ବିଭିନ୍ନ ପ୍ରାକୃତିକ ଦୁର୍ବିପାକରେ ଫଶି ଯାଇଥିବା ବ୍ୟକ୍ତି ହୁଅନ୍ତୁ ଅବା ବୋମାର ସନ୍ଧାନ, ଏସବୁରେ ଅନୁସନ୍ଧାନୀ କୁକୁରର ଥାଏ ବେଶ୍ ଗୁରତ୍ୱପୂର୍ଣ୍ଣ ଭୂମିକା। ତେବେ ‘ଅପୋପୋ’ ନାମକ ସଂସ୍ଥାର ବୈଜ୍ଞାନିକମାନେ ଏବେ ଏହି ଜୀବନରକ୍ଷକ ଅନୁସନ୍ଧାନୀ କାମ ପାଇଁ ମୂଷାମାନଙ୍କୁ ତାଲିମ ଦେଉଛନ୍ତି। ବିଶ୍ୱାସ ନ ହେଲେ ବି ଏହା ସତ। କୁନି ପିଠିରେ ଲୋକେଶନ୍ ଟ୍ରାକର୍, କ୍ୟାମେରା, ମାଇକ୍ରୋଫୋନ୍ ଥିବା ବ୍ୟାକ୍ପ୍ୟାକ୍ ପିନ୍ଧାଯାଇ ଏହି ମୂଷାଙ୍କୁ ପଠାଯିବ ରେସ୍କ୍ୟୁ ଟିମ୍ ସହ। ଏମାନେ ଫଶି ରହିଥିବା ବ୍ୟକ୍ତିଙ୍କୁ ଖୋଜିବାରେ ସାହାଯ୍ୟ କରିବେ। ଫଳରେ ବଞ୍ଚତ୍ପାରିବ ଅନେକ ଜୀବନ। ସ୍କଟଲାଣ୍ଡର ୩୩ ବର୍ଷୀୟ ଅନୁସନ୍ଧାନୀ ବୈଜ୍ଞାନିକ ଡ. ଡୋନା କିନ୍ ଏହି ପ୍ରୋଜେକ୍ଟ ଉପରେ କାମ କରୁଛନ୍ତି। ଆଉ ସେ ୭ଟି ମୂଷାକୁ ତାଲିମ୍ ଦେଇସାରିଲେଣି। ଡୋନା କୁହନ୍ତି, ଆମେ ଆଫ୍ରିକାର ବଡ ବଡ ମୂଷାକୁ ତାଲିମ ଦେଉଛୁ। ଏମାନେ ଏବେ ଯେତେ ପ୍ରତିକୂଳ ପରିସ୍ଥିତି ହୋଇଥିଲେ ହେଁ ଖୁବ୍ ଭଲ ଭାବେ ସର୍ଚ୍ଚ ଓ ରେସ୍କ୍ୟୁ ଅପରେସନ୍ କରିବାରେ ସକ୍ଷମ। ଏହି ମୂଷାଙ୍କ ଭିତରୁ ଗୋଟିଏ ମୂଷା ଯାହାକୁ ହିରୋର଼୍ୟାଟ୍ ନାମରେ ନାମିତ କରାଯାଇଛି, ସେ ଅନୁସନ୍ଧାନୀ କାର୍ଯ୍ୟରେ ସାମିଲ ହୋଇ ଅନେକଙ୍କ ଜୀବନ ବଞ୍ଚାଇ ସାରିଲାଣି। ଏହି ମୂଷାଗୁଡିକୁ ବହୁତ ଯତ୍ନର ସହକାରେ ରଖାଯାଉଛି। ଖାଇବାକୁ ପୌଷ୍ଟିକର ଖାଦ୍ୟ ଦିଆଯାଉଥିବାବେଳେ ସାପ୍ତାହିକ ସ୍ବାସ୍ଥ୍ୟ ପରୀକ୍ଷଣ ବି କରାଯାଉଛି। ଆଉ ଏମାନେ ଛୋଟ ଓ ଚଞ୍ଚଳ ହୋଇଥିବାରୁ ଅନୁସନ୍ଧାନ କାର୍ଯ୍ୟରେ ମୃତ୍ୟୁବରଣ କରିବାର ଆଶଙ୍କା ବି ବହୁତ କମ୍ ଥାଏ।’
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ
ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…
ଭୁବନେଶ୍ୱର ଫୁଲ ଦୋକାନ
ଫର୍ନସ ଏନ୍ ପେଟାଲ୍ସ ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ
କଳିଙ୍ଗ ଫିଟନେସ୍ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍ରେ ସବୁ ପ୍ରକାର…
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ
ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…
କଟକ ଦହିବରା ଆଳୁଦମ
ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ
ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…
ଶ୍ରେଷ୍ଠ ପାଞ୍ଚ ପୁରୀର ମଠ
ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…
ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ
ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

