Posted inଜାତୀୟ

ଗବେଷକ ପ୍ରସ୍ତୁତ କଲେ ନିର୍ଭୁଲ୍‌ ଆଟୋମିକ୍‌ ଘଡ଼ି

ନୂଆଦିଲ୍ଲୀ,୨୫।୯(ପି.ଟି.): ସିଙ୍ଗାପୁର ଜାତୀୟ ବିଶ୍ୱବିଦ୍ୟାଳୟ (ଏନ୍‌ୟୁଏସ୍‌)ର ଗବେଷକମାନେ ‘ଲୁଟେଟିୟମ’ ନାମକ ବିରଳ ମୃତ୍ତିକା ଧାତୁ ବ୍ୟବହାର କରି ବିଶ୍ୱର ସବୁଠାରୁ ନିର୍ଭୁଲ ଓ ସ୍ଥିର ଅଟୋମିକ୍‌ ଘଡ଼ି ନିର୍ମାଣ କରିବାରେ ସଫଳତା ହାସଲ କରିଛନ୍ତି । ଏହି ନୂତନ ଅଟୋମିକ୍‌ (ଆଣବିକ) ଘଡ଼ି ସମୟର ଅତି କ୍ଷୁଦ୍ରତମ ଭାଗ(ଏକ ସେକେଣ୍ଡର ୧ ଟ୍ରିଲିୟନ ଭାଗ ପର୍ଯ୍ୟନ୍ତ)କୁ ମଧ୍ୟ ବିନା କୌଣସି ଭୁଲ୍‌ରେ ମାପିପାରିବ। ପରିବେଶଗତ ତାପମାତ୍ରା କିମ୍ବା ଚୁମ୍ବକୀୟ କ୍ଷେତ୍ରର ପରିବର୍ତ୍ତନ ଦ୍ୱାରା ଏହାର ସମୟ ଗଣନା ପ୍ରଭାବିତ ହୋଇନଥାଏ, ଯାହା ଏହାକୁ ବିଶ୍ୱର ଅନ୍ୟ ସମସ୍ତ ପରମାଣୁ ଘଡ଼ି ତୁଳନାରେ ସବୁଠାରୁ ଅଧିକ ସ୍ଥିର କରିପାରିଛି।
ଆଟୋମିକ୍‌ ଘଡ଼ିଗୁଡ଼ିକ ଆଣବିକ ପରିବର୍ତ୍ତନକୁ ଆଧାରକରି ସମୟ ଗଣନା କରିଥାନ୍ତି, ଯେଉଁଥିରେ ଲେଜର ରଶ୍ମିର ଆଲୋକ ତରଙ୍ଗ ଏକ ପେଣ୍ଡୁଲମ ଭଳି କାର୍ଯ୍ୟ କରିଥାଏ । ୧୯୫୫ ମସିହାରେ ସିଜିୟମ ଧାତୁ ବ୍ୟବହାର କରି ପ୍ରଥମ ଆଟୋମିକ୍‌ ଘଡ଼ି ତିଆରି ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ଇଟରବିୟମ, ଷ୍ଟ୍ରୋନ୍ସିୟମ ଓ ଆଲୁମିନିୟମ ଭଳି ଧାତୁର ବ୍ୟବହାର କରାଯାଇଥିଲା। ତେବେ ଭୌତିକ ବିଜ୍ଞାନ ବିଭାଗର ଆସୋସିଏଟ ପ୍ରଫେସର ମୁରେ ବାରେଟ୍‌ଙ୍କ ନେତୃତ୍ୱରେ ଗବେଷକ ଦଳ ଗତ ଦଶନ୍ଧିରୁ ଅଧିକ ସମୟ ଧରି ଲୁଟେଟିୟମ (ପରମାଣୁ କ୍ରମାଙ୍କ ୭୧) ଉପରେ ଗବେଷଣା କରି ଏହି ଅଭୂତପୂର୍ବ ସଫଳତା ପାଇଛନ୍ତି ।

ଗବେଷକମାନଙ୍କ ଅନୁସାରେ, ଏହି ଘଡ଼ି ଅତ୍ୟନ୍ତ ପ୍ରତିକୂଳ ପରିବେଶରେ ମଧ୍ୟ ନିଜର ନିର୍ଭୁଲତା ବଜାୟ ରଖିପାରିବ। ପୃଥିବୀର ସବୁଠାରୁ ଉତ୍ତପ୍ତ ସ୍ଥାନ ‘ଡେଥ୍‌ ଭ୍ୟାଲି’ରୁ ଆରମ୍ଭ କରି ଆଣ୍ଟାର୍କଟିକାର ସବୁଠାରୁ ଥଣ୍ଡା ଅଞ୍ଚଳ ପର୍ଯ୍ୟନ୍ତ ଯେକୌଣସି ପରିବେଶରେ ଏହି ଲୁଟେଟିୟମ ଘଡ଼ି ସମାନ ଭାବେ ସ୍ଥିର ଓ ନିର୍ଭୁଲ ସମୟ ଦେଖାଇବ। କୋରିଲେଶନ ସ୍ପେକ୍ଟ୍ରୋସ୍କୋପି ପଦ୍ଧତିରେ ୨୦୦ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ନିରନ୍ତର ପରୀକ୍ଷଣ କରାଯାଇ ଏହାର ନିର୍ଭୁଲତା ପ୍ରମାଣିତ କରାଯାଇଛି, ଯାହା ଭବିଷ୍ୟତର ସମୟ ନିରୂପଣ ପ୍ରଯୁକ୍ତିରେ ଏକ ନୂତନ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୩୦ରେ ଓଡ଼ିଶା ବନ୍ଦ ଡାକରା: ପାଠ୍ୟପୁସ୍ତକ ତ୍ରୁଟିକୁ ନେଇ…

