍ୟ ଲୋକକଲ୍ୟାଣ ପାଇଁ ରହିବା କଥା। କିନ୍ତୁ ସରକାରୀ ନୀତି ଉତ୍ତମ ନ ରହିବାରୁ ବହୁ ସଂସ୍ଥା କ୍ଷତିରେ ଚାଲିଥାଏ। ୧୯୯୧ରେ ଉଦାରୀକରଣ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?