ଭୁବନେଶ୍ୱର,୨୫।୯: ଆସନ୍ତା ୩୦ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ସଂଗଠନ। ପାଠ୍ୟପୁସ୍ତକରେ ତ୍ରୁଟି ଏବଂ ଏହାକୁ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା…

ଜମିକୁ ଯାଇଥିଲେ ଅକ୍ରୁର: ଆକ୍ରମଣ କଲା ହାତୀ, ଆଉ ତା’ପରେ…

କେସିଙ୍ଗା,୨୫।୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବନଖଣ୍ଡ ଅଧୀନ ସିରୋଲ ଗ୍ରାମପଞ୍ଚାୟତର ପୋଢ଼ଖମ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଅକ୍ରୁର…

ନିଜ ନକ୍ଷତ୍ରରେ ଶନି କଲେ ପ୍ରବେଶ: ୩ ରାଶିଙ୍କ ପଲଟିଯିବ ଭାଗ୍ୟ, ବ୍ୟବସାୟରେ ବମ୍ପର ଲାଭ ଘରକୁ ଆସିବ ଖୁସିଖବର

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ରାଶି ପରିବର୍ତ୍ତନଠାରୁ ଆରମ୍ଭ କରି ନକ୍ଷତ୍ର ଗୋଚରକୁ ମଧ୍ୟ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମନାଯାଏ। ଶନିଙ୍କ ଗତିବିଧିର ପ୍ରଭାବ ୧୨ଟି ରାଶି ଉପରେ…

ଘରେ ପଶିଲା ମହାବଳ ବାଘ: ବାହାରୁ ତାଲା ପକାଇଦେଲେ ଗାଁ ଲୋକେ

ବାରିପଦା, ୨୫।୯ (ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ଖପରାଖାଇ ଗାଁରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗାଁ ଭିତରକୁ ଏକ ମହାବଳ…

ସଞ୍ଜୁଙ୍କୁ ଦେଖି ପାକିସ୍ତାନୀ ଫ୍ୟାନ୍‌ କହିଲେ ‘ଆଇ ଲଭ ୟୁ’: କଲେ ଏମିତି ଅନୁରୋଧ, ଶୁଣିକି ସମସ୍ତେ…ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୨୫।୯: ଜାପାନର ସାନୋ ସହରରେ ଖେଳାଯାଇଥିବା ଭାରତ-ଜାପାନ ଏକମାତ୍ର ଟି-୨୦ ମ୍ୟାଚ ପରେ ମୈଦାନ ବାହାରେ ଦେଖିବାକୁ ମିଳିଥିଲା ଏକ ମଜାଦାର ଦୃଶ୍ୟ। ଭାରତୀୟ ଷ୍ଟାର ବ୍ୟାଟର…

‘ଦୃଶ୍ୟମ ୩’କୁ ନେଇ ବଢୁଛି କ୍ରେଜ୍‌: ଓପନିଂ ଡେ’ରେ ୫୦ କୋଟି ଟାର୍ଗେଟ୍‌

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ସସ୍ପେନ୍ସ-ଥ୍ରିଲର୍‌ ଫ୍ରାଞ୍ଚାଇଜ ‘ଦୃଶ୍ୟମ’ର ତୃତୀୟ ଭାଗକୁ ନେଇ ଦର୍ଶକଙ୍କ ଉତ୍ସାହ ବଢ଼ିବାରେ ଲାଗିଛି। ଅଜୟ ଦେବଗନଙ୍କ ଅଭିନୀତ ‘ଦୃଶ୍ୟମ ୩’ ୨ ଅକ୍ଟୋବର…

ଟିମ ଇଣ୍ଡିଆରେ ବୈଭବଙ୍କୁ ସ୍ଥାନ ଦେବାକୁ ହେଲେ କାହାର କଟିବ ଟିକେଟ! ଏହି ୨ କ୍ରିକେଟର ନାଁ ନେଇ ସାଂଘାତିକ ବୟାନ ଦେଲେ…

ନୂଆଦିଲ୍ଲୀ,୨୫।୯: ଯୁବ ବ୍ୟାଟର୍‌ ବୈଭବ ସୂର୍ଯ୍ୟବଂଶୀଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଭାରତୀୟ ଦଳର ପ୍ଲେଇଂ ଇଲେଭେନରୁ ବାହାରେ ରଖିବା ସହଜ ହେବ ନାହିଁ ବୋଲି ମତ ଦେଇଛନ୍ତି…

୮ମ ବେତନ କମିଶନକୁ ନେଇ ଆସିଲା ବଡ଼ ଖବର: ଏମାନଙ୍କୁ ମିଳିବ ୧.୫୨ ଲକ୍ଷ ଟଙ୍କା…

ନୂଆଦିଲ୍ଲୀ,୨୫।୯: ୮ମ ବେତନ କମିଶନକୁ ନେଇ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି। ନୂଆ ବେତନ ବ୍ୟବସ୍ଥା ଲାଗୁ ହେଲେ ଦରମା କେତେ ବଢ଼ିବ, ଏହାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?